Posted inଖେଳ

ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା: ୧୦୦ ମିଟରରେ ଦୂତୀଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ୱର,୨୯।୨(ସ୍ପୋଟର୍‌ସ ବ୍ୟୁରୋ): ଦେଶର ଦ୍ରୁତତମ ମହିଳା ଦୂତୀ ଚାନ୍ଦ ପୁଣିଥରେ ନିଜ ଖ୍ୟାତି ଅନୁରୂପ ପ୍ରଦର୍ଶନ କରିଛନ୍ତି। ଏଠାରେ ଚାଲିଥିବା ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସେ କିଟ୍‌ ବିଶ୍ୱବିଦ୍ୟାଳୟ ତରଫରୁ ପ୍ରତିନିଧିତ୍ୱ କରି ୧୦୦ମିଟର ଫାଇନାଲ ଦୌଡ଼ରେ ପ୍ରଥମ ସ୍ଥାନ ଅଧିକାର କରି ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ଶନିବାର ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଏହି ଏହି ରେସ୍‌ରେ ସେ ୧୧.୪୯ ସେକେଣ୍ଡ ନେଇ ଏହି ସଫଳତା ପାଇଛନ୍ତି। ସେହିପରି ମାଙ୍ଗାଲୋର ବିଶ୍ୱବିଦ୍ୟାଳୟର ଏସ. ଧନଲକ୍ଷ୍ମୀ ୧୧.୯୯ ସେକେଣ୍ଡ ସମୟ ନେଇ ଦ୍ୱିତୀୟ ସ୍ଥାନରେ ରହିବା ସହ ରୌପ୍ୟ ପଦକ ହାସଲ କରିଛନ୍ତି। ଅନ୍ୟପଟେ ମହାତ୍ମା ଗାନ୍ଧୀ ବିଶ୍ୱବିଦ୍ୟାଳୟର ଏସ୍‌.ଏସ୍‌. ସ୍ନେହା ୧୨.୦୮ ସେକେଣ୍ଡ ସମୟ ନେଇ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଆଚାର୍ଯ୍ୟ ନାଗାର୍ଜୁନ ବିଶ୍ୱବିଦ୍ୟାଳୟର ଜ୍ୟୋତି ୟାରାଜୀ ୧୨. ୩୧ ସେକେଣ୍ଡ ସମୟ ନେଇ ଚତୁର୍ଥ, ଉତ୍କଳ ବିଶ୍ୱବିଦ୍ୟାଳର ଦୀପାଳି ମହାପାତ୍ର ୧୨. ୩୫ ସେକେଣ୍ଡ ସମୟ ନେଇ ପଞ୍ଚମ ସ୍ଥାନରେ ରହିଛନ୍ତି। ଉତ୍କଳ ତରଫରୁ ଅଂଶଗ୍ରହଣ କରିଥିବା ଅନ୍ୟତମ ଧାବିକା ବିନତି ବେହେରା ୧୩.୨୪ ସେକେଣ୍ଡ ସମୟ ନେଇ ଅଷ୍ଟମ ସ୍ଥାନରେ ରହିଛନ୍ତି।
ଏଥି ସହିତ ୨୪ ବର୍ଷୀୟା ଦୂତୀ ନୂଆ ମିଟ୍‌ ରେକର୍ଡ ସ୍ଥାପନ କରିଛନ୍ତି। ପୂର୍ବର ରେକର୍ଡ ୧୧. ୫୬କୁ ଦୂତୀ ଅତିକ୍ରମ କରିଛନ୍ତି। ଏହା ପୂର୍ବରୁ ସକାଳେ ସେମିଫାଇନାଲରେ ଦୂତୀ ୧୧. ୬୧ ସେକେଣ୍ଡ ସମୟ ନେଇଥିଲେ। ଫାଇନାଲରେ ସେ ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି। ଦୂତୀଙ୍କର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନ ଥିଲା ୧୧.୨୨ ସେକେଣ୍ଡ। ଗତବର୍ଷ ଜାତୀୟ ଓପନ୍‌ ଆଥଲେଟିକ୍ସରେ ସେ ଏହି ସଫଳତା ହାସଲ କରି ନିଜର ପୂର୍ବର ରେକର୍ଡରେ ସୁଧାର ଆଣିଥିଲେ। ଦୂତୀ ଏବେ ଏହି ମେଗା ଇଭେଣ୍ଟର ଅନ୍ତିମ ଦିବସରେ ରବିବାର ୨୦୦ମି. ଦୌଡ଼ରେ ଅଂଶଗ୍ରହଣ କରିବେ। ଏହି ଇଭେଣ୍ଟରେ ଦୂତୀ ଅବଶ୍ୟ ଫେଭରାଇଟ ବିବେଚିତ ହେଉଛନ୍ତି। ଉଲ୍ଲେଖଥାଉ କି, ଦୂତୀ ୨୦୧୯ ଜୁଲାଇ ୧୦ ତାରିଖରେ ଇଟାଲୀର ନାପୋଲିରେ ଅନୁଷ୍ଠିତ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସରେ ୧୦୦ମିଟର ଦୌଡ଼ରେ ୧୧.୩୨ ସେକେଣ୍ଡ ସମୟ ନେଇ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ। ସେ ପ୍ରଥମ ଭାରତୀୟ ଭାବେ ଏହି କ୍ରୀଡ଼ାରେ ୧୦୦ମି.ରେ ସ୍ବର୍ଣ୍ଣିମ ସଫଳତା ହାସଲ କରି ଇତିହାସ ସୃଷ୍ଟି କରିଥିଲେ। ପୂର୍ବରୁ କୌଣସି ଭାରତୀୟ ଓ୍ବାଲର୍‌ଡ ୟୁନିଭର୍ସିଟି ଗେମ୍ସ ଇତିହାସରେ ୧୦୦ମି. ଫାଇନାଲକୁ କ୍ୱାଲିଫାଏ କରିପାରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଶାସନ ନ ଶୁଣିବାରୁ ସାହିବାସୀ ନିର୍ମାଣ କଲେ

କବିସୂର୍ଯ୍ୟନଗର,୧୧ା୪ (କୃପାସିନ୍ଧୁ ସ୍ବାଇଁ): ପ୍ରଶାସନ ନ ଶୁଣିବାରୁ ନିଜର ସୁବିଧା ପାଇଁ ସାହିବାସୀ କଲଭର୍ଟ ନିର୍ମାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲା କବିସୂର୍ଯ୍ୟନଗର…

ରୋଷେଇ ପାଇଁ ଗ୍ୟାସ ଲଗାଉଥିଲେ ମହିଳା, ଲାଇଟର ମାରୁମାରୁ ବଡ଼ ଅଘଟଣ

ଭଞ୍ଜନଗର,୧୧।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାଗ୍‌ଦେବୀ ରୋଡରେ ଶନିବାର ମଧ୍ୟାହ୍ନରେ ରନ୍ଧନ ଗ୍ୟାସ ଲିକ୍‌ ହୋଇ ନିଆଁ ଲାଗି ଜଣେ ମହିଳା ଗୁରୁତର ହୋଇଛନ୍ତି। ସେହେଲେ…

ଜଙ୍ଗଲକୁ ଶିକାର ପାଇଁ ଯାଇ ହଟହଟା: ଏଆଇ କ୍ୟାମେରାରେ…

ଉଦଳା,୧୧।୪(ସନ୍ତୋଷ କୁମାର ବାଛିନୀ): ଜଙ୍ଗଲକୁ ଯାଇଥିଲେ ଶିକାର ପାଇଁ। ଜଙ୍ଗଲ ଭିତରେ ଲାଗିଥିବା ଏଆଇ କ୍ୟାମେରାରେ କଏଦ ହେଲେ ଶିକାରୀ। ପୋଡାଡିହା ରେଞ୍ଜ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରେ…

ଘରେ କେହି ନ ଥିବାବେଳେ ଦେହରେ ନିଆଁ ଲଗାଇ ଆତ୍ମହତ୍ୟା କଲେ ଯୁବତୀ, ପଡ଼ୋଶୀ ଆସିବାବେଳକୁ…

ପାରଳାଖେମୁଣ୍ଡି,୧୧ା୪(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ସଦରମହକୁମା ପାରଳାଖେମୁଣ୍ଡିର ଖଞ୍ଜା ସାହିରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖଞ୍ଜା ସାହିରେ ଶୁଭ୍ର ସାମଲ ନାମକ ଜଣେ…

ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ +୨ ଅନ୍‌ଲାଇନ୍‌-ଅଫ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର

ବାଲିଗୁଡ଼ା,୧୧ା୪(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡ଼ାସ୍ଥିତ ଆଦିବାସୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ +୨ ବିଜ୍ଞାନ, ବାଣିଜ୍ୟ ବିଭାଗର ଅନ୍‌ଲାଇନ୍‌ ମୂଲ୍ୟାୟନ କେନ୍ଦ୍ର ହୋଇଥିବାବେଳେ ଗତ…

ବିଜେଡି ନଗର ସଭାପତିଙ୍କ ପିତୃ ବିୟୋଗ: ଝୁରୁଛି ଗାଁ ମାଟି

ଗଞ୍ଜାମ,୧୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ଏନ୍‌ଏସି ବିଜେଡି ନଗର ସଭାପତି ତଥା ଯୁବ ସ୍ବେଚ୍ଛାସେବୀ ସୁଧୀର କୁମାର ପାଢ଼ୀଙ୍କ ବାପା କାଶୀନାଥ ପାଢ଼ୀଙ୍କ ୭୮ ବର୍ଷ ବୟସରେ…

କେନ୍ଦୁଝରରେ ଖରିଫ ଧାନ ସଂଗ୍ରହରେ ଐତିହାସିକ ସଫଳତା : ଚାଷୀ ସଂଖ୍ୟା , ଉତ୍ପାଦନରେ ନୂଆ ମାଇଲଷ୍ଟୋନ

କେନ୍ଦୁଝର,୧୧।୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ଚଳିତ ବର୍ଷ ଖରିଫ ଧାନ ସଂଗ୍ରହରେ ଐତିହାସିକ ରେକର୍ଡ ସୃଷ୍ଟି ହୋଇଛି। ଭାଜପା ରାଜ୍ୟ ସ୍ବତନ୍ତ୍ର ନିମନ୍ତ୍ରିତ କାର୍ଯ୍ୟକାରିଣୀ ସଦସ୍ୟ…

ଭୁବନେଶ୍ୱରରେ ପାକିସ୍ତାନ ଆତଙ୍କୀ ଲିଙ୍କ: ପୁଅକୁ ଦିଲ୍ଲୀ ପୋଲିସ ନେବା ପରେ ଏମିତି କହିଲେ ବାପା

ଭୁବନେଶ୍ୱର,୧୧।୪: ମୋ ପୁଅ ନିର୍ଦ୍ଦୋଷ କହିଲେ ଇମ୍ରାନଙ୍କ ବାପା। ପୁଅକୁ ଦିଲ୍ଲୀ ପୋଲିସ ଉଠାଇ ନେବା ପରେ ଏମିତି କହିଲେ ବାପା। ମୋ ପୁଅ ନିର୍ଦ୍ଦୋଷ, ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri