ଖୁଦୁରୁକୁଣୀ ପୂଜାରେ ଅଘଟଣ: ଋଷିକୂଲ୍ୟାକୁ ପାଣି ଆଣିବାକୁ ଯାଇ ଭାସିଗଲେ ୫ ବାଳିକା; ୪ ଉଦ୍ଧାର, ଜଣେ ନିଖୋଜ

ଶେରଗଡ଼,୨୫।୮(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ଅନ୍ତର୍ଗତ କାଞ୍ଜିଆମା ଗ୍ରାମ ଦେଇ ବହିଯାଇଥିବା ଋଷିକୂଲ୍ୟା ନଦୀରେ ରବିବାର ସକାଳେ ୫ ବାଳିକା ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୪ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଜଣେ ନିଖୋଜ ଅଛନ୍ତି। ସେ ହେଲେ ସିଲି ବେହେରା(୧୩)।
ସୂଚନାନୁଯାୟୀ, ସିଲି ଅନ୍ୟ ୪ ସାଙ୍ଗଙ୍କ ସହ ମିଶି ଖୁଦୁରୁକୁଣୀ ଓଷା ପାଇଁ ପାଣି ଆଣିବାକୁ ଯାଇ ନଦୀରେ ଭାସି ଯାଇଥିଲେ। ପରେ ଗ୍ରାମବାସୀ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀ ପହଞ୍ଚି ୪ ଜଣଙ୍କୁ ନଦୀରୁ ଉଦ୍ଧାର କରିଥିଲେ। ତେବେ ଦୀର୍ଘ ଘଣ୍ଟା ପ୍ରଚେଷ୍ଟା ସତ୍ତ୍ୱେ ଏଯାବତ୍‌ ସିଲିଙ୍କୁ ଉଦ୍ଧାର କରାଯାଇ ପାରିନାହିଁ। ଉଦ୍ଧାର ୪ ବାଳିକାଙ୍କୁ ହିଞ୍ଜିଳିକାଟୁ ମେଡିକାଲରେ ଭର୍ତ୍ତି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୧ରୁ ପୋର୍ଟ ଟ୍ରକ୍‌ ମାଲିକ ସଂଘର ଆନ୍ଦୋଳନ

ଛତ୍ରପୁର,୨୯ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଥିବା ବିଭିନ୍ନ ଶିଳ୍ପାନୁଷ୍ଠାନଗୁଡିକୁ ମାଲ ପରିବହନ ନେଇ ବ୍ୟବସ୍ଥା କରିବାକୁ ଗୋପାଳପୁର ପୋର୍ଟ ଟ୍ରକ ମାଲିକ ସଂଘ ପକ୍ଷରୁ...

ଚଳିତ ବର୍ଷ ରାୟଗଡାରେ ହେବ ନାହିଁ ରଥଯାତ୍ରା

ରାୟଗଡ଼ା ଅଫିସ,୧୭।୬-କରୋନା ମହାମାରୀକୁ ଦୃଷ୍ଟିରେ ରଖି ରାୟଗଡ଼ା ଜଗନ୍ନାଥ ମନ୍ଦିର ଶ୍ରଦ୍ଧା ଶ୍ରୀକ୍ଷେତ୍ରରେ ଚଳିତ ବର୍ଷ ରଥଯାତ୍ରା ହେବ ନାହିଁ। ଜଗନ୍ନାଥ ମନ୍ଦିର ଭିତରେ କେବଳ...

ମେରାଇନ ଡ୍ରାଇଭ୍‌ ଇକୋ ରିଟ୍ରିଟ୍‌ ଉଦ୍‌ଘାଟିତ

କୋଣାର୍କ, ୧୫।୧୨(ଡି.ଏନ.ଏ): କୋଣାର୍କ-ପୁରୀ ବେଳାଭୂମି ରାସ୍ତାର ସାହୁଖଣତା ଠାରେ ଗୁଜରାଟର ରାନ୍‌ ଉତ୍ସବ ଢାଞ୍ଚାରେ ଆୟୋଜିତ ‘ମେରାଇନ ଡ୍ରାଇଭ ଇକୋ ରିଟ୍ରିଟ’କୁ ଶନିବାର ମୁଖ୍ୟମନ୍ତ୍ରୀ ନବୀନ...

ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ, ସାଧାରଣରେ ଅସନ୍ତୋଷ

କେନ୍ଦୁଝର,୭ା୫(ସ୍ବ.ପ୍ର.): କେନ୍ଦୁଝର ପୁରୁଣା ସହର ମାଉସୀମା ମନ୍ଦିର ନିକଟରେ ଶୌଚାଳୟ ନିର୍ମାଣ କରିବା ସହ ମନ୍ଦିର ପାର୍ଶ୍ୱଦେଇ ସେଠାକୁ ଯିବା ପାଇଁ ରାସ୍ତା ନିର୍ମାଣ କରାଯାଇଥିବାରୁ...

ବନ୍ଧା ପଡିଛି ମଣିଷ ପଣିଆ: ଆହାରକେନ୍ଦ୍ର ଶେଷ ଠିକଣା

ଚାନ୍ଦବାଲି,୬ା୧୧(ଡି.ଏନ.ଏ.)-ଆଖିକୁ ଭଲ ଦେଖାଯାଉ ନ ଥିବା ଜଣେ ୯୦ ବର୍ଷର ବୃଦ୍ଧାଙ୍କୁ କେହି ଆଣି ଭଦ୍ରକ ଜିଲା ଚାନ୍ଦବାଲି ଏନଏସି ଆହାର କେନ୍ଦ୍ର ବାରଣ୍ଡାରେ ସୋମବାର...

ପରେଡ୍‌ ଗ୍ରାଉଣ୍ଡ ବନ୍ଦ, ଖେଳକୁଦରେ ସମସ୍ୟା

ରାଉରକେଲା ଅଫିସ,୧୪।୨: ରାଉରକେଲା ଉଦିତନଗର ସ୍ଥିତ ପରେଡ୍‌ ଗ୍ରାଉଣ୍ଡ ଖେଳ ପଡିଆକୁ ବନ୍ଦ ରଖାଯାଇଥିବାରୁ ସ୍ଥାନୀୟ ଶିକ୍ଷାନୁଷ୍ଠାନ ଏବଂ କ୍ରୀଡାବିତ୍‌ଙ୍କ ଖେଳକୁଦରେ ଅସୁବିଧା ହେଉଛି। ଫଳରେ...

ଗୁରୁବେଡା ଜଙ୍ଗଲରେ ହାତୀ ମୃତ୍ୟୁ ଘଟଣା: ତଦନ୍ତ କଲେ ଆଡିସନାଲ ପିସିସିଏଫ

କେନ୍ଦୁଝର, ଯୋଡା ୧୫।୬(ସ୍ବ.ପ୍ର.)/(ଡି.ଏନ.ଏ.)-କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଯୋଡା ସେକ୍ସନର ଗୁରୁବେଡା ଗ୍ରାମ ପାଖ ବୈତରଣୀ (ଖ) ସଂରକ୍ଷିତ ଜଙ୍ଗଲରେ ରବିବାର ୨ହାତୀଙ୍କ ମୃତଦେହ ଠାବ...

ସରପଞ୍ଚ ପ୍ରାର୍ଥୀଙ୍କ ଲଟେରି ଥୋପ

ଗୋଲାମୁଣ୍ଡା,୧୫।୨(ଡି.ଏନ.ଏ.):କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ କୁହୁରା ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ସସ୍ମିତା ନାଏକ ଲଟେରି ଲୋଭ ଦେଖାଇ ପ୍ରଚାର ଆରମ୍ଭ କରିଛନ୍ତି। ଘରକୁ ଘର ବୁଲି...

Advertisement
Archives

Model This Week