କ୍ରଞ୍ଚି ଭେଜ୍‌

ଖାଦ୍ୟାବଳୀରେ ଏବେ ଷ୍ଟାର୍ଟର ଭାରି ପସନ୍ଦଯୋଗ୍ୟ ହେଉଛି। ମେନ୍‌କୋର୍ସକୁ ଯିବା ଆଗରୁ ଏଭଳି କିଛି ଷ୍ଟାର୍ଟର ଯାହା ପେଟ ଭରି ଦେଉଛି। କ୍ରିସ୍ପି ସ୍ବାଦକୁ ପନିର ଓ ଆଳୁର ମିଠା ଅଂଶ କ୍ରଞ୍ଚି ଭେଜ୍‌ ଭାରି ପସନ୍ଦଯୋଗ୍ୟ ହୋଇପାରିଛି। ଏହାକୁ ସହଜରେ ଘରେ ବି ପ୍ରସ୍ତୁତ କରିହେବ। ଓଡ଼ିଆଣୀ ରେସ୍ତୋରଁ।ର ଶେଫ୍‌ ଜ୍ୟୋତିରଞ୍ଜନ ଏହାର ପ୍ରସ୍ତୁତି ସମ୍ପର୍କରେ ଯାହା କୁହନ୍ତି…

ଆବଶ୍ୟକ ସାମଗ୍ରୀ:

ରିଫାଇନ୍‌ ତେଲ ୨୫୦ ମି.ଲି, ଗୋଟା ଜିରା, କଞ୍ଚା ଲଙ୍କା ଚପ୍‌ ସାଇଜ୍‌, ପିଆଜ(ଚପ୍‌ ସାଇଜ୍‌), ଆମେରିକାନ କର୍ନ୍‌, ଗ୍ରୀନ ମଟର, ଗାଜର,ଲୁଣ, ଲଙ୍କା ଗୁଣ୍ଡ, ଧନିଆ ପତ୍ର, ହ୍ବାଇଟ ପିପର୍‌, ଭଜା ଜିରା ଗୁଣ୍ଡ, ରସୁଣ (ଚପ୍‌ ସାଇଜ୍‌), ସିଝା ଆଳୁ ୪ଟା, କର୍ନଫ୍ଲେକ୍ସ ଗୁଣ୍ଡ, ମଇଦା, ପନିର ୩୦ ଗ୍ରାମ୍‌, ବ୍ରେଡ୍‌ କମ୍ବ୍‌।

ପ୍ରସ୍ତୁତି ପ୍ରଣାଳୀ:

ପ୍ରଥମେ କଡ଼େଇରେ ତେଲ ଗରମ କରନ୍ତୁ। ହାଲକା ଗରମ ହେଲା ପରେ ଏଥିରେ ପିଆଜ, କଞ୍ଚାଲଙ୍କା, ଗୋଟା ଜିରା, ରସୁଣ ପକେଇ ଭାଜିବାକୁ ପଡେ। ଏହାପରେ ଆମେରିକାନ କର୍ନ୍‌, ଗ୍ରୀନ ମଟର ଓ ଗାଜର ମିଶେଇ ଭଜାଯାଏ। ଭାଜିବା ପରେ ସ୍ବାଦ ଅନୁସାରେ ଲୁଣ ପକାନ୍ତୁ। ପରେ ଲଙ୍କା ଗୁଣ୍ଡ, ଧନିଆ ପତ୍ର, ହ୍ବାଇଟ ପିପର୍‌, ଭଜା ଜିରା ଗୁଣ୍ଡ ପକେଇ ଭଲ କି ଗୋଳେଇ ଦିଅନ୍ତୁ। କିଛି ସମୟ ଭାଜି ଏଥିରେ ସିଝା ଆଳୁକୁ ଚକଟି ପକେଇବା ପରେ ସଙ୍ଗେ ସଙ୍ଗେ ପନିରକୁ ମଧ୍ୟ ଚକଟି ପକେଇ ଦିଅନ୍ତୁ। ପନିର ଓ ଆଳୁ ଭଲଭାବେ ମିଶିବା ଯାଏ ଏହାକୁ ଗୋଳାନ୍ତୁ। ଏବେ ଏହାକୁ କାଢ଼ି ଅଲଗା ଏକ ପାତ୍ରରେ ଥଣ୍ଡା କରନ୍ତୁ। ଥଣ୍ଡା ହେବା ପରେ ଏହାକୁ ଆଙ୍ଗୁଠି ଭଳି କାଟନ୍ତୁ। ଅନ୍ୟ ଏକ ପାତ୍ରରେ କିଛି ମଇଦା ଓ ପାଣି ମିଶେଇ ଏକ ବହଳିଆ ମିଶ୍ରଣ ତିଆରି କରନ୍ତୁ। ଆଙ୍ଗୁଠି ଭଳି କଟାଯାଇଥିବା ଚକଟାକୁ ମଇଦାରେ ବୁଡେଇ ବ୍ରେଡ୍‌ କମ୍ବା ଓ କର୍ନ୍‌ଫ୍ଲେକ୍ସ୍‌ ଗୁଣ୍ଡରେ ମିଶେଇ ତେଲରେ ଛାଣନ୍ତୁ। ଗୋଲ୍‌ଡେନ୍‌ ରଙ୍ଗ ହୋଇଗଲେ ଏହାକୁ କାଢ଼ି ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଭୁତପ୍ରେତ ଭୟରେ ମାରୀଗୁଡା ଗ୍ରାମବାସୀ: ରାତିରେ ଶୁଭୁଛି ବିକଟାଳ ଶବ୍ଦ, ଲୋକଙ୍କ ଘରେ ଚୁଲି ଜଳୁନି

ରାୟଗଡା, ୧୮।୨(ଆଶିଷ ରଞ୍ଜନ ପଣ୍ଡା)- ଦକ୍ଷିଣ ଓଡିଶାର ଉପାନ୍ତ ରାୟଗଡା ଜିଲ୍ଲାର ଗ୍ରାମାଞ୍ଚଳରେ ଏବେ ବି ଭରି ରହିଛି ଅନ୍ଧବିଶ୍ବାସ । ଭୂତପ୍ରେତକୁ ନେଇ ଆଜି ମଧ୍ୟ…

ଗ୍ଲୋକାଲ ବାଇପାସ ନିକଟରେ ଦୁର୍ଘଟଣା, ଘଟଣାସ୍ଥଳରେ ଚାଲିଗଲା ଜଣଙ୍କର ଜୀବନ

ଜୟପୁର,୧୮।୨(ପବନ ପାଣିଗ୍ରାହୀ): ଜୟପୁର ଗ୍ଲୋକାଲ ହସପିଟାଲ ବାଇପାସ ରୋଡ ନିକଟରେ ଏକ ବାଇକ ଧକ୍କାରେ ଘଟଣାସ୍ଥଳରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ଗୁରୁତର ଅବସ୍ଥାରେ…

ଜନସେବା କ୍ଷେତ୍ରରେ କଳାହାଣ୍ଡି ପ୍ରଶାସନର ବଡ଼ ପଦକ୍ଷେପ, ଲୋକାର୍ପିତ ହେଲା ଏଆଇ ଚାଟବଟ୍ ‘ଆମର ସହାୟକ’

ଭବାନୀପାଟଣା,୧୮।୨(ଉତ୍ତମ କୁମାର ଦାଶ): ଡିଜିଟାଲ୍ ଶାସନ ଏବଂ ଜନକୈନ୍ଦ୍ରିକ ପ୍ରଶାସନ ଦିଗରେ ଏକ ବଡ଼ ପଦକ୍ଷେପ ସ୍ୱରୂପ କଳାହାଣ୍ଡି ଜିଲା ପ୍ରଶାସନ ପକ୍ଷରୁ ବୁଧବାର ଅତ୍ୟାଧୁନିକ ଏଆଇ…

ଦୋଷୀ ସାବ୍ୟସ୍ତ ହେଲେ ପାଷ୍ଟିକୁଡ଼ି ପିଇଓ, ୩ ବର୍ଷ କାରାଦଣ୍ଡ ସହ ୫୦ ହଜାର ଜରିମାନା…

କେସିଙ୍ଗା,୧୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ପାଷ୍ଟିକୁଡି ଗ୍ରାମ ପଞ୍ଚାୟତରେ  କାର୍ଯ୍ୟରତ  ପିଇଓ କ୍ଷମା ପ୍ରସାଦ ଦୁରିଆଙ୍କୁ  ମଙ୍ଗଳବାର ଭବାନୀପାଟଣା ଭିଜିଲାନ୍ସର ସ୍ବତନ୍ତ୍ର ବିଚାରପତି ୩…

କଳିଯୁଗର ସାବିତ୍ରୀ… ସ୍ବାମୀ ପାଇଁ ଭାଲୁ ସହ ଲଢ଼ି ବଞ୍ଚାଇଲେ ଜୀବନ

କରଞ୍ଜିଆ,୧୮।୨(କବିତା ମହାନ୍ତ): ମୟୂରଭଞ୍ଜ ଜିଲା କରଞ୍ଜିଆ ବନଖଣ୍ଡ ଅଧୀନ ହାତୀସାଲବେଡ଼ା ଜଙ୍ଗଲରେ ଭାଲୁ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ସେ ହେଲେ ମାଲଦେ ସୋରେନ(୪୫)।…

ଶାନଦାର ବିଜୟ ସହ ସୁପର-୮ରେ ପାକିସ୍ତାନ, ପୁଣି ଭାରତ ସହ…

ନୂଆଦିଲ୍ଲୀ,୧୮।୨: କର ବା ମର ମୁକାବିଲାରେ ନାମ୍ବିୟାକୁ ୧୦୨ ରନ୍‌ର ବିଶାଳ ବ୍ୟବଧାନରେ ପରାସ୍ତ କରି ପାକିସ୍ତାନ ସୁପର-୮ରେ ନିଜର ସ୍ଥାନ ପକ୍କା କରିଛି। ଏହି ବିଜୟ…

କଟକରେ ଫୁଟିଲା ଗୁଳି, ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ

କଟକ,୧୮।୨(କାର୍ତ୍ତିକ ସାହୁ): ଭୋଜି ଚାଲିଥିଲା ବେଳେ ଗୁଳିମାଡ଼ । ସାଙ୍ଗର ଗୁଳିମାଡ଼ରେ ସାଙ୍ଗର ମୃତ୍ୟୁ । କଟକ ମଧୁପାଟଣା ଥାନା ନୂଆପଡ଼ା ପ୍ରେସ୍‌ କଲୋନୀରେ ଫାୟାରିଂ ହୋଇଥିବା…

ପୁଟୁପଡ଼ାରେ ବ୍ୟବସାୟୀଙ୍କ ଘରୁ ଚୋରି ଘଟଣା, ୪ ଜଣଙ୍କୁ ଗିରଫ କରି ପୋଲିସର କୋର୍ଟ ଚାଲାଣ

ଖଡ଼ିଆଳ,୧୮।୨(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡିଆଳ ପୁଟୁପଡା ୱାର୍ଡ ନଂ ୧୧ ନିବାସୀ ପ୍ରବୀଣ ଅଗ୍ରୱାଲ ଘରୁ ଚୋରି ହୋଇଥିବା ଫେବୃଆରୀ ୧୬ ତାରିଖରେ ଖଡ଼ିଆଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri