କୋଭିଡ୍‌-୧୯ ମୁକାବିଲା: ୧୫ ଦିନରେ ଖୋଲିବ ୨ ସ୍ବତନ୍ତ୍ର ହସ୍ପିଟାଲ

ଭୁବନେଶ୍ୱର,୨୬ା୩(ବ୍ୟୁରୋ)- କରୋନା ଭୂତାଣୁ(କୋଭିଡ୍‌-୧୯) ସଂକ୍ରମଣ ସଂଖ୍ୟା ଦେଶରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଘରୋଇ ହସ୍ପିଟାଲ ସହାୟତାରେ କରୋନା ଆକ୍ରାନ୍ତ ରୋଗୀଙ୍କ ପାଇଁ ୧ ହଜାର ବେଡ୍‌ ହସ୍ପିଟାଲ ଆୟୋଜନ କରିଛନ୍ତି। ଏ ନେଇ ସରକାର, ସମ୍‌ ଓ କିମ୍ସ ମେଡିକାଲ କଲେଜ ମଧ୍ୟରେ ତ୍ରିପାକ୍ଷିକ ବୁଝାମଣା ପତ୍ର(ଏମ୍‌ଓୟୁ) ସ୍ବାକ୍ଷରିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ଲୋକସେବା ଭବନଠାରେ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ସଚିବ ନିକୁଞ୍ଜ ବିହାରୀ ଧଳ, ଓଡ଼ିଶା ଖଣି ନିଗମର ପରିଚାଳନା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା ଏବଂ କିମ୍ସ ମ୍ୟାନେଜମେଣ୍ଟ ସହିତ ୪୫୦ ଶଯ୍ୟା ବିଶିଷ୍ଟ ଏକ ହସ୍ପିଟାଲ ପାଇଁ ବୁଝାମଣା ପତ୍ର ସ୍ବାକ୍ଷରିତ କରିଛନ୍ତି। ସେହିପରି ଦ୍ୱିତୀୟ ଏମ୍‌ଓୟୁରେ ସ୍ବାସ୍ଥ୍ୟ ସଚିବ, ଏମ୍‌ସିଏଲ୍‌ର ଏସ୍‌.ଏସ୍‌. ପଣ୍ଡା ଏବଂ ସମ୍‌ ହସ୍ପିଟାଲ ମ୍ୟାନେଜମେଣ୍ଟ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଏବଂ ଆଇସିୟୁ ସୁବିଧା କରିବା ନେଇ ସ୍ବାକ୍ଷରିତ କରିଛନ୍ତି। ଉକ୍ତ କୋଭିଡ୍‌-୧୯ ହସ୍ପିଟାଲ ପାଇଁ ଓଏମ୍‌ସି ଏବଂ ଏମ୍‌ସିଏଲ୍‌ କର୍ପୋରେଟ ସାମାଜିକ ଉତ୍ତରଦାୟିତ୍ୱ ପାଣ୍ଠି(ସିଏସଆର)ସମସ୍ତ ଖର୍ଚ୍ଚ ବହନ କରିବେ। ଏହା ଆସନ୍ତା ୧୫ଦିନ ମଧ୍ୟରେ ଯୁଦ୍ଧକାଳୀନ ଭିତ୍ତିରେ କାର୍ଯ୍ୟକ୍ଷମ ହେବ। ସମଗ୍ର ଦେଶରେ ୧ ହଜାର କୋଭିଡ୍‌-୧୯ ରୋଗୀଙ୍କ ପାଇଁ ହସ୍ପିଟାଲ ବ୍ୟବସ୍ଥା କରିବାରେ ଓଡିଶା ହେଉଛି ପ୍ରଥମ ରାଜ୍ୟ। ଏ ନେଇ ମୁଖ୍ୟମନ୍ତ୍ରୀ ଏହି ଦୁଇ ରାଜ୍ୟ ଓ କେନ୍ଦ୍ର ଉଦ୍ୟୋଗକୁ ସହଯୋଗ ପାଇଁ ସ୍ବାଗତ କରିଛନ୍ତି।
କରୋନା ଭୂତାଣୁ ସାରା ଦେଶରେ କାୟା ବିସ୍ତାର କରିଥିବାବେଳେ ଓଡ଼ିଶାକୁ ମଧ୍ୟ ପ୍ରଭାବିତ କରିଛି। ଆମେରିକା ଓ ଇଟାଲି ଭଳି ବିକଶିତ ଦେଶରେ ଉନ୍ନତ ସ୍ବାସ୍ଥ୍ୟସେବା ଥିବା ସତ୍ତ୍ୱେ ସେମାନେ ମଧ୍ୟ ଏହି ରୋଗକୁ ମୁକାବିଲା କରିବାରେ କଠିନ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଏଥିପାଇଁ ତ୍ୱରିତ୍‌ ବେଗରେ ସ୍ବାସ୍ଥ୍ୟ ବିଭାଗକୁ ସୁଦୃଢ଼ କରିବା ସହ କରୋନା ରୋଗୀ ଓ ସନ୍ଦିଗ୍ଧଙ୍କୁ ସେବା ଯୋଗାଇବା ପାଇଁ ରାଜ୍ୟ ସରକାର ଏଭଳି ସ୍ବତନ୍ତ୍ର ପଦକ୍ଷେପ ନେବା ଆରମ୍ଭ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର କରୋନା ମହାମାରୀକୁ ମୁକାବିଲା କରିବା ଲାଗି ଅନେକ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟର ଅନ୍ୟ ଭାଗରେ କରୋନା ରୋଗୀଙ୍କ ପାଇଁ ଏଭଳି ବ୍ୟବସ୍ଥା କରିବା ସକାଶେ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହି ଏମ୍‌ଓୟୁ ବେଳେ ଏମ୍‌ପି ଅଚ୍ୟୁତ ସାମନ୍ତ, ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ, ଓଏମ୍‌ସି ଚେୟାରମ୍ୟାନ, ମୁଖ୍ୟନ୍ତ୍ରୀଙ୍କ ଉପଦେଷ୍ଟା, ମୁଖ୍ୟମନ୍ତ୍ରୀ ସଚିବ(୫ଟି) ଏବଂ ସୋଆ ବିଶ୍ୱବିଦ୍ୟାଳୟର କୁଳପତି ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଲ୍‌ପିଜି ସଙ୍କଟ ଯୋଗୁ ରୋଜଗାର ହରାଇଛନ୍ତି କ୍ଷୁଦ୍ର ବ୍ୟବସାୟୀ, ପରିବାର ଚଳାଇବା କଷ୍ଟସାଧ୍ୟ, ଯୋଗାଣ ଦାବିରେ…

କୋରାପୁଟ, ୧୦।୪ (ଅମିତାଭ ବେହେରା): ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବେ ସ୍ଥାନୀୟ ରନ୍ଧନ ଗ୍ୟାସ (LPG) ବଜାର ଉପରେ ଶକ୍ତ ଆଘାତ ଦେଇଛି। ଏହି ଗ୍ୟାସ…

ଆମେରିକା-ଇରାନ ଶାନ୍ତି ବାର୍ତ୍ତା ପୂର୍ବରୁ ପାକିସ୍ତାନ ରାଜଧାନୀରେ ହାଇଆଲର୍ଟ: ଗଳିକନ୍ଦିରେ ପୋଲିସ ଛାଉଣି,୧୦ ହଜାର ଯବାନ… 

ଇସଲାମାବାଦ,୧୦।୪: ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଆମେରିକା ଏବଂ ଇରାନ ମଧ୍ୟରେ ହେବାକୁ ଥିବା ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବାର୍ତ୍ତା ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ ବହୁତ କଡ଼ାକଡ଼ି କରାଯାଇଛି। ସହରରେ…

ଲୋକକଳା ପାଇଁ ଦିନଟିଏ

ଖଜୁରିପଡ଼ା,୧୦ା୪ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପକ୍ଷରୁ ସ୍ଥାନୀୟ ହାଇସ୍କୁଲ ପଡ଼ିଆଠାରେ ଶୁକ୍ରବାର ସାରେ ଲୋକକଳା ପାଇଁ ଦିନଟିଏ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ଏଥିରେ ବିଡିଓ ଶୁଭ…

ହାତୀ ଆକ୍ରମଣରେ ଜଣେ ଗୁରୁତର

ରୁପ୍ରାରୋଡ୍‌,୧୦ା୪(ସଞ୍ଜୀବ ଦାସ): ହାତୀ ଆକ୍ରମଣରେ କଳାହାଣ୍ଡି ଜିଲା ନର୍ଲା ବ୍ଲକ୍‌ର ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି। ସେ ହେଲେ କୁରମେଲ ପଞ୍ଚାୟତ ବୁଦେଲଗୁମା ଗ୍ରାମର ସୀମାଞ୍ଚଳ ନାଏକ…

ମୁଖ୍ୟମନ୍ତ୍ରୀ ବସ୍‌କୁ ଅଟକାଇ କର୍ମଚାରୀଙ୍କୁ ମାଡ଼ ମାରିଲେ ଯୁବକ,ପରେ…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): କେନ୍ଦୁଝର ଜିଲା ଘସିପୁରା ବ୍ଲକ କେଶଦୁରାପାଳଠାରୁ ଘସିପୁରା ଯାଉଥିବା ମୁଖ୍ୟମନ୍ତ୍ରୀ ବସ୍‌କୁ ଦେଓଗାଁ ଚିକିତ୍ସାଳୟ ସମ୍ମୁଖରେ ଜଣେ ଯୁବକ ଶୁକ୍ରବାର ଅଚାନକ…

୪ଟି ଶ୍ରେଣୀଗୃହରେ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା

ଗଞ୍ଜାମ,୧୦ା୪(ବିଦ୍ୟାଧର ସାହୁ): ଗଞ୍ଜାମ ଏନ୍‌ଏସି ଅନ୍ତର୍ଗତ ଦାମୋଦରପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପାଠପଢ଼ାରେ ବ୍ୟଘାତ ସୃଷ୍ଟି ହେଉଛି। ୧୯୭୫ ମସିହାରେ ପ୍ରତିଷ୍ଠିତ ଏହି ବିଦ୍ୟାଳୟରେ ଶିଶୁ ବାଟିକା…

ଯମୁନାରେ ବୁଡ଼ିଲା ଡଙ୍ଗା: ୧୦ ଭକ୍ତଙ୍କ ଚାଲିଗଲା ଜୀବନ, ଉଦ୍ଧାର କାର୍ଯ୍ୟ ଜାରି

ଲକ୍ଷ୍ନୌ,୧୦।୪: ମଥୁରା ଜିଲାର ବୃନ୍ଦାବନରେ ଶୁକ୍ରବାର ଏକ ବଡ଼ ଦୁର୍ଘଟଣା ଘଟିଛି। ଶ୍ରୀନଗର ଘାଟ ନିକଟରେ ଏକ ଡଙ୍ଗା ବୁଡ଼ିଯିବା ପରେ ଅନେକ ଭକ୍ତ ନିଖୋଜ ହୋଇଯାଇଛନ୍ତି।…

ଥଲାପତି ବିଜୟଙ୍କୁ ବଡ଼ ଝଟ୍‌କା: ଅନୁରୋଧ କରି କହିଲେ…

ଦକ୍ଷିଣ ଭାରତୀୟ ସୁପରଷ୍ଟାର ଥଲାପତି ବିଜୟଙ୍କ ଫିଲ୍ମ ‘ଜନ ନାୟାଗନ’ ମୁକ୍ତିଲାଭ ଅପେକ୍ଷାରେ ଅଛି। ପ୍ରଥମେ ଜାନୁଆରୀ ୨୦୨୬ରେ ରିଲିଜ ହେବାର ଯୋଜନା ଥିଲା, କିନ୍ତୁ ବିଭିନ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri