ଖରିଫ ଧାନ ବିହନର ମୂଲ୍ୟ ବଢିଲା:ବିହନ ନିଗମ ଓ ଜିଲାକୃଷି ବିଭାଗ କଥାରେ ରହୁନି ତାଳମେଳ

ଭୋଗରାଇ, ୧୯।୫(ଡି.ଏନ.ଏ.)-ବାଲେଶ୍ୱରସ୍ଥିତ ଓଡ଼ିଶା ବିହନ ନିଗମ ପକ୍ଷରୁ ଏଥର ୨ଶହ ଟଙ୍କା ଦର ବଢାଇ ବିହନ ବିକ୍ରି କରାଯାଉଛି। ରବିବାର କେତେକ ଡିଲର ନିଗମ ଡିପୋରୁ ପୂର୍ବ ନିର୍ଦ୍ଧରିତ ଦର ୧୮ଶହ ଟଙ୍କା ପରିବର୍ତ୍ତେ ୨ହଜାର ଟଙ୍କା ଦେଇ ବିହନ କିଣିଥିବା ପ୍ରକାଶ କରିଛନ୍ତି। ଏହି ଜିଲାରେ ନିଗମ ପକ୍ଷରୁ ନିଯୁକ୍ତ ଡିଲରମାନେ ଡିପୋରୁ ବିହନ କିଣି ଚାଷୀଙ୍କୁ ଯୋଗାଇଥାନ୍ତି। ଭୋଗରାଇ ଅଞ୍ଚଳର ଡିଲର ନୀଳକଣ୍ଠ ଘୋଷ ଏବଂ ଜଳେଶ୍ୱର ଅଞ୍ଚଳର ପୂର୍ଣ୍ଣଚନ୍ଦ୍ର ପାତ୍ର ରବିବାର ୨ଶହ ଟଙ୍କା ଅଧିକ ଦର ଦେଇ ବିହନ କିଣିଥିବା ନେଇ ଗଣାମାଧ୍ୟମ ପ୍ରତିନିଧିଙ୍କୁ ଏହି ସୂଚନା ପ୍ରଦାନ କରିଛନ୍ତି।
ସମ୍ପ୍ରତି ‘ଫନୀ’ ବାତ୍ୟାରେ ଡାଳୁଅ ଚାଷ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଏବେ ଖରିଫ ଋତୁ ପାଇଁ ଧାନ ବିହନ ଚଢାଦରରେ ବିକ୍ରି ହେବା ଘଟଣା ଚାଷୀକୁଳଙ୍କୁ ଆଲୋଡିତ କରିଛି। ତେବେ ବିହନ ନିଗମ ଓ ଜିଲା କୃଷି ବିଭାଗ ମଧ୍ୟରେ ବିହନ ଦରବୃଦ୍ଧିକୁ ନେଇ ଟଣାଓଟରା ଚାଲିଥିବା ଜଣାପଡିଛି। ବିହନ ନିଗମ ଅଧିକାରୀ ଚନ୍ଦ୍ରଶେଖର ପାଢ଼ୀଙ୍କୁ ପଚାରିବାରୁ କହିଛନ୍ତି, ଏଥର କଳାଚମ୍ପା ଓ ସିଆର୍‌-୫୦୦ ଧାନର ଦର ବଢିନାହିଁ। କିନ୍ତୁ ଅନ୍ୟ ଧାନ ବିହନର ଦର ବୃଦ୍ଧି ହୋଇଛି। ଗତ ରବିଋତୁରେ ୧୮ଶହ ଟଙ୍କାରେ ଧାନ ବିହନ ବିକ୍ରି ହୋଇଥିଲା। ଏଥର ଧାନ ବିହନର ମୂଲ୍ୟ ୨ହଜାର ରଖାଯାଇଛି। ଏ ସମ୍ପର୍କରେ ଜଳେଶ୍ୱର କୃଷି ଅଧିକାରୀ ସୁରେନ୍ଦ୍ର କୁମାର ମହାପାତ୍ରଙ୍କୁ ପଚାରିବାରୁ କହିଛନ୍ତି, ଚଳିତ ଖରିଫ ଋତୁ ପାଇଁ ବିହନ ଧାନର ମୂଲ୍ୟ ୧୮ଶହ ଟଙ୍କା ରହିବ ବୋଲି ପୂର୍ବରୁ ସରକାରୀ ସର୍କୁଲାର ସମସ୍ତ ବ୍ଲକ କୃଷି ବିଭାଗକୁ ଦିଆଯାଇଥିଲା। ଦର ବୃଦ୍ଧି ହେବା ସମ୍ପର୍କରେ ତାଙ୍କ ନିକଟରେ ଅଧିକ ତଥ୍ୟ ନାହିଁ। ଉଭୟ ବିଭାଗୀୟ ଅଧିକାରୀଙ୍କ କଥାରେ ଏଭଳି ତାଳମେଳ ନ ଥିବା ଚର୍ଚ୍ଚାକୁ ଆସିଛି। ଫନୀ ବାତ୍ୟା ପରେ ଚାଷୀଙ୍କୁ ଫସଲ କ୍ଷତିଜନିତ ସହାୟତା ମିଳି ନ ଥିବା ବେଳେ ଧାନ ବିହନର ଦରବୃଦ୍ଧି ବେଡି ଉପରେ କୋରଡା ମାଡ ଭଳି ହୋଇଛି। ଗତ କିଛି ଦିନ ଧରି ଧାନ ବିହନର ଦରବୃଦ୍ଧି ଘଟିବ ବୋଲି କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ଏନେଇ ଗତ ୧୭ ତାରିଖରେ ଧରିତ୍ରୀରେ ଏକ ଅଭିଯୋଗମୂଳକ ଖବର ପ୍ରକାଶ ପାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ଯାଇ ଘରକୁ ଫେରିନଥିବା ଘଟଣା: ଚେନ୍ନାଇରୁ ଉଦ୍ଧାର ହେଲେ ଦୁଇ ଦଶମ ଶ୍ରେଣୀ ଛାତ୍ର

ନୀଳଗିରି, ୨୪/୧୦ (ପ୍ରଶାନ୍ତ କୁମାର ବିଶ୍ୱାଳ): ସ୍କୁଲ ଯାଇ ଘରକୁ ଫେରି ନ ଥିବା ଦୁଇ ଦଶମ ଶ୍ରେଣୀ ଛାତ୍ରଙ୍କୁ ଶେଷରେ ଚେନ୍ନାଇରୁ ଠାବ କରିଛନ୍ତି ପରିବାର…

ଜଳେଶ୍ୱରରେ ଚାଞ୍ଚଲ୍ୟ! ନାବାଳିକାଙ୍କୁ ବଳାତ୍କାର ପରେ ହତ୍ୟା ଅଭିଯୋଗ, ଗଳିତ ମୃତଦେହ ଉଦ୍ଧାର

ଜଳେଶ୍ୱର,୨୨ା୧୦( ନବୀନ ସାହୁ): ନାମ୍ପୋ ଫାଣ୍ଡି ଅନ୍ତର୍ଗତ ବର୍ତନା ପଞ୍ଚାୟତର ଶୁଳଶଣ୍ଡା ଓ ବର୍ତନା ଗ୍ରାମ ମଧ୍ୟବର୍ତ୍ତୀ ରାସ୍ତା ପାର୍ଶ୍ୱରେ ଥିବା ଏକ ଢେରାପଦା ଗ୍ରାମର ଜମିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?