Posted inଖେଳ

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ କୋଚିଂ ପାଇଁ ହାତ ମିଳାଇଲେ ସାଇ- ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୧୬।୪(ପି.ଟି.): କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଅନ୍‌ଲାଇନ କୋଚିଂ ପାଇଁ ଅଣ୍ଟା ଭିଡିଛନ୍ତି ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଓ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)। ଆସନ୍ତା ସୋମବାରଠାରୁ ଏହି ଦୁଇ କ୍ରୀଡ଼ା ସଂସ୍ଥା ଅନ୍‌ଲାଇନ୍‌ କୋଚିଂ ଏଜୁକେଶନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ମେ ୨ ତାରିଖରେ ଏହି କୋଚିଂ ପ୍ରକ୍ରିୟା ଶେଷ ହେବ। ୧୩ ଦିନଧରି ଚାଲିବାକୁ ଥିବା ଏହି ରିଫ୍ରେଶିଂ କୋର୍ସରେ ସାଇ ଓ ଏଆଇଏଫ୍‌ଏଫ୍‌ର ଅନୁମୋଦିତ ୪୦୦- ୫୦୦ କୋଚ୍‌ ସାମିଲ ହେବେ। ଅନଲାଇନ୍‌ ମାଧ୍ୟମରେ ଏମାନେ ଏକାଠି ହେବେ। ଏହି କୋଚିଂ ପ୍ରକ୍ରିୟାରେ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସହ ଇଞ୍ଜୁରିରୁ କିପରି ଦୂରେଇ ରହିହେବ, ଭିଡିଓ ଆନାଲିସିସ୍‌ ନେଇ ଆଲୋଚନା ହେବ ବୋଲି କୁହାଯାଇଛି। ସାଇ ଓ ଏଆଇଏଫ୍‌ଏଫ୍‌ ଏକ ଅଭିନୟ ଉପାୟ ଅଲମ୍ବନ କରିଛନ୍ତି ଓ ଏହା ବେଶ୍‌ କାମରେ ଆସିବ ବୋଲି ପୂର୍ବତନ ଅନ୍ତର୍ଜାତୀୟ ଫୁଟବଲ ଖେଳାଳି ତଥା ଏଆଇଏଫ୍‌ଏଫ୍‌ କୋଚ୍‌ ସାଭିଓ ମେଡେଇରା କହିଛନ୍ତି।
ଏହି କୋଚିଂ ପ୍ରକ୍ରିୟାର ପ୍ରାରମ୍ଭିକ ପର୍ଯ୍ୟାୟ ତଥା ସେସନକୁ ନିହେଜ ମେଡେଇରା ସଂଯୋଜନା କରିବେ। ଏଆଇଏଫ୍‌ଏଫ୍‌ର ଏକାଧିକ ଇନ୍‌ଷ୍ଟ୍ରକ୍ଟରଙ୍କ ସମେତ ଭାରତୀୟ ଜାତୀୟ ଦଳ କୋଚ୍‌ ଆଇଗର ଷ୍ଟିମାନକ, ଏଆଇଏଫ୍‌ଏଫ୍‌ ଟେକ୍‌ନିକାଲ ଡାଇରେକ୍ଟର ଆଇଜାକ ଡୋରୁ ଓ ଅନ୍ୟମାନେ ବିଭିନ୍ନ ସେସନ୍‌ରେ ସାମିଲ ରହି ଶିକ୍ଷା ପ୍ରଦାନ କରିବେ। ଏହାପୂର୍ବରୁ ଏଆଇଏଫ୍‌ଏଫ୍‌ ମଧ୍ୟ ଏକ ଅନ୍‌ଲାଇନ କୋଚିଂ ସେମିନାର ମଧ୍ୟ ଆୟୋଜନ କରିଥିଲା। ଏହି ଅନ୍‌ଲାଇନ୍‌ କୋଚିଂ କୋର୍ସ କାମରେ ଆସିବ ବୋଲି ମେଡେଇରା କହିଛନ୍ତି। ରେଫରିମାନଙ୍କ ପାଇଁ ମଧ୍ୟ ଏଆଇଏଫ୍‌ଏଫ୍‌ ଏକ ଅନ୍‌ଲାଇନ୍‌ ଟିଉଟୋରିଆ କ୍ଲାସ୍‌ର ଆୟୋଜନ କରିଥିଲା। ଏହା ବ୍ୟତୀତ ୩ଟି ଅନ୍‌ଲାଇନ୍‌ ସେମିନାର ମଧ୍ୟ ଆୟୋଜନ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା:  ଯାହାକୁ ସ୍ବାମୀ କହୁଥିଲେ ସେ ଥାନାରେ

ଧର୍ମଶାଳା,୧୯।୧୨(ଶିବ ପ୍ରସାଦ ମହାନ୍ତି): ପ୍ରସବ କରାଇବାକୁ ଆସି  ଫସିଗଲେ ନାବାଳିକା। ଯାହାଙ୍କୁ ସ୍ବାମୀ  କହିଲେ ତାଙ୍କୁ ପୋଲିସ ନେଇ ପଚରାଉଚରା କରୁଛି। ଏଭଳି ଅଭାବନୀୟ ଘଟଣା...

‘ଜନସାଧାରଣଙ୍କ ସହଯୋଗ ବିନା ହାତୀ ସୁରକ୍ଷା ଅସମ୍ଭବ’

ଦିଗପହଣ୍ଡି, ୧୯ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଜନଜାତି ବହୁଳ ଢେପାଗୁଡ଼ା ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରୀ ଛାତ୍ରଙ୍କୁ ନେଇ...

ଭାରତରେ Google ଲଞ୍ଚ କଲା ପ୍ରଥମ କ୍ରେଡିଟ୍‌ କାର୍ଡ, ଲାଇଫଟାଇମ୍‌ ଯାଏ Free

ନୂଆଦିଲ୍ଲୀ,୧୯।୧୨: ଭାରତୀୟମାନଙ୍କ ଜୀବନକୁ ଆହୁରି ସହଜ କରିବା ପାଇଁ ଗୁଗଲ ନୂଆ ଡିଜିଟାଲ କ୍ରେଡିଟ କାର୍ଡ ‘ଫ୍ଲେକ୍ସ ବାଇ ଗୁଗଲ ପେ’ ଲଞ୍ଚ କରିଛି। ଏହା...

ଆନ୍ଧ୍ର କୋଟିଆର ମାଉସୀ ହୋଇ ରହୁ, ମା’ ହେବାକୁ ଚେଷ୍ଟା ନ କରୁ: ରାଜସ୍ବମନ୍ତ୍ରୀ

ପଟ୍ଟାଙ୍ଗି,୧୯ା୧୨(ଶରତ କୁମାର ଧଳ)-ରାଜ୍ୟ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ସୀମାନ୍ତ କୋଟିଆ ପଞ୍ଚାୟତକୁ ଶୁକ୍ରବାର ଗସ୍ତ...

ଫାଇନାଲରେ ଭାରତ, ପାକିସ୍ତାନ ସହ ହେବ ମୁକାବିଲା

ଦୁବାଇ,୧୯।୧୨:  ସିନିଅର୍‌ ମେନ୍ସ ଏସିଆ କପ୍‌ ୨୦୨୫ ପରେ ଏବେ ଅଣ୍ଡର-୧୯ ମେନ୍ସ ଏସିଆ କପ୍‌ ୨୦୨୫ରେ ମଧ୍ୟ ଭାରତ ପ୍ରବେଶ କରିଛି। ଦୁବାଇରେ ଚାଲିଥିବା...

ଛତୁଆ ବିଲ୍‌ କରିଦେବା ପାଇଁ ପୂର୍ବତନ ସିଡିପିଓ ମାଗିଥିଲେ୮୦ ହଜାର ଲାଞ୍ଚ : ଆସିଲା ବଡ଼ ରାୟ 

ଭବାନୀପାଟଣା,୧୯।୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପୂର୍ବତନ ସିଡିପିଓ (ସମ୍ମନିତ ଶିଶୁ ବିକାଶ ସେବା ପ୍ରକଳ୍ପ ଅଧିକାରିଣୀ) ମୀନା ପାତ୍ର ୨୦୨୧ ମସିହାର...

ଆସିଲା ନିଷ୍ପତ୍ତି: ରବି ଚାଷ ପାଇଁ ଘୋଡ଼ାହାଡ଼ ଡ଼୍ୟାମରୁ …

ଦିଗପହଣ୍ଡି,୧୯।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଖମାରିି ଗାଁ ନିକଟ ଘୋଡ଼ାହାଡ଼ ଡ଼୍ୟାମରୁ ରବି ଚାଷ ନିମନ୍ତେ ପାଣି ଛଡାଯିବା ପାଇଁ ନିଷ୍ପତ୍ତି...

ସଶକ୍ତ ସମୃଦ୍ଧ କରିବା କେବିକେର ଲକ୍ଷ

ଭଞ୍ଜନଗର,୧୯।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୃଷି ବିଜ୍ଞାନ କେନ୍ଦ୍ରରେ ଶୁକ୍ରବାର ଜିଲାର ଅଗ୍ରଣୀ ଚାଷୀ ଏବଂ କୃଷକ ଉତ୍ପାଦକ ସଂଘର କର୍ମକର୍ତ୍ତାମାନଙ୍କୁ ନେଇ ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri