ଖୁବ୍‌ଶୀଘ୍ର ଧର୍ମପଦ ପୁରସ୍କାର

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ବହୁ ବାଦବିବାଦ ମଧ୍ୟରେ ଅଟକି ରହିଥିବା ଧର୍ମପଦ ପୁରସ୍କାରର ଭାଗ୍ୟ ଶେଷରେ ଖୋଲିବାକୁ ଯାଉଛି। ଚାରୁକଳା କ୍ଷେତ୍ରରେ ଜୀବନବ୍ୟାପୀ ସାଧନା ନିମନ୍ତେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତ କଳା ଏକାଡେମୀ ପକ୍ଷରୁ ଦିଆଯାଉଥିବା ଏହି ସର୍ବୋଚ୍ଚ ସମ୍ମାନ ଯଥାଶୀଘ୍ର ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଯଦି ସବୁକିଛି ଠିକ୍‌ଠାକ୍‌ ଚାଲେ, ତାହେଲେ ଆସନ୍ତା ଏକମାସ ମଧ୍ୟରେ ପୁରସ୍କାର ପ୍ରଦାନ ଉତ୍ସବର ଆୟୋଜନ କରାଯିବ ବୋଲି ବିଶେଷ ସୂତ୍ରରୁ ସୂଚନା ମିଳିଛି। ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଘୋଷଣା ସରିଥିଲେ ମଧ୍ୟ କୋର୍ଟକୁ ମାମଲା ଚାଲିଯାଇଥିବାରୁ ତାହା ଅଟକି ରହିଛି। ଇତିମଧ୍ୟରେ ପୁରସ୍କାର ପାଇବାକୁ ଥିବା କେତେଜଣ ଶିଳ୍ପୀଙ୍କର ପରଲୋକ ଘଟିସାରିଛି। ଏଭଳିସ୍ଥଳେ ଆଇନ ବିଭାଗର ପରାମର୍ଶ କ୍ରମେ ଖୁବ୍‌ଶୀଘ୍ର ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯିବ ବୋଲି ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପ୍ରମୁଖ ସଚିବ ମନୋରଞ୍ଜନ ପାଣିଗ୍ରାହୀ କହିଛନ୍ତି।
ଧର୍ମପଦ ପୁରସ୍କାର ପାଇଁ ବାଟ ଫିଟିବା ପରେ ପ୍ରଥମେ ୨୦୦୯ରୁ ୨୦୧୫ ପର୍ଯ୍ୟନ୍ତ ୭ବର୍ଷ ପାଇଁ ୭ ଜଣ ବିଶିଷ୍ଟ ଶିଳ୍ପୀଙ୍କୁ ପୁରସ୍କାର ପ୍ରଦାନ କରାଯିବ। ୨୦୦୯ ଲାଗି ପଟଚିତ୍ର ଶିଳ୍ପୀ ସ୍ବର୍ଗତ ଗୋକୁଳ ବିହାରୀ ପଟ୍ଟନାୟକ, ୨୦୧୦ ପାଇଁ ଚିତ୍ର ଓ ମଞ୍ଚଶିଳ୍ପୀ ସ୍ବର୍ଗତ ଅସୀମ ବସୁ, ୨୦୧୧ ଲାଗି ଖଲ୍ଲିକୋଟ କଳା ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡ. ଦୁର୍ଗାପ୍ରସାଦ ଦାସ, ୨୦୧୨ ଲାଗି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ସାହୁ, ୨୦୧୩ ଲାଗି ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଚିତ୍ରଶିଳ୍ପୀ ଯତୀନ ଦାସ, ୨୦୧୪ ପାଇଁ ଶିଳ୍ପୀ ଓ କଳା ସମାଲୋଚକ ସ୍ବର୍ଗତ ଡ. ଦିନନାଥ ପାଠୀ ଓ ୨୦୧୫ ଲାଗି ପଦ୍ମବିଭୂଷଣ ଡ. ରଘୁନାଥ ମହାପାତ୍ରଙ୍କୁ ପୁରସ୍କୃତ କରାଯିବ। ତେବେ ପରଲୋକଗତ ଶିଳ୍ପୀମାନଙ୍କୁ ପ୍ରଥମଥର ଲାଗି ଏକାଡେମୀ ମରଣୋତ୍ତର ଭାବେ ସମ୍ମାନିତ କରିବ। ଏହି ଅବସରରେ ଶିଳ୍ପୀମାନଙ୍କୁ ୧ଲକ୍ଷ ଟଙ୍କାର ଅର୍ଥରାଶି ସହ ଉପଢୌକନ ଓ ମାନପତ୍ର ପ୍ରଦାନ କରାଯିବ। ସେହିପରି ୨୦୧୪ ପାଇଁ ଏକାଡେମୀ ପକ୍ଷରୁ ଚିତ୍ରଶିଳ୍ପୀ ସ୍ବର୍ଗତ ଶରତ କୁମାର ରଥ, ସ୍ବର୍ଗତ ହରିସିହ୍ନା ବାବୁ, ଟେରାକୋଟା ଶିଳ୍ପୀ ସ୍ବର୍ଗତ ଦେବରାଜ ସାହୁ, ଚିତ୍ରଶିଳ୍ପୀ ସ୍ବର୍ଗତ ପ୍ରମୋଦ ମହାନ୍ତି ଏବଂ ଚିତ୍ରଶିଳ୍ପୀ ମହେନ୍ଦ୍ର ପ୍ରସାଦ ମହାପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯିବ। ୨୦୧୫ ଲାଗି ଚିତ୍ରଶିଳ୍ପୀ ଚନ୍ଦ୍ରମଣୀ ବିଶ୍ୱାଳ, ଚିତ୍ରଶିଳ୍ପୀ ସ୍ବର୍ଗତ ଚିତ୍ରା ପଟ୍ଟନାୟକ, ଚିତ୍ରଶିଳ୍ପୀ କୈଳାସ ମେହେର, ରାମହରି ଜେନା ଏବଂ ଶୈଳବାଳା ନାୟକଙ୍କୁ ଏକାଡେମୀ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ଏହାସହ ୨୦୧୫ରୁ ୨୦୨୦ ପର୍ଯ୍ୟନ୍ତ ଧର୍ମପଦ ପୁରସ୍କାର ଲାଗି ପ୍ରତିଭାଙ୍କୁ ଖୁବ୍‌ଶୀଘ୍ର ମନୋନୀତ କରାଯିବାକୁ ମଧ୍ୟ ନିଷ୍ପତ୍ତି ହୋଇଛି।
୨୦୦୮ରେ ପୁରସ୍କାର ଘୋଷଣା ସମୟରେ ବିବାଦ ଦେଖାଦେବାରୁ ଆଉ ପୁରସ୍କାର ଦିଆଯାଇ ନ ଥିଲା। ଏନେଇ ବାଦବିବାଦ ଲାଗି ରହିବା ଫଳରେ ପୁରସ୍କାର ପ୍ରଦାନ ନେଇ ଅନିଶ୍ଚିତତା ଲାଗିରହିଥିଲା। ତାହାରି ଭିତରେ ପୁରସ୍କାର ରାଶିକୁ ସରକାର ଦ୍ବିଗୁଣିତ କରିବା ସହ ୨୦୧୫ ସୁଦ୍ଧା ଦେବାକୁ ନିଷ୍ପତ୍ତି ହୋଇଥିଲା। ୨୦୧୫ରେ ଏକ କମିଟି ଗଠନ କରାଯିବା ସହ ଶିଳ୍ପୀ ଚୟନ କରାଯାଇ ୭ବର୍ଷ ଲାଗି ପୁରସ୍କାର ପ୍ରଦାନ ପାଇଁ ଘୋଷଣା ହୋଇଥିଲା। ହେଲେ କେତେଜଣ ଶିଳ୍ପୀ କୋର୍ଟରେ ମାମଲା କରିବାରୁ ପୁରସ୍କାର ଦିଆଯାଇପାରି ନାହିଁ। ତେବେ ପୁରସ୍କାର ଦିଆଯାଇପାରିବ ନାହିଁ ବୋଲି କୌଣସି କଟକଣା ନ ଥିବାରୁ ଆଇନ ବିଭାଗ ପରାମର୍ଶ କ୍ରମେ ଉତ୍ସବ ଆୟୋଜନ କରିବାକୁ ଏକାଡେମୀ ନିଷ୍ପତ୍ତି ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri