ନୂଆଦିଲ୍ଲୀ, ୨୫ା୬ (ପି.ଟି.)-ସର୍ବଭାରତୀୟ ଫୁଟ୍ବଲ ମହାସଂଘ (ଏଆଇଏଫ୍ଏଫ୍) ଯଦି ଇଣ୍ଡିଆନ ସୁପର ଲିଗ୍ (ଆଏସ୍ଏଲ୍)କୁ ବିଧିବଦ୍ଧ ଦେଶର ଟପ୍ ଲିଗ୍ ଘୋଷଣା କରେ ତେବେ ୭ଟି ଆଇ-ଲିଗ୍ କ୍ଲବ ମିଳିତ ଭାବେ କୋର୍ଟଙ୍କ ଦ୍ୱାରସ୍ଥ ହେବେ। ଏହି କ୍ଲବଗୁଡ଼ିକ ହେଲା ମୋହନ ବାଗାନ, ଇଷ୍ଟବେଙ୍ଗଲ, ଚର୍ଚ୍ଚିଲ ବ୍ରଦର୍ସ, ମିନର୍ଭା ପଞ୍ଜାବ ଏଫ୍ସି, ଆଇଜଲ ଏଫ୍ସି, ନେରୋକା ଏବଂ ଗୋକୁଳମ କେରଳ ଏଫ୍ସି। ସେମାନେ ସୋମବାର ନୂଆଦିଲ୍ଲୀରେ ଏକ ବୈଠକରେ ଏକାଠି ହୋଇଥିଲେ। ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ କୁଶାଲ ଦାସ ସର୍ବସାଧାରଣରେ ଇଣ୍ଡିଆନ ସୁପର ଲିଗ୍କୁ ମୁଖ୍ୟ ଲିଗ୍ର ମାନ୍ୟତା ପ୍ରଦାନ କରିଛନ୍ତି। ଜୁଲାଇ ୩ରେ ଏଆଇଏଫ୍ଏଫ୍ କାର୍ଯ୍ୟନିର୍ବାହୀ କମିଟି ବୈଠକ ବସିବ। ଏଥିରେ ଆଇଏସ୍ଏଲ୍କୁ ଦେଶର ଟପ୍ ଲିଗ୍ ଘୋଷଣା କରାଯିବା ସମ୍ପର୍କରେ ନିଷ୍ପତ୍ତି ନିଆଯିବ। ଦାସ ହେଉଛନ୍ତି ଏଆଇଏଫ୍ଏଫ୍ର ସବୁଠାରୁ ପ୍ରଭାବଶାଳୀ ବ୍ୟକ୍ତି। ବୈଠକରେ କେବଳ ନାମକୁ ମାତ୍ର ଏହା ଅନୁମୋଦନ ଲାଭ କରିବ ବୋଲି ମିଡିଆ ରିପୋର୍ଟରେ ସୂଚନା ମିଳିଛି। ସୂଚନାଯୋଗ୍ୟ, ପାଉଣା ପ୍ରଦାନ କ୍ଷେତ୍ରରେ ଏଆଇଏଫ୍ଏଫ୍ ସେମାନଙ୍କ ପ୍ରତି ବୈମାତୃକ ମନୋଭାବ ଦେଖାଉଛି ଦର୍ଶାଇ ପ୍ରତିବାଦ ସ୍ବରୂପ ନିକଟରେ ୬ଟି ଆଇ-ଲିଗ୍ କ୍ଲବ ବିଦ୍ରୋହ କରି ସୁପର କପ୍ରୁ ଓହରିଯାଇଥିଲେ।
ଏଆଇଏଫ୍ଏଫ୍ ନିଷ୍ପତ୍ତିରେ ଆଇଏସଏଲ୍ର ପ୍ରମୋଟର ଆଇଏମ୍ଜି ରିଲାଏନ୍ସ ହସ୍ତକ୍ଷେପ କରୁଛି ବୋଲି ଯେଉଁ ଅଭିଯୋଗ ହୋଇଛି ଏଆଇଏଫ୍ଏଫ୍ ସାଧାରଣ ସମ୍ପାଦକ ଦାସ ତାହାର ଖଣ୍ଡନ କରିଛନ୍ତି। ଆଇଏମ୍ଜି ରିଲାଏନ୍ସ କମର୍ସିଆଲ ପାର୍ଟନର ହୋଇଥିବାରୁ ବିଶେଷ କରି ବ୍ୟବସାୟିକ କଥାବସ୍ତୁ ନେଇ ଫେଡେରେଶନ ସହିତ ଆଲୋଚନା କରିଥାଏ। ଏହି ସଂସ୍ଥା ଏଆଇଏଫ୍ଏଫ୍ର କୌଣସି କାର୍ଯ୍ୟରେ ହସ୍ତକ୍ଷେପ କରି ନ ଥାଏ ବୋଲି ସେ କହିଛନ୍ତି।
ଗିଲେସ୍ପିଙ୍କ ବଡ଼ ବୟାନ: ପାକିସ୍ତାନ କ୍ରିକେଟ କୋଚ୍ ପଦବୀ ଛାଡ଼ିବାର କହିଲେ କାରଣ…
କରାଚୀ,୨ା୧: ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ଜାସନ ଗିଲେପ୍ସିଙ୍କୁ କାହିଁକି ପାକିସ୍ତାନ କ୍ରିକେଟ ଦଳର କୋଚ୍ ପଦବୀ ଛାଡ଼ିବାକୁ ପଡ଼ିଥିଲା, ସେ ତାହାର କାରଣ ଦର୍ଶାଇଛନ୍ତି। ସୋସିଆଲ...
ବିସିସିଆଇରୁ ଏତେ ଟଙ୍କା ପେନସନ ପାଆନ୍ତି ଏମଏସ ଧୋନୀ, ପ୍ରତି ମାସରେ ଆସୁଛି…
ନୂଆଦିଲ୍ଲୀ,୨।୧: ଭାରତକୁ ଦୁଇଟି ବିଶ୍ୱକପ ବିଜୟୀ କରାଇଥିବା ମହେନ୍ଦ୍ର ସିଂ ଧୋନୀ ହୁଏତ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇସାରିଛନ୍ତି, କିନ୍ତୁ ଭାରତୀୟ କ୍ରିକେଟ ସହିତ ତାଙ୍କର...
IND vs BAN: ଚଳିତ ବର୍ଷ ବାଂଲାଦେଶ ଗସ୍ତ କରିପାରେ ଭାରତୀୟ ଟିମ, BCCIକୁ ନିମନ୍ତ୍ରଣ, ସେପ୍ଟେମ୍ବରରେ…
ନୂଆଦିଲ୍ଲୀ,୨।୧: ବାଂଲାଦେଶ କ୍ରିକେଟ ବୋର୍ଡ (BCB) ଶୁକ୍ରବାର ଘୋଷଣା କରିଛି ଯେ ଭାରତୀୟ ଦଳ ଚଳିତ ବର୍ଷ ସେପ୍ଟେମ୍ବରରେ ବାଂଲାଦେଶ ଗସ୍ତ କରିବ, ଯେଉଁଠାରେ ଦୁଇ...
ମୁମ୍ବାଇ ଇଣ୍ଡିଆନ୍ସ ଲଞ୍ଚ କଲା ନୂଆ ଜର୍ସି, ଗତ ସିଜନଠାରୁ କେତେ ଭିନ୍ନ, ଜାଣନ୍ତୁ…
ନୂଆଦିଲ୍ଲୀ,୨।୧: ମୁମ୍ବାଇ ଇଣ୍ଡିଆନ୍ସ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ନୂତନ ଜର୍ସି ଉନ୍ମୋଚନ କରିଛି। ଦଳଟି ସେମାନଙ୍କର ଅଫିସିଆଲ ସୋସିଆଲ ମିଡିଆରେ ଏକ...
ରିଅଲ ମାଡ୍ରିଡ୍ର ବଢ଼ିଲା ଚିନ୍ତା: ଏମ୍ବାପେ ଆହତ
ପ୍ୟାରିସ,୨ା୧: ରିଅଲ ମାଡ୍ରିଡ୍ ଫରଓ୍ବାର୍ଡ କିଲିଆନ ଏମ୍ବାପେଙ୍କ ବାମ ଆଣ୍ଠୁ ଆଘାତ ଲାଗିଛି। ଏ ନେଇ ସ୍ପାନିଶ କ୍ଲବ ପକ୍ଷରୁ କୁହାଯାଇଛି। ତେବେ ତାଙ୍କୁ ରିକଭର...
ଆଖିରେ ଆଖିଏ ଲୁହ ନେଇ ବିଦାୟ ନେଲେ ଏହି କ୍ରିକେଟର, ଖୋଲିଲେ ଗୁମର
ନୂଆଦିଲ୍ଲୀ,୨।୧: ପାକିସ୍ତାନରେ ଜନ୍ମିତ ଅଷ୍ଟ୍ରେଲିୟ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଉସମାନ ଖ୍ବାଜା ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ସେ ଶେଷ ଥର ପାଇଁ ସିଡନୀ କ୍ରିକେଟ...
ଏହା ଡବଲ ଗେମ୍…, କ୍ରିକେଟର୍ସଙ୍କ ସହ ହ୍ୟାଣ୍ଡସେକ୍ ପାଇଁ କାହିଁକି ନାହିଁ ଅନୁମତି? ଜୟଶଙ୍କରଙ୍କ ସହ PAK ସ୍ପିକରଙ୍କ ହାତ ମିଳାଇବାକୁ ନେଇ…
ଇସଲାମାବାଦ/ନୂଆଦିଲ୍ଲୀ,୨।୧: ପାକିସ୍ତାନୀ ବିଶେଷଜ୍ଞ କମର ଚିମା ଢାକାରେ ପାକିସ୍ତାନ ଜାତୀୟ ପରିଷଦର ବାଚସ୍ପତି ଆୟାଜ ସାଦିକଙ୍କ ସହ ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କରଙ୍କ ହାତ...
‘କେହି ଟି-୨୦ ବିଶ୍ୱକପ ଦେଖିବେ ନାହିଁ…’ ଆଇସିସି ଉପରେ ବର୍ଷିଲେ ଅଶ୍ୱିନ, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ,୨।୧: ପୂର୍ବତନ ଭାରତୀୟ କ୍ରିକେଟ କିମ୍ବଦନ୍ତୀ ରବିଚନ୍ଦ୍ରନ ଅଶ୍ୱିନ ଆଇସିସି ଟି-୨୦ ବିଶ୍ୱକପ ୨୦୨୬ ସମ୍ପର୍କରେ ନିଜର ନିରାଶା ପ୍ରକାଶ କରିଛନ୍ତି। ଅଶ୍ୱିନ କହିଛନ୍ତି ,...
Archives


