କ୍ୟାବିନେଟ୍‌ ନିଷ୍ପତ୍ତି: ୨୪ରୁ ୪୮ ଘଣ୍ଟା ମଧ୍ୟରେ ଚାଷୀଙ୍କୁ ମିଳିବ ଟଙ୍କା, ଧାନ କିଣା ଟାର୍ଗେଟ କମିଲା

ଭୁବନେଶ୍ୱର,୨୬।୯(ବ୍ୟୁରୋ): ଧାନ ବିକୁଥିବା ଚାଷୀଙ୍କୁ ଏଣିକି ୨୪ରୁ ୪୮ ଘଣ୍ଟା ମଧ୍ୟରେ ସେମାନଙ୍କର ପ୍ରାପ୍ୟ ମିଳିବ। ପୂର୍ବରୁ ସେମାନଙ୍କୁ ୨୪ରୁ ୭୨ ଘଣ୍ଟା ମଧ୍ୟରେ ଧାନ ବିକା ଟଙ୍କା ମିଳୁଥିଲା। ଗୁରୁବାର ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିସହିତ ଖାଦ୍ୟ ଓ ସଂଗ୍ରହଣ ନୀତି ୨୦୧୯-୨୦କୁ କ୍ୟାବିନେଟ ମଞ୍ଜୁରୀ ପ୍ରଦାନ କରିଛି। ଚଳିତ ବର୍ଷ ଖରିଫ ଋତୁରେ ୬୦ ଲକ୍ଷ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହେବ। ଏ ବାବଦରେ ୪୧ ଲକ୍ଷ ମେଟ୍ରିକ ଟନ୍‌ ଚାଉଳ ସଂଗ୍ରହ ହେବ ବୋଲି ସରକାର ଲକ୍ଷ୍ୟଧାର୍ଯ୍ୟ କରିଛନ୍ତି। ତେବେ ଗତ ବର୍ଷଠାରୁ ଚଳିତ ବର୍ଷ ପ୍ରାୟ ୫ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ଚାଉଳ କମ୍‌ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୧୮-୧୯ରେ ୬୫.୪୯ ଲକ୍ଷ ମେଟ୍ରିକ ଟନ୍‌ ଧାନ ଓ ଏଥିରୁ ବାହାରୁଥିବା ୪୪.୪୨ ଲକ୍ଷ ମେଟ୍ରିକ୍‌ ଟନ୍‌ ଚାଉଳ ସଂଗ୍ରହ କରିବାକୁ ସରକାର ଲକ୍ଷ୍ୟଧାର୍ଯ୍ୟ କରିଥିଲେ। କ୍ୟାବିନେଟ ବୈଠକ ଶେଷରେ ମୁଖ୍ୟଶାସନ ସଚିବ ଅସୀତ୍‌ ତ୍ରିପାଠୀ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଆବଶ୍ୟକ ହେଲେ ସରକାର ଚାଷୀଙ୍କଠାରୁ ଆହୁରି ଅଧିକ ଧାନ କ୍ରୟ କରିବେ। ଆସନ୍ତା ନଭେମ୍ବର ପହିଲାରୁ ୨୦୨୦ ମାର୍ଚ୍ଚ ପର୍ଯ୍ୟନ୍ତ ଖରିଫ୍‌ ଧାନ ସଂଗ୍ରହ କରାଯିବ। ସେହିପରି ୨୦୨୦ ମେ’ରୁ ଜୁନ୍‌ ମଧ୍ୟରେ ରବି ଧାନ ସଂଗ୍ରହ ହେବ। ଚଳିତ ବର୍ଷ ଧାନ କିଣିବା ପାଇଁ ୧୨ ଲକ୍ଷ ୪୦ ହଜାର ଚାଷୀ ନାମ ପଞ୍ଜୀକୃତ କରିଛନ୍ତି। ପ୍ରଥମ ଥର ପାଇଁ ଆଧାରକୁ ପରିଚୟ ପତ୍ର ଭାବେ ଧରି ଏହି ପଞ୍ଜୀକରଣ କରାଯାଇଛି। ୨୦୧୮-୧୯ରେ ଖରିଫ୍‌ ଋତୁରେ ୯ ଲକ୍ଷ ଚାଷୀ ଧାନ ବିକ୍ରି କରିଥିଲେ। ଚଳିତ ବର୍ଷ ୩ ଲକ୍ଷ ୪୦ ହଜାର ଅଧିକ ଚାଷୀ ଧାନ ବିକିବା ପାଇଁ ନାମ ପଞ୍ଜୀକୃତ କରିଛନ୍ତି। ତେବେ ଚାଷୀମାନେ ଏବେ ଆଧାରକୁ ପରିଚୟପତ୍ର ଭାବେ ଦେଖାଇ ଧାନ ବିକି ପାରିବେ । ଆଧାର ନ ଥିଲେ ସରକାର ଚାଷୀଙ୍କଠାରୁ ଧାନ କିଣିବେ ନାହିଁ। ଚଳିତ ବର୍ଷ ଅଧିକ ସଂଖ୍ୟାରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଧାନ କିଣାରେ ସାମିଲ ହେବେ। ଏଥିସହିତ ପ୍ୟାକ୍ସ, ଲ୍ୟାମ୍ପ୍‌ସ ଏବଂ ପାଣିପଞ୍ଚାୟତଗୁଡିକ ମଧ୍ୟ ଚାଷୀଙ୍କଠାରୁ ଧାନ କିଣିବେ। ମାର୍କ ଫେଡ୍‌କୁ ଚଳିତ ବର୍ଷ ଧାନ କିଣାରୁ ବାଦ୍‌ କରାଯାଇଛି। ଭାଗ ଚାଷୀ, କ୍ଷୁଦ୍ର ଓ ନାମମାତ୍ର ଚାଷୀ ନିଜର ବଳକା ଧାନକୁ ବିକ୍ରି କରିପାରିବେ। ଚଳିତ ବର୍ଷ କେନ୍ଦ୍ର ସରକାର ସାଧାରଣ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍‌ଏସ୍‌ପି)୧୮ଶହ ୧୫ ଟଙ୍କା ଏବଂ ଗ୍ରେଡ୍‌ ଏ ଧାନ ପାଇଁ ୧୮ଶହ ୩୫ ଟଙ୍କା ଧାର୍ଯ୍ୟ କରିଛନ୍ତି। ଗତ ବର୍ଷର ବକେୟା ଚାଉଳ ଫେରସ୍ତ କରି ନ ଥିବା ମିଲରମାନଙ୍କୁ ଧାନ ସଂଗ୍ରହ ପ୍ରକ୍ରିୟାରେ ସାମିଲ କରାଯିବ ନାହିଁ। ଚାଷୀଙ୍କୁ ଧାନ ବିକ୍ରି ବାବଦ ଅର୍ଥ ଅନ୍‌ଲାଇନ୍‌ ଜରିଆରେ ସିଧା ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ପୈଠ କରାଯିବ। ରାଜ୍ୟର ୩୧୦ଟି ବ୍ଲକରେ ପି-ପାସ୍‌ ମାଧ୍ୟମରେ ଧାନ କିଣାଯିବ। ରାଜ୍ୟର ସାଧାରଣ ବ୍ୟବସ୍ଥା ବଣ୍ଟନ ପାଇଁ ୨୪ ଲକ୍ଷ ମେଟ୍ରିକ ଟନ୍‌ ଚାଉଳକୁ ବାଦ୍‌ଦେଇ ବଳକା ଚାଉଳ ଭାରତୀୟ ଖାଦ୍ୟ ନିଗମ ମାଧ୍ୟମରେ କେନ୍ଦ୍ରୀୟ ଭଣ୍ଡାରକୁ ପଠାଯିବ।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri