କ୍ୱାରାଣ୍ଟାଇନ୍‌ ପରେ ମିଳିଲା ମା’ଙ୍କ ଭଲପାଇବା

ମୁମ୍ବାଇ: ଲକ୍‌ଡାଉନ୍‌ରେ ବିମାନ ସେବା ଆରମ୍ଭ ହେବା ପରେ ବଲିଉଡ୍‌ ଅଭିନେତ୍ରୀ ରାଧିକା ମଦାନ ମେ’ ୨୬ରେ ମୁମ୍ବାଇରୁ ଦିଲ୍ଲୀରେ ପହଞ୍ଚିଥିଲେ। ସେ ଫ୍ଲାଇଟ୍‌ରେ ଆସିବାବେଳେ ବହୁ ସତର୍କତା ଅବଲମ୍ବନ କରିଥିଲେ। ସେ ଘରେ ପହଞ୍ଚି ୧୪ ଦିନ ପାଇଁ ନିଜକୁ ଆଇସୋଲେଶନରେ ରଖିଥିଲେ। ରାଧିକାଙ୍କ ଏହି କ୍ୱାରାଣ୍ଟାଇନ ପିରିୟଡ୍‌ ଜୁନ ୧୦ରେ ସରିଲା। ସେ ଏହାକୁ ନେଇ ଇନ୍‌ଷ୍ଟାଗ୍ରାମରେ ସେ ଏକ ପୋଷ୍ଟ ମଧ୍ୟ କରିଛନ୍ତି। ରାଧିକା ଏହି କ୍ୱାରାଣ୍ଟାଇନ୍‌ ସମୟକୁ ରାମଙ୍କ ୧୪ବର୍ଷ ବନବାସ ସହିତ ତୁଳନା କରିଛନ୍ତି। ସେ ଦୁଇଟି ଫଟୋ ଶେୟାର କରିଛନ୍ତି ଯେଉଁଥିରେ ତାଙ୍କ ମା’ ତାଙ୍କୁ କୋଳେଇ ଢେର ସାରା ଭଲ ପାଇବା ଦେଉଛନ୍ତି। ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଏହି କ୍ୱାରାଣ୍ଟାଇନ୍‌ ସମୟ ବଡ଼ କଠିନ। ନିଜ ଘରେ ଥାଇ ମଧ୍ୟ ମୋତେ ସମସ୍ତଙ୍କଠାରୁ ଅଲମା ରହିବାକୁ ପଡ଼ୁଥିଲା। ମୋତେ ମୋ ମା’ଙ୍କ ଠାରୁ ମଧ୍ୟ ଅଲଗା ରହିବାକୁ ପଡ଼ୁଥିଲା। ତାଙ୍କର ଟିକେ ଭଲ ପାଇବା ପାଇଁ ମୁଁ ଯେପରି ବିକଳ ହେଉଥିଲି। ଥ୍ୟାଙ୍କ୍‌ ଗଡ୍‌ ଏହି ଅବଧି ସରିଥିବାରୁ ମୁଁ ବହୁତ ଖୁସି।
ସୂଚନା ଥାଉ କି, ଚଳିତବର୍ଷ ମାର୍ଚ୍ଚ ୧୩ରେ ରିଲିଜ ହୋଇଥିବା ‘ଅଂରେଜୀ ମିଡିୟମ’ମୁଭିରେ ରାଧିକା ମଦାନଙ୍କୁ ଲିଡ୍‌ ରୋଲରେ ଦେଖିବାକୁ ମିଳିଥିଲା। ଏହି ମୁଭିରେ ସେ ବଲିଉଡ୍‌ ଅଭିନେତା ଇର୍‌ଫାନ ଖାନ୍‌ଙ୍କ ଝିଅର ଭୂମିକାରେ ନଜର୍‌ ଆସିଥିଲେ। ତେବେ ଏହା ଥିଲା ଇର୍‌ଫାନଙ୍କ ଜୀବନର ଶେଷ ଫିଲ୍ମ। ଆଗକୁ ଦୀନେଶ ବିଜନଙ୍କ ପ୍ରଡକ୍ସନରେ ନିର୍ମିତ ‘ଶିଦତ୍‌’ରେ ରାଧିକାଙ୍କୁ ଦେଖିବାକୁ ମଳିବ। ଏଥିରେ ସନି କୌଶଳ, ଡାଏନା ପୈଣ୍ଟି ଏବଂ ମୋହିତ ରୈନା ମଧ୍ୟ ନଜର୍‌ ଆସିବେ।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ସୁଦ୍ଧା ଆସିବ କରୋନା ଟିକା!

ମୁମ୍ବାଇ.୧୧।୮: କରୋନା ମହାମାରୀ ଏବେ ସାରା ବିଶ୍ୱକୁ ଚିନ୍ତାରେ ପକାଇଥିବା ବେଳେ ଏବେ ଏହାର ଟିକା ବା ଭ୍ୟାକ୍ସିନକୁ ନେଇ ଚାଲିଛି ଗବେଷଣା। ଆଉ ଗୋଟିଏ...

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ: ୮ କରୋନା ଆକ୍ରାନ୍ତ ମୃତ

ଅହମଦାବାଦ, ୬।୮: ଗୁଜରାଟର ଅହମଦାବାଦ ସ୍ଥିତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି ଚିକିତ୍ସିତ ହେଉଥିବା ୮ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ...

ଅଭିନୟ ଅପେକ୍ଷା ରିଲେଶନସିପକୁ ନେଇ ଚର୍ଚ୍ଚାରେ ରୁହନ୍ତି ଦିଶା

ମୁମ୍ବାଇ: ବଲିଉଡ୍‌ର ନବାଗତା ନାୟିକା ଦିଶାା ପାଟନୀ ୨୭ ବର୍ଷରେ ପଦାର୍ପଣ କରିଛନ୍ତି। ପ୍ରଥମେ ତେଲଗୁ ଫିଲ୍ମରୁ ଅଭିନୟ ଆରମ୍ଭ କରିଥିବା ଦିଶା ଏବେ ବଲିଉଡ୍‌ରେ...

ପିତାଙ୍କୁ ମିଛ କହିଥିଲେ ଜାହ୍ନବୀ

ବଲିଉଡ୍‌ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ସୌନ୍ଦର୍ଯ୍ୟ, ଅଭିନୟ ଏବଂ ନୃତ୍ୟ ଦକ୍ଷତା ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଜାହ୍ନବୀ ପିତା ବୋନି କପୁରଙ୍କର ବହୁତ...

ପିଲାଦିନେ ଝିଅ ଆରାଧ୍ୟାଙ୍କ ଭଳି ଦେଖାଯାଉଥିଲେ ଐଶ୍ୱର୍ଯ୍ୟା

ବମ୍ବେ: ପିଲାମାନେ ମା’ବାପାଙ୍କ ଭଳି ଦେଖାଯିବା ସ୍ବାଭାବିକ କଥା। ମାତ୍ର କିଛି କ୍ଷେତ୍ରରେ ପିଲାମାନେ ଅବିକଳ ନକଲ ହୋଇଥିବା ଭଳି ମନେ ହୁଏ। ଯେପରିକି ନୀଳ...

ମହାରାଷ୍ଟ୍ରରେ ଗୋଟିଏ ଦିନରେ ଚିହ୍ନଟ ହେଲେ ୧୨୧ ନୂଆରୋଗୀ, ସଂକ୍ରମିତଙ୍କ ସଂଖ୍ୟା ୨,୪୫୫

ମୁମ୍ବାଇ,୧୪।୪: ଚିନ୍ତା ବଢାଉଛି କରୋନା ଭାଇରସ। ମହାରାଷ୍ଟ୍ରରେ ଏହା ବେଳକୁ ବେଳ ବଢିବାରେ ଲାଗିଥିବାରୁ ଉଦ୍ଧବ ଠାକରେ ସରକାରଙ୍କ ନିଦ ହଜାଇ ସାରିଲାଣି ଏହି କରୋନା।...

ପିତାଙ୍କ ସହ ନଜର ଆସିଲେ ଅନୁଷ୍କା, ବେବି ବମ୍ପ୍‌ ଦେଖି ପ୍ରଶଂସକ କହିଲେ…

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବଂ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ଦୁଇରୁ ତିନି ଜଣ ହେବାକୁ ଯାଉଛନ୍ତି। ଏହା...

ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ସର୍ବାଧିକ ନିଯୁକ୍ତି ହ୍ରାସ

ନୂଆଦିଲ୍ଲୀ,୧୦।୪: ମହାମାରୀ କୋଭିଡ୍‌-୧୯ ଯୋଗୁ ସାରା ବିଶ୍ୱରେ ଏବେ ମାନ୍ଦାବସ୍ଥା ଦେଖାଦେଇଛି। ଏହାଦ୍ୱାରା ପ୍ରାୟ ୮୧ପ୍ରତିଶତ ନିଯୁକ୍ତି ବାଧାପ୍ରାପ୍ତ ହୋଇଛି। ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଏବେ...

Play 250+ Trending Games
Archives

Model This Week

Why Dharitri