ଖୁବ୍‌ଶୀଘ୍ର ଖୋଲିବ ୪୫ ନୂଆ କୋର୍ଟ: ମହିଳାଙ୍କୁ ମିଳିବ ତ୍ୱରିତ ନ୍ୟାୟ

ଭୁବନେଶ୍ୱର, ୧୫-୧(ବ୍ୟୁରୋ):ମହିଳାଙ୍କୁ ସୁରକ୍ଷା ଓ ସାମାଜିକ ନ୍ୟାୟ ପ୍ରଦାନ କ୍ଷେତ୍ରରେ ଓଡ଼ିଶା ଏକ ଅଗ୍ରଣୀ ରାଜ୍ୟ ଭାବେ ପରିଗଣିତ ହୋଇଛି। ମହିଳାମାନେ କିଭଳି ସ୍ବାବଲମ୍ବୀ ହୋଇ ଆର୍ଥିକ ଦୃଷ୍ଟିକୋଣରୁ ସଶକ୍ତ ହୋଇପାରିବେ ଓ ସମାଜରେ ଆତ୍ମସମ୍ମାନର ସହ ବଞ୍ଚତ୍ବେ, ସେଥିପାଇଁ ସେମାନଙ୍କ ଶିକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ସେମାନଙ୍କୁ ବିଭିନ୍ନ ସୁବିଧାସୁଯୋଗ ପ୍ରଦାନ ସହ ବ୍ୟାଙ୍କ ଋଣ ଜରିଆରେ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ମଙ୍ଗଳବାର ପୂର୍ବାହ୍ନରେ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଓଡ଼ିଶା ରାଜ୍ୟ ମହିଳା ଆୟୋଗର ୨୭ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଜେନା କହିଲେ, ମହିଳାମାନେ କିଭଳି ସୁରକ୍ଷିତ ରହିବେ, ସେମାନଙ୍କୁ ତ୍ୱରିତ ନ୍ୟାୟ ପ୍ରଦାନ କରାଯାଇପାରିବ, ସେଥିପାଇଁ ରାଜ୍ୟରେ ଖୁବ୍‌ଶୀଘ୍ର ୪୫ ନୂତନ କୋର୍ଟ ଖୋଲାଯିବ। ଏଥିମଧ୍ୟରେ ନାବାଳିକାଙ୍କ କ୍ଷେତ୍ରରେ ହେଉଥିବା ମାମଲାଗୁଡ଼ିକର ଶୀଘ୍ର ବିଚାର ପାଇଁ ୨୪ ପୋକ୍‌ସୋ କୋର୍ଟ ରହିଛି ବୋଲି ସେ କହିଥିଲେ।
ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ, ରାଜ୍ୟର ମହିଳାଙ୍କ ସର୍ବାଙ୍ଗୀନ ବିକାଶ ନିମନ୍ତେ ତାଙ୍କ ବିଭାଗ ଆନ୍ତରିକ ଉଦ୍ୟମ କରିଆସୁଛି। ପ୍ରତିଷ୍ଠା ଦିବସରେ ଅଧ୍ୟକ୍ଷତା କରି ଆୟୋଗ ଅଧ୍ୟକ୍ଷା ଡ. ମିନତି ବେହେରା କହିଲେ, ମହିଳାଙ୍କ ସାମାଜିକ-ଅର୍ଥନୈତିକ ବିକାଶ ଉପରେ ଆୟୋଗ ସର୍ବଦା ତତ୍ପରତା ପ୍ରକାଶ କରିଆସିଛନ୍ତି। ଆୟୋଗ ଅଧୀନରେ ପଞ୍ଜୀକୃତ ୭୨୨୯୯ଟି ମାମଲା ମଧ୍ୟରୁ ୬୨୩୦୩ଟିର ସମାଧାନ ହୋଇଥିବାବେଳେ ୯୯୯୬ ମାମଲାର ଶୁଣାଣି ଚାଲୁ ରହିଛି। ଏହାବ୍ୟତୀତ ସମ୍ବେଦନଶୀଳ ଘଟଣାଗୁଡ଼ିକରେ ଆୟୋଗ ସ୍ବତଃପ୍ରବୃତ୍ତ ଭାବେ ମାମଲା ଗ୍ରହଣ କରି ମହିଳାଙ୍କ ଅଧିକାର ଓ ସ୍ବାର୍ଥକୁ ବଜାୟ ରଖିବାରେ ପ୍ରଚେଷ୍ଟା ଜାରି ରଖିଛନ୍ତି। ବିଶିଷ୍ଟ ଅତିଥି ଜାତୀୟ ମହିଳା ଆୟୋଗ ସଦସ୍ୟା ଚନ୍ଦ୍ରମୁଖୀ ଦେବୀ କହିଲେ, ନିର୍ଯାତିତା ମହିଳାଙ୍କୁ ଗୋଟିଏ ଛାତତଳେ ଆଇନ ପରାମର୍ଶ, ଡାକ୍ତରୀ ଚିକିତ୍ସା, ମାନସିକ ପରାମର୍ଶ ଯୋଗାଇଦେବା ନିମନ୍ତେ ‘ୱାନ୍‌ଷ୍ଟପ୍‌ ସେଣ୍ଟର-ସଖୀ’ ଏକ ସମୟୋପଯୋଗୀ ପରିକଳ୍ପନା। ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗର ଯୁଗ୍ମ ସଚିବ ନିତ୍ୟାନନ୍ଦ ବାରିକ ରାଜ୍ୟର ସମସ୍ତ ଜିଲାରେ କାର୍ଯ୍ୟକ୍ଷମ ହୋଇଥିବା ୱାନ୍‌ଷ୍ଟପ୍‌ ସେଣ୍ଟରର ସୁପରିଚାଳନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ‘ସଖୀ’ କେନ୍ଦ୍ରର ଉତ୍ତମ ପରିଚାଳନା ସମ୍ବନ୍ଧୀୟ ଏକ କର୍ମଶାଳା ଆୟୋଜନ ହୋଇଥିଲା। ଲକ୍ଷ୍ନୌରୁ ଆସିଥିବା ଅଭିଜ୍ଞ ସଖୀ ପରିଚାଳିକା ଅର୍ଚ୍ଚନା ସିଂ ‘ସଖୀ’ର ଉତ୍ତମ ପରିଚାଳନା ଓ କାର୍ଯ୍ୟକାରିତା ଉପରେ ଦିଗ୍‌ଦର୍ଶନ ଦେଇଥିଲେ।
ଏହି ଅବସରରେ କର୍ମକ୍ଷେତ୍ରରେ ସଫଳତା ହାସଲ କରିଥିବା ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ମହିଳା ଆୟୋଗର ମୁଖପତ୍ର ‘ହସ ଫୁଟିଲା ଓ ପରିବାର ତିଷ୍ଠିଲା’ ଉନ୍ମୋଚିତ ହୋଇଥିଲା। ଆୟୋଗ ସଦସ୍ୟା ସ୍ନେହାଞ୍ଜଳି ମହାନ୍ତି ସ୍ବାଗତ ଭାଷଣ ଓ ଜଲିନା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri