କ୍ଷେତ୍ର ସେବା ବେଳେ ଅସୁବିଧା ଭୋଗୁଛନ୍ତି ବିଦ୍ୟୁତ୍‌ କର୍ମଚାରୀ, ସମସ୍ୟା ସମାଧାନ ନ ହେଲେ ଆନ୍ଦୋଳନ

ବାରିପଦା ଅଫିସ,୨୦।୮- ବିଦ୍ୟୁତ୍‌ କ୍ଷେତ୍ରରେ କାର୍ଯ୍ୟକ୍ଷମତାକୁ ତ୍ୱରାନ୍ବିତ କରିବା ନେଇ ବାରିପଦା ପାୱାର ଏମ୍ପ୍ଲୋଇଜ ୟୁନିୟନ ପକ୍ଷରୁ ବିଭାଗୀୟ ଅଧିକାରୀଙ୍କୁ ଘେରାଉ କରାଯାଇଛି। ଏଥିସହ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ବିଭିନ୍ନ ଦାବି ତୁରନ୍ତ ପୂରଣ କରିବାକୁ ଲିଖିତ ଭାବେ ଦାବି କରିଛି। ୟୁନିୟନ ପକ୍ଷରୁ କୁହାଯାଇଛି ଯେ, ବାରିପଦା ବିଦ୍ୟୁତ୍‌ ଡିଭିଜନ ଅଧୀନରେ କୁଶଳୀ ଓ ଅଣ କୁଶଳୀ କର୍ମଚାରୀମାନଙ୍କ ଘୋର ଅଭାବ ଯୋଗୁଁ ଉତ୍ତମ ଗ୍ରାହକସେବା ଯୋଗାଇ ଦେବାରେ ବିଭିନ୍ନ ସମସ୍ୟା ଦେଖାଯାଉଛି। ଏହି ଡିଭିଜନ ଅଧୀନ ସମସ୍ତ ୩୩/୧୧ କେଭି ସବଷ୍ଟେସନର ଭିସିବିଗୁଡିକର ନବୀକରଣ ଆବଶ୍ୟକ ଥିବା ବେଳେ ବିଭାଗୀୟ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ କର୍ମଚାରୀ ଓ ଉପଭୋକ୍ତାମାନେ ହଇରାଣ ହେଉଛନ୍ତି। ଏହା ସହ ଡିଭିଜନ କାର୍ଯ୍ୟାଳୟରେ କିରାଣୀ ଅଭାବ ଯୋଗୁଁ ବିଦ୍ୟୁତ କର୍ମଚାରୀମାନଙ୍କ ଦରମା, ପେନସନ ଓ ଅନୁସଙ୍ଗିକ ଭତ୍ତା ଠିକ ସମୟରେ ମିଳୁ ନ ଥିବାରୁ କର୍ମଚାରୀ ମହଲରେ ଅସନ୍ତୋଷ ଦେଖାଦେଇଛି। ସେହିପରି ଏଜେନ୍ସି ମାଧ୍ୟମରେ ନିଯୁକ୍ତ ଠିକା କର୍ମଚାରୀମାନଙ୍କୁ ମାସ ମାସ ଧରି ଦରମା, ଇପିଏଫ, ଇଏସଆଇ ସହିତ ମରାମତି ଓ ସୁରକ୍ଷା ସରଞ୍ଜାମ ଠିକ୍‌ ସମୟରେ ପ୍ରଦାନ କରାଯାଉନାହିଁ। ଏହା ଶ୍ରମ ଆଇନର ଉଲ୍ଲଂଘନ କରୁଥିବା ୟୁନିୟନ ଅଭିଯୋଗ କରିଛି। ଠିକା ଏଜେନ୍ସି ଓ ବିଦ୍ୟୁତ୍‌ ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ମଧ୍ୟରେ ସଲାସୁତୁରା କରାଯାଇ କର୍ମଚାରୀମାନଙ୍କ ପ୍ରତି ଶ୍ରମିକ ମାରଣ ନୀତି ପ୍ରତିପୋଷଣ କରାଯାଉଛି। ଅନ୍ୟପକ୍ଷେ ବିଭାଗର ବିଦ୍ୟୁତ୍‌ କାର୍ଯ୍ୟାଳୟଗୁଡିକ ଅସୁରକ୍ଷିତ ଓ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଥିରେ କର୍ମଚାରୀମାନେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ଜୀବନ ପ୍ରତି ବିପଦ ଦେଖାଯାଇଛି। ବାରିପଦା ନିର୍ବାହୀ ଯନ୍ତ୍ରୀ ଉପରୋକ୍ତ ବିଭିନ୍ନ ସମସ୍ୟାଗୁଡିକର ତୁରନ୍ତ ସମାଧାନ ନ କଲେ ସଂଘ ଆନ୍ଦୋଳନ କରିବ ବୋଲି ୟୁନିୟନର ସହ-ସାଧାରଣ ସମ୍ପାଦକ ଜ୍ୟୋତିକୃଷ୍ଣ ବେହେରା ଗଣମାଧ୍ୟମକୁ କହିଛନ୍ତି। ଅଧିକାରୀଙ୍କୁ ଘେରାଉ ଓ ଦାବିପତ୍ର ପ୍ରଦାନ କାର୍ଯ୍ୟକ୍ରମରେ ଯୁଗ୍ମ ସମ୍ପାଦକ କରୁଣାକର ପତି ଓ ମାନସରଞ୍ଜନ ଶୁକ୍ଳା, ଡିଭିଜନାଲ ସେକ୍ରେଟାରୀ ଚନ୍ଦନ କୁମାର ମହାନ୍ତି, ଦେବାଶିଷ ବେହେରା, ଜ୍ଞାନରଞ୍ଜନ ପରିଡା, ମନୋଜ କୁମାର କଲିଆ, ଚନ୍ଦନ ଜେନା, ଦିନେଶ ଗୁପ୍ତା, କୃଷ୍ଣପ୍ରସାଦ ମହାନ୍ତ, ସଞ୍ଜୟ ଘୋଷ, ହରେକୃଷ୍ଣ ମହାନ୍ତ, ପ୍ରମୋଦ ପାତ୍ର, କରୁଣାକର ମହାନ୍ତ, ପାର୍ଥସାରଥୀ ଦାସ, ପ୍ରଦୀପ ନାଥ, ପ୍ରଶାନ୍ତ ସାହୁ, ଜ୍ୟୋତି ବିଶ୍ୱାଳଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆଜି ରାଜ୍ୟ ବଜେଟ: ଓଡ଼ିଶାର ମୁଣ୍ଡ ପିଛା ଆୟ ୯.୨% ବୃଦ୍ଧି

ଭୁବନେଶ୍ୱର,୨୦ା୨(ରବିନାରାୟଣ ଜେନା): ଓଡ଼ିଶାର ଦ୍ରୁତ ଅର୍ଥନୈତିକ ଅଭିବୃଦ୍ଧି ହେଉଛି। ଏଥିଯୋଗୁ ୨୦୨୫-୨୬ (ଅଗ୍ରୀମ ଆକଳନ)ରେ ଓଡ଼ିଶାର ମୁଣ୍ଡପିଛା ଆୟ ୯.୨ ପ୍ରତିଶତ ବୃଦ୍ଧି ପାଇ ୧,୮୬,୭୬୧ ଟଙ୍କାରେ…

ସେରୁବନ୍ଧ ବକ୍ସାଇଟ ପାହାଡ଼ ରାସ୍ତା ନିର୍ମାଣକୁ ବିରୋଧ: କମ୍ପାନୀର ଭୂମିପୂଜାକୁ ରୋକିଲେ ଅଞ୍ଚଳବାସୀ,ଫେରିଗଲା…

ପଟ୍ଟାଙ୍ଗି,୧୯ା୨(ଶରତ କୁମାର ଧଳ)- କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ମାଳିପୁଟ ପଞ୍ଚାୟତ ଅଧୀନ ସେରୁବନ୍ଧ ବକ୍ସାଇଟ ପାହାଡ଼କୁ ରାସ୍ତା ତିଆରି କରିବାକୁ ଏକ ଘରୋଇ କମ୍ପାନୀ ପକ୍ଷରୁ…

ଜୁନାଗଡ଼ ରୋଡ୍‌ରୁ ହାଓ୍ବଡା ଇସ୍ପାତ ଏକ୍ସପ୍ରେସ୍‌ର ଶୁଭାରମ୍ଭ କଲେ ଏମ୍‌ପି: ୨୨ରୁ ଗଡ଼ିବ ଟ୍ରେନ୍‌…

ଜୁନାଗଡ଼,୧୯।୨(ସୁନୀଲ କୁମାର ସିଂହ/ଅଂଶୁମାନ ଯୋଶୀ)- ପଶ୍ଚିମ ଓଡ଼ିଶାରେ ରେଳ ସଂଯୋଗକୁ ସୁଦୃଢ଼ ​​କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ହାଓ୍ବଡା-ଟିଟଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ୍ ଜୁନାଗଡ଼ ରୋଡ୍…

ଚୌଦ୍ଵାର ଜେଲର ବିବାଦୀୟ ଜେଲର ସନ୍ତୋଷିନୀ ଦାଶ ସସ୍‌ପେଣ୍ଡ୍‌

କଟକ,୧୯ା୨: କର୍ତ୍ତବ୍ୟରେ ଅବହେଳା ପାଇଁ ଶେଷରେ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଛନ୍ତି ବିବାଦୀୟ ଜେଲର ସନ୍ତୋଷିନୀ ଦାଶ। କଣ୍ଟାବାଞ୍ଜି ଉପକାରାଗାରର ଜେଲର-କମ-ସୁପରିଣ୍ଟେଣ୍ଡେଣ୍ଟ ସନ୍ତୋଷିନୀ ଦାଶଙ୍କୁ ନିଲମ୍ବନ କରାଯାଇଛି। ଚୌଦ୍ୱାରରୁ…

ଜଙ୍ଗଲରୁ ମିଳିଲା ହାତୀ ଶାବକର ମୃତଦେହ

ମୋରଡା,୧୯।୨(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରୁ ବନବିଭାଗ ଗୁରୁବାର ଏକ ଶାବକ ହାତୀର ଗଳିତ ମୃତଦେହ ଜବତ କରିଛି। ହେଲେ ଶାବକ ମୃତ୍ୟୁର କାରଣ…

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପାଇଁ ଆଇଡି କାର୍ଡ ବାଧ୍ୟତାମୂଳକ; ନ ହେଲେ ବାନ୍ଧିବ ପୋଲିସ

ଭୁବନେଶ୍ୱର,୧୯।୨: ଉତ୍କଳ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ କ୍ୟାମ୍ପସର ସୁରକ୍ଷା ଓ ଶୃଙ୍ଖଳା ରକ୍ଷା ପାଇଁ କଠୋର ନିର୍ଦ୍ଦେଶନାମା ଜାରି କରିଛନ୍ତି। ବର୍ତ୍ତମାନଠାରୁ ବିଶ୍ୱବିଦ୍ୟାଳୟ ପରିସରରେ ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ…

ଆଦିବାସୀଙ୍କୁ ରୋଜଗାରର ଲୋଭ ଦେଖାଇ ଅଫିମ ଗଛକୁ ଚାଇନା ଶାଗ କହିଥିଲେ ମାଫିଆ, ଏବେ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ…

କେନ୍ଦୁଝର,୧୯ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା ବରଦାପାଳ ପଞ୍ଚାୟତ ତଳକମ୍ପଡିହୀ ଗାଁର ଜହ୍ଲା ସାହିରେ ବ୍ୟାପକ ପରିମାଣର ଅଫିମ ଚାଷକୁ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତରେ ପୋଲିସ, ବନ…

ଭିଜିଲାନ୍ସ ଜାଲରେ ସୋର ତହସିଲଦାର: ୪୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଗିରଫ

ସୋର,୧୯।୨(ଜନ୍ମେଞ୍ଜୟ ମିଶ୍ର): ଓଡ଼ିଶା ଭିଜିଲାନ୍ସ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବାଲେଶ୍ୱର ଜିଲା ସୋର ତହସିଲଦାରଙ୍କୁ ଗିରଫ କରିଛି। ଜବତ ହୋଇଥିବା ପଥର ବୋଝେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri