Posted inଖେଳ

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। ଖରାପ ଆରମ୍ଭ କରିଥିବା ଆରସିବି ଗତ ୨ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବା ଆଶାରେ ରହିଛି। ମେମୋଣ୍ଟମ ଧରି ରଖି ବିଜୟରେ ହ୍ୟାଟ୍ରିକ କରିବା ଏହି ଦଳର ମୁଖ୍ୟ ଲକ୍ଷ୍ୟ।

ଆରସିବି ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ହୋଇଥିଲା। ଶେଷରେ ୧ ରନରେ ବିଜୟୀ ହୋଇଥିଲା ବିରାଟ କୋହଲିଙ୍କ ଦଳ। ଶେଷ ଓଭରରେ ଧୋନୀ ଧମାକା ସତ୍ତ୍ୱେ ବିଜୟ ସମ୍ଭବ ହୋଇଥିବାରୁ ଆରସିବି ଖେଳାଳିଙ୍କ ମନୋବଳ ବଢ଼ିଛି। ଗତ ମ୍ୟାଚରେ କୋହଲି ଏବଂ ଏବି ଡିଭିଲର୍ସ କ୍ଲିକ୍‌ କରି ନ ଥିଲେ। ଏହି ବିଫଳତା ସେମାନଙ୍କୁ ଆଗାମୀ ମ୍ୟାଚରେ ବଡ଼ ସ୍କୋର କରିବାକୁ ନିଶ୍ଚିତ ପ୍ରେରୀତ କରିବ। କିଙ୍ଗ୍ସ ଇଲେଭେନ ବିପକ୍ଷ ପ୍ରଥମ ଚରଣ ମ୍ୟାଚରେ କୋହଲି ୬୭ ଓ ଡିଭିଲର୍ସ ଅପରାଜିତ ୫୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହା ଆଗାମୀ ମ୍ୟାଚରେ ସେମାନଙ୍କୁ ନିଶ୍ଚିତ ସହାୟତା କରିବ। କ୍ରମାଗତ ୬ ପରାଜୟ ପରେ ପଞ୍ଜାବ ବିପକ୍ଷରେ ହିଁ କୋହଲିଙ୍କ ଦଳ ବିଜୟ ସ୍ବାଦ ଚାଖିଥିଲା। ତେବେ ଡେଲ୍‌ ଷ୍ଟେଇନ ଆସିବା ସତ୍ତ୍ୱେ ଦଳର ବୋଲିଂ ଚିନ୍ତାର କାରଣ ହୋଇଛି। ଡେଥ୍‌ ଓଭର ବୋଲିଂ ବିଫଳତା ଯୋଗୁ ଗତ ମ୍ୟାଚରେ ଧୋନୀ ଏକପ୍ରକାର ମ୍ୟାଚ ଛଡ଼ାଇନେଇଥିଲେ କହିଲେ ଭୁଲ ହେବନି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୬୧ ରନ କରିଥିଲା। ଶେଷ ଓଭରର ୬ ବଲ୍‌ରୁ ୨୬ ରନ ଥିଲେ ହେଁ ଦଳର ସ୍ଥିତି ଅସମ୍ଭାଳ ହୋଇ ଯାଇଥିଲା। ଧୋନୀ ବିସ୍ଫୋରକ ବ୍ୟାଟିଂ କରିବାରୁ ଶେଷ ବଲ୍‌ରୁ ଚେନ୍ନାଇକୁ ମାତ୍ର ୨ ରନ ଆବଶ୍ୟକ ହେଉଥିଲା। ଉଇକେଟ କିପର ପାର୍ଥିବ ପଟେଲ ମ୍ୟାଚ ବଞ୍ଚାଇ ଦେଇଥିଲେ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ରନ ଆଉଟ କରିବାରୁ ଆରସିବି ପାଇଁ ୧ ରନର ବିଜୟ ସମ୍ଭବ ହୋଇଥିଲା। ୧୦ ଗେମ୍‌ରୁ କୋହଲିଙ୍କ ଦଳପାଇଁ ଏହାଥିଲା ମାତ୍ର ୩ୟ ବିଜୟ। ପଞ୍ଜାବ ୧୦ ମ୍ୟାଚରୁ ୫ମ ବିଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ମୋମେଣ୍ଟମକୁ ସାଥିକରି ଏହି ଦଳ ବିପକ୍ଷରେ ଆଉ ଏକ ବିଜୟ ଲକ୍ଷ୍ୟରେ ରହିଛି ଆରସିବି।

ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଇଲେଭେନ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ରହିନାହିଁ। ଫଳସ୍ବରୂପ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌, ଲୋକେଶ ରାହୁଲ ଓ ଡେଭିଡ ମିଲରଙ୍କ ଉପସ୍ଥିତି ସତ୍ତ୍ୱେ ଏହି ଦଳ ପ୍ଲେ-ଅଫ୍‌ରେ ନିଜର ସ୍ଥାନ ସୁରକ୍ଷିତ କରି ପାରିନାହିଁ। ତେବେ ଆଗାମୀ ମ୍ୟାଚରେ ଆରସିବିର ଦୁର୍ବଳ ବୋଲିଂରୁ ଫାଇଦା ନେବାକୁ ଏହି ଦଳ ଲକ୍ଷ୍ୟ ରଖିଛି। ପେସର ମହମ୍ମଦ ସାମି ଏବଂ ସ୍ପିନର ଅଶ୍ୱିନ ପଞ୍ଜାବ ପାଇଁ ଏପର୍ଯ୍ୟନ୍ତ ସଫଳ ବୋଲର ସାବ୍ୟସ୍ତ ହୋଇ ଆସିଛନ୍ତି। ଆଗାମୀ ମ୍ୟାଚରେ ମଧ୍ୟ ଦଳ ତାଙ୍କଠାରୁ ଏପରି ପ୍ରଦର୍ଶନ ଆଶା କରୁଛି। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ୍‌ ରାଜପୁତ, ସାମ୍‌ କୁରାନ, ହର୍ଡୁସ ଭିଲଜନ ଓ ଆଣ୍ଡ୍ର୍ୟୁ ଟାଇଙ୍କୁ ନେଇ ପଞ୍ଜାବର ବୋଲିଂ ବିଭାଗ ବେଶ୍‌ ସନ୍ତୁଳିତ। ତେବେ ପ୍ରଦର୍ଶନରେ ଅସ୍ଥିରତା ଦଳକୁ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ପାରିନାହିଁ। ଚଳିତ ସିଜନରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୪ ରନରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ନିକଟରୁ ୨୮ ରନରେ ହାରି ଯାଇଥିଲା। ୩ୟ ଓ ୪ର୍ଥ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଯଥାକ୍ରମେ ୮ ଉଇକେଟରେ ଏବଂ ୧୪ ରନରେ ଜିତିଥିଲେ ହେଁ ୫ମ ମ୍ୟାଚରେ ଚେନ୍ନାଇ ପକ୍ଷରୁ ୨୨ ରନରେ ହାରି ଯାଇଥିଲା। ପରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୬ ଉଇକେଟରେ ହରାଇଥିବାବେଳେ ମୁମ୍ବାଇ ପାଖରୁ ୩ ଉଇକେଟରେ ଏବଂ ବାଙ୍ଗାଲୋରଠାରୁ ୮ ଉଇକେଟରେ ହାରି ଯାଇଥିଲା। ସେହିପରି ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ହରାଇଥିଲେ ହେଁ ଦିଲ୍ଲୀ ନିକଟରୁ ୫ ଉଇକେଟରେ ହାରି ଆଗାମୀ ମ୍ୟାଚ ଖେଳିବାକୁ ଯାଉଛି।

ଅନ୍ୟପକ୍ଷରେ ଆରସିବି ପ୍ରତିପକ୍ଷ ଚେନ୍ନାଇ, ମୁମ୍ବାଇ, ହାଇଦ୍ରାବାଦ, ରାଜସ୍ଥାନ, କୋଲକାତା ଏବଂ ଦିଲ୍ଲୀଠାରୁ କ୍ରମାଗତ ୬ ମ୍ୟାଚରେ ପରାଜିତ ହେବାପରେ ପଞ୍ଜାବ ବିପକ୍ଷରେ ବିଜୟୀ ହୋଇ ନୂଆ ଜୀବନ ପାଇଥିଲା। ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇଠାରୁ ୫ ଉଇକେଟରେ ହାରିଥିଲେ ହେଁ କ୍ରମାଗତ ୨ଟି ମ୍ୟାଚରେ କୋଲକାତାକୁ ୧୦ ରନରେ ଏବଂ ଚେନ୍ନାଇକୁ ୧ ରନରେ ହରାଇ ବିଜୟ ପଥରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତି ବୋଲିଂ କରିବ ମୁମ୍ବାଇ

ମୁମ୍ବାଇ,୧୨।୫: ମୁମ୍ବାଇ ଓ୍ବାଙ୍ଗଡେ ଷ୍ଟାଡିୟମରେ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଗୁରୁବାର ୫୯ତମ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇ...

କେକେଆର୍‌କୁ ୧୨୮ରେ ରୋକିଦେଲେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିପକ୍ଷରେ ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ...

ବିସିସିଆଇ ଏସ୍‌ଓପି: ଅରୁଣଲାଲ, ହ୍ବାଟମୋର ପ୍ରଶିକ୍ଷଣ ଦେଇପାରିବେନି

ନୂଆଦିଲ୍ଲୀ,୩।୮(ପି.ଟି.): କୋଭିଡ୍‌-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର (ଏସ୍‌ଓପି) କରିଛି। ଏହା ଦ୍ୱାରା ରାଜ୍ୟ ଆସୋସିଏଶନଗୁଡିକ...

ଏହି କ୍ରିକେଟରଙ୍କ ଗୋଟିଏ ଶର୍ଟରେ କଣା ହେଲା ବଲ୍‌: ମାତ୍ର ୩ ଓଭରରେ…

ପୁଣେ,୨୩।୩: ସ୍ଥାନୀୟ ମହାରାଷ୍ଟ୍ର କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ-ଇଂଲଣ୍ଡ ପ୍ରଥମ ଦିନିକିଆ ମ୍ୟାଚ୍‌ରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଭାରତୀୟ ଟିମ୍‌ ବ୍ୟାଟିଂ...

ବିଶ୍ୱରେକର୍ଡ କଲେ ହିଟ୍‌ମ୍ୟାନ୍‌

ଦୁବାଇ,୨୯।୮: ଏସିଆ କପରେ ଖେଳାଯାଇଥିବା ଏକ ରୋମାଞ୍ଚକର ମ୍ୟାଚରେ ଭାରତ ପାକିସ୍ତାନକୁ ୫ ଉଇକେଟ୍‌ରେ ପରାସ୍ତ କରିଛି। ଏହି ମ୍ୟାଚ୍‌ରେ ଅଧିନାୟକ ରୋହିତ ଶର୍ମା ଏକ...

କିଟ୍‌କୁ ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାର

ଭୁବନେଶ୍ୱର, ୧।୧୨ (କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ ଟେକ୍ନୋଲୋଜି (କିଟ୍‌)କୁ ବୁଧବାର ରାଷ୍ଟ୍ରୀୟ ଖେଳ ପ୍ରୋତ୍ସାହନ ପୁରସ୍କାରରେ ସମ୍ମାନିତ କରାଯାଇଛି। ନୂଆଦିଲ୍ଲୀଠାରେ ରାଷ୍ଟ୍ରପତି...

ଟି୨୦: ଭାରତ ପାକିସ୍ତାନ ବିଶ୍ୱ ରେକର୍ଡର ସମକକ୍ଷ

ନୂଆଦିଲ୍ଲୀ, ୪।୮(ପି.ଟି.): ଶନିବାର ଫ୍ଲୋରିଡାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜକୁ ୪ ଉଇକେଟରେ ପରାସ୍ତ କରିବା ପରେ ଭାରତ ପାକିସ୍ତାନ ହାସଲ କରିଥିବା ଏକ...

ଲାଞ୍ଚ ଦେଇ ମ୍ୟାଚ୍‌ ଦେଖିଥିଲେ ବାଂଲାଦେଶ ଟାଇଗର

ଢାକା,୩୦।୫(ଏଏଫ୍‌ପି)- ବାଂଲାଦେଶ କ୍ରିକେଟ ଦଳର ସୁପରଫ୍ୟାନ ଭାବେ ପରିଚିତ ଶୋୟାବ ଅଲି ବିଶ୍ୱର ବିଭିନ୍ନ ଦେଶ ଭ୍ରମଣ କରି ଜାତୀୟ ଦଳକୁ ସମର୍ଥନ କରନ୍ତି। ଦେହ...

Advertisement
Archives

Model This Week