କ୍ୟାନସର୍‌ ସହ ଲଢ଼ିବ ଖଜୁରୀ

ଏସିଆ ମହାଦେଶର ଅଧିକାଂଶ ସ୍ଥାନରେ ଖଜୁରୀ ଗଛ ପ୍ରଚୁର ମାତ୍ରାରେ ଦେଖାଯାଏ। ଏବେ ଏକ ଗବେଷଣାରୁ ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଏହି ଖଜୁରୀରେ ମହଜୁଦ୍‌ ଜରୁରୀ ତତ୍ତ୍ୱ କ୍ୟାନସର୍‌ ନାଶ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ଗବେଷଣାରୁ ଜଣାପଡ଼ିଛି, ଖଜୁରୀ ଫୁସ୍‌ଫୁସ୍‌, ସ୍ତନ ଏବଂ ପ୍ରୋଷ୍ଟେଟ୍‌ କ୍ୟାନସର୍‌ ନାଶ କରିବାରେ ସାହାଯ୍ୟ କରିବ। ଖଜୁରୀ ସେବନ ଦ୍ୱାରା କ୍ୟାନସର୍‌ କାରକ ଟ୍ୟୁମର୍‌ରେ ପ୍ରଭାବ ପକାଇଥାଏ। ଯଦ୍ୱାରା ତାହା କ୍ଷତିଗ୍ରସ୍ତ ହୋଇଯାଏ। ଏହାକୁ ଅନିଦ୍ରା ଦୂର କରିବା ଏବଂ ଭୋକ ବଢ଼ାଇବା ପାଇଁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ। ଏହି ଗବେଷଣା ସମ୍ପର୍କିତ ବିସ୍ତୃତ ତଥ୍ୟ ଫୁଡ୍‌ ଆଣ୍ଡ୍‌ ଫଙ୍କସନ୍‌ ପତ୍ରିକାରେ ପ୍ରକାଶିତ ହୋଇଛି। ଏହି ଗବେଷଣା ରୟାଲ୍‌ ସୋସାଇଟି ଅଫ୍‌ କେମିଷ୍ଟ୍ରିରେ କରାଯାଇଛି। ଲ୍ୟାବ୍‌ରେ ହୋଇଥିବା ଗବେଷଣାରେ କ୍ୟାନସର୍‌ କୋଷିକାର ସାମ୍ନା ଖଜୁରୀ ସହ ହେବା ଦ୍ୱାରା କ୍ୟାନସର୍‌ କାରକ ଟ୍ୟୁମର୍‌ ଉପରେ ପ୍ରଭାବ ପକାଇଥିବା ଦେଖାଯାଇଥିଲା। କିଛି ଦିନ ମଧ୍ୟରେ ଏହା ଆପଣାଛାଏଁ ନଷ୍ଟ ହୋଇଯାଇଥିଲା। ତେବେ ଏପର୍ଯ୍ୟନ୍ତ ବୈଜ୍ଞାନିକମାନେ ସନ୍ଧାନ ଲଗାଇ ପାରିନାହାନ୍ତି, ଖଜୁରୀ କ୍ୟାନସର୍‌କୁ ରୋକିବାରେ ନା କ୍ୟାନସର୍‌ କାରକ ଟ୍ୟୁମର୍‌କୁ ଠିକ୍‌ କରିବାରେ ସାହାଯ୍ୟ କରୁଛି। ଏହା ଉପରେ ସେମାନେ ଅଧିକ ଗବେଷଣା ଜାରି ରଖିଛନ୍ତି। ଖଜୁରୀରେ ପ୍ରଚୁର ମାତ୍ରାରେ ଭିଟାମିନ୍‌ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଥାଏ। ଏହା ଶରୀରକୁ ମାରାମତ୍କ ରୋଗରୁ ରକ୍ଷାକରିବା ସହ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ସହାୟ ହୋଇଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରକ୍ତ ଶର୍କରା ଅଂଶ କମ୍‌ କରେ କଞ୍ଚାଲଙ୍କା

କଞ୍ଚାଲଙ୍କାରେ ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌ ଏ ଓ ସି। ଯାହା ଆମର ଦୃଷ୍ଟିଶକ୍ତି ବଢାଇବାରେ ସାହାଯ୍ୟ କରିଥାଏ। ଆଜିକାଲି ଅଧିକାଂଶ ଲୋକେ ଲାଲ ଲଙ୍କାକୁ...

ଚିକେନ୍‌ ଅଙ୍ଗାରା

ସମ୍ବଲପୁର ସହର ବୀର ସୁରେନ୍ଦ୍ର ସାଏ ମାର୍ଗସ୍ଥିତ ହୋଟେଲ ଅପ୍‌ସରା ପରିସରରେ ଅର୍ବାନ ତଡକା ରେଷ୍ଟୁରାଣ୍ଟ ରହିଛି। ଆଜିର ଗ୍ରାହକଙ୍କ ମନ ମୁତାବକ ଡିଶ୍‌ ପ୍ରସ୍ତୁତିରେ...

ମଧୁମେହରୁ ମୁକ୍ତିଦିଏ ବେସନ ରୁଟି

ଆଜିକାଲି ମଧୁମେହ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟାରେ ପରିଗଣିତ ହେଲାଣି। ବ୍ୟସ୍ତବହୁଳ ଜୀବନଶୈଳୀ ଓ ଖାଦ୍ୟପେୟରେ ପରିବର୍ତ୍ତନ ଏହାର ପ୍ରମୁଖ କାରଣ। ତେବେ ଏହି ରୋଗୀଙ୍କୁ...

ଫ୍ୟାଶନ ମାନିଆ

ବର୍ତ୍ତମାନ ମହିଳାଙ୍କଠାରେ ଅନ୍ୟଠୁ ସୁନ୍ଦର ଏବଂ ଆକର୍ଷଣୀୟ ଦେଖାଯିବାକୁ ନେଇ ଚାଲିଛି ଯେମିତି ପ୍ରତିଯୋଗିତା। ବିଶେଷ କରି ସୋସିଆଲ୍‌ ମିଡିଆ ଏହି କ୍ରେଜ୍‌କୁ ଯେମିତି ନିଆଁରେ...

ଶୀତଦିନେ ସପ୍ତାହରେ ୨ ଥର କରନ୍ତୁ ଉଷୁମ ତେଲ ମାଲିସ୍‌…

ଶୀତଦିନେ ଶରୀରରେ ଉଷୁମ ତେଲ ମାଲିସ୍‌ କଲେ ଅନେକ ଉପକାର ମିଳିଥାଏ । ଏହା ଦ୍ୱାରା ରକ୍ତଚାପ ନିୟନ୍ତ୍ରିତ ହେବା ସହିତ ହାର୍ଟ ଆଟାକ୍‌ରୁ ମୁକ୍ତି...

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ…

ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଆୟୁର୍ବେଦ ଜୟପୁର ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରୁ ଜଣାପଡ଼ିଛି, ରୋଗ ପ୍ରତିରୋଧକ କ୍ଷମତା ବଢ଼ାଇବା ପାଇଁ ବିଭିନ୍ନ ଫଳ, ପନିପରିବା ଏବଂ...

ଏହି ୪ ଜିନିଷ ଯେତେ ଥିଲେ ବି ଲାଗେ କମ୍‌

ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତି ଶ୍ଲୋକ ମାଧ୍ୟମାର ମନୁଷ୍ୟ ଜୀବନ ସହ ଜଡିତ ବିଭିନ୍ନ ସମସ୍ୟା ଓ ତାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି। ଯାହାକୁ...

ଲୋଫର୍‌ ଶୁଜ୍‌

ଅଫିସ୍‌ରେ ସିମ୍ପଲ୍‌ ଏବଂ ଫର୍ମାଲ୍‌ ଆଉଟ ଫିଟ୍‌ ହିଁ ଭଲ ମାନିଥାଏ। ତାହା ସହ ମ୍ୟାଚିଂ ଶୁଜ୍‌ ବି ପିନ୍ଧିବାକୁ ପଡ଼େ। ଏହା ଆପଣଙ୍କ ଲୁକ୍‌...

Advertisement
Archives

Model This Week