ଖର୍ଚ୍ଚ ହେବ ୨୦ ଲକ୍ଷ

ଭୁବନ, ୩୧।୮(ଡି.ଏନ.ଏ.) ପାଦ ଥାପିଛି ଶରତ। ବିଦ୍ୟାଦାତା ଗଜାନନଙ୍କ ଆବାହନ ସହ ଆରମ୍ଭ ହେବ ପାର୍ବଣ ଋତୁ। ଏହାକୁ ନେଇ ଗଁ।ଠାରୁ ସହର ଯାଏ ସବୁଠି ସୃଷ୍ଟି ହୋଇଛି ଉତ୍ସବ ମୁଖର ପରିବେଶ। ଏପରି ମହୋତ୍ସବରେ ସାମିଲ ହୋଇଛି ଢେଙ୍କାନାଳ ଜିଲାର ଶିଳ୍ପୀଗ୍ରାମ ଭୁବନ। ଏଠାକାର ଗଣେଶ ପୂଜା ଜିଲାରେ ନିଆରା ପରିଚୟ ସୃଷ୍ଟି କରିଥିବାବେଳେ ଚଳିତବର୍ଷ ୨୦ ମଣ୍ଡପରେ ବିଘ୍ନରାଜଙ୍କ ଆବାହନ କରାଯାଉଛି। ପୂଜାକୁ ଆଉ ମାତ୍ର ୨ଦିନ ଥିବାବେଳେ ଏହାକୁ ନେଇ ଜୋର୍‌ ଧରିଛି ପ୍ରସ୍ତୁତି।
ଭୁବନ ଏନ୍‌ଏସିରେ ହେଉଥିବା ଗଣେଶ ପୂଜାରେ ସ୍ବତନ୍ତ୍ର ଛାପ ଛାଡ଼ିଛି ଗ୍ଲୋରିୟସ କ୍ଲବ। ଚଳିତବର୍ଷ କ୍ଲବର ପୂଜାକୁ ୧୨ବର୍ଷ ପୂରଣ ହେଉଛି। ଏହି ଉପଲକ୍ଷେ ପୂଜାକୁ ନିଆରା ଢଙ୍ଗରେ ପାଳନ କରାଯିବାକୁ କ୍ଲବ ପକ୍ଷରୁ ନିଷ୍ପତ୍ତି ହୋଇଛି। ଏଥିରେ ପାଖାପାଖି ୨୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ। ସୁଉଚ୍ଚ ମୂର୍ତ୍ତି, ଅତ୍ୟାଧୁନିକ ତୋରଣ, ଆଲୋକମାଳା, ସାଂସ୍କୃତିକ କାର୍ଯ୍ୟକ୍ରମ ପ୍ରମୁଖ ଆକର୍ଷଣ ସାଜିବ। ସେପ୍ଟେମ୍ବର ୨ରେ ପାରମ୍ପରିକ ନୀତିରେ ଗଣେଶଙ୍କ ପୂଜାର୍ଚ୍ଚନା ଆରମ୍ଭ ହେବ। ୪ତାରିଖରୁ ୩ଦିନ ଧରି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ। ଭୁବନେଶ୍ୱରର ଜାଭେଦ୍‌ ଗ୍ରୁପ୍‌ ମେଲୋଡ଼ି, କ୍ରିଏଟିଭ୍‌ ଗ୍ରୁପ୍‌ ଏବଂ ବ୍ଲାକ୍‌ ଡାଇମଣ୍ଡ ଗ୍ରୁପ୍‌ର କଳାକାରମାନେ ନୃତ୍ୟସଙ୍ଗୀତ ପରିବେଷଣ କରି ଦର୍ଶକଙ୍କ ମନୋରଞ୍ଜନ କରିବେ। ଏଥିସହ ୨୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନ ବ୍ୟବସ୍ଥା କରାଯାଇଛି। ଭସାଣି ଉତ୍ସବରେ ସମ୍ବଲପୁରୀ ନୃତ୍ୟ, ଖୋର୍ଦ୍ଧା ପାଇକ ଆଖଡ଼ା, ପୁରୀ ଘଣ୍ଟବାଦ୍ୟ, ସିଙ୍ଗବାଦ୍ୟ ପ୍ରମୁଖ ଆକର୍ଷଣ ସାଜିବ। ପୂଜାକୁ ଶୃଙ୍ଖଳିତ କରିବାକୁ କମିଟି ପକ୍ଷରୁ ନିଆରା ପ୍ରୟାସ କରାଯାଇଛି। ପୂଜା ପାଉଥିବା ୨୦ ମେଢ଼ ମଧ୍ୟରୁ ବିଭିନ୍ନ ବିଭାଗରେ ଉଚ୍ଚକୋଟୀର ପ୍ରଦର୍ଶନ କରିଥିବା ଶ୍ରେଷ୍ଠ ୩ କିମିଟିକୁ ପୁରସ୍କୃତ କରାଯିବ ବୋଲି ନିଷ୍ପତ୍ତି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଡି ଧକ୍କାରେ ଚାଲିଗଲା ମହିଳାଙ୍କ, କ୍ଷତିପୂରଣ ଦାବିରେ ରାସ୍ତାରୋକୋ

ଲାଞ୍ଜିଗଡ଼, ୧ା୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ଥାନା ଆଶ୍ରମପଡା ନିକଟରେ ଗୁରୁବାର ଏକ ଅଜଣା ଗାଡି ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।...

ଆରଡିସିଙ୍କ ଘୋଷଣା: ୫ତାରିଖ ବରଗଡ଼ ଉପଖଣ୍ଡରେ…

ମଥୁରାନଗରୀ,୧।୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ରେ ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଚାଲିଛି। ଏହି ମହୋତ୍ସବ ଆସନ୍ତା ୩ତାରିଖ ଶନିବାର କଂସବଧ ସହିତ ସରିବ। ତିଥି...

ନୂଆବର୍ଷରେ ସ୍ତ୍ରୀଙ୍କୁ ହତ୍ୟା କଲା ସ୍ୱାମୀ

ସୁନ୍ଦରଗଡ଼,୧।୧(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ହେମଗିର ଥାନା ଅଧୀନ ଖୁଟିପାନି ଗ୍ରାମରେ ଗୁରୁବାର ନୁଆବର୍ଷ ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ୱାମୀଙ୍କ...

ନାତୁଣୀଙ୍କୁ ଦୁର୍ବ୍ୟବହାର, ପ୍ରତିବାଦ କରିବାରୁ ଗାଁ ଦାଣ୍ଡରେ ବୃଦ୍ଧଙ୍କୁ ପିଟି ପିଟି ହତ୍ୟା; ମୃତଦେହ…

ଦିଗପହଣ୍ଡି,୧।୧(ଅଶେଷ ନାଥ ମିଶ୍ର): ନୂଆବର୍ଷରେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷା ନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମରେ ଜଣେ ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳ...

ଓଡ଼ିଶା ପୋଲିସ ପ୍ରଗତି ଡ୍ୟାସବୋର୍ଡ ରାଙ୍କିଙ୍ଗ୍‌: ପୁରୁଷୋତ୍ତମପୁର ଏସ୍‌ଡିପିଓ, ଗଞ୍ଜାମ ଥାନା ପ୍ରଥମ

ଗଞ୍ଜାମ/ଛତ୍ରପୁର, ୧ା୧ (ଅନାଥ ତରାଇ/ଦିଲୀପ ସାମଲ)- ଓଡ଼ିଶା ପୋଲିସର କ୍ରାଇମ ଆଣ୍ଡ କ୍ରିମିନାଲ ଟ୍ରାକିଙ୍ଗ୍‌ ନେଟ୍‌ୱର୍କ ଆଣ୍ଡ ସିଷ୍ଟମ (ସିସିଟିଏନ୍‌ଏସ୍‌) ଅଧୀନରେ ପ୍ରଗତି ଡ୍ୟାସବୋର୍ଡର ର଼୍ୟାକିଙ୍ଗ୍‌...

ଅବ୍ୟବସ୍ଥା ଘେରରେ ମୋହନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଡାକ୍ତରଙ୍କ ମରୁଡି, କାମରେ ଆସୁନି …

ମୋହନା,୧। ୧(ମନ୍ମଥ ମିଶ୍ର): କେନ୍ଦ୍ର ଓ ରାଜ୍ୟ ସରକାର ସ୍ୱାସ୍ଥ୍ୟ ସେବା ପାଇଁ କୋଟି କୋଟି ଟଙ୍କା ପାଣି ଭଳିଆ ଖର୍ଚ୍ଚ କରି ଚାଲିଛନ୍ତି। କିନ୍ତୁ...

ଗଞ୍ଜାମ ଜିଲା ଭାଜପା  ସମ୍ପାଦକ ଭାବେ ମନୋନୀତ ହେଲେ ଦୁର୍ଯ୍ୟୋଧନ ରେଡ୍ଡି, ଗୁରୁ ଦାୟିତ୍ୱ ମିଳିବା ପରେ…

ଗଞ୍ଜାମ,୧।୧(ବିଦ୍ୟାଧର ସାହୁ /ଦିଲ୍ଲୀପ ସାମଲ): ଭାରତୀୟ ଜନତା ପାର୍ଟି(ଭାଜପା) ଗଞ୍ଜାମ ଜିଲା ସମ୍ପାଦକ ଭାବେ ଏନ୍‌ ଦୁର୍ଯ୍ୟୋଧନ ରେଡ୍ଡି (ପିତୁ ଭାଇ)ଙ୍କୁ ମନୋନୀତ କରିଛି ।...

ନୂଆବର୍ଷରେ କର୍ମୀଙ୍କ ବ୍ୟାନର ଓ୍ବାର, ନୂଆନୂଆ ଚେହେରା ଦେଖି…

ଧର୍ମଶାଳା,୧ା୧(ଶିବପ୍ରସାଦ ମହାନ୍ତି): ବିଦାୟ ନେଇଛି ବର୍ଷ ୨୦୨୫, ଆରମ୍ଭ ହୋଇଛି ନବବର୍ଷ ୨୦୨୬। ଏଥିପାଇଁ ଅନେକ ପ୍ରସ୍ତୁତି ମଧ୍ୟ ହୋଇଛି। ସବୁଠି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri