କୋମାରେ କମିଶନରେଟ୍‌ ପୋଲିସ

ଭୁବନେଶ୍ୱର, ୧ା୮(ବ୍ୟୁରୋ): କୋମା ସ୍ଥିତିକୁ ଚାଲିଗଲାଣି କମିଶନରେଟ ପୋଲିସ। ରାଜଧାନୀ ଭୁବନେଶ୍ୱରରେ ଲୁଟେରା ରାଜ୍‌ କଲେଣି। ସକାଳୁ ରାତି ପର୍ଯ୍ୟନ୍ତ ଫୁଟୁଛି ଗୁଳି, ବୁଲୁଛି ଖଣ୍ଡା ଭୁଜାଲି। ସହରରେ ପ୍ରତିଦିନ ଘଟିଚାଲିଛି ଲୁଟ୍‌ପାଟ ଓ ଡକାୟତି। ମଙ୍ଗଳବାର ଗୋଟିଏ ଥାନାଞ୍ଚଳରେ ୪ରୁ ଊର୍ଦ୍ଧ୍ୱ ବଡ଼ ଘଟଣା ଘଟାଇବା ପରେ ସହରବାସୀ ଆତଙ୍କିତ ହୋଇପଡ଼ିଲେଣି। ଲୁଟେରାମାନେ ବାଇକ୍‌ରେ ଗୋଟିକ ପରେ ଗୋଟିଏ ଘଟଣା ଘଟାଇ ଚାଲିଥିବାବେଳେ ଅତ୍ୟାଧୁନିକ ବ୍ୟବସ୍ଥା ସହ ଥିବା ପୋଲିସ ସତେ ଯେମିତି ଶୋଇଯାଇଥିଲା। ରାଜଧାନୀର ଏପରି ଅସୁରକ୍ଷିତ ସ୍ଥିତିକୁ ନେଇ ବୁଧବାର ସକାଳେ ଉତ୍ତ୍ୟକ୍ତ ଲୋକେ ରାଜରାସ୍ତାକୁ ଓହ୍ଲାଇଥିଲେ। ପୋଲିସ ବିରୋଧରେ ରାଜଧାନୀ ରାଜପଥରେ ଜଳିଥିଲା ନିଆଁ। ଅପାରଗ ପୋଲିସ ଅଧିକାରୀଙ୍କୁ ବଦଳି ସହ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ ସାଧାରଣ ଲୋକେ। ଫଳରେ ରସୁଲଗଡ଼ ଛକରେ ଦୀର୍ଘ ସମୟ ଧରି ଯାତାୟାତ ଠପ୍‌ ହୋଇଯାଇଥିଲା।
ମଙ୍ଗଳବାର ଭୋର୍‌ରୁ ଲୁଟେରା ଗ୍ୟାଙ୍ଗ୍‌ ପୋଲିସକୁ ଚ୍ୟାଲେଞ୍ଜ କରି ଆରମ୍ଭ କରିଥିଲେ ଅପରେଶନ। ସକାଳ ପ୍ରାୟ ୫ଟାରେ ପ୍ରଥମେ ଗାଡ଼କଣ ଆଦିମାତା କଲୋନୀରେ ରେଲ୍‌ଓ୍ବେ କର୍ମଚାରୀ ଉମାକାନ୍ତ ମିଶ୍ର ଓ ତାଙ୍କ ପରିବାର ସଦସ୍ୟଙ୍କଠାରୁ ବନ୍ଧୁକ ଦେଖାଇ ୩ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ସୁନା ଅଳଙ୍କାର ଲୁଟି ନେଇଥିଲେ। ଏହାର ଅଧଘଣ୍ଟା ପରେ ଉକ୍ତ କଲୋନୀରେ ରହୁଥିବା ବରିଷ୍ଠ ନାଗରିକ ଦମ୍ପତି ତଥା ଅବସରପ୍ରାପ୍ତ ବ୍ୟାଙ୍କ୍‌ ମ୍ୟାନେଜର ସଦାନନ୍ଦ ବିଶ୍ୱାଳଙ୍କୁ ଲୁଟେରାମାନେ ଭୁଜାଲି ଦେଖାଇ ଘରେ ପଶିଥିଲେ। ଆଲମାରିରୁ ୪ଲକ୍ଷ ଟଙ୍କାର ସୁନା ମୁଦି ଓ ଚେନ୍‌ ନେଇ ଫେରାର ହୋଇଯାଇଥିଲେ। ତୃତୀୟ ଘଟଣା ଘଟିଥିଲା କଟକ-ପୁରୀ ବାଇପାସ୍‌ ଜଗନ୍ନାଥ ସଡ଼କରେ। ମହିମା ମୋଟର୍ସ ନାମକ ଏକ ବ୍ୟବହୃତ କାର୍‌ ଶୋ’ରୁମ୍‌ରେ ଲୁଟେରାମାନେ ପହଞ୍ଚତ୍ ଆତଙ୍କ ଖେଳାଇଥିଲେ। ମାଲିକ ତାପସ କୁମାର ପରିଡ଼ା ଓ ଜଣେ ଗ୍ରାହକ ଭିକି ଶର୍ମାଙ୍କୁ ଭୁଜାଲିରେ ହାଣି ସୁନା ଚେନ୍‌ ସହ ୨ଲକ୍ଷ ଟଙ୍କା ଲୁଟି ନେଇଥିଲେ। ଆକ୍ରମଣରେ ବହୁ ଆହତ ହୋଇଥିବାବେଳେ ତାପସ ଓ ଭିକିଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚତୁର୍ଥ ଘଟଣା ଘଟିଥିଲା ରାତି ପ୍ରାୟ ସାଢ଼େ ୧୨ଟାରେ। ମଞ୍ଚେଶ୍ୱର ଥାନା ନିକଟରେ ଥିବା ତୃପ୍ତି ହୋଟେଲର ମାଲିକ ବୁଲୁ ସାମନ୍ତରାୟ ବାଇକରେ ଘରକୁ ଫେରୁଥିବାବେଳେ ରସୁଲଗଡ଼ ପାଲାମଣ୍ଡପ ନିକଟରେ ଲୁଟେରାମାନେ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ଭୁଜାଲିରେ ହାଣିବା ସହ ସେ ପିନ୍ଧିଥିବା ୫ଲକ୍ଷ ଟଙ୍କାର ସୁନାଚେନ୍‌ ଓ ବ୍ରେସ୍‌ଲେଟ୍‌ ଲୁଟିନେଇଥିଲେ। ଏହି ଘଟଣାକୁ ନେଇ ବୁଧବାର ସକାଳ ୯ଟାରେ ସ୍ଥାନୀୟ ବାସିନ୍ଦା ରସୁଲଗଡ଼ ଛକରେ ଧାରଣା ଦେବା ସହ ଟାୟାର ଜାଳି ପ୍ରତିବାଦ କରିଥିଲେ। ପୋଲିସ ଡାଉନ୍‌ ଡାଉନ୍‌ ଆଦି ନାନା ନାରାବାଜି ଦେବା ସହ ସହରବାସୀଙ୍କ ଜନଜୀବନର ସୁରକ୍ଷା ଓ ଅପରାଧୀଙ୍କୁ ଗିରଫ ଦାବି କରିଥିଲେ। ଫଳରେ ପ୍ରାୟ ଏକ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ଗାଡିମୋଟର ଅଟକି ରହିଥିଲା। ମଞ୍ଚେଶ୍ୱର ଥାନା ଅଧିକାରୀ ଯତୀନ୍ଦ୍ର ନାଥ ସେଠୀ ଓ ଜୋନ୍‌ ଏସିପି ଅନିଲ କୁମାର ମିଶ୍ର ଲୋକଙ୍କୁ ବୁଝାଶୁଝା କରି ବିଫଳ ହେବା ପରେ ପୋଲିସ କମିଶନର ସତ୍ୟଜିତ ମହାନ୍ତି ଏବଂ ଡିସିପିିି ଅନୁପ ସାହୁ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। ସ୍ପେଶାଲ ସ୍କ୍ବାଡ୍‌ ଘଟଣାର ତଦନ୍ତ କରି ତୁରନ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ କମିଶନର ମହାନ୍ତି ପ୍ରତିଶ୍ରୁତି ଦେଇଥିଲେ। ଏଥିସହ ପାଟ୍ରୋଲିଂକୁ କଡ଼ାକଡ଼ି କରାଯିବ ବୋଲି କହିବା ପରେ ଲୋକେ ଆନ୍ଦୋଳନରୁ ହଟିଥିଲେ।
ଅନ୍ୟପକ୍ଷରେ ଅପରାହ୍ନରେ ଡିସିପିଙ୍କ କାର୍ଯ୍ୟାଳରେ ରସୁଲଗଡ଼ ବାସିନ୍ଦାଙ୍କୁ ନେଇ ପୋଲିସ ପକ୍ଷରୁ ଏକ ବୈଠକ ବସିଥିଲା। ଅପରାଧୀଙ୍କୁ ଧରିବା ସହ ଅପରାଧ ରୋକିବାରେ ପୋଲିସ ଜନସାଧାରଣଙ୍କ ସହଯୋଗ ଲୋଡ଼ିଥିଲେ। ପେସାଦାର ଅପରାଧୀ ଓ ନିଶା ବେପାରୀଙ୍କୁ ଚିହ୍ନଟ କରିବାରେ ଯୁବକମାନେ ସହଯୋଗ କରିବେ ବୋଲି କହିଥିଲେ। ହେଲେ ଘଟଣାର ୨୪ ଘଣ୍ଟା ବିତିଯାଇଥିଲେ ମଧ୍ୟ କମିଶନରେଟ ପୋଲିସ କୌଣସି ଲୁଟେରାଙ୍କୁ ଧରିପାରିନି। ମଞ୍ଚେଶ୍ୱର ଥାନା ଅଞ୍ଚଳରେ ନିଶା କାରବାର ଓ ଲୁଟପାଟ ବଢିବା ନେଇ ‘ଧରିତ୍ରୀ’ରେ ଖବର ପ୍ରକାଶ ପାଇଥିଲା। ଯଦି ପୋଲିସ ଯେସାକୁ ତେସା ନୀତି ଆପଣାଇବ ତେବେ ଆଗାମୀ ପରିସ୍ଥିତି ଭୟଙ୍କର ହେବ ବୋଲି ସ୍ଥାନୀୟ ଲୋକେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

ମୁହାଁମୁହିଁ ଧକ୍କା ହେଲା ବୋଲେରୋ-କାର୍, ରାସ୍ତାରେ ଦେଖାଗଲା…

ବଲାଙ୍ଗିର,୨୧/୧୨ (ସୁନିଲ ମହାନ୍ତି): ବଲାଙ୍ଗିର ସହର ସଦର ବ୍ଳକ ଛକ ନିକଟରେ ଏକ ବୋଲେରୋ ଓ କାର୍ ମୁହାଁ ମୁହଁ ଧକ୍କା ହୋଇଥଲା । ଦୁଇ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri