ଖଣ୍ଡଗିରି ଉଦୟଗିରି ପାହାଡ଼ରେ ଐତିହ୍ୟ ପଦଯାତ୍ରା: ଯୋଗଦେଲେ ପ୍ରଗତିସାଥୀ, ସ୍ଥାପତ୍ୟ ଛାତ୍ରୀଛାତ୍ର, ବିଦେଶୀ ପର୍ଯ୍ୟଟକ

ଭୁବନେଶ୍ୱର, ୨୬।୧ (ବ୍ୟୁରୋ): ଖଣ୍ଡଗିରି-ଉଦୟଗିରି ପାଦଦେଶରେ ୧୦୨ତମ ଐତିହ୍ୟ ପଦଯାତ୍ରା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଭୁବନେଶ୍ୱରର ୬୦ ଜଣ ପ୍ରଗତିସାଥୀଙ୍କ ସହ ୩୦ଜଣ ପର୍ଯ୍ୟଟକ ଯୋଗଦେଇଥିଲେ। ଏହି ପର୍ଯ୍ୟଟକଙ୍କ ମଧ୍ୟରୁ ୨୫ ଜଣ ସ୍ଥାପତ୍ୟ ଛାତ୍ରୀଛାତ୍ର ଥିଲେ। ଏଥର ପଦଯାତ୍ରା କିଛି ନିଆରା ରହିଥିଲା। ପଦଯାତ୍ରାରେ ଯୋଗଦେଇଥିବା ପ୍ରଗତିସାଥୀମାନେ କଳିଙ୍ଗର ଇତିହାସ ଓ ରାଜା ଖାରବେଳଙ୍କ ବିଷୟରେ ଜାଣିବା ସହ ଦୁଇ ପାହାଡ଼ରେ ପଡ଼ି ରହିଥିବା ବର୍ଜ୍ୟବସ୍ତୁକୁ ସଂଗ୍ରହ କରି ଡଷ୍ଟବିନ୍‌ରେ ପକାଇଥିଲେ। ଏଥିସହ ପରିବେଶକୁ ସ୍ବଚ୍ଛ ରଖିବା ସହ କିପରି ଦୈନନ୍ଦିନ ଜୀବନରେ ସ୍ବଚ୍ଛତାକୁ ଆପଣାଇହେବ ସେନେଇ ସଚେତନ କରିଥିଲେ। ସମସ୍ତ ପର୍ଯ୍ୟଟକ ମଧ୍ୟ ପ୍ରଗତିସାଥୀଙ୍କ ସହ ସାମିଲ୍‌ ହୋଇ ଦୁଇ ପାହାଡ଼ରୁ ଆବର୍ଜନା ହଟାଇଥିଲେ।

ଉଲ୍ଲେଖଯୋଗ୍ୟ, ଯୋଗଦେଇଥିବା ପ୍ରଗତିସାଥୀ ଭୁବନେଶ୍ୱର ସ୍ମାର୍ଟସିଟି ଲିମିଟେଡ୍‌ (ବିଏସ୍‌ସିଏଲ)ର ସୋସିଆଲି ସ୍ମାର୍ଟ ପ୍ରୋଜେକ୍ଟ ଅଧୀନରେ ତାଲିମ୍‌ ନେଉଛନ୍ତି। ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମରେ ସେମାନେ ସ୍ବଚ୍ଛତା ନେଇ ଲୋକଙ୍କୁ ସଚେତନ କରୁଛନ୍ତି। ବିଏସ୍‌ସିଏଲର ଅଧିକାରୀ ଶିଶିର ଗ୍ରହାଚାର୍ଯ୍ୟ, ସରୋଜିନୀ ବ୍ରହ୍ମା ଓ ହମାରା ବଚ୍‌ପନ୍‌ ଟ୍ରଷ୍ଟର ରୀନା ବେହେରାଙ୍କ ନେତୃତ୍ୱରେ ସେମାନେ ପଦଯାତ୍ରାରେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ସମେତ ୮ରାଜ୍ୟରୁ ରିପୋର୍ଟ ତଲବ

ଭୁବନେଶ୍ୱର,୨ା୯(ବ୍ୟୁରୋ):ଓଡ଼ିଶା ସମେତ ୮ରାଜ୍ୟରେ ଖ୍ରୀଷ୍ଟିଆନ ବିରୋଧୀ ଆକ୍ରମଣ ଘଟଣାରେ କି କି କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ସେ ସମ୍ପର୍କରେ ସବିଶେଷ ତଥ୍ୟ ପ୍ରଦାନ କରିବାକୁ ଗୁରୁବାର ସର୍ବୋଚ୍ଚ...

୪୮ ଘଣ୍ଟାରେ ଓଡ଼ିଶା ଛୁଇଁପାରେ ମୌସୁମୀ

ଭୁବନେଶ୍ୱର,୧୬।୬(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ମୌସୁମୀର ଓଡ଼ିଶା ପ୍ରବେଶ ପାଇଁ ପାଗ ଅନୁକୂଳ ହୋଇଛି। ଆସନ୍ତା ୨୪ ଘଣ୍ଟା ଭିତରେ ମୌସୁମୀ ଓଡ଼ିଶା ଛୁଇଁବା ସମ୍ଭାବନା ରହିଛି...

‘୩୦ ସୁଦ୍ଧା ଆସିପାରେ ଟିକା’

ଭୁବନେଶ୍ୱର, ୫।୧(ବ୍ୟୁରୋ): ଚଳିତ ମାସରେ ଓଡ଼ିଶାକୁ କରୋନା ଟିକା ଆସିଯାଇପାରେ। ଏନେଇ ସୋମବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ ଦାସ ସୋମବାର ସୂଚନା...

ଭୁବନେଶ୍ୱରରେ ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ

ଭୁବନେଶ୍ୱର, ୨୯।୧୨(ବ୍ୟୁରୋ): ଭୁବନେଶ୍ୱରରେ ପହଞ୍ଚିଥିବା ୩ ବ୍ରିଟେନ ଫେରନ୍ତା କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ତେବେ ସେମାନେ ନୂଆ ଷ୍ଟ୍ରେନ ଦ୍ୱାରା ଆକ୍ରାନ୍ତ କି ନାହିଁ...

ପାଠ ପଢିବାକୁ ଯାଇ ମନୋରଞ୍ଜନ ପଞ୍ଜାବରେ ନିଖୋଜ, ଆଶା ଆଶଙ୍କାରେ ପରିବାର

ଭଦ୍ରକ ଅଫିସ, ୧୮ା୬- ଭଦ୍ରକ ବ୍ଲକ ଜଗନ୍ନାଥପୁର ଗାଁର ତ୍ରୈଲୋକ୍ୟ ସାହୁଙ୍କ ସାନପୁଅ ମନୋରଞ୍ଜନ ସାହୁ(୨୨) ଉଚ୍ଚଶିକ୍ଷା ଲାଭ କରିବାଲାଗି ଗତବର୍ଷ ପଞ୍ଜାବକୁ ଯାଇ ଭଟିଣ୍ଡା...

ମାଉଜର ଦେଖାଇ ଡାକ୍ତରଙ୍କ ଘରୁ ସୁନାଗହଣା, ୩ ଲକ୍ଷ ଟଙ୍କା, କାର ଲୁଟ୍‌

ଖୋର୍ଦ୍ଧା ଅଫିସ,୨୬।୭: ଖୋର୍ଦ୍ଧା ଜିଲା ଟାଙ୍ଗୀ ଥାନା ଅନ୍ତର୍ଗତ ଲକ୍ଷ୍ମୀଧରପୁର ଗ୍ରାମରେ ଏକ ବଡ଼ ଧରଣର ଲୁଟ୍‌ ହୋଇଛି । ଦୁର୍ବୃତ୍ତମାନେ ମାଉଜର ଦେଖାଇ ସୁନାଗହଣା,...

ରାଜଧାନୀ ପ୍ରତିଷ୍ଠା ଦିବସକୁ ଡକାଗଲା ନାହିଁ: ମୁଖ୍ୟମନ୍ତ୍ରୀଙ୍କୁ ଫେରାଦ ହେଲେ ଅପରାଜିତା

ଭୁବନେଶ୍ୱର,୧୩।୪(ବ୍ୟୁରୋ): ବୁଧବାର ଭୁବନେଶ୍ୱରର ୭୪ତମ ପ୍ରତିଷ୍ଠା ଦିବସ। ଦୁଇ ବର୍ଷ ଧରି କରୋନା କଟକଣାକୁ ନେଇ ଉତ୍ସବ ପାଳନ ହୋଇ ନ ଥିବାବେଳେ ଚଳିତ ବର୍ଷ...

ଭିଜିଲାନ୍ସ ଜାଲରେ ଲ୍ୟାମ୍ପ୍ସ ଏମ୍‌ଡି

ରାଉରକେଲା ଅଫିସ,୨୮ା୧: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଲ୍ୟାମ୍ପ୍ସ ଏମ୍‌ଡି ପରୀକ୍ଷିତ ସାହୁଙ୍କ ଘରେ ଭିଜିଲାନ୍ସ ଚଢ଼ାଉ ହୋଇଛି। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏହି...

Advertisement
Archives

Model This Week