ଖଣି ବନ୍ଦ ରଖିବାକୁ ଚେତାଇଲା ପ୍ରଶାସନ

ଖଇରା,୨୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ତହସିଲ ଅଧୀନ ଶାରୀଶୂଆ ପାହାଡ କପିଳଝୁରୀ ବନ୍ଧନଟା ଏବଂ ବଗେଇପୁର ମୌଜାରେ ଚାଲିଥିବା ଖଣି ପରିବେଶ ପ୍ରତି ବିପଦ ସୃଷ୍ଟି କରୁଥିବା ଅଭିଯୋଗରେ ଜାତୀୟ ଗ୍ରୀନ ଟ୍ରିବ୍ୟୁନାଲ ପକ୍ଷରୁ ଖଣି ବ୍ୟବହାରକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ା ତଦନୁଯାୟୀ ଓଡିଶା ଆଡଭୋକେଟ ଜେନେରାଲଙ୍କ ନିର୍ଦ୍ଦେଶ କ୍ରମେ ଖଇରା ତହସିଲ ପକ୍ଷରୁ ବୁଧବାର ମାଇକ ଯୋଗେ ପ୍ରଚାର କରି ନିଲାମଧାରୀଙ୍କୁ ଏ ନେଇ ଅବଗତ କରାଯାଇଛି। ଏହା ପରଠାରୁ ଖଣି ନିଲାମଧାରୀ ଯଦି ଖଣିବ୍ୟବହାର କରନ୍ତି ସେମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାଇ ଦିଆଯାଉଛି ।
ଉଲ୍ଲେଖନୀୟ ଯେ, ଶାରୀଶୁଆ ପାହାଡ ଜୈବ ସମ୍ବେଦନଶୀଳ କ୍ଷେତ୍ର ପରିସରରେ ଆସୁଥିବା ସତ୍ତ୍ୱେ ଚଞ୍ଚକତା କରି ଏଠାକାର ଖଣି ଅଞ୍ଚଳ ହାତୀଚଲାପଥ ଭିତରେ ଆସୁ ନ ଥିବା ପ୍ରମାଣପତ୍ର ହାସଲକରି କେତେକ ଖଣି ସଂସ୍ଥା ୨୦୧୮ ମାର୍ଚ୍ଚଠାରୁ ଖଣିଜ ଦ୍ରବ୍ୟ ଲୁଟି ଚାଲିଥିଲେ। ଏଠାକାର ୯୭ ଖଣି ମଧ୍ୟରୁ କାଁଭାଁ କେତୋଟି ଖଣର ନିଲାମଧାରୀ ଅର୍ଥ ପୈଠ କରିଥିଲେ। ଅନ୍ୟ ନିଲାମଧାରୀମାନେ ବେଆଇନ ଭାବେ ପଥର ଉତ୍ତୋଳନ କରିଚାଲିଥିଲେ। ଏଭଳି କାର୍ଯ୍ୟକୁ ବିରୋଧ କରି ପାହାଡତଳି ଅଞ୍ଚଳବାସୀ ଭିଟାମାଟି ଛାଡିବାକୁ ଧମକ ଦେଇଥିଲେ ା ଏହ ି ସମୟ ମଧ୍ୟରେ ୨୦ରୁ ଅଧିକ ବନ୍ୟଜନ୍ତୁ ବ୍ଲାଷ୍ଟିଂ ଭୟରେ ଗାଁକୁ ପଳାଇ ଆସି ପ୍ରାଣ ହରାଇଥିଲେ ା ପାହାଡ ସୁରକ୍ଷା ପାଇଁ ୨ଟି ସାମାଜିକ ସଂଗଠନ ରୁରାଲ ଅରଗାଇନାଇଜେନ ଫର ସୋଶିିଆଲ ଏମ୍ପାୱାରମେଣ୍ଟ ଏବଂ ଆସୋସିଏଟେଡ ସୋଶିଆଲ ସର୍ଭିସ ଏଜେନ୍ସି ଗ୍ରୀନ ଟ୍ରିବ୍ୟୁନାଲର ଦ୍ୱାରସ୍ଥ ହୋଇଥିଲେ। ଟ୍ରିବ୍ୟୁନାଲର ବିଚାରପତି ଏସ୍‌.ପି.ୱାଙ୍ଗଡି,ସତ୍ୟୱାନ ସିଙ୍ଗ ଗାରବବ୍ୟାଲ ଗତ ୧୬ତାରିଖରେ ଦେଇଥିବା ରାୟରେ ଖଣି ଅଞ୍ଚଳ କୁଲଡିଆ-ହଦଗଡ ଆନ୍ତଜିଲା ବନ୍ୟଜନ୍ତୁ ଚଲାପଥ କ୍ଷେତ୍ରରେ ଆସୁଥିବା ତଥା ଏହା ଜୈବ ସମ୍ବେଦନଶୀଳ ଅଞ୍ଚଳ ହୋଇଥିବା କାରଣରୁ ଏହା ଉପରେ ଡିସେମ୍ବର ୧୨ତାରିଖରେ ଆବଶ୍ୟକ ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ା ତେବେ ଟ୍ରବ୍ୟୁନାଲର ନିର୍ଦ୍ଦେଶ ସମ୍ପର୍କରେ ଖଣି ମାଲିକମାନେ ଜାଣିବା ପରେ ରାତିଦିନ ଶତାଧିକ ଟ୍ରକରେ ମାଲବୋଝେଇ କରି ବାହାରକୁ ଚାଲାଣ କରାଯାଉଥିବା ଅଭିଯୋଗ ହୋଇଥିଲା। ପ୍ରଶାସନ ପକ୍ଷରୁ ମାଇକ ପ୍ରଚାର ସତ୍ତ୍ୱେ ଖଣିରୁ ପଥର ପରିବହନ ଅବ୍ୟାହତ ଥିବା ନେଇ ପାହାଡତଳ ବାସିନ୍ଦା ଅଭିଯୋଗ କରିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ଏପଟେ ଚାଲିଥିଲା IPL ନିଲାମ; ସେପଟେ ପ୍ରଥମ ଭାରତୀୟ ଭାବେ ଦ୍ୱିଶତକ ମାରିଲେ ୧୭ ବର୍ଷୀୟ ବ୍ୟାଟର

ନୂଆଦିଲ୍ଲୀ,୧୬।୧୨: ଭାରତୀୟ କ୍ରିକେଟ୍ ଇତିହାସରେ ଏକ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି ୧୭ ବର୍ଷୀୟ ବାମହାତୀ ବ୍ୟାଟ୍ସମ୍ୟାନ୍ ଅଭିଜ୍ଞାନ କୁଣ୍ଡୁ। ସେ ଏସିଆ କପ୍ ୨୦୨୫ ରେ...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

୬ ବଲ୍‌ରେ ମାରିଥିଲେ ୬ ଛକା, ଏବେ ୧୦ ଗୁଣା ଅଧିକ ଟଙ୍କା ଦେଇ କିଣିଲା KKR, ମିଳିଲା ଏତିକି…

ଅବୁଧାବୀ,୧୬।୧୨: ଆଇପିଏଲ୍‌ ୨୦୨୬ର ମିନି ନୀଲାମୀରେ ଭାରତୀୟ ଯୁବ ଖେଳାଳିମାନଙ୍କ ଉପରେ ଟଙ୍କା ବର୍ଷା ହୋଇଛି। ଏଥର ଅନେକ ଯୁବ ଖେଳାଳି ଉପରେ ଫ୍ରାଞ୍ଚାଇଜିଗୁଡ଼ିକ ବଡ଼...

କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର: ଚିକିତ୍ସା ଅବହେଳାରୁ ନବଜାତ ଶିଶୁପୁତ୍ର, ପ୍ରସୂତି ମହିଳାଙ୍କ ମୃତ୍ୟୁ

କେସିଙ୍ଗା,୧୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଚିକିତ୍ସା ଅବହେଳାରୁ ଏକ ନବଜାତ ଶିଶୁପୁତ୍ର ସହ...

ତପ୍ତପାଣି ଘାଟିରେ ଭୟଙ୍କର ଦୁର୍ଘଟଣା: ଦୁଇ ସାଙ୍ଗ ବୁଲିବାକୁ ଜାଇ…

ଦିଗପହଣ୍ଡି,୧୬।୧୨(ଅଶେଷ ନାଥ ମିଶ୍ର):ଗଞ୍ଜାମ-ଗଜପତି ସୀମାନ୍ତ ସାନଖେମୁଣ୍ଡି ବ୍ଳକ ପାଟପୁର ଥାନା ତପ୍ତପାଣି ଘାଟି ଛେଦନଇ ନିକଟରେ ଏକ ବାଇକ ଦୁର୍ଘଟଣାରେ ଜଣେ ମତ୍ୟୁବରଣ କରିଥିବା ବେଳେ...

ପୂର୍ବତନ କାଉନସିଲରଙ୍କ ପରଲୋକ: ଶୋକ ବ୍ୟକ୍ତକଲେ ବିଧାୟକ

ଭଞ୍ଜନଗର,୧୬।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନଏସିର ପୂର୍ବତନ କାଉନସିଲର ଟି. ସାରଦା ରାଓ (୫୫) ମଙ୍ଗଳବାର ପରାଲୋକ ହୋଇଛିି। ସେ ଜନତାଦଳରୁ ୧୯୯୮ ମସିହାରେ...

୧ ଲକ୍ଷ ଟଙ୍କାର ଋଣ ୭୪ ଲକ୍ଷରେ ପହଞ୍ଚିଲା: ପରିଶୋଧ କରିବାକୁ କିଡନୀ ବିକ୍ରି କଲେ ଚାଷୀ

ଭୁବନେଶ୍ୱର,୧୬।୧୨: ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲାର ଜଣେ ଚାଷୀଙ୍କୁ ବେଆଇନ ମହାଜନମାନଙ୍କଠାରୁ ନେଇଥିବା ୧ ଲକ୍ଷ ଟଙ୍କାର ଋଣ ଶେଷରେ ଦିନକୁ ୧୦,୦୦୦ ଟଙ୍କା ସୁଧ ସହିତ...

ମାର୍ଚ୍ଚ ୨୬ରୁ ମେ ୩୧ ମଧ୍ୟରେ ହେବ ଆଇପିଏଲ୍‌

ମୁମ୍ୱାଇ, ୧୬ା୧୨: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଆଗାମି ସଂସ୍କରଣ ମାର୍ଚ୍ଚ ୨୬ରୁ ମେ ୩୧ ଓ୍ୱିଣ୍ଡୋରେ ଖେଳାଯିବ। ମାତ୍ର ଆରସିବିର ଘରୋଇ ଗ୍ରାଉଣ୍ଡ ବେଙ୍ଗାଲୁରୁରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri