ଖାଦ୍ୟକୁ ଆଉ ଥରେ ଗରମ କରୁଛନ୍ତି କି, ତା’ହେଲେ ହୋଇଯାଆନ୍ତୁ ସାବଧାନ

ପ୍ରାୟ ସମୟରେ ଖାଦ୍ୟ ବଳକା ରହିଗଲେ ଆମେ ତାକୁ ଫ୍ରିଜ୍‌ରେ ରଖି ଦେଇଥାଉ। ପରେ ସେହି ଖାଦ୍ୟକୁ ପୁଣି ଥରେ ଗରମ କରି ସର୍ଭ କରିଥାଉ। କିନ୍ତୁ ଜାଣିଛନ୍ତି କି, ଦ୍ୱିତୀୟ ଥର ଗରମ କରି ଖାଉଥିବା ଖାଦ୍ୟ ଆମ ଶରୀର ପାଇଁ କେତେ କ୍ଷତିକାରକ। କାରଣ ଫ୍ରିଜ୍‌ରେ ସାଇତି ରଖିଥିବା ଖାଦ୍ୟକୁ ପୁଣି ଥରେ ଗରମ କଲେ ଏହାର ପୋଷକ ତତ୍ତ୍ୱ ନଷ୍ଟ ହେବା ସହ ଏହାର ସ୍ବାଦ ମଧ୍ୟ ବଦଳି ଯାଇଥାଏ। ତେବେ ଜାଣନ୍ତୁ  କେଉଁ କେଉଁ ଖାଦ୍ୟଗୁଡ଼ିକୁ ଗରମ କଲେ ତାହା ଶରୀର ପାଇଁ ହାନିକାରକ।
ପାଳଙ୍ଗ ଶାଗ: ପାଳଙ୍ଗ ଶାଗରେ ପ୍ରଚୁର ମାତ୍ରାରେ ଆଇରନ ଓ ପୋଷକ ତତ୍ତ୍ୱ ରହିଥାଏ। ଏଥିସହ ଏଥିରେ ନାଇଟ୍ରେଟର ମାତ୍ରା ମଧ୍ୟ ଅଧିକ ରହିଛି। ଏହି କାରଣ ଯୋଗୁ ପାଳଙ୍ଗ ଶାଗକୁ ଦ୍ୱିତୀୟ ଥର ଗରମ କଲେ ଏହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କେବଳ ସେତିକି ନୁହେଁ ଏହାକୁ ପୁଣି ଗରମ କରିବା ଦ୍ୱାରା ଏଥିରେ କାର୍ସିନୋଜୋନିକ ପ୍ରୋପର୍ଟି ତିଆରି ହୋଇଥାଏ, ଯାହାଦ୍ୱାରା କ୍ୟାନସର ରୋଗ ହେବାର ଅଧିକ  ଆଶଙ୍କା ରହିଥାଏ।
ଚିକେନ: ଚିକେନକୁ ପୁଣି ଥରେ ଗରମ କଲେ ଏଥିରେ ଥିବା ପ୍ରୋଟିନର ଉପାଦାନ ସବୁ ବଦଳି ଯାଇଥାଏ। ଏଥିସହ ହଜମ ପ୍ରକ୍ରିୟାରେ ମଧ୍ୟ ପ୍ରଭାବ ପକାଇଥାଏ। ଦ୍ୱିତୀୟ ଥର ଗରମ କରାଯାଇଥିବା ଚିକେନକୁ ଖାଇଲେ ସହଜରେ ହଜମ ହୋଇ ନ ଥାଏ। ଯଦି ଏହାକୁ ଗରମ କରି ଖାଇବାକୁ ଚାହୁଁଛନ୍ତି ତା’ହେଲେ ଧିମା ଆଞ୍ଚରେ ଗରମ କରନ୍ତୁ।
ଆଳୁ: ଛୋଟ ଛୁଆ ହୁଅନ୍ତୁ କି ବୃଦ୍ଧ ଆଳୁ ସମସ୍ତଙ୍କର ପ୍ରିୟ। ଏଥିରୁ ଭିନ୍ନ ଭିନ୍ନ ପ୍ରକାରର ସ୍ବାଦଯୁକ୍ତ ଖାଦ୍ୟ ପ୍ରସ୍ତୁତ କରି କେତେକେ ଫ୍ରିଜ୍‌ରେ ରଖି ପରେ ଗରମ କରି ଖାଇବାକୁ ଭଲ ପାଆନ୍ତି। ମନେରଖନ୍ତୁ, ଆଳୁରେ ପୋଟାସିୟମ୍‌, ଭିଟାମିନ୍‌-ବି୬ ଓ ଭିଟାମିନ୍‌-ସି ପ୍ରଚୁର ପରିମାଣରେ ରହିଛି। ଏହାକୁ ପୁଣି ଗରମ କଲେ ଏଥିରୁ ଜୀବାଣୁ ଜନ୍ମ ହୋଇଥାନ୍ତି, ଯାହା ଆମ ଶରୀର ପାଇଁ କ୍ଷତିକାରକ।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରହଙ୍କ ଶୁଭ ଦୃଷ୍ଟି: ଶୁକ୍ରବାରରୁ ଏହି ୫ ରାଶିଙ୍କୁ ମିଳିବ ବମ୍ପର ଲାଭ, ହେବେ ମାଲାମାଲ!

ଜୁନ ୧୨, ୨୦୨୬, ଉପବାସର ଦିନ, ଶୁଭ ଯୋଗର ଗୃହ ଏବଂ ଗ୍ରହମଣ୍ଡଳରେ ଏକ ଦିବ୍ୟ ଦିନ। ଏହି ଦିନ ଶୁକ୍ରବାର, ଗ୍ରହମାନଙ୍କ ମଧ୍ୟରେ ଶୁକ୍ର ଏବଂ…

ଅଫିସ ସିଲ, ଫ୍ଲୋର ଖାଲି, ଜରୁରୀକାଳୀନ ସତର୍କତା… ଆମେରିକାର ପ୍ରତିରକ୍ଷା ବିଭାଗ, ପେଣ୍ଟାଗନରେ ଏହି ବିଶୃଙ୍ଖଳାର କାରଣ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୧୧।୬: ଆମେରିକାର ପ୍ରତିରକ୍ଷା ବିଭାଗରୁ ପ୍ରମୁଖ ଖବର ଆସିଛି; ଏକ ଜରୁରୀକାଳୀନ ସତର୍କତା ଜାରି କରାଯାଇଛି, ଏବଂ ପେଣ୍ଟାଗନର କିଛି ଅଂଶକୁ ଅସ୍ଥାୟୀ ଭାବରେ ବନ୍ଦ କରିଦିଆଯାଇଛି।…

ଶ୍ରାଦ୍ଧ କାର୍ଯ୍ୟରେ ଯୋଗ ଦେଇ ଘରକୁ ଫେରୁଥିଲେ, ବାଟରେ ମହିଳାଙ୍କ ବେକରୁ ସୁନାଚେନ୍‌ ଝାମ୍ପି ନେଲେ…

ବରଗଡ଼,୧୧।୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ଦେଇ ଯାଇଥିବା ୫୩ ନମ୍ବର ଜାତୀୟ ରାଜପଥରେ ଲୁଟେରାମାନେ ସକ୍ରିୟ ହୋଇ ପଡିଛନ୍ତି। ଗୁରୁବାର ଏହି ରାଜପଥର କଳାପାଣି ଛକଠାରୁ…

ପୂର୍ବରୁ ଛକି ବସିଥିଲା ସିବିଆଇ, ଲାଞ୍ଚ ନେଉଥିବାବେଳେ ଏମସିଏଲ ସିକ୍ୟୁରିଟି ଇନ୍ସପେକ୍ଟରଙ୍କ ଉପରେ ହଠାତ୍‌ ହେଲା ଚଢ଼ାଉ

ଝାରସୁଗୁଡା,୧୧।୬(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ବ୍ରଜରାଜନଗର ସ୍ଥିତ ଏମସିଏଲ ଓରିଏଣ୍ଟ ଏରିଆରେ ଗୁରୁବାର ଅପରାହ୍ନରେ ସିବିଆଇ ରେଡ୍‌ ଦେଖିବାକୁ ମିଳିଛି। ଡ୍ୟୁଟି ଆଲର୍ଟ କରିବା ନାଁରେ…

ଟ୍ରାକ୍ଟର ଚାପାରେ ଶ୍ରମିକ ମୃତ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

କୋକସରା,୧୧।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ସିଉନୀ-ପାତ୍ରବସା ରାସ୍ତାରେ ଟ୍ରାକ୍ଟର ଟ୍ରଲି ତଳେ ଚାପି ହୋଇ ଗୁରୁତର ହୋଇଥିବା ଜଣେ…

Extremely Severe Alert: ଆପଣଙ୍କ ଫୋନରେ ଖୁବ ଜୋରରେ ଶବ୍ଦ ସହ ଆସିଥିଲା କି ଆଲର୍ଟ? ଜାଣନ୍ତୁ ଏହାର ଅର୍ଥ କ’ଣ

ନୂଆଦିଲ୍ଲୀ,୧୧।୬; ଯଦି ଆପଣଙ୍କ ମୋବାଇଲ ସ୍କ୍ରିନରେ ହଠାତ ‘ଅତ୍ୟନ୍ତ ଗମ୍ଭୀର ସତର୍କତା’ ଲେଖାଥିବା ଏକ ପପ-ଅପ ମେସେଜ ଝଲସି ଉଠେ, ଏବଂ ତା ସହିତ ଏକ ଜୋରରେ…

ଅବୁଜବାହାଲ ପଥର କ୍ୱାରୀରୁ ସସ୍‌ପେନସନ ଆଦେଶ ପ୍ରତ୍ୟାହାର କଲା ଖଣିବିଭାଗ, ରଖିଲା ଏମିତି ସର୍ତ୍ତ

କର୍ଲାମୁଣ୍ଡା, ୧୧।୬(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଗଜବାହାଲ ପଞ୍ଚାୟତର ଅବୁଜବାହାଲଠାରେ ଥିବା ପଥର କ୍ୱାରୀ -୨ ଉପରେ ଖଣି ବିଭାଗ ଗତ ତା…

ଘୋଷଣା ହେଲା ୨୦୨୭ ICC ବିଶ୍ୱକପ ତାରିଖ! ଅକ୍ଟୋବର ୪ରୁ ମହାଲଢ଼େଇ, ଜାଣନ୍ତୁ କେବେ, କେଉଁଠି ଖେଳାଯିବ ଫାଇନାଲ

ନୂଆଦିଲ୍ଲୀ,୧୧।୬: ଆସନ୍ତା ବର୍ଷ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମ୍ବିଆରେ ଆୟୋଜିତ ହେବାକୁ ଥିବା ୫୦-ଓଭର ବିଶ୍ୱକପକୁ ନେଇ ଏକ ବଡ଼ ଅପଡେଟ ସାମ୍ନାକୁ ଆସିଛି। ରିପୋର୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri