ଖୁବ୍‌ଶୀଘ୍ର ଜାମୁଝରୀରେ ଉଦ୍‌ଘାଟନ ହେବ ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ: ଜେଲର, ଓ୍ବାର୍ଡନ ଅତ୍ୟାଧୁନିକ ପ୍ରଣାଳୀରେ ନେବେ ପ୍ରଶିକ୍ଷଣ

ଭୁବନେଶ୍ୱର,୬।୧୧(ବ୍ୟୁରୋ):ରାଜ୍ୟର ୯୦ ଜେଲରେ ରହୁଥିବା ଜେଲର ଓ ଅନ୍ୟ କର୍ମଚାରୀଙ୍କୁ ପ୍ରଶିକ୍ଷଣ ଦେବାକୁ ବ୍ରହ୍ମପୁରରେ ଗୋଟିଏମାତ୍ର ଟ୍ରେନିଂ ଇଷ୍ଟିଚ୍ୟୁଟ୍‌ ରହିଛି। ପୁରୁଣା ଢାଞ୍ଚା ଓ ଦୂର ସ୍ଥାନ ହୋଇଥିବାରୁ ବିଭିନ୍ନ ସ୍ଥାନରୁ ଜେଲରମାନେ ଯାଇ ଟ୍ରେନିଂ ନେବାରେ ସମସ୍ୟା ହେଉଛି। ଏବେ କିନ୍ତୁ ଏହି ସମସ୍ୟା ଦୂର ହେବାକୁ ଯାଉଛି। ଖୋର୍ଦ୍ଧା ଜିଲା ଜାମୁଝରୀ ନିକଟରେ ଅତ୍ୟାଧୁନିକ ଢାଞ୍ଚାରେ ‘ମହାତ୍ମା ଗାନ୍ଧୀ ଟ୍ରେନିଂ ଏକାଡେମୀ’ ନିର୍ମାଣ କରାଯାଇଛି। ୧୪ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ଟେନିଂ ଇନ୍‌ଷ୍ଟିଚ୍ୟୁଟ୍‌ ଖୁବ୍‌ଶୀଘ୍ର ଉଦ୍‌ଘାଟନ ହେବ ବୋଲି ନିକଟରେ ଅନୁଷ୍ଠିତ ବୈଠକରେ ନିଷ୍ପତ୍ତି ହୋଇଥିବା ବିଭାଗୀୟ ଡିଜି ସତ୍ୟଜିତ୍‌ ମହାନ୍ତି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଜେଲର, ଓ୍ବାର୍ଡନ ଓ ଅନ୍ୟ କର୍ମଚାରୀମାନେ ଏଠାରେ ଅତ୍ୟାଧୁନିକ ପ୍ରଣାଳୀରେ ଟ୍ରେନିଂ ନେଇପାରିବେ। ଜେଲ ଓ କଏଦୀଙ୍କ ସୁରକ୍ଷା, କଏଦୀଙ୍କୁ ଶୃଙ୍ଖଳିତ ପରିଚାଳନା ସହ ଭଲ ବ୍ୟବହାର ପ୍ରଦର୍ଶନ ମାଧ୍ୟମର ପରିବର୍ତ୍ତନ ଆଦି ଉପରେ ସ୍ବତନ୍ତ୍ର ଶିକ୍ଷା ଦିଆଯିବ। ଅନେକ ସମୟରେ କଏଦୀଙ୍କୁ କୋର୍ଟକୁ ନେବା ସମୟରେ ଚମ୍ପଟ ମାରୁଛନ୍ତି। ଏହାକୁ କିଭଳି ରୋକିହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଦିବ। ବିଶେଷକରି ଅଧିକ ଦିନ ଜେଲ୍‌ ଦଣ୍ଡ ଭୋଗୁଥିବା କଏଦୀ ଯେପରି ମାନସିକ ସଜା ନ ଭୋଗନ୍ତି, ସେଥିପାଇଁ ପାଠ ପଢ଼ାଯିବ।
ଏହାସହ ତିହାର ଜେଲ ଭଳି ଓଡିଶାରେ ମଧ୍ୟ ଜେଲ ବିଭାଗ ପକ୍ଷରୁ ଇ-ମାର୍କେଟିଂ ବ୍ୟବସ୍ଥା ଆରମ୍ଭ କରାଯିବ। ରାଜ୍ୟରେ ଏବେ ପ୍ରାୟ ୧୮ ହଜାର କଏଦୀ ରହିଛନ୍ତି। ସେମାନଙ୍କ ମଧ୍ୟରେ ଅଢେଇ ହଜାର ସଜା ପାଇଥିବା ବେଳେ ୧୬ ହଜାର ବିଚାରାଧୀନ କଏଦୀ ରହିଛନ୍ତି। ସଜା ପାଇଥିବା କଏଦୀମାନେ ବିଭିନ୍ନ ବ୍ୟବସାୟିକ ସାମଗ୍ରୀ ପ୍ରସ୍ତୁତ କରି ଜେଲ ବିଭାଗକୁ ଆୟ ଦେଉଛନ୍ତି। ୨୦୧୮-୧୯ ଆର୍ଥିକ ବର୍ଷରେ କଏଦୀମାନେ ୬୬ଲକ୍ଷ ଟଙ୍କା ଆୟ କରିଛନ୍ତି। ଇ-ମାର୍କେଟିଂ ଦ୍ୱାରା କଏଦୀଙ୍କ ଦ୍ୱାରା ପ୍ରସ୍ତୁତ ସାମଗ୍ରୀକୁ ସ୍ବତନ୍ତ୍ର ଟ୍ରେଡ୍‌ମାର୍କ ଲଗାଇ ବଜାରକୁ ଛଡ଼ାଯିବ। ଏଥିପାଇଁ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଖୋଲାଯିବ। ପ୍ରତିଦିନ କଏଦୀଙ୍କ ଖାଇବା ବାବଦରେ ୬୬ ଟଙ୍କା ଖର୍ଚ୍ଚ ହେଉଥିବାବେଳେ ସଜା ପାଇଥିବା କଏଦୀଙ୍କୁ ପାରିଶ୍ରମିକ ବାବଦ ୪୦ ଟଙ୍କା ପାରିଶ୍ରମିକ ଦିଆଯାଉଛି, ଯାହାକି ତାଙ୍କ ଆକାଉଣ୍ଟରେ ରଖାଯିବ। ଏହାସହ ଜେଲରେ ଖାଲି ପଡିଥିବା ଡାକ୍ତର ପଦବୀ, ବିଲ୍ଡିଂ, ପାଣି ଓ ଆଲୋକ ବ୍ୟବସ୍ଥା କରାଯିବ ବୋଲି ଡିଜି ମହାନ୍ତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri