ଫୁଲବାଣୀ ଅଫିସ, ୧୬ା୯-କନ୍ଧମାଳ ଜିଲା ବାଲିଗୁଡ଼ା ବ୍ଲକରେ ୭୫ଲକ୍ଷ ଟଙ୍କାର ଦୁର୍ନୀତିକୁ ଏବେ ସବୁ କ୍ଷେତ୍ରରେ ଚପାଇ ଦିଆଯାଇଛି। ଯେଉଁମାନେ ଟଙ୍କା ହଡପ କରିଥିଲେ ସେମାନଙ୍କ ପାଖରୁ ଅଦ୍ୟାବଧି ଏହା ଆଦାୟ କରାଯାଇ ପାରୁନାହିଁ । ପୁଣି ସେହିପରି କ.ନୂଆଗାଁ ବ୍ଲକ କଞ୍ଜାମେଣ୍ଡି ପଞ୍ଚାୟତରେ ଏହି ଦୁର୍ନିତୀ ହୋଇଥିବା ଲୋକାଲ ଫଣ୍ଡ ଅଡିଟ ରିପୋର୍ଟ ପ୍ରକାଶ ପାଇଛି। ଫୁଲବାଣୀ ଭିଜିଲାନ୍ସ ବିଭାଗ ଏହି ରିପୋର୍ଟ ଆଧାରରେ ମାମଲାର ତଦନ୍ତ କରୁଛି। ହେଲେ ଭିଜିଲାନ୍ସର କାର୍ଯ୍ୟକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ବାଲିଗୁଡା ଭଳି ପରିସ୍ଥିତି ଏଠାରେ ମଧ୍ୟ ଉପୁଜିବା ସମ୍ଭାବନା ରହିଛି। ଟଙ୍କା ନେଇଥିବା ବ୍ୟକ୍ତି ଏହାକୁ ପରିଶୋଧ କରିବେ ନାହିଁ । ଭିଜିଲାନ୍ସ ଅଧିକାରୀ ଏବଂ ଅର୍ଥ ହଡପକାରୀଙ୍କ ମଧ୍ୟରେ ସଲାସୁତରା ହୋଇଥିବା ଆଲୋଚନା ଜୋର ଧରିଛି।
୨୦୧୭-୧୮ ଆର୍ଥିକ ବର୍ଷରେ ଚତୁର୍ଥ ରାଜ୍ୟ ଅର୍ଥ କମିସନ ଏବଂ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କା ହଡ଼ପ କରାଯାଇଛି ା ଟଙ୍କା ହେରଫେରରେ ସେତବେଳର ଯନ୍ତ୍ରୀ, ସରପଞ୍ଚ ଏବଂ ନିର୍ବାହୀ ଅଧିକାରୀ ସାମିଲ ରହିଛନ୍ତି। ସରକାର ଗ୍ରାମାଞ୍ଚଳରେ ଯୋଜନାର କାର୍ଯ୍ୟ କାରିତା ଉପରେ ପ୍ରାଧାନ୍ୟ ଦେଉଛନ୍ତି। ଟଙ୍କା ସିଧା ସଳଖ ପଞ୍ଚାୟତ ଆକାଉଣ୍ଟକୁ ଯାଉଛି ା ହେଲେ ଏଠାରେ ଅର୍ଥ ବିନା କାମରେ ହଡପ କରାଯାଉଛି ।
ସୁଚନା ଅନୁସାରେ, ୨୦୧୭ ଫେବୃୟାରୀ ୧୩ରେ ଚତୁର୍ଦଶ କେନ୍ଦ୍ରୀୟ ଅର୍ଥ କମିଶନ ଟଙ୍କାକୁ ବିନା କାର୍ଯ୍ୟାଦେଶରେ ଏନ୍ଇଏଫଟି/ଆରଟିଜିଏସ୍ ମାଧ୍ୟମରେ ଚେକ୍ ନଂ.୦୦୧୫୫୧ରେ ୫ ଜଣଙ୍କ ଖାତାକୁ ୯ଲକ୍ଷ ୩୦ ହଜାର ଏବଂ ଚେକ୍ ନଂ ୦୦୧୫୫୨ରେ ମାର୍ଚ୍ଚ ୩ ରେ ୪ଜଣଙ୍କ ଖାତାକୁ ୫ଲକ୍ଷ ୫୯ହଜାର ଟଙ୍କା ପଠାଯାଇଛି। ସରୋଜ ମଲ୍ଲିକଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୬୯୩୫୬କୁ ଦୁଇ ଥରରେ ୧ ଲକ୍ଷ ୮୫ ହଜାର ଓ ୬୫ ହଜାର, ରଜନୀକାନ୍ତ ସାହୁଙ୍କ ଏଡ଼ିବି ଖାତା ନଂ. ୧୧୮୨୦୯୮୩୧୪୪କୁ ୫ଲକ୍ଷ ୧୨ ହଜାର ଓ ୪୦ ହଜାର, କାଲାରାମ ବିସିମାଝିଙ୍କ ଖାତା ନଂ. ୧୮୨୦୯୯୮୯୧୩କୁ ୩୮ହଜାର, ବାବୁ ମଳିକଙ୍କ ଏଡ଼ିବି ଖାତା ନଂ. ୩୨୦୭୨୮୪୦୯୯୩କୁ ୨୫ ହଜାର, ଅନସୂୟା ପାତ୍ରଙ୍କ ଏଡ଼ିବି ଖାତା ନଂ. ୩୧୦୪୮୧୮୪୦୩୮କୁ ୧ଲକ୍ଷ ୭୦ ହଜାର ଓ ୫୫ ହଜାର ୯ଶହ ଟଙ୍କା, ପଞ୍ଚାନନ କହଁରଙ୍କ ଖାତା ନଂ. ୧୧୬୯୩୯୮୮୬୪୫କୁ ୩ ଲକ୍ଷ ୯୮ ହଜାର ୧୦୦ ଟଙ୍କା ଯାଇଛି। ଯାହାର କୌଣସି ହିସାବ କି କେଉଁ ପ୍ରକଳ୍ପ ପାଇଁ ଏହି ଟଙ୍କା ଖର୍ଚ୍ଚ ହୋଇଛି ତାହା ପଞ୍ଚାୟତ କ୍ୟାସ୍ବୁକରେ ଦର୍ଶାଯାଇନାହିଁ। ଏହି ଅର୍ଥ ହଡପ୍ ହୋଇଥିବା ଲୋକାଲ ଫଣ୍ଡ ଅଡ଼ିଟ ରିପୋର୍ଟରେ ଦର୍ଶଯାଇଛି।
ସେହିପରି ୨୦୧୭-୧୮ରେ ସାଧାରଣ ବଣ୍ଟନ ଓ ବାର୍ଦ୍ଧକ୍ୟ ଭତ୍ତାର ଅଗ୍ରୀମ ୧ ଲକ୍ଷ ୯୪ ହଜାର ୯୫୪ ଟଙ୍କା ୫ ଜଣ ନିର୍ବାହୀ ଅଧିକାରୀ ନେଇଥିଲେ। ପର୍ଯ୍ୟାୟ କ୍ରମେ ସେମାନଙ୍କ ବଦଳି ହୋଇଛି। ହେଲେ ସେମାନେ ପଞ୍ଚାୟତ କିମ୍ବା ବ୍ଲକକୁ ଏହାର ହିସାବ ଦେଇ ନାହାନ୍ତି। ଏହି ଟଙ୍କା ଆତ୍ମସାତ ହୋଇଥିବା ଅଡ଼ିଟ ରିପୋର୍ଟରେ ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି। ଭିଜିଲାନ୍ସ ନିଜ ତରଫରୁ ମାମଲା କରିଥିବା ଅଡିଟ ସୁପରିଣ୍ଟେଣ୍ଡେଣ୍ଟ ଜନାର୍ଦ୍ଦନ ତ୍ରିପାଠୀ ପ୍ରକାଶ କରିଛନ୍ତିି। ଭିଜିଲାନ୍ସ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଦେଖିବାକୁ ବାକି ରହିଛ। ଏ ନେଇ ଭିଜିଲାନ୍ସ ଡିଏସ୍ପି ରବିକାନ୍ତ ସୁନାଙ୍କୁ ପଚାରିବାରୁ ତଦନ୍ତ କେଉଁ ଯାଏ ଯାଇଛି ତାହା ମୁଁ ବୁଝିଲା ପରେ କହିବି ବୋଲି କହିଛନ୍ତି।
Posted inଆମ ଜିଲା ଖବର, କନ୍ଧମାଳ View All
ମଥୁରାନଗରୀରେ ଉପ ମୁଖ୍ୟମନ୍ତ୍ରୀ, କହିଲେ ‘ଧମକ୍କୁ ଡରେନି ଏହି ସରକାର…’
ମଥୁରାନଗରୀ,୨।୧(ପ୍ରେମାନନ୍ଦ ଖମାରୀ)- କିଛି ଲୋକ ଚାଷୀଙ୍କୁ ନେଇ ରାଜରାସ୍ତାକୁ ଓହ୍ଲାଇବାକୁ ଚେଷ୍ଟା କରୁଛନ୍ତି। ଚାଷୀମାନଙ୍କୁ ଭାରାକ୍ରାନ୍ତ କରିବାକୁ ପ୍ରୟାସ ଚଲାଇଛନ୍ତି। ମାତ୍ର ଏହି ସରକାର କୌଣସି...
ପରିବାରଲୋକେ କରୁଥିଲେ ନାପସନ୍ଦ, ପ୍ରେମିକଙ୍କୁ ପାଇବାକୁ ଅପହରଣ ନାଟକ ରଚିଥିଲେ ପ୍ରେମିକା, ଏବେ ପୋଲିସ…
ଫୁଲବାଣୀ, ୨ା୧(ରାକେଶ କୁମାର ରାଉତ)- କନ୍ଧମାଳ ଜିଲା ଗୋଛାପଡା ଥାନା ଅଞ୍ଚଳର ଜଣେ ୧୯ ବର୍ଷୀୟା ଯୁବତୀଙ୍କୁ କେତେ ଜଣ ଯୁବକ ତାଙ୍କ ଗାଁ ନିକଟରୁ...
ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ: ଜିଲାର ଦାବି ଉପସ୍ଥାପନ କଲେ ପାରଳାଖେମୁଣ୍ଡି ବିଧାୟକ
ପାରଳାଖେମୁଣ୍ଡି,୨ା୧(ଗିରିଧାରୀ ପରିଚ୍ଛା)-ରେଳବାଇ ଷ୍ଟାଣ୍ଡିଂ କମିଟି ବୈଠକ ପୁରୀଠାରେ ଶୁକ୍ରବାର ଅନୁଷ୍ଠିତ ହୋଇଛି। ଏଥିରେ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ତଥା ରାଜ୍ୟସଭା ଏମ୍ପି ଡ. ସିଏମ୍ ରମେଶ...
ପ୍ରଭାକର ସ୍ମାରକୀ ଭଲିବଲ୍ ଟୁର୍ନାମେଣ୍ଟ; ଫାଇନାଲକୁ ଗଲା ବ୍ରହ୍ମପୁର ପାଓ୍ବାର ସିକ୍ସ
ଦିଗପହଣ୍ଡି, ୨।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୫ମ ଦିବସ ଶୁକ୍ରବାର ପ୍ରଥମ...
କଲରାପତରିଆ ସହ ସମ୍ବର ଶିଙ୍ଘ ଜବତ ମାମଲା: ୬ଜଣଙ୍କୁ କୋର୍ଟ ଚାଲାଣ କଲା ଖଡ଼ିଆଳ ବନଖଣ୍ଡ
ଖଡ଼ିଆଳ,୨।୧(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ବନଖଣ୍ଡ ପକ୍ଷରୁ କଲରାପତରିଆ ବାଘ ଛାଲ ଏବଂ ଦୁଇଟି ସମ୍ବର ଶିଙ୍ଘ ଜବତ ମାମଲାରେ ଛଅଜଣ କୋର୍ଟ...
ନୂଆବର୍ଷ ଦିନ ହୋଇଯାଇଥିଲେ ନିଖୋଜ, ସକାଳୁ ଗଛରେ ଝୁଲୁଥିଲା ମୃତଦେହ; କୋକସରା ପୋଲିସ…
କୋକସରା,୨।୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ଥାନା ଅଧିନସ୍ଥ ଜୟନ୍ତପୁର ପଞ୍ଚାୟତ ରଏନଗୁଡା ଗ୍ରାମରୁ ଶୁକ୍ରବାର ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ପୋଲିସ ଉଦ୍ଧାର...
ନାବାଳିକା ନାତୁଣୀଙ୍କୁ ବଳାତ୍କାର କରି ମାରିଥିଲେ ଅଜାଙ୍କୁ: ଏବେ ଦୁଇଜଣ ଗଲେ ଜେଲ୍
ଦିଗପହଣ୍ଡି,୨|୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚଷାନିମଖଣ୍ଡି ପଞ୍ଚାୟତ ସିନ୍ଧବା ଗ୍ରାମର ବୃଦ୍ଧ ସନିଆ ଗୌଡ଼(୮୫)ଙ୍କୁ ଗୁରୁବାର ସକାଳେ ଗାଁ ଦାଣ୍ଡରେ ବିଭତ୍ସ...
ବଡ଼ପଣ ଦେଖାଇଲେ ତହସିଲଦାର: ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ଦୁର୍ଘଟଣା ଜାଣି..
ଚନ୍ଦାହାଣ୍ଡି,୨।୧( ହିମାଂଶୁ ଦାସ): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀ ଶତ୍ରୁଘ୍ନ ଦାସ ନିଜ ଗାଁ ମୋତିଗାଁରୁ ଚନ୍ଦାହାଣ୍ଡି ତହସିଲକୁ...
Archives


