Posted inରାଜ୍ୟ

ଖବରଦାତାଙ୍କ ସହ ନୂଆ ଜିଲାପାଳଙ୍କ ସୌଜନ୍ୟମୂଳକ ଆଲୋଚନା: ତହସିଲ, ବ୍ଲକ, ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ

ଜଗତ୍‌ସିଂହପୁର ଅଫିସ,୨୭ା୬: ଏଣିକି ଜଗତ୍‌ସିଂହପୁର ଜିଲାର ସମସ୍ତ ତହସିଲ, ବ୍ଲକ ଓ ଆର୍‌ଟିଓ କାର୍ଯ୍ୟାଳୟରେ ରହିବ ମତାମତ ବାକ୍ସ। ଫଳରେ ଏହି କାର୍ଯ୍ୟାଳୟକୁ ଯାଉଥିବା ଲୋକେ ଠିକ ଭାବେ ସେବା ପାଇଲେ କି ନାହିଁ ସେ ସମ୍ପର୍କରେ ମତାମତ ଲେଖି ବାକ୍ସରେ ପକାଇବେ। ଫର୍ମ ଦେବାନେବା ଦାୟିତ୍ୱରେ ଜଣେ କର୍ମଚାରୀ ନିୟୋଜିତ ରହିବେ। ପ୍ରତି ୧୫ ଦିନ କିମ୍ବା ୧ ମାସରେ ଏହି ବାକ୍ସ ଖୋଲାଯିବ। ତାହା ଯେ କେହି ଖୋଲିପାରିବେ ନାହିଁ। ସେ କିମ୍ବା ତାଙ୍କ ନିର୍ଦ୍ଦେଶରେ କୌଣସି ଅଧିକାରୀ ଏହା ଖୋଲିବେ। ଏଭଳି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି ନୂଆକରି ଯୋଗ ଦେଇଥିବା ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର। ସେ କହିଛନ୍ତି, ମଧ୍ୟପ୍ରଦେଶ ସରକାର ସେ ରାଜ୍ୟରେ ମତାମତ ବ୍ୟବସ୍ଥା କରିଛନ୍ତି। ତେଣୁ ଜଗତ୍‌ସିଂହପୁର ଜିଲାରେ ଏହା ପ୍ରଚଳନ ହେଲାପରେ ଲୋକେ ସୁଦୂର ପ୍ରସାରି ଫଳ ପାଇବେ। ବୁଧବାର ଜିଲାପାଳଙ୍କ କାର୍ଯ୍ୟାଳୟ ପରିସର ସଦ୍‌ଭାବନା ସଭାଗୃହରେ ଖବରଦାତାଙ୍କ ସହ ସୌଜନ୍ୟମୂଳକ ଆଲୋଚନା ଅବସରରେ ଜିଲାପାଳ ଏହା କହିଛନ୍ତି। କେବଳ ଏତିକି ନୁହେଁ ରେସିଡେଣ୍ଟ (ଘର), କାଷ୍ଟ (ଜାତି) ଓ ଲିଗାଲ ହେୟାର (ଉତ୍ତରାଧିକାରୀ) ସାର୍ଟିଫିକେଟ୍‌ ପାଇବା ପାଇଁ ଅନେକ ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜିଲାପାଳ ଏହି ପ୍ରସଙ୍ଗକୁ ଗମ୍ଭୀରତାର ସହ ନେଇ ଜୁଲାଇ ୧୫ ତାରିଖ ସୁଦ୍ଧା ସବୁଗୁଡିକର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଯଦି କୌଣସି ତହସିଲଦାର, ଅତିରିକ୍ତ ତହସିଲଦାର କିମ୍ବା ଅନ୍ୟ କର୍ମଚାରୀ ସମାଧାନ ନ କରି ପାଖରେ ରଖନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ଅନୁରୂପ ଭାବେ ଜମିଜମା ସଂକ୍ରାନ୍ତ ଅର୍ଥାତା ମ୍ୟୁଟେସନ୍‌ ଆଦି ମାମଲା ୪/୫ ବର୍ଷ ଯାଏ ପାଖରେ ରଖିଲେ ହେବ ନାହିଁ। ତୁରନ୍ତ ସେଗୁଡିକୁ ଫଏସଲା କର ନ ଚେତ ତ୍ରୁଟି ଥିଲେ ବରଖାସ୍ତ କରିବାକୁ ପଡିବ। ଏହା ହେଲେ ରାଜସ୍ବ ବିଭାଗର ଗୁଣାତ୍ମକ ବୃଦ୍ଧି ଘଟିବ ବୋଲି ଜିଲାପାଳ କହିଥିଲେ। ନିଜ କଥା ଉଠାଇ ଜିଲାପାଳ କହିଥିଲେ ସେ ଯାହା କୁହନ୍ତି ତାହା କରନ୍ତି। ତେଣୁ ଅଫିସରମାନେ ମଧ୍ୟ ତାହା କରିବା ଉଚିତ। ୩ୟ ବାଟରେ ନ ଯିବା ପାଇଁ ସେ ଅଧିକାରୀଙ୍କୁ କହିଛନ୍ତି। ଅଧିକାରୀମାନେ ତାଙ୍କ ବାଟରେ ହେଉ ନ ଚେତ ଉପର ବାଟରେ ଯିବାକୁ ପରାମର୍ଶ ଦେଇଛନ୍ତି। ସବୁଠାରୁ ବଡ କଥା ହେଲା ଅଧିକାରୀମାନେ ସେମାନଙ୍କ ଶ୍ରମଠାରୁ ଅଧିକ ୩୦% ଶ୍ରମ ଦେବାକୁ ପଡିବ। ଏଥିରେ ଅନେକ ଅଫିସର ରାଜି ହୋଇ ଅଧିକ ସମୟ କାମ କରିବେ ବୋଲି ପ୍ରତିଶ୍ରୁତି ଦେଇଥିବା ଜିଲାପାଳ କହିଥିଲେ। ଯେହେତୁ ସେ ଜିଲାର ପୁଅ ତେଣୁ ତାଙ୍କ ପାଇଁ ଅଧିକାରୀମାନେ ଏଭଳି କରିବେ ବୋଲି ଆଶାବାଦୀ ଅଛନ୍ତି। ସେ ବିଭିନ୍ନ ସରକାରୀ କାର୍ଯ୍ୟାାଳୟ ଅତର୍କିତ ପରିଦର୍ଶନ(ସରପ୍ରାଇଜ୍‌ ଭିଜିଟ୍‌) କରିବେ। ଅନ୍ୟ ଅଧିକାରୀମାନେ ମଧ୍ୟ ଅନୁରୂପ କରିବେ। ଜିଲାପାଳ ଯଦି ବାସଗୃହ ଭିତରେ ସୀମିତ ରହିବେ ତେବେ ଜିଲାର ଉନ୍ନତି ଏହି ପାଚେରି ଭିତରେ ରହିଯିବ ବୋଲି ମତ ରଖିଥିଲେ। ତେଣୁ ଜିଲା ପ୍ରଶାସନ ଡୋର ଷ୍ଟେପ୍‌ରେ ପହଞ୍ଚତ୍ବା ଆବଶ୍ୟକ।
ଜିଲାରେ ବୈଷୟିକ ଜ୍ଞାନର ସର୍ବାଧିକ ବ୍ୟବହାର ହେଉନି। ଯଦି ଜିଲାପାଳଙ୍କ ପାଖକୁ ୧୦ ଜଣ ବିଭିନ୍ନ ଅଭିଯୋଗ ନେଇ ପହଞ୍ଚିଥାନ୍ତିି ଏବଂ ଜିଲାପାଳଙ୍କଠାରୁ ଏହି ଫାଇଲ ଚାଲିଯାଏ ତେବେ କୁଆଡେ ଗଲା ପରବର୍ତ୍ତୀ ସମୟରେ ତାହା ଚିହ୍ନଟ କରି ହେଉନାହିଁ। ତେଣୁ ଏଥିରେ ବ୍ୟାପକ ପରିବର୍ତ୍ତନ କରାଯିବ। ଏହିଭଳି ଜିଲାରେ ଅନେକ ସମସ୍ୟା ରହିଛି। ଦୀର୍ଘ ବର୍ଷର ଏହିସବୁ ସମସ୍ୟାର ସମାଧାନ ରାତାରାତି ହୋଇପାରିବ ନାହିଁ। ତଥାପି ଯଥା ସମ୍ଭବ ଚେଷ୍ଟା ହେବ। ଜିଲା ମୁଖ୍ୟାଳୟରେ ଏକ ଭଲ ଷ୍ଟାଡିୟମ ନାହିଁ। କ୍ରୀଡାର ଉନ୍ନତି କିପରି ହେବ ବୋଲି ସେ ପ୍ରଶ୍ନ କରିବା ସହ ଏହା ଉପରେ ପଦକ୍ଷେପ ନିଆଯିବ ବୋଲି ସୂଚନା ଦେଇଥିଲେ। ଜଗତ୍‌ସିଂହପୁର ପୌର ପରିଷଦ ଅଞ୍ଚଳର ପରିମଳ ବ୍ୟବସ୍ଥାରେ ବ୍ୟାପକ ସୁଧାର ଆସିବା ପାଇଁ ଚେଷ୍ଟା ହେବ। ଜିଲାରେ ଯେଉଁଭଳି ସିଥିଳତା ସୃଷ୍ଟି ହୋଇଛି ତାକୁ କ୍ରିୟାଶୀଳ କରାଯିବ ବୋଲି ଜିଲାପାଳ କହିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ଜଗତ୍‌ସିଂହପୁର ଅତିରିକ୍ତ ଜିଲାପାଳ ସଚିଦାନନ୍ଦ ସାହୁ, ଉପଜିଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ

ଗୁଣୁପୁର, ୧୩।୪(ସଂକେତ ପାତ୍ର): ଖରାଦିନ ଆରମ୍ଭ ସହିତ ଅଂଶୁଘାତ ଜନିତ ପ୍ରଥମ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ରାୟଗଡା ଜିଲା ଗୁଣୁପୁର ଥାନା ଅନ୍ତର୍ଗତ ଜଗନ୍ନାଥପୁର ପଞ୍ଚାୟତର…

ଅନୁସୂଚିତ ଜାତି ମୋର୍ଚ୍ଚା ଜିଲା ସଭାପତି ଭାବେ ନିଯୁକ୍ତ ହେଲେ ବିକ୍ରମ ତାଣ୍ଡି, ରାଜ୍ୟ ସଭାପତିଙ୍କୁ ଜଣାଇଲେ କୃତଜ୍ଞତା

ବଲାଙ୍ଗୀର ,୧୩।୪(ସୁନୀଲ କୁମାର ମହାନ୍ତି): ଅନୁସୂଚିତ ଜାତି ମୋର୍ଚ୍ଚା ବଲାଙ୍ଗୀର ଜିଲା ସଭାପତି ଭାବରେ ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତା ବିକ୍ରମ ତାଣ୍ଡିଙ୍କୁ ମନୋନୀତ କରାଯାଇଛି। ଏନେଇ ବିକ୍ରମ…

ମାଟି ତଳେ ଲୁଚାଇ ରଖିଥିଲେ ୨କୋଟି ଟଙ୍କାର ଗଞ୍ଜେଇ, ଧରିଲା ପୋଲିସ

ମୋହନା,୧୩।୪(ମନ୍ମଥ ମିଶ୍ର): ଜଙ୍ଗଲରେ ଲୁଚାଇ ରଖାଯାଇଥିବା ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ରା.ଉଦୟଗିରି ପୋଲିସ। ବିଶେଷ ସୂତ୍ରରୁ ଖବର ପାଇ ସୋମବାର ରା. ଉଦୟଗିରି ଏସ୍‌ଡ଼ିପିଓ…

ଚାଷୀଙ୍କ ଧାରଣାକୁ ପୂରିଲା ୩୫ଦିନ: ଏବେ ନ୍ୟାୟିକ ସହଯୋଗ କରିବ ଜିଲା ଓକିଲ ସଂଘ

ବରଗଡ଼,୧୩।୪(ପ୍ରେମାନନ୍ଦ ଖମାରୀ): ରବିଧାନ ଅମଳ ଆଉମାତ୍ର ୨ସପ୍ତାହ ପରେ ଆରମ୍ଭ ହୋଇଯିବ। ହେଲେ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ହୋଇଥିବା ଧାନ…

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ସରିଲା ଯୁକ୍ତ ୩ ପରୀକ୍ଷା: ଫଳାଫଳକୁ ଅପେକ୍ଷା

ଭଞ୍ଜନଗର,୧୩।୪(ବାବୁଲା ପ୍ରଧାନ): ବ୍ରହ୍ମପୁର ବିଶବିଦ୍ୟାଳୟ ପକ୍ଷରୁ ଗତ ୪ ତାରିଖରୁ ଆରମ୍ଭ ହୋଇଥିବା ଯୁକ୍ତ ୩ କଳା, ବାଣିଜ୍ୟ, ବିଜ୍ଞାନ ପରୀକ୍ଷା ସୋମବାର ସରିଛି। ଖୁବଶୀଘ୍ର ପରୀକ୍ଷା…

ଗତକାଲି ହଠାତ୍‌ ଘରୁ ନିଖୋଜ ହୋଇଯାଇଥିଲେ ୧୦ମ ଶ୍ରେଣୀ ଛାତ୍ରୀ, ଆଜି ଜଙ୍ଗଲରୁ ଉଦ୍ଧାର ହେବା ପରେ…

ଦିଗପହଣ୍ଡି,୧୩।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅନ୍ତର୍ଗତ ଏକ ଗାଁରୁ ୧୦ମ ଶ୍ରେଣୀ ପରୀକ୍ଷା ଦେଇଥିବା ଜଣେ ୧୬ ବର୍ଷୀୟା ଛାତ୍ରୀ ରବିବାର ଘରୁ…

ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ, ଗଛ ଉପରେ ଚଢି ଅଚେତ ହୋଇପଡ଼ିଲେ ହନୁମାନ

ବୁଗୁଡ଼ା,୧୩ା୪(କାଳିଚରଣ ଦାଶ): ଗଞ୍ଜାମ ଜିଲା ବୁଗୁଡା ବ୍ଲକ ଅଧୀନ ସଂକୁରୁ ଗ୍ରାମରେ ଦଣ୍ଡନାଚରେ ଲଙ୍କା ଦହନ ବେଳେ ଅଘଟଣ ଘଟିଛି। ରାମାୟଣ ପରିବେଷଣ ବେଳେ ଗଛ ଉପରେ…

କୀର୍ତ୍ତନ ଦାସଙ୍କ ଉପରେ ଭରସା କଲା ଭାଜପା, ଦେଲା ଏହି ଗୁରୁଦାୟିତ୍ୱ: ଚାରିଆଡୁ ଛୁଟୁଛି ଶୁଭେଚ୍ଛା

ଗଞ୍ଜାମ,୧୩।୪(ଅନାଥ ତରାଇ): ଭାରତୀୟ ଜନତା ପାର୍ଟିର ଜଣେ ଦକ୍ଷ ତଥା ନିଷ୍ଠାପର ସଂଗଠକ ଭାବେ ପରିଚିତ କୀର୍ତ୍ତନ ଦାସଙ୍କୁ ଦ୍ୱିତୀୟଥର ପାଇଁ ଗଞ୍ଜାମ ଜିଲା ଭାଜପା ଅନୁସୂଚିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri