କୋହଳ ହେଲା ଉକ୍‌ଡାଉନ ନିୟମ: ଜବରଦଖଲରେ ଥିବା ଦୋକାନ ବନ୍ଦ ରହିବ

ଜଗତ୍‌ସିଂହପୁର ଅଫିସ, ୨୭ା୪: ନିକଟରେ ରାଜ୍ୟ ସରକାର ଲକ୍‌ଡାଉନ୍‌ ନିୟମରେ କେତେକ କୋହଳ କରିଛନ୍ତି। ବିଶେଷକରି କେତେକ ଦୋକାନ, ବଜାର ଖୋଲା ରଖିବା ସଂକ୍ରାନ୍ତରେ ଘୋଷଣା କରାଯାଇଛି। ଏହି ଘୋଷଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଲା ପରେ ବ୍ୟବସାୟୀ ମହଲରେ ଖୁସି ଦେଖାଦେଇଛି। ବିଳମ୍ବରେ ହେଉ ବରଂ ସୋମବାର ଜଗତ୍‌ସିଂହପୁର ଜିଲାପାଳ କେଉଁ ଦୋକାନ ଉପରେ କଟକଣା ଓ କେଉଁଗୁଡିକ ଖୋଲା ରହିବ ସେ ସଂକ୍ରାନ୍ତରେ ସ୍ପଷ୍ଟ କରିଥିବା ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସୂଚନା ଦେଇଛନ୍ତି।
ତାଙ୍କ ସୂଚନା ମୁତାବକ ଚା’, ପାନ, ଗୁଟ୍‌ଖା, ତମାଖୁ, ଖାଦ୍ୟ ଷ୍ଟଲ, ଠେଲା ଫାଷ୍ଟ ଫୁଡ୍‌, ଉଠା ଦୋକାନ, ଅନୁମତି ନ ଥିବା ହୋଟେଲ ଓ ରେଷ୍ଟୁରାଣ୍ଟ, ବିଉଟି ପାର୍ଲର, ସେଲୁନ୍‌, ସ୍ପା, ଜିମ୍‌, ସ୍ବିମିଂ ପୁଲ୍‌, ଗହଣା, ରଙ୍ଗ, ପା୍ଲଏଉଡ୍‌ ଓ କପଡା ଦୋକାନ ସହ ଅନ୍ୟ ଖାଦ୍ୟ ଦୋକାନ ଯେଉଁଗୁଡିକ ଛେପ ପକାକୁ ପ୍ରୋତ୍ସାହିତ କରୁଛନ୍ତି ସେଗୁଡିକ ବନ୍ଦ ରହିବ। ଏଥିସହ ମଦ, ଗଞ୍ଜେଇ ଆଦି ସମସ୍ତ ଅବକାରୀ ଦୋକାନ ବନ୍ଦ ରହିବ। କହିବାକୁ ଗଲେ ଯେଉଁ ଦୋକାନଗୁଡିକ ଓଡ଼ିଶା ସପ୍‌ ଏବଂ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ପଞ୍ଜିକୃତ ହୋଇନାହିଁ ସେଗୁଡିକ ଖୋଲା ରହିବ ନାହିଁ। ସେହିପରି ସରକାରୀ ଜମି ଜବରଦଖଲରେ ଥିବା ଦୋକାନଗୁଡିକୁ ବନ୍ଦ କରାଯାଇଛି। କିନ୍ତୁ ଔଷଧ ଓ ଜରୁରୀ ସାମଗ୍ରୀ ଦୋକାନଗୁଡିକ ଖୋଲା ରହିବ। ଯେଉଁ ଦୋକାନଗୁଡିକୁ ଅନୁମତି ମିଳିବ ସେଗୁଡିକ ସକାଳ ୬ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଖୋଲାରହିବ। ଅନ୍ୟପକ୍ଷରେ ଓଡ଼ିଶା ଶପ୍‌ ଏବଂ କମର୍ସିଆଲ ଏଷ୍ଟାବ୍ଲିସମେଣ୍ଟ ଆକ୍ଟ ୧୯୫୬ରେ ପଞ୍ଜିକୃତ ସମସ୍ତ ରେସିଡେନ୍ସିଆଲ କମ୍ପ୍ଲେକ୍ସ ଓ ମାର୍କେଟ୍‌ କମ୍ପ୍ଲେକ୍ସକୁ ଅନୁମତି ମିଳିବ ନାହିଁ। ଏକାଧିକ ବ୍ରାଣ୍ଡ କିମ୍ବା ଗୋଟିଏ ବ୍ରାଣ୍ଡ କାରବାର କରୁଥିବା ମଲ୍‌କୁ ବନ୍ଦ ପରିସରଭୁକ୍ତ କରାଯାଇଛି। ତେବେ ଯେଉଁଗୁଡିକ ଖୋଲା ରହିବ ସବୁଠି ସାମାଜିକ ଦୂରତ୍ୱ ଓ ମାସ୍କ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ବରିଷ୍ଠ ନାଗରିକ ଏବଂ ପିଲାମାନେ ବାହାରକୁ ନ ଯିବାକୁ ପରାମର୍ଶ ଦିଆଯାଇଛି। ଯେଉଁ ଦୋକାନଗୁଡିକ ଖୋଲିବ ସେଗୁଡିକ ଲୋକଙ୍କ ଘରେ ସାମଗ୍ରୀ ପହଞ୍ଚାଇବାକୁ ପ୍ରୋତ୍ସାହିତ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଇରାନକୁ ଟ୍ରମ୍ପଙ୍କ ଚରମ ଚେତାବନୀ: ‘ଶାନ୍ତି ଆଲୋଚନା ବିଫଳ ହେଲେ ଆକ୍ରମଣ ପାଇଁ ଆମେରିକା ପ୍ରସ୍ତୁତ’

ୱାଶିଂଟନ,୧୦।୭: ଇରାନ ଏବଂ ଆମେରିକା ମଧ୍ୟରେ ଶାନ୍ତିବାର୍ତ୍ତା ନେଇ ଆଲୋଚନା ହେବାକୁ ଥିବା ବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ଧମକ ଦେଇଛନ୍ତି। ଇସଲାମାବାଦରେ…

ଧାରଣାକୁ ମାସେ ବିତିଲା: ଡାଲି, ଚାଉଳ ମାଗି ଚୁଲି ଜାଳୁଛନ୍ତି ଚାଷୀ; ତଥାପି ସରକାରୀ କଳ…

ବରଗଡ଼, ୧୦।୪(ପ୍ରେମାନନ୍ଦ ଖମାରୀ) – ବରଗଡ଼ ଜିଲାରେ ଗତ ୭ତାରିଖରୁ ଖରିଫ୍ ଧାନ ସଂଗ୍ରହ ପ୍ରକ୍ରିୟାକୁ ସରିଯାଇଛି। ଅନ୍ୟ ପକ୍ଷରେ ଆଉ ପ୍ରାୟ ମାସକ ପରେ ଜିଲାରେ…

ଭାଜପା ରାଜ୍ୟ କାର୍ଯ୍ୟକାରିଣୀ କମିଟି ସଦସ୍ୟ ଭାବେ ମନୋନୀତ ହେଲେ ବିପିନ,ସମର୍ଥକଙ୍କ ମଧ୍ୟରେ…

ଦିଗପହଣ୍ଡି,୧୦|୪(ଅଶେଷ ନାଥ ମିଶ୍ର): ଭାରତୀୟ ଜନତା ପାର୍ଟିର ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅନୁମୋଦନ କ୍ରମେ ଶୁକ୍ରବାର  ଦିଗପହଣ୍ଡି ବ୍ଳକର ପୂର୍ବତନ ଅଧ୍ୟକ୍ଷ ତଥା  ୨୬ ନଂ…

ଥୁଆମୂଳ ରାମପୁର ବ୍ଲକରେ ବିକାଶ କାର୍ଯ୍ୟର ସମୀକ୍ଷା; ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିବାକୁ ଚେତାବନୀ ଦେଲେ ପ୍ରଦୀପ ଦିଶାରୀ

ଥୁଆମୂଳ ରାମପୁର, ୧୦/୦୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଭାଗୃହରେ ଶୁକ୍ରବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକରେ ପ୍ରଶାସନିକ ଅବହେଳାର ଏକ ନଗ୍ନ…

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ପୁରୀ ରଥଯାତ୍ରା: ଘୋଗଡରୁ ଟ୍ରକ ଯୋଗେ ପୁରୀ ଗଲା ରଥକାଠ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ)-ପୁରୀ ରଥଯାତ୍ରାରେ ରଥ ନିର୍ମାଣ ପାଇଁ ଆବଶ୍ୟକ ହେଉଥିବା ରଥ କାଠ ରାଜ୍ୟର ବିଭିନ୍ନ ଜଙ୍ଗଲରୁ ଯାଉଛି। ବିଗତ କିଛି ବର୍ଷ ହେବ ଗଞ୍ଜାମ ଜିଲା…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri