ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା: ୫ ଶ୍ରେଣୀରେ ପଢୁଛନ୍ତି ୧୧ ଛାତ୍ରୀଛାତ୍ର

ନୂଆଗାଁ,୧୨ା୯ (ଡି.ଏନ.ଏ.): ନୟାଗଡ଼ ଜିଲା ନୂଆଗାଁ ବ୍ଲକ ମାଳିସାହି ପଞ୍ଚାୟତରେ ଥିବା ଖଙ୍ଗୁରୀ ସେବାଶ୍ରମ ବନ୍ଦ ହେବା ଆଶଙ୍କା ଉପୁଜିଛି। ୫ ଶ୍ରେଣୀରେ ବର୍ତ୍ତମାନ ଏଠାରେ ପଢୁଛନ୍ତି ମାତ୍ର ୧୧ ଛାତ୍ରୀଛାତ୍ର। ହଷ୍ଟେଲ ସୁବିଧା ନ ଥିବାରୁ ଏଠାରୁ ଅଭିଭାବକମାନେ ମୁହଁ ଫେରାଉଛନ୍ତି।
ନୟାଗଡ଼ ଜିଲାରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବିଭାଗ ଦ୍ୱାରା ପରିଚାଳିତ ମୋଟ ୩୧ ଗୋଟି ସ୍କୁଲ ରହିଛି। ସେଥିମଧ୍ୟରେ ୪ ହାଇସ୍କୁଲ, ୨୦ ଆଶ୍ରମ ବିଦ୍ୟାଳୟ ଓ ୭ ସେବାଶ୍ରମ ଅନ୍ତର୍ଭୁକ୍ତ। ମାଳିସାହି ପଞ୍ଚାୟତରେ ଅନେକ ଆଦିବାସୀ ଅଞ୍ଚଳ ରହିଥିବାରୁ ସେଠାକାର ଅନୁସୂଚିତ ଜାତି ଓ ଜନଜାତିର ପିଲାଙ୍କ ପଢିବା ଉଦ୍ଦେଶ୍ୟରେ ୧୯୫୯ ମସିହାରେ ଖଙ୍ଗୁରୀଠାରେ ନିଜସ୍ବ ୭୮ ଡେସିମିଲ ଜାଗାରେ ସ୍କୁଲ ସ୍ଥାପନା କରାଯାଇଥିଲା। କିନ୍ତୁ ବର୍ତ୍ତମାନ ସେହି ପରିସର ତଥା ସେବାଶ୍ରମ ସ୍କୁଲ ଜାଗାରେ ଗଢିଉଠିଛି ଗଣଶିକ୍ଷା ବିଭାଗର ଏକ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ସମନ୍ବିତ ଶିଶୁ ବିକାଶ ବିଭାଗର ଏକ ଅଙ୍ଗନଓ୍ବାଡି କେନ୍ଦ୍ର। ସେବାଶ୍ରମର ନିଜସ୍ବ ଜାଗା ଥିବା ସତ୍ତ୍ୱେ ସେଠାରେ ଏକ ହଷ୍ଟେଲ ନିର୍ମାଣ କରା ନ ଯାଇ ଗଣଶିକ୍ଷା ବିଭାଗକୁ ଜାଗା ଦେବା ଫଳରେ କେବଳ ସ୍କୁଲକୁ ଆସି ପାଠ ପଢିବା ପାଇଁ ଛାତ୍ରୀଛାତ୍ର ଓ ସେମାନଙ୍କ ଅଭିଭାବକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଅନ୍ୟପକ୍ଷରେ ଯେଉଁ ସ୍ଥାନରେ ସ୍କୁଲରେ ପାଠ ପଢିବା ସହ ହଷ୍ଟେଲ ସୁବିଧା ରହିଛି ଅଭିଭାବକମାନେ ସେହି ସ୍ଥାନରେ ପିଲାଙ୍କର ନାମ ଲେଖାଉଛନ୍ତି। ଯାହା ଫଳରେ ଖଙ୍ଗୁରୀ ସେବାଶ୍ରମର ଛାତ୍ର ଉପସ୍ଥାନ କମିବାରେ ଲାଗିଛି। ଚଳିତ ବର୍ଷ ବିଦ୍ୟାଳୟରେ ୧ମରୁ ୫ମ ଶ୍ରେଣୀ ଯାଏ ମୋଟ ୧୧ ଛାତ୍ରୀଛାତ୍ର ପଢୁଥିବା ବେଳେ ୨ ଜଣ ଶିକ୍ଷୟିତ୍ରୀ ରହିଛନ୍ତି। ସେବାଶ୍ରମଟି ଜିଲା ସଦର ମହକୁମାଠାରୁ ମାତ୍ର ୧୧ କିଲୋମିଟର ଦୂରରେ ରହିଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆଢୁଆଳରେ ରହିଥିବାରୁ ତାହା ଆବାସିକ ସ୍କୁଲରେ ପରିଣତ ହୋଇପାରୁ ନାହିଁ। ୨୦୧୮-୧୯ରେ ପି.ଟି.ଏ. (ଅଭିଭାବକ-ଶିକ୍ଷକ ସଂଘ) ବୈଠକରେ ଅଭିଭାବକମାନେ ଏ ବିଷୟରେ ନୂଆଗାଁ ବ୍ଲକ ସମ୍ପ୍ରସାରଣ ଅଧିକାରୀଙ୍କୁ ଜଣାଇବାରୁ ସେ ତାହା ଆମ ଦ୍ୱାରା ହୋଇପାରିବ ନାହିଁ ବୋଲି କହିଥିଲେ। ସେବାଶ୍ରମଟିକୁ ଆବାସିକ କରା ନ ଗଲେ ଛାତ୍ର ଉପସ୍ଥାନ କମିବା ସାଙ୍ଗକୁ ସ୍କୁଲର ବିଲୟ ଘଟିବ ବୋଲି କହିଛନ୍ତି ସେବାଶ୍ରମର ପ୍ରଧାନ ଶିକ୍ଷୟିତ୍ରୀ ସୁମିତ୍ରା ପାତ୍ର । ସ୍କୁଲ ପରିଚାଳନା କମିଟି ସଭାପତି ବାଟୁ ପ୍ରଧାନ କହନ୍ତି, ସରକାର ଅନୁସୂଚିତ ଜାତି ଓ ଜନଜାତିର କଲ୍ୟାଣ ପାଇଁ ଅନେକ ଯୋଜନା କରୁଛନ୍ତି। ଏହି କ୍ରମରେ ଖଙ୍ଗୁରୀ ସେବାଶ୍ରମ ପ୍ରତି ଦୃଷ୍ଟି ଦେଇ ସେହି ପରିସରରେ ଏକ ହଷ୍ଟେଲ ନିର୍ମାଣ କଲେ ସ୍କୁଲରେ ଛାତ୍ର ଉପସ୍ଥାନ ବଢିବା ସାଙ୍ଗକୁ ଏହା ସ୍ଥାୟୀ ହୋଇ ରହିପାରନ୍ତା। ଏ ସମ୍ପର୍କରେ ବ୍ଲକ ସମ୍ପ୍ରସାରଣ ଅଧିକାରୀ ମଳୟ ରଞ୍ଜନ ଚିନରାଙ୍କୁ ପଚାରିବାରୁ ସେ କହିଥିଲେ, ଆମେ ଏ ବିଷୟରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଇଛୁ । ବିଦ୍ୟାଳୟଟି ବନ୍ଦ ନ କରିବା ପାଇଁ ଚେଷ୍ଟା ଜାରି ରଖିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri