ଖାଦ୍ୟ ରୁଚି: ପୁରି

ଏମିତିରେ ଅଟା କିମ୍ବା ମଇଦାରେ ପ୍ରସ୍ତୁତ ପୁରି ସମସ୍ତେ ଖାଇଥାନ୍ତି । ହେଲେ ଆପଣ ଚାହିଁଲେ ଏଥିରେ କିଛି ନୂଆ ଟେଷ୍ଟ ଆଡ୍‌ କରି ପାରିବେ । ଆସନ୍ତୁ ଜାଣିବା ବିଭିନ୍ନ ପ୍ରକାର ପୁରି ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ…

ବିଟ୍‌ ପୁରି
ଏହି ପୁରି ଦେଖିବାକୁ ଯେତିକି କଲରଫୁଲ ଖାଇବାକୁ ସେତିକି ମଜାଦାର। ଏହାକୁ ପ୍ରସ୍ତୁତ କରିବା ଲାଗି ପ୍ରଥମେ ବିଟ୍‌କୁ ଚକଟି ଭଲ ଭାବେ ବାଟି ପେଷ୍ଟ ପ୍ରସ୍ତୁତ କରନ୍ତୁ। ଆବଶ୍ୟକ ମାତ୍ରାରେ ଅଟା ନେଇ ସେଥିରେ ଏହି ପେଷ୍ଟ, ଜୁଆଣି, ଲୁଣ, ଅଳ୍ପ ତେଲ ଏବଂ ପାଣି ପକାଇ ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ବେଲି ତେଲରେ ଛାଣି ଦିଅନ୍ତୁ। ଆଳୁ ତରକାରି ସାଙ୍ଗେ ଏହାକୁ ଖାଇବାର ମଜା ନିଅନ୍ତୁ।
ପାଲକ ପୁରି
ପାଳଙ୍ଗ ଶାଗକୁ ସିଝାଇ ଗ୍ରାଇଣ୍ଡ କରି ଦିଅନ୍ତୁ। ଏହାକୁ ଅଟାରେ ମିଶାନ୍ତୁ। ଅଳ୍ପ ରାଶି, କଞ୍ଚା ଲଙ୍କା, ଜୁଆଣି, ଲୁଣ ଏବଂ ଆବଶ୍ୟକ ପାଣି ଦେଇ ଚକଟି କିଛି ସମୟ ଛାଡି ଦିଅନ୍ତୁ। ବର୍ତ୍ତମାନ ଏକ କଡେଇରେ ତେଲ ଗରମ କରନ୍ତୁ। ରଖା ଯାଇଥିବା ଚକଟା ଅଟାକୁ ଛୋଟ ଛୋଟ ଗୋଲ କରି ବେଲି ଛାଣନ୍ତୁ। ପ୍ରସ୍ତୁତ ହୋଇଗଲା ପାଲକ ପୁରି।
ମଟର ପୁରି
ପ୍ରଥମେ ଏକ କଡେଇରେ ତେଲ ଗରମ କରି ସେଥିରେ ଜିରା, ମଟର, ଲୁଣ ପକାଇ ଭାଜନ୍ତୁ। ଅଳ୍ପ ସମୟ ପରେ ସେଥିରେ କଟା ଅଦା, କଞ୍ଚା ଲଙ୍କା, ଆମଚୁର ପାଉଡର ପକାଇ ଭାଜନ୍ତୁ। ଏହା ଥଣ୍ଡା ହେବା ପରେ ଗ୍ରାଇଣ୍ଡ କରି ଦିଅନ୍ତୁ। ଅନ୍ୟ ଏକ ପାତ୍ରରେ ଅଟା, ପାଣି ଏବଂ ଅଳ୍ପ ଲୁଣ ନେଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ଛୋଟ ଛୋଟ ଗୋଲ କରି ବେଲନ୍ତୁ ଏବଂ ଏହା ଭିତରେ ରଖାଯାଇଥିବା ମଟରକୁ ପୂର ଆକାରରେ ଦେଇ ପୁନର୍ବାର ବେଲନ୍ତୁ। ତେଲରେ ଛାଣି ଗରମ ଗରମ ଏହି ସ୍ବାଦିଷ୍ଟ ପୁରିର ଆନନ୍ଦ ନିଅନ୍ତୁ। ଆଚାର ସହ ଏହାର କମ୍ବିନେଶର ଖୁବ୍‌ ଟେଷ୍ଟି।
କଟ୍ଟୁ ପୁରି
ଅଟାରେ ସିଝା ଆଳୁ, ଛୋଟ ଛୋଟ କଟା ହୋଇଥିବା କଞ୍ଚା ଲଙ୍କା ଏବଂ ଧନିଆ ପତ୍ର, ଆବଶ୍ୟକ ମାତ୍ରାରେ ସୈନ୍ଧବ ଲବଣ, ଲାଲ ଲଙ୍କା ପାଉଡର, ପାଣି ମିଶାଇ ଭଲ ଭାବେ ଚକଟି ଦିଅନ୍ତୁ। ଏହାକୁ ବେଲି ତେଲରେ ଛାଣି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଟେଷ୍ଟି କଟ୍ଟୁ ପୁରି। ଏହାକୁ ରାଇତା କିମ୍ବା ଦହି ସହ ଖାଇବାର ମଜା ନିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାଜିଲକୁ ବଞ୍ଚାଇଲେ ଭିନିସିଅସ

ଇଷ୍ଟ ରଦରଫୋର୍ଡ,୧୪ା୬- ଭିନିସିଅସ ଜୁନିୟରଙ୍କ ଗୋଲ ବଳରେ ମରକୋ ବିପକ୍ଷ ମ୍ୟାଚ୍‌କୁ ବ୍ରାଜିଲ ୧-୧ ଗୋଲ୍‌ରେ ଡ୍ର’ ରଖିଛି। ଏହି ମ୍ୟାଚ୍‌ରେ ମରକୋ ବିଶ୍ୱକପ୍‌ ଇତିହାସର ପ୍ରଥମ…

ଅଡବା ପୋଲିସର ଚଢ଼ାଉ, ୧୫୦ ଲିଟର ଦେଶୀ ମଦ…

ମୋହନା,୧୪।୬( ମନ୍ମଥ ମିଶ୍ର ): ଗଜପତି ଜିଲା ଅଡବା ପୋଲିସର ଚଢ଼ାଉ କରି ୧୫୦ ଲିଟର ଦେଶୀ ମଦ ନଷ୍ଟ କରିଛି । ଏଭଳି ଘଟଣା ଦେଖିବାକୁ…

ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନକୁ ହରାଇଲା ଭାରତ

ବର୍ମିଂହାମ, ୧୪ା୬: ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ଏବଂ ପରେ ଦୀପ୍ତି ଶର୍ମାଙ୍କ ୫ ଉଇକେଟ ସଫଳତା ବଳରେ ରବିବାର ଖେଳାଯାଇଥିବା ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ…

ଗ୍ୟାରେଜ୍‌ରେ ପଶି ମାଲିକଙ୍କୁ ଗୁଳିକରି ହତ୍ୟା

ନୟାଗଡ଼,୧୪।୬(ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଗଣିଆ ଥାନା ଅଧୀନ ପାଣ୍ଡରାସିଂହା ଛକରେ ରବିବାର ସନ୍ଧ୍ୟାରେ ଏକ ଗୁଳିକାଣ୍ଡ ଘଟିଛି। ଦୁର୍ବୃତ୍ତମାନେ ଗ୍ୟାରେଜ୍‌ରେ ପଶି ଅତର୍କିତ ଫାୟାରିଂ କରିଥିଲେ।…

ମହିଳା ବିଶ୍ୱକପ୍‌ରେ ପାକିସ୍ତାନ ସହ ହାତ ମିଳାଇଲା ନାହିଁ ଭାରତ

ବର୍ମିଂହାମ, ୧୪ା୬: ପଡ଼ୋଶୀ ପାକିସ୍ତାନ ସହ ହାତ ନ ମିଳାଇବା ନୀତି ଭାରତ ଜାରି ରଖିଛି। ରବିବାର ମହିଳା ବିଶ୍ୱକପ୍‌ ମ୍ୟାଚ୍‌ରେ ଭାରତର ଅଧିନାୟିକା ହରମନପ୍ରୀତ କୌର…

ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆଡମିଟ୍‌ କାର୍ଡ ଜାରି, ଜୁନ୍‌ ୨୧ରେ…

ନୂଆଦିଲ୍ଲୀ,୧୪ା୬ : ଏନ୍‌ଇଇଟି-ୟୁଜି ସାନି ପରୀକ୍ଷା ଆସନ୍ତା ୨୧ରେ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ପରୀକ୍ଷା ପରିଚାଳନାକାରୀ ସଂସ୍ଥା ନ୍ୟାଶନାଲ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ) ଆଡମିଟ୍‌ କାର୍ଡ…

ବରଗଡ଼ରେ ଆତଙ୍କ ମଚାଉଛନ୍ତି ଲୁଟେରା, ଦିବା ଆଲୋକରେ ଲୁଟପାଟ୍

ବରଗଡ଼,୧୪।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଲୁଟେରାମାନଙ୍କ ଦୌରାତ୍ମ୍ୟ ବଢ଼ି ଯାଇଛି । ଗତ ୩ଦିନତଳେ କଲାପାଣି ଛକ ନିକଟରେ ବିଚ୍‌ରାସ୍ତା ଉପରୁ ଜଣେ ମହିଳାଙ୍କ ସୁନାଚେନ୍‌ ଲୁଟ୍‌ ହୋଇଥିବାବେଳେ…

ମହିଳା ଟି୨୦ ବିଶ୍ୱକପ୍‌: ପାକିସ୍ତାନ ସମ୍ମୁଖରେ ୧୭୧ ରନ୍‌ର ଚ୍ୟାଲେଞ୍ଜିଂ ଟାର୍ଗେଟ

ବର୍ମିଂହାମ,୧୪ା୬: ଚଳିତ ମହିଳା ଟି୨୦ କ୍ରିକେଟ ବିଶ୍ୱକପ୍‌ରେ ରବିବାର ଖେଳାଯାଉଥିବା ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଓ ପାକିସ୍ତାନ ପରସ୍ପରକୁ ଭେଟିଛନ୍ତି। ସ୍ମୃତି ମନ୍ଧାନାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri