କ୍ରୋମାଇଟ ଲୋଡିଂରେ ଚାନ୍ଦା ଆଦାୟକୁ ବିରୋଧ: ଖଣି କର୍ତ୍ତୃପକ୍ଷଙ୍କୁ ଦାବିପତ୍ର ପ୍ରଦାନ

କାଳିଆପାଣି,୨୨ା୧୧(ଡି.ଏନ୍‌.ଏ.): ସୁକିନ୍ଦା କ୍ରୋମାଇଟ ଖଣି ପରିବହନରେ ଶ୍ରମିକମାନେ ଟ୍ରକ୍‌ ଲୋଡିଂ କ୍ଷେତ୍ରରେ ବେଆଇନ ଚାନ୍ଦା (ମାମୁଲି) ଆଦାୟ କରୁଥିବା ଅଭିଯୋଗ ହୋଇଛି। ଏ ନେଇ ଗୁରୁବାର ଟ୍ରକ୍‌ମାଲିକ ସଂଘ ପକ୍ଷରୁ ଖଣି କର୍ତ୍ତୃପକ୍ଷ ରାଜେଶ ପଟେଲ୍‌ ଏବଂ କାଳିଆପାଣି ଥାନାଧିକାରୀ ରାମାକାନ୍ତ ମୁଦୁଲିଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏ ସମ୍ପର୍କରେ ଶୁକ୍ରବାର ଜିଲାପାଳ ଓ ଏସ୍‌ପିଙ୍କୁ ଦାବିପତ୍ର ପ୍ରଦାନ କରାଯିବା ନେଇ ସଂଘ ସୂଚନା ଦେଇଛି। ଆଗାମୀ ୧୫ ଦିନ ମଧ୍ୟରେ କୌଣସି କାର୍ଯ୍ୟାନୁଷ୍ଠାନ ନ ହେଲେ ଆଇନର ଆଶ୍ରୟ ନେବେ ବୋଲି ମଧ୍ୟ ସଂଘ ପ୍ରକାଶ କରିଛି।
କ୍ରୋମାଇଟ ଖଣି ଅଞ୍ଚଳରେ କ୍ରୋମାଇଟ ଲୋଡିଂ (ବୋଝେଇ) କରୁଥିବା ଶ୍ରମିକଙ୍କୁ ଖଣି କର୍ତ୍ତୃପକ୍ଷ ଲୋଡିଂ ବାବଦ ପ୍ରାପ୍ୟ ନିୟୋଜିତ ଠିକାଦାରଙ୍କୁ ପ୍ରଦାନ କରିଥାନ୍ତି। କିନ୍ତୁ ଖଣିରେ ଲୋଡ଼ିଂ କରୁଥିବା ଶ୍ରମିକମାନେ ବେଆଇନଭାବେ ୬ ଚକ ଟ୍ରକ୍‌ରୁ ୫ ଶହ ଟଙ୍କା, ୧୦ ଚକରୁ ୧୨୦୦, ୧୨ ଚକରୁ ୧୫୦୦ ଏବଂ ୧୪ ଚକ ଟ୍ରକ୍‌ରୁ ୧୬୦୦ ଟଙ୍କା ଆଦାୟ କରୁଛନ୍ତି। ଟ୍ରକ୍‌ ଡ୍ରାଇଭର ଚାନ୍ଦା ନ ଦେଲେ ଲୋଡିଂ ଶ୍ରମିକଙ୍କ ଖାତାଦାର(ଗ୍ୟାଙ୍ଗଲିଡର) ଗାଡି ଲୋଡିଂ ନ କରି ବିଳମ୍ବ କରିବା ସହ ବେଳେ ବେଳେ ଧମକ ଦେବା ଓ ଟ୍ରକ ସିରିୟଲ ନାମରେ ୩୦ ଟଙ୍କା ଲେଖାଏଁ ନେଉଥିବା ଟ୍ରକ୍‌ ମାଲିକ ସଂଘ, କୁହିକା, ସୁକିନ୍ଦା, ଡୁବୁରୀ, ଦାନଗଦୀ, ଯାଜପୁର ରୋଡ, ଚଣ୍ଡିଖୋଲ, ଟମକା ପ୍ରଭୃତି ସଂଘର କର୍ମକର୍ତ୍ତା ଅଭିଯୋଗ କରିଛନ୍ତି। ଯାଜପୁର ଟ୍ରକ୍‌ ମାଲିକ ସଂଘର ହୃଦାନନ୍ଦ ସାମଲ, ଅଶୋକ ନାୟକ, ଅଶୋକ ଦାସ, ରାଜକିଶୋର ପ୍ରଧାନ, ବିଜୟ କୁମାର ମହାନ୍ତି, ସୂର୍ଯ୍ୟମଣି ବେହେରା, ପ୍ରଶାନ୍ତ ବେହେରା, ସୁରେନ୍ଦ୍ର ସାହାଣୀ, ଅରୁଣ ପରିଡ଼ା, ରଞ୍ଜନ ନାୟକ, ନାରାୟଣ ବେହେରା, ଅଭିମୁନ୍ୟୁ ଦାସ, ସଞ୍ଜୟ ଶତପଥୀ, ସୁଦର୍ଶନ ପାତ୍ର, ଚିତ୍ତରଞ୍ଜନ ରାଜ, ପ୍ରଶାନ୍ତ ସାହୁ ପ୍ରମୁଖ ଦାବିପତ୍ର ପ୍ରଦାନରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କଡ଼ା ସୁରକ୍ଷାରେ ଶାନ୍ତି ଶୃଙ୍ଖଳା ସହ ଚାଲିଛି ଗଣତି

ଗଞ୍ଜାମ,୨୬ା୨(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକର ୧୪ ନମ୍ବର ଜୋନ୍‌ ପ୍ରଥମ ପର୍ଯ୍ୟାୟ ଭୋଟ୍‌ ଗଣତି ଜାରି ରହିଛି l ଖବର ଶେଷ ସୁଦ୍ଧା ପ୍ରାୟ ୩୨ ଓ୍ବାର୍ଡ...

ମାଲକାନଗିରିରେ ପୋଲିସ ମହାନିର୍ଦ୍ଦେଶକ: ଉନ୍ନୟନ କାର୍ଯ୍ୟର କଲେ ସମୀକ୍ଷା

ମାଲକାନଗିରି,୧।୨(ଡି.ଏନ୍‌.ଏ.): ପୋଲିସ ମହାନିର୍ଦ୍ଦେଶକ ଅଭୟ ଶନିବାର ମାଲକାନଗିରି ଗସ୍ତରେ ଆସି ମାଓବାଦୀ ସମସ୍ୟା ଓ ଦମନ ନେଇ ବୈଠକରେ ଆଲୋଚନା କରିଛନ୍ତି। ପ୍ରଥମେ ସେ ସ୍ବାଭିମାନ...

ଭାନୁ ପ୍ରକାଶ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ଉଦ୍‌ଯାପିତ; ବାରିକ ଚ୍ୟାଲେଞ୍ଜର୍ସ ଉଦ୍ୟାନ ବନ୍ଧ ଚାମ୍ପିୟନ

କୋମନା,୧୬।୯(ଡି.ଏନ.ଏ.) ନୂଆପଡା ଜିଲା କୋମନା ବ୍ଲକ ଭେଲା ମିନି ଷ୍ଟାଡିୟମରେ ଚାଲିଥିବା ପ୍ରଥମ ଭାନୁପ୍ରକାଶ ସ୍ମାରକୀ ଫୁଟବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଉଦ୍ୟାନବନ୍ଧ...

ଭୋଟ ବର୍ଜନ ଚେତାବନୀ ଦେଲେ ମହିଳା

କଣିହାଁ/ ପବିତ୍ରନଗର, ୨।୨(ଡି.ଏନ.ଏ.)  ଗାଁକୁ ନାହିଁ ସବୁଦିନିଆ ରାସ୍ତା। ବର୍ଷତମାମ ଯାତାୟାତରେ ନାହିଁ ନ ଥିବା ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ। ପିଇବା ପାଇଁ ବିଶୁଦ୍ଧ ପାଣି...

ଚିଲିକାରୁ ୩୬୦ ଏକର ଘେରି ଉଚ୍ଛେଦ

କୃଷ୍ଣପ୍ରସାଦ,୧୬।୯(ଡି.ଏନ.ଏ): ଚିଲିକାକୁ ନେଇ ମତ୍ସ୍ୟଜୀବୀ, ପେସାଦାର ମତ୍ସ୍ୟଜୀବୀ ଓ ପ୍ରଶାସନ ମଧ୍ୟରେ ବିବାଦ ଲାଗି ରହିଥିବା ବେଳେ ବୁଧବାର ଠାରୁ ପୁଣି ଚିଲିକାରୁ ଘେରି ଉଚ୍ଛେଦ...

ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଦ୍ୱାଦଶତମ ଦିବସ:ଆଇଆରବି ନାଇଥ୍‌ ବାଟାଲିୟନ୍‌ ବିଜୟୀ

ଭବାନୀପାଟଣା,୨୮।୯(ଡି.ଏନ.ଏ.) ଭବାନୀପାଟଣା ଲାଲବାହାଦୁର ଶାସ୍ତ୍ରୀ ଷ୍ଟାଡିୟମ୍‌ଠାରେ କଳାହାଣ୍ଡି କ୍ରୀଡା ସଂସ୍ଥା ଆନୁକୂଲ୍ୟରେ ଭବାନୀପାଟଣା ଦ୍ୱିତୀୟ ଟାଉନ ଫୁଟବଲ ଲିଗ୍‌ ଶୁକ୍ରବାର ୧୩ ତମ ମ୍ୟାଚ୍‌ରେ ଗୁଡମର୍ନିଂ...

ବୈପାରିଗୁଡା ବ୍ଲକରେ ହେବ ମଡେଲ ଜଳ ବିଭାଜିକା ପ୍ରକଳ୍ପ

କୋରାପୁଟ,୨୪।୪(ସ୍ବ.ପ୍ର.): ଭାରତୀୟ ମୃତ୍ତିକା ଓ ଜଳ ସଂରକ୍ଷଣ ସଂସ୍ଥାନ (ଆଇସିଏଆର)ର ଜ୍ଞାନ କୌଶଳ ସହାୟତାରେ କୋରାପୁଟ ଜିଲା ବୈପାରିଗୁଡା ବ୍ଲକର ଜି. ମାଳିଗୁଡାଠାରେ ମଡେଲ ଜଳ ବିଭାଜିକା...

ଡିଭାଇଡରରେ ପିଟିହୋଇ ଜଳିଗଲା କଣ୍ଟେନର, ବର୍ତ୍ତିଗଲେ ଡ୍ରାଇଭର

କଟକ ଅଫିସ,୧୦ା୩: ଶିଖରପୁର ଟ୍ରାଫିକ ଛକରେ ଗୁରୁବାର ସଡ଼କ ଦୁର୍ଘଟଣା ଘଟିଛି। ଏକ ମାଲ୍‌ ବୋଝେଇ କଣ୍ଟେନର ଭାରସାମ୍ୟ ହରାଇ ଡିଭାଇଡରରେ ପିଟି ହୋଇଯିବାରୁ ଏଥିରେ...

Advertisement
Archives

Model This Week