Posted inଖେଳ

କ୍ରମାଗତ ତୃତୀୟ ବିଜୟ ଲକ୍ଷ୍ୟରେ ଆରସିବି

ବେଙ୍ଗାଲୁରୁ, ୨୪।୪(ପି.ଟି.)-ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ-୧୨)ରେ ବୁଧବାର ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ ଏଠାରେ ଅନୁଷ୍ଠିତ ହେବ। ଖରାପ ଆରମ୍ଭ କରିଥିବା ଆରସିବି ଗତ ୨ଟି ମ୍ୟାଚରେ ବିଜୟୀ ହୋଇଥିବାରୁ ଏହି ଧାରା ବଜାୟ ରଖିବା ଆଶାରେ ରହିଛି। ମେମୋଣ୍ଟମ ଧରି ରଖି ବିଜୟରେ ହ୍ୟାଟ୍ରିକ କରିବା ଏହି ଦଳର ମୁଖ୍ୟ ଲକ୍ଷ୍ୟ।

ଆରସିବି ଓ ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ ଅତ୍ୟନ୍ତ ରୋମାଞ୍ଚକ ହୋଇଥିଲା। ଶେଷରେ ୧ ରନରେ ବିଜୟୀ ହୋଇଥିଲା ବିରାଟ କୋହଲିଙ୍କ ଦଳ। ଶେଷ ଓଭରରେ ଧୋନୀ ଧମାକା ସତ୍ତ୍ୱେ ବିଜୟ ସମ୍ଭବ ହୋଇଥିବାରୁ ଆରସିବି ଖେଳାଳିଙ୍କ ମନୋବଳ ବଢ଼ିଛି। ଗତ ମ୍ୟାଚରେ କୋହଲି ଏବଂ ଏବି ଡିଭିଲର୍ସ କ୍ଲିକ୍‌ କରି ନ ଥିଲେ। ଏହି ବିଫଳତା ସେମାନଙ୍କୁ ଆଗାମୀ ମ୍ୟାଚରେ ବଡ଼ ସ୍କୋର କରିବାକୁ ନିଶ୍ଚିତ ପ୍ରେରୀତ କରିବ। କିଙ୍ଗ୍ସ ଇଲେଭେନ ବିପକ୍ଷ ପ୍ରଥମ ଚରଣ ମ୍ୟାଚରେ କୋହଲି ୬୭ ଓ ଡିଭିଲର୍ସ ଅପରାଜିତ ୫୯ ରନର ମ୍ୟାଚ ବିଜୟୀ ଇନିଂସ ଖେଳିଥିଲେ। ଏହା ଆଗାମୀ ମ୍ୟାଚରେ ସେମାନଙ୍କୁ ନିଶ୍ଚିତ ସହାୟତା କରିବ। କ୍ରମାଗତ ୬ ପରାଜୟ ପରେ ପଞ୍ଜାବ ବିପକ୍ଷରେ ହିଁ କୋହଲିଙ୍କ ଦଳ ବିଜୟ ସ୍ବାଦ ଚାଖିଥିଲା। ତେବେ ଡେଲ୍‌ ଷ୍ଟେଇନ ଆସିବା ସତ୍ତ୍ୱେ ଦଳର ବୋଲିଂ ଚିନ୍ତାର କାରଣ ହୋଇଛି। ଡେଥ୍‌ ଓଭର ବୋଲିଂ ବିଫଳତା ଯୋଗୁ ଗତ ମ୍ୟାଚରେ ଧୋନୀ ଏକପ୍ରକାର ମ୍ୟାଚ ଛଡ଼ାଇନେଇଥିଲେ କହିଲେ ଭୁଲ ହେବନି। ବାଙ୍ଗାଲୋର ପ୍ରଥମେ ବ୍ୟାଟିଂ କରି ୧୬୧ ରନ କରିଥିଲା। ଶେଷ ଓଭରର ୬ ବଲ୍‌ରୁ ୨୬ ରନ ଥିଲେ ହେଁ ଦଳର ସ୍ଥିତି ଅସମ୍ଭାଳ ହୋଇ ଯାଇଥିଲା। ଧୋନୀ ବିସ୍ଫୋରକ ବ୍ୟାଟିଂ କରିବାରୁ ଶେଷ ବଲ୍‌ରୁ ଚେନ୍ନାଇକୁ ମାତ୍ର ୨ ରନ ଆବଶ୍ୟକ ହେଉଥିଲା। ଉଇକେଟ କିପର ପାର୍ଥିବ ପଟେଲ ମ୍ୟାଚ ବଞ୍ଚାଇ ଦେଇଥିଲେ ଏବଂ ଶାର୍ଦ୍ଦୁଳ ଠାକୁରଙ୍କୁ ରନ ଆଉଟ କରିବାରୁ ଆରସିବି ପାଇଁ ୧ ରନର ବିଜୟ ସମ୍ଭବ ହୋଇଥିଲା। ୧୦ ଗେମ୍‌ରୁ କୋହଲିଙ୍କ ଦଳପାଇଁ ଏହାଥିଲା ମାତ୍ର ୩ୟ ବିଜୟ। ପଞ୍ଜାବ ୧୦ ମ୍ୟାଚରୁ ୫ମ ବିଜୟ ସହ ପଏଣ୍ଟ ଟେବୁଲର ୫ମ ସ୍ଥାନରେ ରହିଛି। ମୋମେଣ୍ଟମକୁ ସାଥିକରି ଏହି ଦଳ ବିପକ୍ଷରେ ଆଉ ଏକ ବିଜୟ ଲକ୍ଷ୍ୟରେ ରହିଛି ଆରସିବି।

ରବିଚନ୍ଦ୍ରନ ଅଶ୍ୱିନଙ୍କ ନେତୃତ୍ୱାଧୀନ କିଙ୍ଗ୍ସ ଇଲେଭେନ ପ୍ରଦର୍ଶନରେ ମଧ୍ୟ ସ୍ଥିରତା ରହିନାହିଁ। ଫଳସ୍ବରୂପ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌, ଲୋକେଶ ରାହୁଲ ଓ ଡେଭିଡ ମିଲରଙ୍କ ଉପସ୍ଥିତି ସତ୍ତ୍ୱେ ଏହି ଦଳ ପ୍ଲେ-ଅଫ୍‌ରେ ନିଜର ସ୍ଥାନ ସୁରକ୍ଷିତ କରି ପାରିନାହିଁ। ତେବେ ଆଗାମୀ ମ୍ୟାଚରେ ଆରସିବିର ଦୁର୍ବଳ ବୋଲିଂରୁ ଫାଇଦା ନେବାକୁ ଏହି ଦଳ ଲକ୍ଷ୍ୟ ରଖିଛି। ପେସର ମହମ୍ମଦ ସାମି ଏବଂ ସ୍ପିନର ଅଶ୍ୱିନ ପଞ୍ଜାବ ପାଇଁ ଏପର୍ଯ୍ୟନ୍ତ ସଫଳ ବୋଲର ସାବ୍ୟସ୍ତ ହୋଇ ଆସିଛନ୍ତି। ଆଗାମୀ ମ୍ୟାଚରେ ମଧ୍ୟ ଦଳ ତାଙ୍କଠାରୁ ଏପରି ପ୍ରଦର୍ଶନ ଆଶା କରୁଛି। ଅନ୍ୟମାନଙ୍କ ମଧ୍ୟରେ ଅଙ୍କିତ୍‌ ରାଜପୁତ, ସାମ୍‌ କୁରାନ, ହର୍ଡୁସ ଭିଲଜନ ଓ ଆଣ୍ଡ୍ର୍ୟୁ ଟାଇଙ୍କୁ ନେଇ ପଞ୍ଜାବର ବୋଲିଂ ବିଭାଗ ବେଶ୍‌ ସନ୍ତୁଳିତ। ତେବେ ପ୍ରଦର୍ଶନରେ ଅସ୍ଥିରତା ଦଳକୁ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନରେ ପହଞ୍ଚାଇ ପାରିନାହିଁ। ଚଳିତ ସିଜନରେ ଦଳ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୪ ରନରେ ବିଜୟ ସହ ଅଭିଯାନ ଆରମ୍ଭ କରିଥିବାବେଳେ ପରବର୍ତ୍ତୀ ମ୍ୟାଚରେ କୋଲକାତା ନାଇଟ ରାଇଡର୍ସ ନିକଟରୁ ୨୮ ରନରେ ହାରି ଯାଇଥିଲା। ୩ୟ ଓ ୪ର୍ଥ ମ୍ୟାଚକୁ ମୁମ୍ବାଇ ଇଣ୍ଡିଆନ୍ସ ଓ ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଯଥାକ୍ରମେ ୮ ଉଇକେଟରେ ଏବଂ ୧୪ ରନରେ ଜିତିଥିଲେ ହେଁ ୫ମ ମ୍ୟାଚରେ ଚେନ୍ନାଇ ପକ୍ଷରୁ ୨୨ ରନରେ ହାରି ଯାଇଥିଲା। ପରେ ସନ୍‌ ରାଇଜର୍ସ ହାଇଦ୍ରାବାଦକୁ ୬ ଉଇକେଟରେ ହରାଇଥିବାବେଳେ ମୁମ୍ବାଇ ପାଖରୁ ୩ ଉଇକେଟରେ ଏବଂ ବାଙ୍ଗାଲୋରଠାରୁ ୮ ଉଇକେଟରେ ହାରି ଯାଇଥିଲା। ସେହିପରି ପରବର୍ତ୍ତୀ ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ହରାଇଥିଲେ ହେଁ ଦିଲ୍ଲୀ ନିକଟରୁ ୫ ଉଇକେଟରେ ହାରି ଆଗାମୀ ମ୍ୟାଚ ଖେଳିବାକୁ ଯାଉଛି।

ଅନ୍ୟପକ୍ଷରେ ଆରସିବି ପ୍ରତିପକ୍ଷ ଚେନ୍ନାଇ, ମୁମ୍ବାଇ, ହାଇଦ୍ରାବାଦ, ରାଜସ୍ଥାନ, କୋଲକାତା ଏବଂ ଦିଲ୍ଲୀଠାରୁ କ୍ରମାଗତ ୬ ମ୍ୟାଚରେ ପରାଜିତ ହେବାପରେ ପଞ୍ଜାବ ବିପକ୍ଷରେ ବିଜୟୀ ହୋଇ ନୂଆ ଜୀବନ ପାଇଥିଲା। ପରବର୍ତ୍ତୀ ମ୍ୟାଚରେ ମୁମ୍ବାଇଠାରୁ ୫ ଉଇକେଟରେ ହାରିଥିଲେ ହେଁ କ୍ରମାଗତ ୨ଟି ମ୍ୟାଚରେ କୋଲକାତାକୁ ୧୦ ରନରେ ଏବଂ ଚେନ୍ନାଇକୁ ୧ ରନରେ ହରାଇ ବିଜୟ ପଥରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚତୁର୍ଥ ଅମ୍ପାୟାରଙ୍କ ଯୋଗୁ ହାରିଗଲା ଦିଲ୍ଲୀ? ଜିତିଲା ଚେନ୍ନାଇ, ଜୋରଦାର ଯୁକ୍ତିତର୍କ…

ଚେନ୍ନାଇ,୧୨।୪: ଶନିବାର ଚେନ୍ନାଇର ଏମ୍‌.ଏ. ଚିଦାମ୍ବରମ ଷ୍ଟାଡିୟମ୍‌ରେ ଖେଳାଯାଇଥିବା ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗସ (CSK) ଘରୋଇ ଗ୍ରାଉଣ୍ଡରେ ଦିଲ୍ଲୀ କ୍ୟାପିଟାଲ୍ସ (DC)…

କମ୍‌ବ୍ୟାକ୍‌ ଅଫ୍‌ ସଞ୍ଜୁ: ୪୦୦ ଛକାର ରେକର୍ଡ ସହ ମାରିଲେ ଶତକ, ୫ ବର୍ଷର ଅପେକ୍ଷାରେ…

ଚେନ୍ନାଇ,୧୧।୪: ଆଇପିଏଲ୍‌ ୨୦୨୬ର ୧୮ତମ ମ୍ୟାଚ୍‌ରେ ସଞ୍ଜୁ ସାସମନଙ୍କ ଜବରଦସ୍ତ ପ୍ରଦର୍ଶନ ଦେଖିବାକୁ ମିଳିଛି। ଚେନ୍ନାଇ ସୁପର କିଙ୍ଗସର ଏହି ଉଇକେଟକିପର ବ୍ୟାଟର୍‌ ଚେପକ୍‌ ଷ୍ଟାଡିୟମରେ ଦିଲ୍ଲୀ…

ସଞ୍ଜୁ ସାମସନଙ୍କ ବିସ୍ଫୋରକ ଶତକ: ଦିଲ୍ଲୀ ଆଗରେ ୨୧୩ ରନର ବିଶାଳ ଟାର୍ଗେଟ

ଚେନ୍ନାଇ,୧୧ା୪: ଚଳିତ ଆଇପିଏଲ୍‌ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଓ ଦିଲ୍ଲୀ କ୍ୟାପିଟାଲ୍ସ (ଡିସି) ପରସ୍ପରକୁ ଭେଟିଛନ୍ତି। ପ୍ରଥମେ ବ୍ୟାଟିଂ କରିଥିବା…

ହାର୍ଦ୍ଦିକଙ୍କ ପରେ ଜାଡେଜା ହାସଲ କଲେ ଏହି ମାଇଲଖୁଣ୍ଟ

ଗୁଆହାଟୀ,୧୧ା୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ବିପକ୍ଷ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଏକ ମାଇଲଖୁଣ୍ଟ ହାସଲ କରିଛନ୍ତି। ସେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ…

ହାଇଦ୍ରାବାଦ୍‌କୁ ହରାଇ ପଞ୍ଜାବର ତୃତୀୟ ବିଜୟ

ଚଣ୍ଡିଗଡ଼,୧୧ା୪: ଅଧିନାୟକ ଶ୍ରେୟସ ଆୟାରଙ୍କ ଅପରାଜିତ ୬୯ ରନର ଇନିଂସ ବଳରେ ପଞ୍ଜାବ କିଙ୍ଗ୍ସ ଏକ ହାଇସ୍କୋରିଂ ଆଇପିଏଲ୍‌ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ୍‌କୁ ପରାସ୍ତ କରିଛି। ପଞ୍ଜାବର…

ଭାରତକୁ ମିଳିଲା ୧୩ ସ୍ବର୍ଣ୍ଣ ପଦକ

ଶିମ୍‌ଲା, ୧୧ା୪: ଭାରତୀୟ ଟେବୁଲ ଟେନିସ ଖେଳାଳି ସାଉଥ ଏସିଆନ ୟୁଥ୍‌ ଟେବୁଲ ଟେନିସ ଚାମ୍ପିୟନଶିପ୍‌ରେ ଆଧିପତ୍ୟ ବିସ୍ତାର କରି ସମସ୍ତ କାଟେଗୋରିରେ ମୋଟ ୧୩ ସ୍ବର୍ଣ୍ଣ…

ଗୋଟିଏ IPL ମ୍ୟାଚ ଖେଳି ଏତେ ଟଙ୍କା ରୋଜଗାର କରନ୍ତି ବୈଭବ, ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧୧।୪: ଆଇପିଏଲ ୨୦୨୬ର ୧୬ ତମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ଆରସିବିକୁ ୬ ଉଇକେଟ୍‌ରେ ପରାସ୍ତ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ରାଜସ୍ଥାନ ରୟାଲ୍ସର ପ୍ରତିନିଧିତ୍ୱ କରୁଥିବା…

ବୈଭବ ସୂର୍ଯ୍ୟବଂଶୀଙ୍କ ପାଇଁ ସ୍ବତନ୍ତ୍ର ବାର୍ତ୍ତା ଲେଖିଲେ କୋହଲି, ୨ଟି ଶବ୍ଦରେ କହିଦେଲେ…

ନୂଆଦିଲ୍ଲୀ,୧୧।୪: ବିଶ୍ୱର ପ୍ରସିଦ୍ଧ ବୋଲରଙ୍କ ବିରୋଧରେ ମଧ୍ୟ ପ୍ରଥମ ବଲରୁ ଷ୍ଟ୍ରାଇକ କରିବାର କ୍ଷମତା ପାଇଁ ବୈଭବ ସୂର୍ଯ୍ୟବଂଶୀଙ୍କୁ ବ୍ୟାପକ ପ୍ରଶଂସା ମିଳୁଛି। ଏହି ବ୍ୟାଟସମ୍ୟାନଙ୍କୁ ଦେଖିଲେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri