Advertisement
Posted inଜାତୀୟ

କ୍ଷମତା ଭାଗ ଲାଗି ଉଦ୍ଧବଙ୍କ ଚାପ

ମୁମ୍ବାଇ,୨୫-୧୦(ପି.ଟି.):ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ମେଣ୍ଟକୁ ବହୁମତ ମିଳିଥିଲାବେଳେ ସରକାର ଗଠନ ନେଇ ମୂଲଚାଲ ଆରମ୍ଭ ହୋଇଯାଇଛି। ୫୦-୫୦ ସୂତ୍ରରେ କ୍ଷମତା ଭାଗ ଉପରେ ଶିବସେନା ଅଧ୍ୟକ୍ଷ ଉଦ୍ଧବ ଠାକ୍‌ରେ ଜୋର ଦେଇଛନ୍ତି। ଏବେ ୫୦-୫୦ ସୂତ୍ର କାର୍ଯ୍ୟକାରୀ କରିବା ସମୟ ଆସିଯାଇଥିବା ସେ କହିଛନ୍ତି। ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ଭାଜପା ୧୦୧ ଆସନରେ ବିଜୟୀ କିମ୍ବା ଆଗୁଆ ରହିଛି। ସେହିପରି ଶିବସେନା ୫୭ ଆସନ ଅକ୍ତିଆର କରିଛି। ଭାଜପା ଏକାକୀ କୁହୁକ ଅଙ୍କ (୧୪୫) ହାସଲ କରିବାକୁ ଲକ୍ଷ୍ୟ ରଖିଥିଲାବେଳେ ଏଥିରେ ବିଫଳ ହୋଇଛି। ଫଳରେ ଶିବସେନାକୁ ମୂଲଚାଲ କରିବା ଲାଗି ସୁଯୋଗ ମିଳିଯାଇଛି। କିଏ ମୁଖ୍ୟମନ୍ତ୍ରୀ ହେବେ ବୋଲି ଖବରଦାତା ପ୍ରଶ୍ନ କରିବାରୁ ଉଦ୍ଧବ ଉପରୋକ୍ତ ସୂତ୍ର କଥା କହିଥିଲେ। ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ତାଙ୍କ ଘରକୁ ଆସିଥିଲାବେଳେ ମେଣ୍ଟ ପାଇଁ ୫୦-୫୦ ସୂତ୍ର ସମ୍ପର୍କରେ ନିଷ୍ପତ୍ତି ହୋଇଥିଲା। ଏ ସମ୍ପର୍କରେ ସେ ଭାଜପାକୁ ମନେପକାଇଦେବାକୁ ଚାହାନ୍ତି ବୋଲି ଶିବସେନା ମୁଖ୍ୟ କହିଛନ୍ତି। ମେଣ୍ଟରେ ଶିବସେନା ଭାଜପାଠାରୁ କମ୍‌ ଆସନରେ ଲଢ଼ିବା ପାଇଁ ରାଜି ହୋଇଥିଲା। ତେବେ ନିଜ ଦଳକୁ ବଢ଼ାଇବାକୁ ହେବ ବୋଲି ଉଦ୍ଧବ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣ ନିର୍ବାଚନ ତଥ୍ୟରେ ଅମେଳ: ସୁପ୍ରିମକୋର୍ଟ ଗଲା ଏଡିଆର୍‌

ନୂଆଦିଲ୍ଲୀ,୨୧।୧୧(ଆଇଏଏନ୍‌ଏସ୍‌): ୨୦୧୯ ସାଧାରଣ ନିର୍ବାଚନ ଫଳାଫଳ ସମ୍ପର୍କିତ ତଥ୍ୟରେ ତାଳମେଳ ନ ଥିବା ଦର୍ଶାଇ ବେସରକାରୀ ସଙ୍ଗଠନ (ଏନ୍‌ଜିଓ) ବୁଧବାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ଆସୋସିଏଶନ୍‌...

ଦୀପାବଳି ଉପହାର ଇଲେକଟ୍ରିକ୍ ବାଇକ

ସୁରଟ,୫ ।୧୧: ଗୁଜରାଟ ସୁରଟର ଏକ କମ୍ପାନୀ ଦୀପାବଳି ଉପହାର ଭାବେ ତା’ର କର୍ମଚାରୀଙ୍କୁ ଇଲେକ୍ଟ୍ରିକ୍ ସ୍କୁଟର ଭେଟି ଦେଇଥିବା ଜଣାପଡିଛି । ୩୫ ଜଣ...

ଆର୍ଯ୍ୟନଙ୍କ ମାମଲାର ତଦନ୍ତ ଜାରି ରଖିବେ ଓ୍ବାଙ୍ଖଡେ

ନୂଆଦିଲ୍ଲୀ,୨୭।୧୦: ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)ର ଜୋନାଲ ଅଫିସର ସମୀର ଓ୍ବାଙ୍ଖଡେଙ୍କୁ ଲାଞ୍ଚ କାରବାର ମାମଲାରେ ବୁଧବାର ପଚରାଉଚରା କରାଯାଇଛି। ଏହାସତ୍ତ୍ୱେ ଓ୍ବାଙ୍ଖଡେ ମୁମ୍ବାଇର କ୍ରୁଜ...

ବିହାରରେ ଭାଜପା ନେତାଙ୍କୁ ଗୁଳି କରି ହତ୍ୟା, ବିରୋଧରେ ଚକାଜାମ

କଟିହାର,୭ ।୧୧: ବିହାରର କଟିହାର ଜିଲାରେ ସୋମବାର ସ୍ଥାନୀୟ ଜଣେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ସଞ୍ଜିବ ମିଶ୍ରାଙ୍କୁ ଗୁଳିକରି ହତ୍ୟା କରାଯାଇଛି । ଏହାକୁ...

ଏଏପି ବିଧାୟକ ଅମାନତୁଲ୍ଲାହ ଖାଁ ଦିଲ୍ଲୀ ପୋଲିସ ପାଇଁ ବ୍ୟାଡ କ୍ୟାରେକ୍ଟର

ନୂଆଦିଲ୍ଲୀ,୧୩ ।୫: ଆମ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାଁଙ୍କୁ ଦିଲ୍ଲୀ ପୋଲିସ ବିସି ବା ବ୍ୟାଡ କ୍ୟାରେକ୍ଟର ବୋଲି ଘୋଷଣା କରିଛି । ୩୦...

ଭାଜପା ପକ୍ଷରୁ ୧୧ ଦିନରେ ୧୩ ଥର ତୈଳଦର ବୃଦ୍ଧି ୟୁପି ନିର୍ବାଚନର ରିଟର୍ନ ଗିଫ୍ଟ: ମମତା

କୋଲକାତା,୫ ।୪: ଦେଶରେ ମହଙ୍ଗା ମାଡରେ ବେହାଲ ହେଲେଣି ସାଧାରଣ ଜନତା । ପେଟ୍ରୋଲ – ଡିଜେଲର ଦାମ ଲଗାତାର ବଢି ଚାଲିଛି । ଗତମାସରେ...

ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ…

ଅମରାବତୀ,୨୪।୧୦ : ମହାରାଷ୍ଟ୍ରର ଅମରାବତୀରେ ଏକ ମାଲଗାଡ଼ି ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟିମଟାଲା-ମାଲକେଡ ରେଳ ଲାଇନରେ ବିଳମ୍ବିତ ରାତିରେ ଏକ ମାଲଗାଡ଼ିର ୨୦ ବଗି ଲାଇନଚ୍ୟୁତ...

ଡରୁଛି ଭାଜପା!

ଲକ୍ଷ୍ନୌ,୨୮ ।୧: ଦେଶର ୫ ରାଜ୍ୟରେ ହେବାକୁ ଯାଉଥିବା ବିଧାନସଭା ନିର୍ବାଚନକୁ ନେଇ ବେଳକୁ ବେଳ ରାଜନୀତି ମଇଦାନରେ ସରଗରମ ଦେଖିବାକୁ ମିଳୁଛି । ଏବେ...

Advertisement
Archives

Model This Week