ଖରାପ ରାସ୍ତା ଯୋଗୁ ଆସିଲାନି ଆମ୍ବୁଲାନ୍ସ:ଖଟିଆରେ ବୁହା ହେଲେ ଗର୍ଭବତୀ

ମାଲକାନଗିରି/ଗୋବିନ୍ଦପାଲି,୧ା୯ (ସ୍ବ.ପ୍ର./ଡି.ଏନ.ଏ.)-ମାଲକାନଗିରି ଜିଲାର ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟସେବା ପହଞ୍ଚତ୍ପାରୁନି। ଉକ୍ତ ଅଞ୍ଚଳକୁ ଆମ୍ବୁଲାନ୍ସ କିମ୍ବା ଅନ୍ୟ ଗାଡି ଯାଇପାରୁ ନ ଥିବାରୁ ଜନନୀ ଯନ୍ତ୍ରଣା ବଢିବାରେ ଲାଗିଛି। ରୋଗୀଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିବାକୁ ପଡୁଛି। ଏପରି ଏକ ଦୃଶ୍ୟ ରବିବାର ଜିଲାର ଖଇରପୁଟ ବ୍ଲକରେ ଦେଖିବାକୁ ମିଳିଛି। ଏହି ବ୍ଲକର ଅମଳାଭଟ୍ଟା ଗ୍ରାମର ପର୍ଶୁରାମ ପାଙ୍ଗିଙ୍କ ସ୍ତ୍ରୀ ପ୍ରତିମା ସାହୁ ଗର୍ଭବତୀ ଥିଲେ। ରବିବାର ତାଙ୍କର ଗର୍ଭଯନ୍ତ୍ରଣା ଆରମ୍ଭ ହୋଇଥିଲା। ଖଇରପୁଟ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଯିବାପାଇଁ ପରିବାର ଲୋକେ ଆମ୍ବୁଲାନ୍ସକୁ ଫୋନ କରିଥିଲେ। ମାତ୍ର ରାସ୍ତା ଖରାପ ଥିବାରୁ ଆମ୍ବୁଲାନ୍ସ ଆସି ନ ଥିଲା। ଫଳରେ ପରିବାର ଲୋକେ ପ୍ରାୟ ୩ କିଲୋମିଟର ବାଟ ପ୍ରତିମାଙ୍କୁ ଖଟିଆରେ ବୋହି ଡାକ୍ତରଖାନା ଆଣିଥିଲେ। ଡାକ୍ତରଖାନାରେ ତାଙ୍କର ଏକ କନ୍ୟା ସନ୍ତାନ ଜନ୍ମ ହୋଇଛି। ମା ଓ ଶିଶୁଙ୍କ ଅବସ୍ଥା ସୁସ୍ଥ ରହିଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ପ୍ରଶାସନର ନୂଆ ନିୟମ: ଦିନେ ଛାଡି ଦିନେ ଖୋଲିବ ଏହି ସବୁ ଦୋକାନ; ଜାଣନ୍ତୁ କେଉଁ କାଟାଗୋରୀରେ କିଏ

କୋରୁକୋଣ୍ଡା,୧୦।୮(ଡି.ଏନ୍‌.ଏ.): ମାଲକାନଗିରି ଜିଲା ପ୍ରଶାସନ ତରଫରୁ ସୋମବାରଠାରୁ ଶୁକ୍ରବାର ପର୍ଯ୍ୟନ୍ତ ସହରରେ ସମସ୍ତ ଦୋକାନ ଖୋଲିବା ନେଇ ନୋଟିସ ଜାରି ହୋଇଛି। ତେବେ କେଉଁ କେଉଁ...

ସ୍ବାଧୀନତାର ଅର୍ଥ ବୁଝି ବିକାଶରେ ସାମିଲ ହେଲେଣି ମାଲକାନଗିରିବାସୀ

ମାଲକାନଗିରି,୨୬ା୧: ମାଲକାନଗିରି ଡିଏନ୍‌କେ ଖେଳ ପଡ଼ିଆରେ ଜିଲାସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଛି। ମୁଖ୍ୟ ଅତିଥି ଭାବେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି...

ସତୀଗୁଡା ଜଳଭଣ୍ଡାରରେ କମିଛି ପକ୍ଷୀ ସଂଖ୍ୟା:୨୦୧୯ରେ ଥିଲା ୨୧୧୭,ଚଳିତବର୍ଷ ୧୫୮୮

ମାଲକାନଗିରି,୪।୧ (ଡି.ଏନ୍‌.ଏ.)- ମାଲକାନଗିରି ବନଖଣ୍ଡ ମାଲକାନଗିରି ବନାଞ୍ଚଳ ପକ୍ଷରୁ ଶୁକ୍ରବାର ସତୀଗୁଡା ଜଲଭଣ୍ଡାରରେ ପକ୍ଷୀଗଣନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଗତବର୍ଷ ଅପେକ୍ଷା ଚଳିତବର୍ଷ ପକ୍ଷୀସଂଖ୍ୟା କମିଥିବା...

କୋମ୍ବିଂ ଅପରେଶନ ବେଳେ ପୋଲିସ, ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ: ଜଣେ ମାଓବାଦୀ ମୃତ

ମାଲକାନଗିରି,୨୩।୧୧: (ଡି.ଏନ୍‌.ଏ.) ବହୁଦିନର ନୀରବତା ପରେ ପୁଣି ଶନିବାର ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ...

ଭୟରେ ଗାଁ ଛାଡ଼ିଲେ ୮୫ ପରିବାର

ଚିତ୍ରକୋଣ୍ଡା, ୪।୨(ଡି.ଏନ୍‌.ଏ.): ମାଲକଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳର ଦୁଇଟି ପଞ୍ଚାୟତ ଯୋଡ଼ାମ୍ବ ଓ ପଣଷପୁଟ ପଞ୍ଚାୟତର ୧୨ଟି ଗ୍ରାମର ୮୫ ପରିବାର ମାଓବାଦୀ ଭୟରେ...

ଏନ୍‌କାଣ୍ଟରରେ ମାଓବାଦୀ କମାଣ୍ଡର ନିହତ

ମାଲକାନଗିରି,୧୯ା୨(ଡି.ଏନ.ଏ.): ଛତିଶଗଡ଼ର ସୁକୁମା ପୋଲିସକୁ ବଡ଼ ସଫଳତା ମିଳିଛି। ବୁଧବାର ଛତିଶଗଡର ସୁକୁମା ଜିଲା ନିକଟସ୍ଥ ତାଣ୍ଡାମାର୍କା ଜଙ୍ଗଲରେ ବୁଧବାର ପୋଲିସ କୋମ୍ବିଂ ଅପରେଶନ ବେଳେ...

ସ୍ବାଭିମାନ ଅଞ୍ଚଳରେ ବିଏସ୍‌ଏଫ୍‌ ଏଡିଜି: ମାଓବାଦୀ ଦମନ ରଣନୀତି ସମୀକ୍ଷା

ଚିତ୍ରକୋଣ୍ଡା, ୧୪।୧୧(ଡି.ଏନ୍‌.ଏ.)-ମାଲକାନଗିରି ଜିଲା ସ୍ବାଭିମାନ ଅଞ୍ଚଳକୁ ବିଏସ୍‌ଏଫ୍‌ ଏଡିଜି ଏସ୍‌.ଏଲ୍‌. ଥାଓସେଲ୍‌ ଶନିବାର ଗସ୍ତ କରିଛନ୍ତି। ମାଲକାନଗିରି ଏସ୍‌ପି ରିଷିକେଶ ଖିଲାରୀଙ୍କ ସହ ସେ ଗୋରାସେତୁ...

ହାଜତ୍‌ରେ କଏଦୀ ମୃତ୍ୟୁ ଘଟଣା: ପରିବାର ଲୋକେ ଆଣିଲେ ସଙ୍ଗୀନ ଅଭିଯୋଗ

ଚିତ୍ରକୋଣ୍ଡା,୨୯।୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଉପକାରାଗାରରେ କଏଦୀ ଦାନୁ ଗୋଲୋରୀଙ୍କର ଗତ ରବିବାର ମୃତ୍ୟୁ ଘଟିଥିଲା। ଏ ନେଇ ମୃତ କଏଦୀଙ୍କ ପରିବାର ଲୋକେ ଜେଲ କର୍ତ୍ତୃପକ୍ଷଙ୍କ...

Advertisement


Archives

Model This Week