Posted inଖେଳ

କ୍ରିକେଟରେ ବାପ-ପୁଅ ଯୋଡି: କିଏ ସଫଳ ଥିଲେ ତ ଆଉ କିଏ ବିଫଳ

ବିଶ୍ୱରେ ଏମିତି କିଛି କ୍ରିକେଟର ଅଛନ୍ତି ଯେଉଁମାନେ କ୍ରିକେଟରେ ପସିଦ୍ଧି ଅର୍ଜନ କରିଛନ୍ତି। କେବଳ ସେ ନୁହେଁ ତାଙ୍କ ପୁଅ ମଧ୍ୟ କ୍ରିକେଟରେ ସଫଳତା ଅର୍ଜନ କରିଛନ୍ତି। ଆସନ୍ତୁ ଜାଣିବା ସେମିତି କିଛି କ୍ରିକେଟରଙ୍କ ସମ୍ପର୍କରେ..

ଲାଲା ଅମରନାଥ-ମହେନ୍ଦ୍ର ଅମରନାଥ
ଲାଲା ଅମରନାଥ ଜଣେ ପ୍ରସିଦ୍ଧ ଅଲରାଉଣ୍ଡର ଭାବେ ପରିଚିତ ଥିଲେ। ସେ ଭାରତର ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ଟେଷ୍ଟରେ ଶତକ ହାସଲ କରିଥିଲେ। ତାଙ୍କ ପୁଅ ମହେନ୍ଦ୍ର ଅମରନାଥ ମଧ୍ୟ ଜଣେ ଭଲ ଅଲରାଣ୍ଡର ଥିଲେ।

ସୁନୀଲ ଗାଭାସ୍କର-ରୋହନ ଗାଭାସ୍କର
ସୁନୀଲ ଗାଭାସ୍କର ଭାରତର ସଫଳ ଟେଷ୍ଟ ଖେଳାଳି ଭାବେ ପରିଚିତ। ସେ ଟେଷ୍ଟରେ ୩୪ଟି ଶତକ ଓ ୧୦ ହଜାରରୁ ଅଧିକ ରନ କରିଛନ୍ତି। ତାଙ୍କ ପୁଅ ରୋହନ ଭାରତ ପାଇଁ ମାତ୍ର ୧୧ଟି ଏକଦିବସୀୟ ମ୍ୟାଚ୍‌ ଖେଳିଛନ୍ତି।

ଅଶୋକ ମଙ୍କଡ ଓ ବିନୁ ମଙ୍କଡ
ବିନୁ ମଙ୍କଡ ଭାରତର ଜଣେ ସଫଳ ଲେଗ ସ୍ପିନର୍‌ ଅଟନ୍ତି। ସେ ଭାରତ ପକ୍ଷରୁ ୪୪ଟି ଟେଷ୍ଟ ମ୍ୟାଚ୍‌ ଖେଳି ୧୬୨ ଟି ଉଇକେଟ ନେଇଛନ୍ତି। ସେମିତି ତାଙ୍କ ପୁଅ ଅଶୋକ ମଙ୍ଗଡ ଭାରତ ପକ୍ଷରୁ ୨୨ଟି ଟେଷ୍ଟ ଖେଳି ୯୯୧ ରନ୍‌ ସ୍କୋର କରିଛନ୍ତି।

ରିକି ପଣ୍ଟିଂ ଓ ଗ୍ରୀମ ପଣ୍ଟିଂ
ରିକି ପଣ୍ଟିଂ ବିଶ୍ୱର ସବୁଠାରୁ ସଫଳ ଅଧିନାୟକ। ସେ ୨୦୦୩ ରୁ ୨୦୦୭ ମଧ୍ୟରେ ବିଶ୍ୱକପ ବିଜେତା ଅଷ୍ଟ୍ରେଲିଆ ଦଳର ନେତୃତ୍ୟ କରିସାରିଛନ୍ତି। ପଣ୍ଟିଂଙ୍କ ବାପା ଗ୍ରୀମ ପଣ୍ଟିଂ ମଧ୍ୟ କ୍ରିକେଟ ଜଗତରେ ନାଁ କମାଇସାରିଛନ୍ତି। ସେ ଅନ୍ତର୍ଜାତୀୟ କ୍ରିକେଟ ଖେଳି ନ ଥିଲେ ମଧ୍ୟ ଅଷ୍ଟ୍ରେଲିଆ ପକ୍ଷରୁ ପ୍ରଥମଶ୍ରେଣୀ ମ୍ୟାଚ୍‌ ଖେଳିଥିଲେ।

ଷ୍ଟୁଆର୍ଟ ବ୍ରଡ ଓ କ୍ରିସ ବ୍ରଡ
ଷ୍ଟୁଆର୍ଟ ବ୍ରଡ ଇଂଲଣ୍ଡର ଜଣେ ଆଗଧାଡର କ୍ରିକେଟର ଭାବେ ଜଣାଶୁଣା। ସେ ଅନ୍ତର୍ଜାତୀୟ ମ୍ୟାଚରେ ୪ ହଜାରରୁ ଅଧିକ ରନ କରିବା ସହ ୫୦୦ରୁ ଅଧିକ ଉଇକେଟ ନେଇସାରିଲେଣି। ସେମିତି ତାଙ୍କ ବାପା କ୍ରିସ ବ୍ରଡ ସେତେ ସଫଳ ହୋଇପାରି ନ ଥିଲେ। ସେ ଇଂଲଣ୍ଡ ପାଇଁ ୨୫ଟି ଟେଷ୍ଟ ମ୍ୟାଚ୍‌ ଖେଳିଛନ୍ତି।

ଯୁବରାଜ ସିଂ ଓ ଯୋଗରାଜ ସିଂ
ଭାରତୀୟ କ୍ରିକେଟ ଟିମର ଅଲରାଉଣ୍ତର୍‌ ଯୁବରାଜ ସିଂ ପ୍ରାୟ ୧୬ବର୍ଷ ପର୍ଯ୍ୟନ୍ତ ଟିମ ଇଣ୍ତିଆ ପାଇଁଁ ଖେଳିଛନ୍ତି। ତାଙ୍କ ବାପା ଯୋଗରାଜ ସିଂ ୧୯୮୧ରେ ଭାରତ ପାଇଁ କେବଳ ଗୋଟିଏ ଟେଷ୍ଟ ଓ ୬ ଟି ଏକଦିବସୀୟ ଖେଳିଥିଲେ।

ଜନି ବେୟରଷ୍ଟୋ ଓ ଡେଭିଡ ବେୟରଷ୍ଟୋ
ଇଂଲଣ୍ତର ଓପନର୍‌ ବ୍ୟାଟ୍ସମ୍ୟାନ ଜନି ବେୟରଷ୍ଟୋ ୬୩ଟି ଟେଷ୍ଟ ଓ ୫୯ଟି ଏକଦିବସୀୟ ଖେଳିସାରିଲେଣି। ତାଙ୍କ ବାପା ଡେଭିଡ ବେୟରଷ୍ଟୋ ଇଂଲଣ୍ଡ ପାଇଁ ୫ଟି ଟେଷ୍ଟ ମ୍ୟାଚ ଖେଲିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri