Posted inଜାତୀୟ

କୋମାରେ ଅଜିତ୍‌ ଯୋଗୀ: ଜାରି ରହିଛି ମ୍ୟୁଜିକ ଥେରାପି

ରାୟପୁର,୧୨।୫: ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍‌ ଯୋଗୀ ଦୀର୍ଘ ୭୦ ଘଣ୍ଟା ଧରି କୋମାରେ ରହିଛନ୍ତି। ରାୟପୁରସ୍ଥିତ ଶ୍ରୀ ନାରାୟଣ ହସ୍ପିଟାଲରେ ତାଙ୍କ ଚିକିତ୍ସା ଜାରି ରହିଛି। ତାଙ୍କ ବ୍ରେନ୍‌କୁ ଆକ୍ଟିଭ୍‌ କରିବା ପାଇଁ ମ୍ୟୁଜିକ୍‌ ଥେରାପିର ସାହାରା ନିଆଯାଉଛି। ମଙ୍ଗଳବାର ବିଶ୍ୱ ନର୍ସିଂ ଦିବସ ଅବସରରେ ତାଙ୍କ ପାଇଁ ହସ୍ପିଟାଲର ନର୍ସମାନେ ପ୍ରାର୍ଥନା କରିଛନ୍ତି। ପୂର୍ବାହ୍ନ ୧୦ରେ ହସ୍ପିଟାଲ ପକ୍ଷରୁ ଅଜିତ୍‌ଙ୍କ ହେଲଥ୍‌ ବୁଲେଟିନ୍‌ ଜାରି କରାଯାଇଛି। ଏଥିରେ କୁହାଯାଇଛି ଯେ, ଅଜିତ୍‌ଙ୍କୁ ଭେଣ୍ଟିଲେଟରରେ ରଖାଯାଇଛି। ତାଙ୍କର ହାର୍ଟ ବିଟ୍‌, ୟୁରିନ୍‌ ଆଉଟ୍‌ପୁଟ୍‌ ଏବଂ ରକ୍ତଚାପକୁ ନିୟନ୍ତ୍ରିତ କରାଯାଇଛି। ତେବେ ନ୍ୟୁରୋଲୋଜିକାଲ୍‌ ସ୍ଥିତି ସ୍ବାଭାବିକ ହୋଇ ପାରିନାହିଁ। ଡାକ୍ତରଙ୍କ ପକ୍ଷରୁ ଉଦ୍ୟମ ଅବ୍ୟାହତ ରହିଥିବା ବୁଲେଟିନ୍‌ରେ କୁହାଯାଇଛି। ଇତିମଧ୍ୟରେ ରାଜ୍ୟପାଳ ଅନୁସୂୟା ୟୁଇକେ ଯୋଗୀଙ୍କୁ ଦେଖିବାକୁ ହସ୍ପିଟାଲରେ ପହଞ୍ଚିଛନ୍ତି। ସେହିପରି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଜିତ୍‌ଙ୍କ ପୁଅ ଅମିତ ଯୋଗୀଙ୍କ ସହିତ ଫୋନ୍‌ରେ କଥାବାର୍ତ୍ତା କରି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କିଏ ଅଧିକ ପଢିଛନ୍ତି ରାହୁଲ ନା ପ୍ରିୟଙ୍କା: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୧।୧୨: ଗାନ୍ଧୀ ପରିବାର ଭାରତୀୟ ରାଜନୀତିରେ ସବୁଠାରୁ ଚର୍ଚ୍ଚିତ ପରିବାର ମଧ୍ୟରୁ ଗୋଟିଏ। ବର୍ତ୍ତମାନ ଏହି ପରିବାରର ଦୁଇ ପ୍ରମୁଖ ବ୍ୟକ୍ତି, ରାହୁଲ ଗାନ୍ଧୀ ଏବଂ...

ଟିମ ଇଣ୍ଡିଆ ଖେଳାଳିଙ୍କ ଉପରେ ଗମ୍ଭୀର ଅଭିଯୋଗ ଆଣିଲେ ଜାଡେଜାଙ୍କ ସ୍ତ୍ରୀ: କହିଦେଲେ ଏମିତି, କ୍ରିକେଟ ଜଗତରେ ହଇଚଇ

ନୂଆଦିଲ୍ଲୀ,୧୧।୧୨: ଭାରତୀୟ କ୍ରିକେଟ ଦଳର ଅଭିଜ୍ଞ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜାଙ୍କ ପତ୍ନୀ ଏବଂ ଗୁଜରାଟ ସରକାରଙ୍କ ମନ୍ତ୍ରୀ ରିଭାବା ଜାଡେଜା ପୁଣିଥରେ ତାଙ୍କ ମନ୍ତବ୍ୟ ପାଇଁ...

୨୦୦୦, ୩୦୦୦ ଓ ୫୦୦୦ ନିବେଶ କଲେ କେତେ ମିଳିବ ରିଟର୍ଣ୍ଣ? ଜାଣନ୍ତୁ ଏହି ଖାସ୍ ଯୋଜନାର ଲାଭ…

ପୋଷ୍ଟ ଅଫିସ୍ ଆରଡି ଯୋଜନା ଏକ ସୁରକ୍ଷିତ ଏବଂ ଆକର୍ଷଣୀୟ ନିବେଶ ବିକଳ୍ପ ଯେଉଁଥିରେ ଆପଣ ୬.୭% ସୁଧ ହାରରେ ଅଳ୍ପ ପରିମାଣରେ ନିବେଶ କରି...

ସଂସଦରେ କିଏ ପିଇଲା ସିଗାରେଟ? ଅନୁରାଗ ଠାକୁରଙ୍କ ବୟାନକୁ ନେଇ ହଙ୍ଗାମା

ନୂଆଦିଲ୍ଲୀ,୧୧|୧୨: ଇ-ସିଗାରେଟକୁ ଭାରତ ସରକାର ବ୍ୟାନ କରିଛନ୍ତି । କିନ୍ତୁ ଆଜି ପୁଣିଥରେ ସଂସଦରେ ଏହି ପ୍ରସଙ୍ଗ ଉଠିଛି । ସଦନରେ ଇ-ସିଗାରେଟ ପିଇବା ନେଇ...

ରାଜ୍ୟରେ ହାଡଭଙ୍ଗା ଶୀତ: ୧୦ ଡିଗ୍ରୀ ତଳେ ୧୬ ସହର, ସେମିଳିଗୁଡ଼ାରେ ସର୍ବନିମ୍ନ…

ଭୁବନେଶ୍ୱର,୧୧।୧୨: ଶୀତର ପ୍ରକୋପ ସମଗ୍ର ଓଡ଼ିଶାରେ କାୟା ବିସ୍ତାର କରିଥିବା ବେଳେ ରାଜ୍ୟର ବହୁ ସ୍ଥାନରେ ପାରଦ ୧୦ ଡିଗ୍ରୀ ତଳେ ରହିଛି। ବିଗତ ଦୁଇ...

ଅସହ୍ୟ ଶୀତ: ପଡୁଛି ବରଫ..

ଫୁଲବାଣୀ,୧୧।୧୨(ରାକେଶ କୁମାର ରାଉତ): କନ୍ଧମାଳ ଜିଲାରେ ଏବେ ଶୀତର ଲହରୀ ଜାରି ରହିଛି। ପର୍ଯ୍ୟଟକଙ୍କ ଆଗମନ ଧୀରେଧୀରେ ବଢୁଛି। ଗୁରୁବାର ଭୋର ସମୟରେ ଫୁଲବାଣୀରେ ବରଫର...

ଆଦିବାସୀ ମହିଳା ଶ୍ରମିକଙ୍କୁ ବଳାତ୍କାର କଲେ ଗାଁ ସାଥୀ, କାହା ଆଗରେ କହିଲେ ଜୀବନରୁ ମାରିଦେବି,ଏମିତି ଅଭିଯୋଗ ଆଣି ପୀଡ଼ିତା…

ଲାଞ୍ଜିଗଡ଼,୧୧ା୧୨(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଳକ ବିଜେପୁର ଥାନା ଅଞ୍ଚଳର ଜଣେ ଆଦିବାସୀ ମହିଳା (୩୭)ଙ୍କୁ ବଳାତ୍କାର ଅଭିଯୋଗ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ...

ଖେଳିଗଲା ଆତଙ୍କ: ଏହି ଜିଲାରେ ୭୦୦୦ରୁ ଅଧିକ HIV ରୋଗୀ ଚିହ୍ନଟ: ୪୦୦ ଶିଶୁ ପଜିଟିଭ୍‌

ପାଟନା,୧୧।୧୨: ବିହାରର ସୀତାମାଢ଼ି ଜିଲାରୁ ଏକ ଚିନ୍ତାଜନକ ଖବର ଆସିଛି। ଏଚଆଇଭି ପଜିଟିଭ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଏହା ସ୍ବାସ୍ଥ୍ୟ ବିଭାଗ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri