Posted inଖେଳ

ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ଉଦ୍‌ଯାପିତ: ଓଡ଼ିଶାକୁ ୫ ସ୍ବର୍ଣ୍ଣ ସହ ୨୧ ପଦକ

ଭୁବନେଶ୍ୱର, ୨୩।୧(କ୍ରୀଡ଼ା ପ୍ରତିନିଧି)- ଆସାମର ଗୁଆହାଟୀଠାରେ ଖେଲୋ ଇଣ୍ଡିଆ ୟୁଥ୍‌ ଗେମ୍ସ ବୁଧବାର ଉଦ୍‌ଯାପିତ ହୋଇଛି। ଏଥିରେ ଓଡ଼ିଶା ୫ ସ୍ବର୍ଣ୍ଣ, ୮ ରୌପ୍ୟ ଓ ୮ ବ୍ରୋଞ୍ଜ ସମେତ ମୋଟ ୨୧ଟି ପଦକ ହାସଲ କରି ଟେବୁଲର ୧୭ତମ ସ୍ଥାନରେ ରହିଛି। ମହାରାଷ୍ଟ୍ର କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଟାଇଟଲ ହାସଲ କରିଛି। ଏହି ରାଜ୍ୟ ୭୮ ସ୍ବର୍ଣ୍ଣ, ୭୭ ରୌପ୍ୟ, ୧୦୧ ବ୍ରୋଞ୍ଜ ସମେତ ୨୫୬ଟି ପଦକ ହାସଲ କରି ଟେବୁଲର ଶୀର୍ଷସ୍ଥାନ ଅଧିକାର କରିଛି। ହରିୟାଣା ୨୦୦(୬୮ ସ୍ବର୍ଣ୍ଣ, ୬୦ ରୌପ୍ୟ, ୭୨ ବ୍ରୋଞ୍ଜ) ପଦକ ସହ ଦ୍ୱିତୀୟ ଏବଂ ଦିଲ୍ଲୀ ୧୨୨(୩୯ ସ୍ବର୍ଣ୍ଣ, ୩୬ ରୌପ୍ୟ, ୪୭ ବ୍ରୋଞ୍ଜ) ପଦକ ସହିତ ତୃତୀୟ ସ୍ଥାନ ଅଧିକାର କରିଛି।
ପ୍ରତ୍ୟାଶାଙ୍କୁ ତୃତୀୟ ରୌପ୍ୟ
ଓଡ଼ିଶାର ପ୍ରତିଭା ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟ ବ୍ୟକ୍ତିଗତଭାବେ ତୃତୀୟ ରୌପ୍ୟ ପଦକ ଲାଭ କରିଛନ୍ତି। ବୁଧବାର ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ୫୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ ଇଭେଣ୍ଟରେ ସେ ୩୨.୧୬ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି। ପଶ୍ଚିମବଙ୍ଗର ସୌବ୍ରିତି ମଣ୍ଡଳ ୩୧.୫୧ ସେକେଣ୍ଡ ସହ ସ୍ବର୍ଣ୍ଣ ଏବଂ ଉତ୍ତର ପ୍ରଦେଶର ଆଲିଆ ସିଂ ୩୩.୭୬ ସେକେଣ୍ଡ ସମୟ ନେଇ ବ୍ରୋଞ୍ଜ ପଦକ ପାଇଛନ୍ତି। ପ୍ରକାଶ ଯୋଗ୍ୟ ଯେ, ପ୍ରତ୍ୟାଶା ଏହା ପୂର୍ବରୁ ୨୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୨:୩୦.୮୫ ସେକେଣ୍ଡ ଏବଂ ୧୦୦ ମିଟର ବ୍ୟାକ୍‌ଷ୍ଟ୍ରୋକ୍‌ରେ ୧:୦୯.୩୮ ସେକେଣ୍ଡ ସମୟ ନେଇ ରୌପ୍ୟ ପଦକ ହାସଲ କରିଥିଲେ।
ବାଳିକା ଫୁଟବଲରେ ରୌପ୍ୟ, ବ୍ରୋଞ୍ଜ
ପ୍ରତିଯୋଗିତାରେ ମମତା ସାମନ୍ତଙ୍କ ପ୍ରଶିକ୍ଷଣପ୍ରାପ୍ତ ୧୭ ବର୍ଷରୁ କମ୍‌ ବାଳିକା ଫୁଟବଲ ଦଳ ମଧ୍ୟ କମାଲ ଦେଖାଇଛନ୍ତି। ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ସମୃଦ୍ଧ ହରିୟାଣାଠାରୁ ବୁଧବାର ଫାଇନାଲରେ ୧-୩ ଗୋଲରେ ହାରି ଦଳ ରୌପ୍ୟ ପଦକ ପାଇଥିଲେ ହେଁ ପିଲାମାନେ ଭଲ ଅଭିଜ୍ଞତା ପାଇଛନ୍ତି। ପ୍ରତିଯୋଗିତା ବହୁତ ଟପ୍‌ ଥିଲା। ସେମିଫାଇନାଲରେ ଆମେ ଘରୋଇ ଆସାମକୁ ୩-୧ ଗୋଲରେ ପରାସ୍ତ କରି ଫାଇନାଲରେ ପହଞ୍ଚତ୍ଥିଲୁ। ଫାଇନାଲରେ ଏକାଧିକ ଅନ୍ତର୍ଜାତୀୟ ଖେଳାଳିଙ୍କୁ ନେଇ ଖେଳିଥିବା ହରିୟାଣା ବିପକ୍ଷରେ ଦଳ ଭଲ ଖେଳିଥିଲେ ହେଁ ହାରି ଯାଇଥିଲା। ତେବେ ଦଳର ପ୍ରଦର୍ଶନରେ ମୁଁ ସନ୍ତୁଷ୍ଟ। ପିଲାମାନେ ଏଥିରୁ ଅନେକ କିଛି ଜାଣିବାକୁ ପାଇଛନ୍ତି“ ବୋଲି ଦଳର ମୁଖ୍ୟ କୋଚ୍‌ ମମତା ପ୍ରକାଶ କରିଛନ୍ତି। ଫାଇନାଲରେ ଓଡ଼ିଶା ପକ୍ଷରୁ ସରିତା ସୋରେଙ୍ଗ ୫୫ତମ ମିନିଟରେ ଏକମାତ୍ର ଗୋଲଟି ସ୍କୋର କରିଥିଲେ। ହରିୟାଣା ପକ୍ଷରୁ ତନୁ, ରଜନୀ ବାଲା ଓ ପିଙ୍କି ଗୋଲ ଦେଇଥିଲେ। ସେହିପରି ଅନ୍ତିମ ଦିବସରେ ଅନୁଷ୍ଠିତ ୨୧ ବର୍ଷରୁ କମ୍‌ ବାଳିକା ଫୁଟବଲର ତୃତୀୟ ସ୍ଥାନ ପାଇଁ ଅନୁଷ୍ଠିତ ମ୍ୟାଚରେ ଓଡ଼ିଶା ୩-୦ ଗୋଲରେ ଘରୋଇ ଆସାମକୁ ହରାଇ ବ୍ରୋଞ୍ଜ ପଦକ ହାସଲ କରିଛି। ଓଡ଼ିଶା ପକ୍ଷରୁ ଦୀପା ନାୟକ ୯ମ, ସୁମନ ମହାପାତ୍ର ୪୪ତମ ଏବଂ ଯଶୋଦା ମୁଣ୍ଡା ୫୯ତମ ମିନିଟରେ ଗୋଟିଏ ଲେଖାଏ ଗୋଲ ଦେଇଥିଲେ।
ବନିତାଙ୍କୁ ବ୍ରୋଞ୍ଜ
୨୧ ବର୍ଷରୁ କମ୍‌ ବାଳିକା ଭାରୋତ୍ତୋଳନର ୮୭ କେଜି ବର୍ଗରେ ଓଡ଼ିଶାର ବନିତା ଘଡ଼େଇ ବ୍ରୋଞ୍ଜ ପଦକ ପାଇଛନ୍ତି। ସେ ମୋଟ ୧୫୮(୭୨+୮୬) କେଜି ଭାର ଉଠାଇ ଏହି ସଫଳତା ପାଇଛନ୍ତି। କର୍ନାଟକର ଏସ.ଆର.ଉଷା ୧୭୦ ଓ ଉତ୍ତର ପ୍ରଦେଶର ଶିଭାଙ୍ଗି ସିଂ ୧୬୯ କେଜି ଭାରୋତ୍ତୋଳନ କରି ଯଥାକ୍ରମେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ପାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଜୟ ସହ ଅଭିଯାନ ଶେଷ କଲା ଆଫଗାନିସ୍ତାନ

ଚେନ୍ନାଇ,୧୯ା୨- ଇବ୍ରାହିମ ଜଦ୍ରାନଙ୍କ ଅପରାଜିତ ୯୫ ରନ୍‌ ଏବଂ ମହମ୍ମଦ ନବିଙ୍କ ଯାଦୁଗରୀ ବୋଲିଂ ବଳରେ ଗୁରୁବାର ସନ୍ଧ୍ୟାରେ ଖେଳାଯାଇଥିବା ଟି୨୦ ବିଶ୍ୱକପ୍‌ର ଏକ ଲିଗ୍‌ ମ୍ୟାଚ୍‌ରେ…

ଇଟାଲିକୁ ପରାସ୍ତ କରି ସୁପର-୮ରେ ପହଞ୍ଚିଲା ଓ୍ବେଷ୍ଟଇଣ୍ଡିଜ

କୋଲକାତା,୧୯ା୨: ଅଧିନାୟକ ଶାଇ ହୋପ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ବୋଲରଙ୍କ ଶୃଙ୍ଖଳିତ ବୋଲିଂ ସହାୟତାରେ ଓ୍ବେଷ୍ଟଇଣ୍ଡିଜ ଚଳିତ ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ଇଟାଲିକୁ ୪୨ ରନରେ ପରାସ୍ତ…

ସଙ୍ଗୀତର ଫଟୋ ଶେୟାର କଲେ ଶିଖର ଧାଓ୍ବନ, ଗୋଲଡେନ ଲେହେଙ୍ଗାରେ ମନ ମୋହିଲେ ସୋଫି

ନୂଆଦିଲ୍ଲୀ,୧୯।୨: ପୂର୍ବତନ ଭାରତୀୟ କ୍ରିକେଟର ଶିଖର ଧାୱନ ଏବଂ ସୋଫି ସାଇନଙ୍କ ବିବାହର ଗୁଜବ ବହୁତ ଦିନ ଧରି ଘୁରି ବୁଲୁଛି। ଯଦିଓ ଉଭୟ ଏହି ଖବରକୁ…

Watch: ଏମିତି ସିକ୍ସ ମାରିଲେ ବୈଭବ ସୂର୍ଯ୍ୟବଂଶୀ ଫାଟିଗଲା ପାଣି ପାଇପଲାଇନ, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ,୧୯।୨: ଯେତେ ପ୍ରତିଭାବାନ ବୋଲରଙ୍କ ସାମ୍ନା କରନ୍ତୁ ନା କାହିଁକି, ବୈଭବ ସୂର୍ଯ୍ୟବଂଶୀଙ୍କ ବ୍ୟାଟ ସମସ୍ତଙ୍କୁ ସହଜରେ ପରାସ୍ତ କରିପାରିବ। 2026 ଇଣ୍ଡିଆନ ପ୍ରିମିୟର ଲିଗ ସିଜିନ…

ଓପନର ଅଭିଷେକଙ୍କୁ ଏଭଳି ପରାମର୍ଶ ଦେଲେ ଗାଭାସ୍କର, ଜାଣନ୍ତୁ…

ଅହମଦାବାଦ,୧୯ା୨: ଟି୨୦ ବିଶ୍ୱକପ୍‌ରେ ସଂଘର୍ଷ କରୁଥିବା ଭାରତୀୟ ଓପନର ଅଭିଷେକ ଶର୍ମାଙ୍କୁ ବ୍ୟାଟିଂ କିମ୍ବଦନ୍ତୀ ସୁନୀଲ ଗାଭାସ୍କର ଏକ ପରାମର୍ଶ ଦେଇଛନ୍ତି। ଅଭିଷେକଙ୍କୁ ଇନିଂସ ଆରମ୍ଭରୁ ଆକ୍ରସ…

T20 World Cupରେ ଇତିହାସ ରଚିଲା ଜିମ୍ବାଓ୍ବେ, ଶ୍ରୀଲଙ୍କାକୁ ହରାଇ କଲା ମହାରେକର୍ଡ

ନୂଆଦିଲ୍ଲୀ,୧୯।୨: 2026 T20 World Cupର ୩୮ତମ ଲିଗ ମ୍ୟାଚ ଶ୍ରୀଲଙ୍କା ଏବଂ ଜିମ୍ବାୱେ ମଧ୍ୟରେ କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିଲା। ଜିମ୍ବାୱେ ଏହି ମ୍ୟାଚକୁ…

ନୂଆ ଡ୍ରାମା କଲାଣି ପାକିସ୍ତାନ, ହଠାତ ଏମିତି କରି ଚମକାଇଲେ ବୋର୍ଡ ଅଧ୍ୟକ୍ଷ

ଇସଲାମାବାଦ,୧୯।୨: ପାକିସ୍ତାନରେ ଏକ ନୂଆ ବିବାଦ ଦେଖାଦେଇଛି। ପାକିସ୍ତାନ ହକି ଦଳର ଅଧିନାୟକ ଶକିଲ ଅମ୍ମାଦ ବଟ ଅଷ୍ଟ୍ରେଲିଆ ଗସ୍ତରୁ ଫେରିବା ପରେ PHF (ପାକିସ୍ତାନ ହକି…

୦,୦,୦…ରେ ଆଉଟ ହୋଇଥିବା ଅଭିଷେକ ଶର୍ମାଙ୍କୁ ମିଳିଲା ଗୁରୁ ମନ୍ତ୍ର, ଗାଭାସ୍କର କହିଲେ…

ନୂଆଦିଲ୍ଲୀ,୧୯।୨: ଅଭିଷେକ ଶର୍ମା ୨୦୨୬ ଟି୨୦ ବିଶ୍ୱକପରେ ତିନୋଟି ଇନିଂସ ଖେଳିଛନ୍ତି, କିନ୍ତୁ ସେ ତାଙ୍କର ଖାତା ଖୋଲି ନାହାଁନ୍ତି। ସେ ତିନୋଟି ମ୍ୟାଚରେ ଶୂନ୍ୟରେ ଆଉଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri