କ୍ଷେତରେ ନଷ୍ଟ ହେଉଛି ଟମାଟୋ: ଚାଷୀ ମୁଣ୍ଡରେ ଚଡ଼କ

ଠାକୁରମୁଣ୍ଡା,୩୦ା୩(ଡି.ଏନ୍‌.ଏ.)- କରୋନା ସଂକ୍ରମଣକୁ ରୋକିବା ପାଇଁ ସାରା ଭାରତରେ ଲକ୍‌ଡାଉନ ହୋଇଥିବାରୁ ଚାଷୀମାନଙ୍କ ଉପରେ ଏହାର ପ୍ରଭାବ ପଡ଼ିଛି। ବିଶେଷ କରି ଟମାଟୋ ଚାଷୀମାନଙ୍କର ଅବସ୍ଥା ସଙ୍ଗୀନ ହୋଇପଡ଼ିଛି। ଲକ୍‌ଡାଉନ ଯୋଗୁ ଲୋକେ ଘରୁ ବାହାରି ପାରୁ ନ ଥିବା ବେଳେ ଅଳ୍ପ ପରିମାଣର ଟମାଟୋ ବିକ୍ରି ହୋଇପାରୁଛି। ଠାକୁରମୁଣ୍ଡା ବ୍ଲକ ଖସାକୁଦର ଗ୍ରାମର ହରିହର ମହାନ୍ତ, ପରମେଶ୍ୱର ସେଠୀ, ଜବାହରଲାଲ ହେମ୍ବ୍ରମ ଓ ବଜାୟ ମୁଣ୍ଡା ୨ ଲକ୍ଷ ଟଙ୍କା ଋଣ ଆଣି ପ୍ରାୟ ୧୨ ଏକର ଜମିରେ ଟମାଟୋ ଚାଷ କରିଥିଲେ। ଲକଡାଉନ ପୂର୍ବରୁ ମାତ୍ର ୧୧ ଟନ ଟମାଟୋ ସେମାନେ ବିକ୍ରି କରିଥିବା ବେଳେ ବର୍ତ୍ତମାନ ୩୦ ଟନରୁ ଊର୍ଦ୍ଧ୍ୱ ଟମାଟୋ କ୍ଷେତରେ ପଡ଼ି ନଷ୍ଟ ହେବାରେ ଲାଗିଛି। ସେହିପରି ମୟୂରଭଞ୍ଜ ଜିଲା ସୀମାନ୍ତ ଠାକୁରମୁଣ୍ଡା ବ୍ଲକ ନିକଟବର୍ତ୍ତୀ ଡାଳପକା ପଞ୍ଚାୟତ ଅନ୍ତର୍ଗତ କୁଦବେଡା ଗ୍ରାମର ଜୟକୃଷ୍ଣ ମହାନ୍ତ ଋଣ କରି ୪ ଏକର ଜମିରେ ଟମାଟୋ ଚାଷ କରିଥିଲେ। ବର୍ତ୍ତମାନ ତାଙ୍କର ପ୍ରାୟ ୮ରୁ ୯ ଟନ ଓଜନର ଟମାଟୋ ବିକ୍ରୀ କରି ପାରୁ ନ ଥିବା କାରଣରୁ ଏହା ନଷ୍ଟ ହେବାକୁ ବସିଲାଣି। ହାଟ,ବଜାର ବନ୍ଦ ସହ ବେପାରୀମାନେ ଆସୁ ନ ଥିବାରୁ ସେ ଗାଁଗାଁ ବୁଲି ଅଳ୍ପ କିଛି ବିକ୍ରି କରିପାରିଛନ୍ତି। ଗାଡ଼ି ନ ଚାଲିବା ଯୋଗୁଁ ଠାକୁରମୁଣ୍ଡା, କରଞ୍ଜିଆ, କେନ୍ଦୁଝର ବଜାରକୁ ମଧ୍ୟ ବିକ୍ରୀ କରିବାକୁ ନେବା ସମ୍ଭବ ହେଉନାହିଁ। ସେହିପରି ଠାକୁରମୁଣ୍ଡା ବ୍ଲକର ଅନେକ ଚାଷୀଙ୍କ ଅବସ୍ଥା ସମାନ ରହିଛି। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଚାଷୀମାନେ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ବଦଳାଇ ଦେଲା ବେଉସା: କବାଡ଼ି ବ୍ୟବସାୟୀ ବିକିଲେ ପରିବା

ରସୁଲପୁର,୯।୪(ଡିଏନଏ)- କରୋନା ପ୍ରଭାବରେ ସବୁକିଛି ଠପ୍‌ ହୋଇଯାଇଛି। ଛୋଟମୋଟ ବ୍ୟବସାୟରୁ ଆରମ୍ଭ କରି ବଡ଼ବଡ଼ ଶିଳ୍ପସଂସ୍ଥାରେ ତାଲା ଝୁଲୁଛି। ଏହାଦ୍ୱାରା ଅଧିକ ପ୍ରଭାବିତ ହୋଇଛନ୍ତି ଦିନ...

ଶଟ୍‌ଡାଉନ୍‌ ନିୟମ ଉଲ୍ଲଂଘନ: ଛତ୍ରପୁରର ୯ ଦୋକାନ ସିଲ୍‌

ଛତ୍ରପୁର,୭ା୬(ଡି.ଏନ୍‌.ଏ.): କରୋନା ନେଇ ଗଞ୍ଜାମ ଜିଲାରେ ୬୦ ଘଣ୍ଟିଆ ଶଟ୍‌ଡାଉନ୍‌ ଜାରିରହିଛି। ଅପରପକ୍ଷରେ ଏହି ଗାଇଡ୍‌ଲାଇନ୍‌କୁ ଅମାନ୍ୟ କରିଥିବାରୁ ଜିଲା ହେଡକ୍ୱାର୍ଟର ଛତ୍ରପୁର ସହରର ୯ଟି...

ଟ୍ରେନ୍‌ ବଗିରେ ଆଇସୋଲେଶନ ୱାର୍ଡର ପ୍ରସ୍ତୁତି

ପୁରୀ ଅଫିସ,୧୧ା୪: କରୋନା ବିରୋଧରେ ଲଢ଼େଇ ପାଇଁ ଏବେ ସବୁସ୍ତରରେ ଉଦ୍ୟମ ଚାଲିଛି। ତଥାପି ଆୟତ୍ତକୁ ଆସୁନାହିଁ ବିଶ୍ୱ ମହାମାରୀ କରୋନା। ଦିନକୁ ଦିନ ଭାରତରେ...

କଳାହାଣ୍ଡି ଜିଲା ଚିଠି: ଏକଦା ମରୁଡିପ୍ରବଣ ଜିଲା ଏବେ ବନ୍ୟାପ୍ରବଣ ଜିଲା

ମୌସୁମୀ ଆଉ ଆଗଭଳି ଠିକଣା ଗତିରେ ଆସୁନାହିଁ। ସାଧାରଣତଃ ଲଘୁଚାପଜନିତ ବର୍ଷା ହିଁ ହେଉଛି। ଲଘୁଚାପଜନିତ ଲଗାଣ ବର୍ଷା ବି ଆମ କର୍ତ୍ତୃତ୍ୱ ବାହାରେ। ଅନିୟମିତ...

ଫେରାର ୨ ପିଲେଟ ଚୋର ଗିରଫ

ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ବଡବିଲସ୍ଥିତ ଆରିୟା ଷ୍ଟିଲ କାରଖାନାରୁ ପରିବହନ ବେଳେ ପିଲେଟ ଚୋରି କରିଥିବା ଦୁଇ ଫେରାର ଅଭିଯୁକ୍ତଙ୍କୁ...

ବଜ୍ରପାତରେ ମହିଳା ମୃତ

ବେଗୁନିଆପଡ଼ା,୧୭ା୧୦(ଡି.ଏନ.ଏ.)-ବେଗୁନିଆପଡ଼ା ବ୍ଲକ ଏସ୍‌.ଛଚିନା ପଞ୍ଚାୟତର ତୁମ୍ବୁଡ଼ା ଗ୍ରାମରେ ବୁଧବାର ଅପରାହ୍ନରେ ବଜ୍ରପାତରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ପି. ଡମା ପାତ୍ରଙ୍କ ସ୍ତ୍ରୀ...

ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ

ପଦ୍ମପୁର, ୭ା୮(ଡି.ଏନ୍‌.ଏ.)- ବାସୁଦେବପୁର ବ୍ଲକ ଅଧୀନ କଞ୍ଚୁଡ଼ି, ଧଳା ଓ ମନ୍ତେଇ ନଦୀରେ ଲଘୁଚାପ ଜନିତ ବର୍ଷା ଯୋଗୁଁ ଚଳିତ ବର୍ଷର ପ୍ରଥମ ବନ୍ୟା ଜଳ...

ଯାତାୟାତରେ ବାଧକ ଖୋଳାନାଳ

ଭଣ୍ଡାରିପୋଖରୀ,୧୫।୩(ଡି.ଏନ.ଏ.)-ଗ୍ରାମାଞ୍ଚଳରେ ଲୋକେ ସୁବିଧାରେ ଯାତାୟାତ କରିବା ଲାଗି ପ୍ରଧାନମନ୍ତ୍ରୀ ଗ୍ରାମସଡ଼କ ଯୋଜନାରେ ରାସ୍ତା ନିର୍ମାଣ କରାଯାଉଛି। କିନ୍ତୁ କେତେକ ସ୍ଥାନରେ ବ୍ୟବସ୍ଥାଗତ ତ୍ରୁଟି ଯୋଗୁ ରାସ୍ତା...

Advertisement


Archives

Model This Week

Why Dharitri