ଖୁବ୍‌ଶୀଘ୍ର ପରଦାକୁ ଆସିବ ସୌରଭଙ୍କ ବାୟୋପିକ୍‌

ଗତ କିଛିବର୍ଷ ହେବ ବଲିଉଡ୍‌ରେ ଖେଳାଳିଙ୍କ ବାୟୋପିକ୍‌ ନିର୍ମାଣ ହେବାର ଟ୍ରେଣ୍ଡ ଚାଲିଛି। ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ଏମ୍‌.ଏସ୍‌. ଧୋନୀଙ୍କ ବାୟୋପିକ୍‌କୁ ଦର୍ଶକ ବହୁତ ପସନ୍ଦ କରିଥିଲେ। ଏହାଛଡ଼ା ଦଙ୍ଗଲ, ମୈରୀ କମ୍‌, ଭାଗ୍‌ ମିଲ୍‌ଖା ଭାଗ, ସୁରମା, ଗୋଲ୍ଡ ପରି ଖେଳ ଉପରେ ଆଧାରିତ ବାୟୋପିକ୍‌କୁ ଦର୍ଶକ ବେସ୍‌ ପସନ୍ଦ ମଧ୍ୟ କରିଛନ୍ତି। ବର୍ତ୍ତମାନ ପୂର୍ବତନ ଭାରତୀୟ କ୍ରିକେଟ ଖେଳାଳି ମିତାଲି ରାଜଙ୍କ ବାୟୋପିକ୍‌ ଉପରେ କାମ ଚାଲିଛି। ଏଥିରେ ଅଭିନେତ୍ରୀ ତାପସୀ ପନ୍ନୁ ମୁଖ୍ୟ ଚରିତ୍ରରେ ଅଭିନୟ କରୁଛନ୍ତି। ଏବେ ଯାହା ଶୁଣିବାକୁ ମିଳୁଛି ଖୁବ୍‌ଶୀଘ୍ର ବିସିସିଆଇ ଅଧ୍ୟକ୍ଷ ତଥା ପୂର୍ବତନ କ୍ରିକେଟ ଅଧିନାୟକ ସୌରଭ ଗାଙ୍ଗୁଲୀଙ୍କ ବାୟୋପିକ୍‌ ନିର୍ମାଣ ହେବ। ଏ ନେଇ କିଛିଦିନ ପୂର୍ବେ ନିର୍ଦ୍ଦେଶକ-ପ୍ରଯୋଜକ କରଣ ଜୋହର ସୌରଭଙ୍କ ସହ କଥାବାର୍ତ୍ତା ହୋଇଥିବା ଚର୍ଚ୍ଚା ହେଉଛି। ତେବେ ସୌରଭଙ୍କୁ ଦାଦା କୁହାଯାଉଥିବାରୁ ଫିଲ୍ମର ନାମ ‘ଦାଦାଗିରି’ ହେବ ବୋଲି ଅନୁମାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ପରପାରିରେ କଣ୍ଠଶିଳ୍ପୀ ନିର୍ମଳା ମିଶ୍ର

କୋଲକାତା/ଭୁବନେଶ୍ୱର,୩୧ା୭(ବ୍ୟୁରୋ): ଲୋକପ୍ରିୟ ବଙ୍ଗୀୟ ତଥା ଓଡ଼ିଆ କଣ୍ଠଶିଳ୍ପୀ ନିର୍ମଳା ମିଶ୍ରଙ୍କ ୮୧ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଦୀର୍ଘଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ...

କିଛି ନୂଆ କରି ଦେଖାଇବାକୁ ଚାହୁଁଛନ୍ତି ଉର୍ବଶୀ

ବଲିଉଡ୍‌ ଅଭିନେତ୍ରୀ ତଥା ପୂର୍ବ ବିଶ୍ୱସୁନ୍ଦରୀ ଉର୍ବଶୀ ରୌତେଲା ସବୁବେଳେ କିଛି ନୂଆ ଶିଖିବାକୁ ଏବଂ ତାହାକୁ ପରଦା ଉପରେ ଉପସ୍ଥାପିତ କରିବାକୁ ଚାହିଁଥାନ୍ତି। ଜଣେ...

ଇରଫାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ: ବଢ଼ିଲା ସୁରକ୍ଷା

ଉଦୟପୁର, ୧୮।୪: ବଲିଉଡ ଅଭିନେତା ଇରଫାନ ଖାନ୍‌ଙ୍କୁ ଦେଖିବା ପାଇଁ ଫ୍ୟାନଙ୍କ ଭିଡ ଜମିଛି। ଟ୍ୟୁମର ଚିକିତ୍ସା ସାରି ଭାରତ ଫେରିଥିବା ଇରଫାନ ିଜ ଆଗାମୀ...

ରୋମାଣ୍ଟିକ୍‌ ଅନ୍ଦାଜରେ ସ୍ବାମୀଙ୍କ ଜନ୍ମଦିନ ପାଳିଲେ ଅନୁଷ୍କା

ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ସ୍ବାମୀ ବିରାଟ କୋହଲିଙ୍କ ସହ ୟୁଏଇରେ ଅଛନ୍ତି। ବିରାଟ ଏବେ ଆଇପିଏଲ୍‌ ବ୍ୟସ୍ତ ଥିବାବେଳେ ଅନୁଷ୍କା ଷ୍ଟାଡିୟରେ ଉପସସ୍ଥିତ...

ମା’ ଦୁର୍ଗାଙ୍କ ବେଶରେ ହେମାମାଳିନୀ

ମୁମ୍ବାଇ: ଦଶହରା ଅବସରରେ ପ୍ରଖ୍ୟାତ ଅଭିନେତ୍ରୀ ହେମାମାଳିନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଦଶହରାର ଶୁଭକାମନା ଜଣାଇଛନ୍ତି। ସେ ଭିଡିଓରେ ମା’...

ଏହି ଘଟଣା ପରେ ରେଖା-ଅମିତାଭଙ୍କ ମଧ୍ୟରେ ସମ୍ପର୍କ ହୋଇଥିଲା ନିବିଡ

ବଲିଉଡ୍‌ର ଏଭରଗ୍ରୀନ୍‌ ଅଭିନେତ୍ରୀ ହେଉଛନ୍ତି ରେଖା। ନିଜର ସୌନ୍ଦର୍ଯ୍ୟ ଏବଂ ଅଭିନୟ ଦ୍ୱାରା ସେ ପ୍ରଶଂସକଙ୍କ ହୃଦୟ ଜିତିପାରିଛନ୍ତି । ତାଙ୍କର ସୌନ୍ଦର୍ଯ୍ୟ ଆଗରେ ଆଜିବି...

ସ୍ବାମୀଙ୍କଠାରୁ ଛାଡ଼ପତ୍ର ନେବା ପରେ ଋଷିକେଶରେ ଏନ୍‌ଜୟ କରୁଛନ୍ତି ଏହି ଅଭିନେତ୍ରୀ

ମୁମ୍ବାଇ: ସାଉଥ୍‌ ଅଭିନେତ୍ରୀ ସମନ୍ଥା ରୁଥ୍‌ପ୍ରଭୁ କାମରୁ ବ୍ରେକ୍‌ ନେଇ ଛୁଟି ମନାଇବାକୁ ଉତ୍ତରାଖଣ୍ଡର ଋଷିକେଶ ଯାଇଛନ୍ତି। ଏହି ସୁଖଦ ସମୟର ଫଟୋଗୁଡ଼ିକୁ ସେ ସୋସିଆଲ...

ଅନୁତାପ କରୁଛନ୍ତି ପରିଣିତି

ପରିଣିତି ଚୋପ୍ରା ଏବେ ଅନୁତାପ କରୁଛନ୍ତି। କଥା କ’ଣ କି ନିକଟରେ ତାଙ୍କୁ ଏକ ସିନେମାର ଆଇଟମ ନମ୍ବରରେ ଡ୍ୟାନ୍ସ କରିବାକୁ ଅଫର ମିଳିଥିଲା। ଏ...

Advertisement
Archives

Model This Week