କ୍ୟାପିଟାଲ ହସ୍ପିଟାଲର ମହିଳା କର୍ମଚାରୀଙ୍କ ମୃତ୍ୟୁ ପରେ ଫିଟୁଛି ଗୁମର : ପ୍ରିୟାପ୍ରୀତିରେ ମିଳୁଛି ଆଇସିୟୁ ବେଡ୍‌

ଭୁବନେଶ୍ୱର,୧୨।୭(ବ୍ୟୁରୋ) : କ୍ୟାପିଟାଲ ହସ୍ପିଟାଲ ଏସ୍‌ଏନ୍‌ସିୟୁ ବିଭାଗର ମହିଳା କର୍ମଚାରୀ ଅନୁପମା ନାୟକଙ୍କ ବୁଧବାର ମୃତ୍ୟୁ ଘଟିଥିଲା। ଏହାପରେ ହସ୍ପିଟାଲର ଭିତିରି ଗୁମର ପଦାକୁ ଆସିବାରେ ଲାଗିଛି। ଅନୁପମାଙ୍କୁ ଆଇସିୟୁ ଆବଶ୍ୟକ ହେଉଥିବା ବେଳେ ହସ୍ପିଟାଲ କର୍ତ୍ତୃପକ୍ଷ ଯୋଗାଇ ନ ଦେବାରୁ ମୃତ୍ୟୁ ଘଟିଥିଲା। ସବୁଠୁ ବଡ କଥା ହେଲା କ୍ୟାପିଟାଲ ହସ୍ପିଟାଲର ଆଇସିୟୁ ବେଡ ଲାଗି ପ୍ରିୟାପ୍ରୀତି ତୋଷଣରେ ଚାଲିଥିବା ଅଭିଯୋଗ ହେଉଛି। ହସ୍ପିଟାଲରେ କାର୍ଯ୍ୟ କରୁଥିବା ଉପରିସ୍ଥ ଅଧିକାରୀଙ୍କ କେହି ପରିଚିତ ବ୍ୟକ୍ତିଙ୍କୁ ଆଇସିୟୁ ଆବଶ୍ୟକ ହେଉଥିଲେ ତାହାଙ୍କୁ ବିନା ସର୍ତ୍ତରେ ମିଳୁଛି। କିନ୍ତୁ ଜଣେ ଗରିବ ଶ୍ରେଣୀର ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ହେଉଥିଲେ ମିଳୁନାହିଁ। ଫଳରେ ଅଧିକ ଟଙ୍କା ଦେଇ ପରିବାର ଲୋକେ ରୋଗୀଙ୍କୁ ଘରୋଇ ହସ୍ପିଟାଲ ଆଇସିୟୁକୁ ନେଇ ନ ପାରି ବାଧ୍ୟରେ ଓ୍ବାର୍ଡରେ ରଖି ଚିକିତ୍ସା କରାଉଛନ୍ତି। ଏଥିଯୋଗୁ ରୋଗୀଙ୍କ ମୃତ୍ୟୁ ଘଟୁଛି। ଯାହାକୁ ନେଇ ଅନେକ ଲୋକେ ବିରୋଧ କରି ଆସୁଥିଲେ ମଧ୍ୟ କର୍ତ୍ତୃପକ୍ଷଙ୍କ ଉପରେ କିଛି ଫରକ ପଡୁନାହିଁ।
ଭୁବନେଶ୍ୱରରେ କ୍ୟାପିଟାଲ ହସ୍ପିଟାଲକୁ ପ୍ରତ୍ୟହ ଚିକିତ୍ସା ଲାଗି ବହୁ ରୋଗୀ ଆସୁଛନ୍ତି। କିନ୍ତୁ ଚିକିତ୍ସା ବଦଳରେ ଏଠାରେ ଶୋଷଣ ଚାଲିଥିବା ଅଭିଯୋଗ ହେଉଛି। ଅନେକ ସମୟରେ ଦେଖିବାକୁ ମିଳୁଛି ଯେଉଁମାନଙ୍କୁ ଆଇସିୟୁ ଅତ୍ୟନ୍ତ ଆବଶ୍ୟକ ନାହିଁ ସେମାନଙ୍କୁ ସହଜରେ ମିଳିଯାଉଛି। ଆଇସିୟୁ ଜରୁରୀ ଆବଶ୍ୟକ କରୁଥିବା ରୋଗୀଙ୍କୁ ଦିଆଯାଉନାହିଁ। ଏଭଳି ବାଛ ବିଛାର କ’ଣ ପାଇଁ ବୋଲି ଏବେ ସାଧାରଣରେ ପ୍ରଶ୍ନ ଉଠୁଛି। ଆଇସିୟୁ ପାଇଁ ମଧ୍ୟ ହସ୍ପିଟାଲରେ ମୋଟା ଅଙ୍କର ଅର୍ଥ କାରବାର ହେଉଛି। ଯେଉଁମାନେ ଅଧିକାରୀମାନଙ୍କୁ ଟଙ୍କା ଦେଇ ତୋଷ କରାଇଲେ ସେମାନଙ୍କୁ ସହଜରେ ଆଇସିୟୁ ମିଳିଯାଉଛି। ଅନ୍ୟପକ୍ଷେ କେତେଜଣ ଡାକ୍ତର ଅର୍ଥ ଦେଉଥିବା ରୋଗୀଙ୍କୁ ଆଇସିୟୁ ଯୋଗାଇ ନ ପାରିଲେ ଘରୋଇ ହସ୍ପିଟାଲକୁ ଯିବାକୁ ପ୍ରବର୍ତ୍ତାଉଛନ୍ତି। ଘରୋଇ ହସ୍ପିଟାଲ ଆଇସିୟୁକୁ ରୋଗୀଙ୍କୁ ପଠାଉଥିବା ଡାକ୍ତର ଟଙ୍କା ପାଉଛନ୍ତି। ବିଶେଷକରି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଉପରିସ୍ଥ କର୍ମଚାରୀଙ୍କ ସମ୍ପର୍କୀୟ, ଖବରଦାତା ଓ ପୋଲିସକୁ ସହଜରେ ଆଇସିୟୁ ମିଳୁଛି। ଯଦି କେହି ଆଇସିୟୁ ବେଡରେ ଥିବେ ତାଙ୍କୁ ତୁରନ୍ତ ଅନ୍ୟ ହସ୍ପିଟାଲକୁ ଯିବାକୁ କୁହାଯାଉଛି। ଫଳରେ ଆଇସିୟୁରେ ଥିବା ରୋଗୀଙ୍କୁ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର ସମୟରେ ତାଙ୍କର ମୃତ୍ୟୁ ହେଉଥିବା ଅଭିଯୋଗ ହେଉଛି। କ୍ୟାପିଟାଲ ହସ୍ପିଟାଲରେ ଆଇସିୟୁରେ ୧୧ଟି ବେଡ୍‌ ରହିଛି। ତେଣୁ ଜରୁରୀ ଆବଶ୍ୟକ ହେଉଥିବା ରୋଗୀଙ୍କୁ ଆଇସିୟୁ ବେଡ୍‌ ଦିଆଯିବାର ନିୟମ ରହିଥିଲେ ମଧ୍ୟ ତାହାକୁ କେହି ମାନୁନାହାନ୍ତି। ବେଡ୍‌ ଫାଙ୍କା ନାହିଁ କହି ଫେରାଇ ଦିଆଯାଉଥିବା ଅଭିଯୋଗ ହୋଇଛି। ଆଇସିୟୁ ଦାୟିତ୍ୱରେ ଥିବା ଅଧିକାରୀଙ୍କ ୧୧ ବର୍ଷ ହେବ ଚାକିରିରୁ ଅବସର ନେଇଥିଲେ ହେଁ କିଭଳି ତାଙ୍କୁ ପୁଣି ସେଠାରେ ଦାୟିତ୍ୱରେ ରଖାଯାଇଛି ତାହାକୁ ନେଇ ହସ୍ପିଟାଲର ତଳସ୍ତରର କର୍ମଚାରୀ ପ୍ରଶ୍ନ ଉଠାଇଛନ୍ତି। ଏ ନେଇ ହସ୍ପିଟାଲର ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଧନଞ୍ଜୟ ଦାସଙ୍କୁ ପଚାରିବାରେ ଏଭଳି ଅଭିଯୋଗର ସତ୍ୟତା ନାହିଁ। ଯେଉଁ ରୋଗୀଙ୍କୁ ଆଇସିୟୁ ଆବଶ୍ୟକ ହେଉଛି ଫାଙ୍କା ଥିଲେ ଦିଆଯାଉଛି। ବୁଧବାର ଖାଲି ନ ଥିବାରୁ କର୍ମଚାରୀଙ୍କୁ ବେଡ ମିଳିପାରି ନ ଥିଲା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୫କେଜି LPG ସିଲିଣ୍ଡରକୁ ନେଇ ସରକାରଙ୍କ ବଡ଼ ଘୋଷଣା, ଲକ୍ଷ ଲକ୍ଷ ଲୋକଙ୍କୁ…

ନୂଆଦିଲ୍ଲୀ,୭।୪: ଇରାନରେ ଜାରି ରହିଥିବା ଯୁଦ୍ଧ କାରଣରୁ ସାରା ବିଶ୍ୱରେ LPG ଯୋଗାଣ ପ୍ରଭାବିତ ହୋଇଛି। ଏହାର ପ୍ରଭାବ ଭାରତର ପ୍ରବାସୀ ଶ୍ରମିକ ଓ ଦୁର୍ବଳ ଶ୍ରେଣୀର…

ଯେଉଁଠି ଅଛନ୍ତି ସେଇଠି ଥାନ୍ତୁ, ୪୮ ଘଣ୍ଟା ଯାଏ ଘରୁ ବାହାରନ୍ତୁ ନାହିଁ; ଭାରତୀୟଙ୍କ ପାଇଁ Advisory ଜାରି କଲା…

ତେହେରାନ,୭।୪: ପଶ୍ଚିମ ଏସିଆରେ ଯୁଦ୍ଧ ପରିସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିନାଶକାରୀ ଧମକ ଏବଂ ଇସ୍ରାଏଲର ଆକ୍ରମଣ ମଧ୍ୟରେ ଇରାନରେ…

ଭଡ଼ାଘରେ ଚଲାଇଥିଲେ ଦେହ ବ୍ୟବସାୟ, ଦମ୍ପତିଙ୍କୁ ବାନ୍ଧିଲା ଟାଉନ ଥାନା ପୋଲିସ, ମିଳିଲା ଆପତ୍ତିଜନକ…

ବରଗଡ଼,୭।୪(ପ୍ରେମାନନ୍ଦ ଖମାରୀ)-ବରଗଡ଼ ସହର ଉପକଣ୍ଠ ଶ୍ରୀଧାମ ସୋସାଇଟି ନିକଟ ଏକ ଭଡ଼ାଘରେ ଦେହ ବ୍ୟବସାୟ ଚଲାଉଥିବା ଅଭିଯୋଗରେ ସ୍ଥାନୀୟ ଟାଉନ ଥାନା ପୋଲିସ ଜଣେ ଦମ୍ପତିଙ୍କୁ ଗିରଫ…

ଫସିଗଲେ ଡେଭିଡ୍‌ ଓ୍ବାର୍ନର, ମଦ ପିଇ ଗାଡ଼ି ଚଳାଇବା ଅଭିଯୋଗରେ ସିଡନୀରେ ଗିରଫ

ସିଡନୀ,୭।୪: ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ ଡେଭିଡ ୱାର୍ନରଙ୍କ ପାଇଁ ଅଡୁଆ ବଢ଼ିଛି। ମଦ୍ୟପାନ କରି ଗାଡ଼ି ଚଲାଉଥିବା ବେଳେ (Drink-driving) ସିଡନୀ ପୋଲିସ ତାଙ୍କୁ ଗିରଫ କରିଛି।…

ସାମିଆପଲ୍ଲୀରୁ ବିପୁଳ ପରିମାଣରେ ଶାଗୁଆନ କାଠ ଜବତ

ଛତ୍ରପୁର,୭।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟ ସାମିଆପଲ୍ଲୀ ଗ୍ରାମ ନିକଟରୁ ଭିଜିଲାନ୍ସ, ବନବିଭାଗ ମୋବାଇଲ ଟିମ, ଛତ୍ରପୁର ବନ ବିଭାଗ ବିପୁଳ ପରିମାଣର ଶାଗୁଆନ…

ରାଜ୍ୟସଭା କ୍ରସ୍‌ ଭୋଟିଂ ପରେ ପ୍ରଥମ ଥର ମୋହନା ଆସିଲେ ବିଧାୟକ

ମୋହନା, ୭ା୪(ମନ୍ମଥ ମିଶ୍ର): ରାଜ୍ୟସଭା ନିର୍ବାଚନ ପରେ ଗଜପତି ଜିଲା କଂଗ୍ରେସରେ ହଟଚମଟ ଦେଖିବାକୁ ମିଳିଥିଲା। ମୋହନା ବିଧାୟକ ଦାଶରଥି ଗମାଙ୍ଗ ନିଜ ଦଳର କଥା ଅବମାନନା…

ଆମେରିକା ରେଡ୍‌ ଲାଇନ୍‌ ପାର କଲେ, ଆମର କ୍ଷେପଣାସ୍ତ୍ର ଟ୍ରମ୍ପଙ୍କୁ ଭୟଙ୍କର ଜବାବ ଦେବ; ଇରାନ ଦେଲା ପାଲଟା ଚେତାବନୀ

ତେହେରାନ,୭।୪: ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଚରମ ସୀମାରେ ପହଞ୍ଚିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଦିଆଯାଇଥିବା ଡେଡ୍‌ଲାଇନ୍‌ ଶେଷ ହେବା ପୂର୍ବରୁ ଇରାନର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ଖାର୍ଗ…

ଏକା ବେଳେ ଜଳିଲା ଗୋଟିଏ ପରିବାରର ୪ ଜୁଇ: କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ  

କୋରାପୁଟ,୭।୪(ଅମିତାଭ ବେହେରା):ଏକା ବେଳକେ ଜଳିଲା ଗୋଟିଏ ପରିବାରର ୪ ଜୁଇ। ଦୁର୍ଘଟଣାରେ ଗୋଟିଏ ପରିବାରର ୪ ଜଣଙ୍କ  ଘଟିଲା ମୃତ୍ୟୁ। କୋରପୁଟ ଶ୍ମଶାନରେ ଜଳିଲା ଜୁଇ। ନବରଙ୍ଗପୁର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri