Posted inଜାତୀୟ

କ୍ଲାସକୁ ବିଳମ୍ବରେ ଆସିଲେ ଲଗାଇବାକୁ ପଡିବ ଗୋଟିଏ ଚାରା

ଗୁଜରାଟ,୨୫।୮: ପରିବେଶ ପ୍ରଦୂଷଣ କମ୍‌ କରିବାକୁ ଓ ବୃକ୍ଷ ସଂଖ୍ୟା ବଢାଇବାକୁ ଯାଇ ବିଶ୍ୱବିଦ୍ୟାଳୟର ଜଣେ ପ୍ରଫେସର ଭିନ୍ନ ଏକ ଉପାୟ ଅବଲମ୍ବନ କରିଛନ୍ତି। ଏଥିପାଇଁ ପ୍ରଫେସରଙ୍କ ନିୟମ ହେଲା ଯେଉଁ ଛାତ୍ରୀଛାତ୍ରମାନେ ବିଳମ୍ବରେ କ୍ଲାସକୁ ଆସିବେ ସେମାନଙ୍କୁ ଦଣ୍ଡ ସ୍ବରୂପ ବିଶ୍ୱବିଦ୍ୟାଳୟ ପରିସରରେ ଏକ ଚାରା ରୋପଣ କରିବାକୁ ପଡିବ। ପ୍ରାୟ ୮ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିବା ଏହି ନିଆରା ଦଣ୍ଡ ପାଇଁ ଏବେ ବୀର ନର୍ମଦ ସାଉଥ୍‌ ଗୁଜରାଟ ଯୁନିର୍ଭସିଟି ପରିସରରେ ପାଖାପାଖି ୫୫୦ ବୃକ୍ଷ ଦେଖିବାକୁ ମିଳିଛି। ଏଥିରେ କିଛି ଗଛର ଉଚ୍ଚତା ପ୍ରାୟ ୨୦ ଫୁଟ ହୋଇ ଗଲାଣି। ପ୍ରଫେସର ମେହୁଲ ପଟେଲ ସେଠାରେ ଆର୍କିଟେକଚର ବିଭାଗରେ କାମ କରୁଥିବଳେ ସେ ତାଙ୍କ ବିଭାଗର ଛାତ୍ରୀଛାତ୍ରଙ୍କୁ ଦେଉଥିବା ଦଣ୍ଡ ସ୍ବରୂପ ଏବେ ତାଙ୍କ ବିଭାଗ ନିକଟରେ ଏକ ସବୁଜ ପରିବେଶ ସୃଷ୍ଟି ହୋଇଛି ବୋଲି ସେ କୁହନ୍ତି। ଯାହା ଫଳରେ ଏବେ ସେଠାରେ ବିଭିନ୍ନ ପକ୍ଷୀଙ୍କ କଳରବ ଶୁଣିବାକୁ ମିଳୁଥିବା ବେଳେ ବିଭିନ୍ନ ପ୍ରକାରର ପ୍ରଜାପତି ଓ ମହୁମାଛିଙ୍କୁ ମଧ୍ୟ ଦେଖିବାକୁ ମିଳୁଛି। ନିକଟରେ ଏକ ପୁଷ୍କରିଣୀ ଥିବାରୁ ପରିବେଶ ବେଶ୍‌ ମନମୁଗ୍ଧକର ହୋଇଥିବା ସେ ପ୍ରକାଶ କରନ୍ତି। ତେବେ କେବଳ କ୍ଲାସକୁ ବିଳମ୍ବରେ ଆସିଲେ ନୁହେଁ ଅନ୍ୟ ଛୋଟମୋଟ ଭୁଲ୍‌ ପାଇଁ ମଧ୍ୟ ପ୍ରଫେସର ମେହୁଲ ପଟେଲ ମଧ୍ୟ ଏହି ଦଣ୍ଡ ଦେଇଥାଆନ୍ତି। ଯେମିତିକି ଯଦି କେହି ଶିକ୍ଷାର୍ଥୀ ବିଳମ୍ବରେ ପ୍ରୋଜେକ୍ଟ ଦାଖଲ କରିଥାଆନ୍ତି, କାହାର ଫୋନ୍‌ ଯଦି କ୍ଲାସରେ ବାଜି ଉଠିଥାଏ ତେବେ ତାଙ୍କୁ ଗଛ ଲଗାଇବା ଭଳି ଦଣ୍ଡ ଦିଅନ୍ତି ପ୍ରଫେସର ମେହୁଲ ପଟେଲ। ଏଥିରେ ପିଲାମାନେ ଖୁସି ଅନୁଭବ କରିବା ସହ ଅନ୍ୟପଟେ ପରିବେଶକୁ ପ୍ରଦୂଷଣରୁ ମଧ୍ୟ ରକ୍ଷା କରାଯାଇ ପାରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଯୁବ ବ୍ୟବସାୟୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ: ପ୍ରି ପ୍ଲାନ୍‌ରେ ଲୁଚାଯାଇଥିବା ଗାଡ଼ି ଜବତ

ବଲାଙ୍ଗୀର/ସଇଁତଳା,୧୩।୪(ସୁନିଲ ମହାନ୍ତି/ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ଜିଲା ସଇଁତଳା ଜାତୀୟ ରାଜପଥ-୨୬ ନବୀନ ଛକ ନିକଟରେ ଶୁକ୍ରବାର ଅପରାହ୍ନ ସମୟରେ ଏକ ଚାରି ଚକିଆ ଗାଡ଼ି ମଡ଼ାଇ…

ବିଶୋଧିତ ଜଳ ବ୍ୟବହାର କଲେ ମନୁଷ୍ୟ ସମାଜ ସୁସ୍ଥ ରହିବ

ବିଶାଳ ଭୂପୃଷ୍ଠକୁ ସୁବିସ୍ତୃତ ଜଳରାଶି ଚାରିପଟୁ ସଜାଗ ପୋଲିସ ବାହିନୀ ସଦୃଶ ଘେରିରହିଛି। ମହାସାଗର, ସାଗର ଓ ନଦୀଜଳ ଦ୍ୱାରା ଜାଗତିକ ସଭ୍ୟତା ଉନ୍ନତିର ସୋପାନରେ ଆଗେଇ…

ଅନ୍ଧକାର ଘେରରେ ଛତ୍ରପୁର ଶିଶୁ ଉଦ୍ୟାନ; ଜଳୁନି ଲାଇଟ୍, ପ୍ରଶାସନକୁ ଧ୍ୟାନ ଦେବାକୁ ଦାବି

ଛତ୍ରପୁର,୧୩।୪(ଦିଲୀପ ସାମଲ): ସାରା ଦିନ କଠିନ ପରିଶ୍ରମ କରି ପାଠ ପଢୁଥିବା ଶିଶୁଟିଏ ସଞ୍ଜ ନଇଁଲେ ନିଜକୁ ଖେଳ କୁଦରେ ଲିପ୍ତ କରି ଦେଇଥାଏ। ଆଉ ଯେତେବେଳେ…

ହାଇଡ୍ରୋଜେନ ବଣ୍ଡିଂ: ଦୈନନ୍ଦିନ ଜୀବନର ଅଦୃଶ୍ୟ ସ୍ଥାପତ୍ୟ

ଇଲେକ୍ଟ୍ରୋନେଗେଟିଭିଟି ଭ୍ରମର ସମାଧାନ (Breaking the Electronegativity Myth): ପ୍ରାୟ ଏକ ଶତାବ୍ଦୀ ଧରି, ରସାୟନ ବିଜ୍ଞାନ ପାଠ୍ୟପୁସ୍ତକଗୁଡ଼ିକ ଏକ ନିୟମ ଶିଖାଇ ଆସିଥିଲେ: ହାଇଡ୍ରୋଜେନ ବନ୍ଧନ…

‘ଯେକୌଣସି ଭୁଲ ପ୍ରାଣଘାତକ ହେବ’ ହର୍ମୁଜ ପ୍ରଣାଳୀରେ ସୀମାପାର ମନୋଭାବରେ ଇରାନ

ତେହରାନ,୧୩।୪: ଇସଲାମାବାଦରେ ‘ଶାନ୍ତି ଆଲୋଚନା’ ବିଫଳ ହେବା ପରେ ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇପାରେ। ଇରାନ ନୌସେନା ହର୍ମୁଜ ପ୍ରଣାଳୀ…

ଆମେରିକାକୁ ବଡ଼ ପରାମର୍ଶ ଦେଲା ଇରାନ, କହିଲା ଟ୍ରମ୍ପଙ୍କୁ ଆମର…

ତେହରାନ,୧୩।୪: ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ ସଙ୍କେତ ଦେଇଛନ୍ତି ଯେ ତେହରାନ ଆମେରିକା ସହିତ ଏକ ଚୁକ୍ତିରେ ପହଞ୍ଚିବାକୁ ପ୍ରସ୍ତୁତ। ସେ କହିଛନ୍ତି ଯେ, ଏକ ସମାଧାନ…

ଶସ୍ତା ହୋଇଗଲା ସୁନା-ରୂପା ଦାମ୍, ଜାଣନ୍ତୁ ଭୁବନେଶ୍ବରରେ କେତେ ରହିଛି ଦର

ନୂଆଦିଲ୍ଲୀ,୧୩।୪: ସୁନା ଏବଂ ରୂପାର ମୂଲ୍ୟରେ ସୋମବାର ଦିନ ରେକର୍ଡ ହ୍ରାସ କରାଯାଇଛି। ଫ୍ୟୁଚର୍ସ ବଜାରରେ, ଉଭୟ ମୂଲ୍ୟବାନ ଧାତୁର ମୂଲ୍ୟ ହ୍ରାସ ପାଇଛି । ମଲ୍ଟି…

ବ୍ଲଡ୍‌ପ୍ରେସର ରୋଗୀଙ୍କ ପାଇଁ ବେଶ୍‌ ଉପକାରୀ ସଜନା ଶାଗ

ସ୍ବାସ୍ଥ୍ୟ ପାଇଁ ବେଶ୍‌ ଲାଭଦାୟକ ହେଉଛି ଶଜନା ଶାଗ। ଏଥିରେ କାଲ୍‌ସିୟମ୍‌, ଆଇରନ୍‌ ସମେତ ଭିଟାମିନ୍‌-ଏ, ସି ଏବଂ ଇ ଭରି ରହିଛି। ବିଶେଷଭାବରେ ବ୍ଲଡ୍‌ପ୍ରେସର ସମସ୍ୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri