Posted inଖେଳ

କ୍ୟାରିୟରର ଅନ୍ତିମ ଟେଷ୍ଟ ଜାଣି ନିୟମ ଭାଙ୍ଗିଲେ ଫିଲାଣ୍ଡର

ଜୋହାନ୍ସବର୍ଗ,୨୬।୧- ଓ୍ବାଣ୍ଡର୍ସରେ ଇଂଲଣ୍ଡ ବିପକ୍ଷରେ ଚାଲିଥିବା ଚତୁର୍ଥ ତଥା ଅନ୍ତିମ ଟେଷ୍ଟ ଦକ୍ଷିଣ ଆଫ୍ରିକା ପେସର ଭର୍ନନ ଫିଲାଣ୍ଡରଙ୍କ କ୍ୟାରିୟରର ଅନ୍ତିମ ଅନ୍ତର୍ଜାତୀୟ ମ୍ୟାଚ୍‌। ଟେଷ୍ଟର ଦ୍ୱିତୀୟ ଇନିଂସରେ ସେ ମାତ୍ର ୯ଟି ବଲ ପକାଇବା ପରେ ଛୋଟେଇବା ଆରମ୍ଭ କରିଥିଲେ। ମାଂସପେଶୀଜନିତ ଆହତ ସମସ୍ୟା ଯୋଗୁ ସେ ଆଉ ବୋଲିଂ କରି ନ ଥିଲେ। ଏହାର କିଛି ସମୟ ପରେ ଆଇସିସି ପକ୍ଷରୁ ସୂଚନା ଦିଆଯାଇଥିଲା ଯେ, ଫିଲାଣ୍ଡରଙ୍କୁ ଅର୍ଥଦଣ୍ଡରେ ଦଣ୍ଡିତ କରାଯାଇଛି। ଏଥିସହ ତାଙ୍କୁ ଏକ ଡିମେରିଟ ପଏଣ୍ଟ ଦିଆଯାଇଛି। ପ୍ରଥମ ଇନିଂସରେ ପ୍ରତିପକ୍ଷ ଇଂଲଣ୍ଡ ବ୍ୟାଟ୍ସମ୍ୟାନ ଜୋସ ବଟଲରଙ୍କୁ ଆଉଟ୍‌ କରିବା ପରେ ଗାଳି କରିବା ସହ ଆପତ୍ତିଜନକ ଇଙ୍ଗିତ କରିଥିଲେ। ତେବେ ଫିଲାଣ୍ଡର କ’ଣ କହିଥିଲେ ଜଣାପଡ଼ିନାହିଁ। ତାଙ୍କ ମ୍ୟାଚ୍‌ ଫି’ର ୧୫ ପ୍ରତିଶତ କାଟ କରାଯିବ। ଉଲ୍ଲେଖଯୋଗ୍ୟ, ଏହି ମ୍ୟାଚ୍‌ରେ ଜଣେ ପ୍ରଶଂସକଙ୍କୁ ଗାଳି କରିବା ପାଇଁ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ମଧ୍ୟ ଏକ ଡିମେରିଟ ପଏଣ୍ଟ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୭ ବଲ୍‌ରେ ବଦଳିଗଲା ଇତିହାସ

ଦୁବାଇ,୨୫।୧୦: ଦୁବାଇ ଗ୍ରାଉଣ୍ଡରେ ୨୯ ବର୍ଷ ପରେ ଇତିହାସ ରଚିଛି ପାକିସ୍ତାନ। ଦିନିକିଆ ଏବଂ ଟି -୨୦ ବିଶ୍ୱକପରେ ଲଗାତାର ୧୨ଟି ମ୍ୟାଚ ହାରିଯିବା ପରେ...

ପ୍ରଥମ ଟେଷ୍ଟ: ଫଓ୍ବାଦ୍‌ଙ୍କ ଶତକ, ପାକିସ୍ତାନ ଅଗ୍ରଣୀ

କରାଚୀ,୨୮।୧(ପି.ଟି.): କରାଚୀ ନ୍ୟାଶନାଲ ଷ୍ଟାଡିୟମରେ ଚାଲିଥିବା ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ପାକିସ୍ତାନ ଦମ୍‌ଦାର ପ୍ରତ୍ୟାବର୍ତ୍ତନ କରିଛି। ମିଡିଲ୍‌ ଅର୍ଡର ବ୍ୟାଟ୍ସମ୍ୟାନ...

ଚେସାବ୍ଲ ମାଷ୍ଟର୍ସ: କାର୍ଲସେନ ଚାମ୍ପିୟନ

ଓସ୍‌ଲୋ, ୭।୭: ରୁଷିଆ ଜନ୍ମିତ ଡଚ୍‌ ଚେସ୍‌ ତାରକା ଆନିଶ୍‌ ଗିରିଙ୍କୁ ଫାଇନାଲରେ ହରାଇ ବିଶ୍ୱ ଚାମ୍ପିୟନ ମ୍ୟାଗ୍ନ କାର୍ଲସେନ ଅନ୍‌ଲାଇନ୍‌ ଚେସାବ୍ଲ ମାଷ୍ଟର୍ସ ଚେସ୍‌...

ଶୁଟିଂ ବିଶ୍ୱକପ୍‌: ମନୁ ଭାକର ୭ମ ଭାରତୀୟ

ମ୍ୟୁନିକ୍‌, ୩୦।୫(ପି.ଟି.)- ଦେଶର ୭ମ ଶୁଟର ଭାବେ ମନୁ ଭାକର ୨୦୨୦ ଟୋକିଓ ଅଲିମ୍ପିକ୍‌କୁ ଯୋଗ୍ୟତା ଅର୍ଜନ କରିବାର ସୌଭାଗ୍ୟ ଲାଭ କରିଛନ୍ତି। ଏଠାରେ ଚାଲିଥିବା...

ପାଲେର୍‌ମୋ ଲେଡିଜ୍‌ ଓପନ୍‌ରୁ ଓହରିଲେ ହାଲେପ୍‌

ପାଲେରମୋ, ୨୭ା୭ (ଏପି)-ଇଟାଲୀ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ଏକ କ୍ୱାରାଣ୍ଟାଇନ୍‌ ଅଧ୍ୟାଦେଶ ଜାରି ପରେ ଦ୍ୱିତୀୟ ର଼୍ୟାଙ୍କିଙ୍ଗପ୍ରାପ୍ତ ସିମୋନା ହାଲେପ୍‌ ରବିବାର ପାମେରୋ ଲେଡିଜ୍‌ ଓପନ୍‌...

ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କ ପରଲୋକ

ନୂଆଦିଲ୍ଲୀ, ୮।୭(ପି.ଟି.)- ଦୁଇଥର ଅଲିମ୍ପିକ୍‌ ସ୍ବର୍ଣ୍ଣ ପଦକ ବିଜେତା ଭାରତୀୟ ଦଳର ସଦସ୍ୟ ହକି କିମ୍ବଦନ୍ତୀ କେଶବ ଦତ୍ତଙ୍କର ବୁଧବାର ପରଲୋକ ଘଟିଛି। ବାର୍ଦ୍ଧକ୍ୟଜନିତ କାରଣରୁ...

‘ବାଦୋନି ଆମ ପାଇଁ ବେବି ଏବି’

ମୁମ୍ବାଇ,୨୯।୩ : ଗୁଜରାଟ ଟାଇଟନ୍ସ ବିପକ୍ଷ ଆଇପିଏଲ ପଦାର୍ପଣ ମ୍ୟାଚ୍‌ରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ ପାଇଁ ୫୪ ରନ୍‌ର ଅର୍ଦ୍ଧଶତକୀୟ ଇନିଂସ ଖେଳିଥିବା ଆୟୁଷ ବାଦୋନିଙ୍କୁ...

ଯାହା କରିପାରିନାହାନ୍ତି ମହାନ୍‌ ତେନ୍ଦୁଲକର, ଆଉ ୪୫ରନ୍‌ରେ ତାହା କରି ଦେଖାଇବେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌

ଅହମ୍ମଦାବାଦ,୩।୩: ଭାରତୀୟ ଟେଷ୍ଟ ଟିମ୍‌ର ଅଭିଜ୍ଞ ବ୍ୟାଟ୍ସମ୍ୟାନ୍‌ ଚେତେଶ୍ୱର ପୂଜାରା ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟରେ ରେକର୍ଡ କରିପାରନ୍ତି। ଏଥିପାଇଁ ମାତ୍ର ୪୫ରନ୍‌ର ଆବଶ୍ୟକତା ରହିଛି।...

Advertisement
Archives

Model This Week