କୋଭିଡ୍‌-୧୯ ସଙ୍ଗରୋଧ ସ୍ଥଳ ବୁଲି ରନ୍ଧାଖାଦ୍ୟର ମାନ ପରଖିଲେ ଜିଲାପାଳ

ଭଟ୍‌ଲି,୧୧।୪(ଡି.ଏନ୍‌.ଏ.): ବର୍ତ୍ତମାନ ଅଧିକାଂଶ ସ୍ଥାନରେ କୋଭିଡ୍‌-୧୯ ପାଇଁ ଅସହାୟମାନଙ୍କୁ ସରକାରଙ୍କ ପକ୍ଷରୁ ରନ୍ଧାଖାଦ୍ୟର ବ୍ୟବସ୍ଥା କରାଯାଉଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏହି ବ୍ୟବସ୍ଥାକୁ ପ୍ରତ୍ୟକ୍ଷ ଭାବେ ତଦାରଖ କରୁଛନ୍ତି। ତେବେ ଶନିବାର ବରଗଡ଼ ଜିଲାପାଳ ଜ୍ୟୋତିରଞ୍ଜନ ପଧାନ ଏହି ମର୍ମରେ ଭଟଲି ବ୍ଲକ୍‌ର ବିଭିନ୍ନ ସଙ୍ଗରୋଧ ସ୍ଥଳ ଏବଂ ରନ୍ଧାଖାଦ୍ୟ ବ୍ୟବସ୍ଥାର ତଦାରଖ କରି ମାନ ଯାଞ୍ଚ କରିଥିଲେ। ସେ ଭଟଲି ପଞ୍ଚାୟତ ଅନ୍ତର୍ଗତ ଶାନ୍ତି ସରକାରୀ ବାଳିକା ଉପ୍ରା ବିଦ୍ୟାଳୟ ଗସ୍ତ କରି ସେଠାରେ ଅସହାୟଙ୍କ ପାଇଁ ରନ୍ଧା ହେଉଥିବା ଖାଦ୍ୟର ମାନ ଯାଞ୍ଚ କରିବା ସହିତ ପଞ୍ଚାୟତ କାର୍ଯ୍ୟାଳୟକୁ ଯାଇ ପିଡିଏସ୍‌ ଚାଉଳ ବଣ୍ଟନ ବ୍ୟବସ୍ଥା ପରଖିଥିଲେ। ଏହାସହିତ ପିଡିଏସ୍‌ ସେଣ୍ଟରରେ ହିତାଧିକାରୀଙ୍କ ପାଇଁ ଉଚିତ ବ୍ୟବସ୍ଥା କରିବା ପାଇଁ ଇଓ ଗୋବର୍ଦ୍ଧନ ମେହେର ଏବଂ ସରପଞ୍ଚ କିଶୋର ଚନ୍ଦ୍ର ବେହେରାଙ୍କୁ ପରାମର୍ଶ ଦେଇଥିଲେ। ସେହିପରି ତଜାଗୋଲା, କମଗାଁ, କୋଶାଇପାଲି, ହାଲୁପାଲି ଆଦି ପଞ୍ଚାୟତର ବ୍ୟବସ୍ଥା ପରଖିବା ସହିତ କେଲେଣ୍ଡାପାଲି ପଞ୍ଚାୟତର କନକବିରା, ହାତୀସର ପଞ୍ଚାୟତର ଝାଙ୍କରପାଲି ଆଦି କେନ୍ଦ୍ର ବୁଲି ଦେଖିଥିଲେ। ଏଥିସହ ପ୍ରତ୍ୟେକ ପଞ୍ଚାୟତର ସଙ୍ଗରୋଧ ସ୍ଥଳୀ ନକଟରେ ଗୋଟିଏ ଖାଲି କୋଠରି ପ୍ରସ୍ତୁତ କରି ରଖିବାକୁ ପରାମର୍ଶ ଦେଇଥିଲେ। ଶେଷରେ କାର୍ଯ୍ୟର ତ୍ୱରାନ୍ବିତ ଦିଗ ପ୍ରତି ବିଶେଷ ଧ୍ୟାନ ଦେବାକୁ ବିଡିଓ ଧୀରେନ୍ଦ୍ର କୁମାର ସେଠୀଙ୍କୁ ପରାମର୍ଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଭିମ୍‌ସାରରେ କରୋନା ସନ୍ଦିଗ୍ଧ

ସମ୍ବଲପୁର,୪।୩(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲା ଭିମ୍‌ସାରରେ ବୁଧବାର ଜଣେ କରୋନା ସନ୍ଦିଗ୍ଧ ରୋଗୀ ଭର୍ତ୍ତି ହୋଇଛନ୍ତି। କରୋନା ଚିକିତ୍ସା ପାଇଁ ତିଆରି କରାଯାଇଥିବା ସ୍ବତନ୍ତ୍ର କୋଠରିରେ...

୧ହଜାର ହେକ୍ଟର ଜମିରେ ଚାଷ ପ୍ରଭାବିତ

ରସୁଲପୁର,୨୧ା୬(ଡି.ଏନ୍‌.ଏ.):ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ଭୋଟକା ପଞ୍ଚାୟତର ବଡନାଳ(ପାଟନାଳି)କୁ ନେଇ ୨ ପଞ୍ଚାୟତର ଚାଷୀ ଅସନ୍ତୋଷ ପ୍ରକାଶ କରିଛନ୍ତି ା ଉକ୍ତ ନାଳର ଉନ୍ନତିକରଣ...

କାଠ ବୋଝେଇ ପିକ୍‌ଅପ୍‌ ଜବତ: ଜଣେ ଗିରଫ

କେନ୍ଦୁଝର,୨୬।୮(ସ୍ବ.ପ୍ର.): କେନ୍ଦୁଝର ସହର ଭାଲୁକି ପତଳା ସାହିରୁ ସୋମବାର ସକାଳେ ଟାଉନ ଥାନା ପୋଲିସ ଏକ କାଠ ବୋଝେଇ ପିକ୍‌ଅପ୍‌ ଭ୍ୟାନ ଜବତ କରିଛି। ଗାଡ଼ି...

ବଲାଙ୍ଗୀର ପୌର ନିର୍ବାଚନ: ଅଧ୍ୟକ୍ଷା ପ୍ରାର୍ଥୀଙ୍କ ଉପରେ ନଜର

ବଲାଙ୍ଗୀର ଅଫିସ,୫ା୩: ବଲାଙ୍ଗୀର ପୌର ନିର୍ବାଚନ ପାଇଁ ଉତ୍ସାହ ଧୀରେ ଧୀରେ ବଢ଼ିବାରେ ଲାଗିଛି। ନାମାଙ୍କନ ପତ୍ର ଦାଖଲ ସମୟ ପାଖେଇ ଆସୁଥିବା ବେଳେ ତିନି...

ମହାପ୍ରଭୁଙ୍କ ଦର୍ଶନ କଲେ ଅନନ୍ତ ଅମ୍ବାନୀ

ପୁରୀ ଅଫିସ,୨୪।୧: ଶ୍ରୀମନ୍ଦିରରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିଛନ୍ତି ପ୍ରତିଷ୍ଠିତ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀ। ମଙ୍ଗଳବାର ଅପରାହ୍ନରେ ସେ ଭୁବନେଶ୍ୱରରେ...

୫୩ନଂ. ଜାତୀୟ ରାଜପଥ ଠପ୍‌

କାମାକ୍ଷାନଗର, ୧୫।୫(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଆଳତୁମା ଛକ ନିକଟରେ ଶୁକ୍ରବାର ରାତିରେ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହେବା ପରେ ତାତିଛନ୍ତି ସ୍ଥାନୀୟ ଅଞ୍ଚଳବାସୀ।...

ରାଜ୍ୟରେ ନାହାନ୍ତି ସ୍ବାସ୍ଥ୍ୟମନ୍ତ୍ରୀ: କୋଭିଡ-୧୯କୁ ନେଇ ମତ ରଖିଲେ କମଳନାଥ

ଭୋପାଳ,୧୨।୪: ମଧ୍ୟପ୍ରଦେଶ ଏକମାତ୍ର ରାଜ୍ୟ ଯେଉଁଠି ଏବେ କେହି ସ୍ବାସ୍ଥ୍ୟମନ୍ତ୍ରୀ ଓ ସ୍ବରାଷ୍ଟ୍ରମନ୍ତ୍ରୀ ନାହାନ୍ତି ବୋଲି ରବିବାର କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ...

ପୀଡ଼ିତାଙ୍କ ବୟାନ ରେକର୍ଡ: ବଳାତ୍କାର ପରେ ବିବାହ କରି ପ୍ରତାରଣା; ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର,୧୧ା୧୨(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଓ ଗର୍ଭନଷ୍ଟ କରିବା ଘଟଣାରେ ପୋଲିସ ଅଭିଯୁକ୍ତ ଯୁବକଙ୍କୁ...

Advertisement
Archives

Model This Week