କୋଭିଡ୍‌ କୋରଡ଼ା

ନୂଆଦିଲ୍ଲୀ,୩୦ା୪: ଭାରତରେ କରୋନା ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ବୁଧବାର ସଂକ୍ରମିତଙ୍କ ସଂଖ୍ୟା ୩୨,୮୯୧କୁ ବୃଦ୍ଧି ପାଇଥିବା ବେଳେ ୧,୦୭୭ ଜଣଙ୍କ ଜୀବନ ଗଲାଣି। ମହାରାଷ୍ଟ୍ର ଓ ଗୁଜରାଟରେ ସ୍ଥିତି ଜଟିଳ ହେବାରେ ଲାଗିଛି। ଯଦିଓ ୮,୩୮୯ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥହୋଇ ଘରକୁ ଫେରିଛନ୍ତି, ତଥାପି ପ୍ରତିଦିନ ଶହ ଶହ ରୋଗୀ ସୃଷ୍ଟିହେବା ପରିସ୍ଥିତିକୁ ଗମ୍ଭୀର କରିପକାଇଛି।
ମହାରାଷ୍ଟ୍ରରେ ଏବେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ୯,୯୧୫ରେ ପହଞ୍ଚିଛି। ଏଠାରେ ମୃତ୍ୟୁସଂଖ୍ୟା ୪୩୨କୁ ବୃଦ୍ଧିପାଇଛି। କେବଳ ବୁଧବାର ଏହି ରାଜ୍ୟରେ ପ୍ରାୟ ୬୦୦ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ ଏଠାରେ ୩୨ ମୁଣ୍ଡ ଗଡ଼ିଛି। ଗୁଜରାଟ ସ୍ଥିତି ପୂର୍ବାପେକ୍ଷା ଜଟିଳ ସ୍ଥିତିରେ ପହଞ୍ଚିଛି। ଗୋଟିଏ ଦିନରେ ଏଠାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୦୦ ଉପରେ ରହିଛି। ରାଜ୍ୟରେ ଏବେ ମୋଟ ୪,୦୮୨ ରୋଗୀ ଥିବାବେଳେ ୧୯୭ ଜଣ ପ୍ରାଣ ହରାଇଲେଣି। ରାଜଧାନୀ ଦିଲ୍ଲୀରେ ୩,୩୧୪, ମଧ୍ୟପ୍ରଦେଶରେ ୨,୫୬୦, ରାଜସ୍ଥାନରେ ୨,୩୯୩, ତାମିଲନାଡ଼ୁରେ ୨,୧୬୨, ଉତ୍ତରପ୍ରଦେଶରେ ୨,୧୩୪, ଆନ୍ଧ୍ରପ୍ରଦେଶରେ ୧,୩୩୨, ତେଲଙ୍ଗାନାରେ ୧,୦୧୬ କରୋନା ପଜିଟିଭ ଥିବା ଜଣାପଡ଼ିଛି। ଏହି ପ୍ରାଣଘାତୀ ଭୂତାଣୁ ମୁଣ୍ଡ ପରେ ମୁଣ୍ଡ ଗଡ଼ାଇ ଚାଲିଥିବାରୁ ଲୋକଙ୍କ ମନରେ ଆତଙ୍କ ଖେଳିଯାଇଛି। ଅଦ୍ୟାବଧି ମଧ୍ୟପ୍ରଦେଶରେ ୧୩୦, ଦିଲ୍ଲୀରେ ୫୪, ତାମିଲନାଡ଼ୁରେ ୨୭, ରାଜସ୍ଥାନରେ ୫୫, ଉତ୍ତରପ୍ରଦେଶରେ ୩୯, ଆନ୍ଧ୍ରପ୍ରଦେଶରେ ୩୧, ତେଲଙ୍ଗାନାରେ ୨୫, ପଶ୍ଚିମବଙ୍ଗରେ ୨୨ ଲୋକଙ୍କ ପ୍ରାଣହାନି ଘଟିଛି। ବୁଧବାର କେବଳ ୧,୫୩୨ ନୂଆ ମାମଲା ସାମ୍ନାକୁ ଆସିଛି। କରୋନା ରୋଗୀଙ୍କ ଚିକିତ୍ସା ସରକାରଙ୍କ ଲାଗି ମୁଣ୍ଡବ୍ୟଥା ବଢ଼ାଇଦେଇଛି। ଏଭଳି ରୋଗୀସଂଖ୍ୟା ବଢ଼ିଚାଲିଲେ, ଆଗକୁ ପରିସ୍ଥିତି ବିଗିଡ଼ିଯିବାର ଆଶଙ୍କା ରହିଛି। ପ୍ରବାସୀମାନେ ଫେରିବା ପରେ ପୁଣି ସ୍ଥିତି ବିଗିଡ଼ିବା ସମ୍ଭାବନା ରହିଛି। ଏଥିଲାଗି ପ୍ରସ୍ତୁତି ଜୋର୍‌ ଧରିଥିବା ବେଳେ ଦିନକୁ ଦିନ ନୂଆ ରୋଗୀ ବାହାରିବା ଓ ଲୋକମାନେ ସଚେତନ ନ ହେବା ସମସ୍ୟା ସୃଷ୍ଟିକରିଛି। ସାମାଜିକ ଦୂରତ୍ୱ ରକ୍ଷାକରିବା ଛଡ଼ା ଅନ୍ୟ ଉପାୟ ନାହିଁ। କରୋନାର ସଫଳ ଚିକିତ୍ସା ଲାଗି ଅଦ୍ୟାବଧି କୌଣସି ଔଷଧ ବାହାରି ନ ଥିବାବେଳେ ସରକାରଙ୍କ ଚିନ୍ତା ବଢ଼ିଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଘର ବଡ଼ ଗୁମର କଥା: ପଦାରେ ପଡ଼ିଲା ଶାଶୁ-ବୋହୂ କଳି

ପାଟନା,୨୭।୧୨: ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆର୍‌ଜେଡି ମୁଖ୍ୟ ଲାଲୁ ପ୍ରସାଦ ଯାଦବଙ୍କ ଘରର କଳି ପୁଣି ପଦାକୁ ଆସିଛି। ଲାଲୁଙ୍କ ବଡ଼ ପୁଅ ତେଜପ୍ରତାପ...

ମୁମ୍ବାଇ ପୋଲିସ କାର୍ଯ୍ୟାଳୟରେ ପହଞ୍ଚିଲା ସିବିଆଇ ଟିମ୍‌

ମୁମ୍ବାଇ,୨୧।୮: ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମାମଲାରେ ସୁପ୍ରିମକୋର୍ଟ ପକ୍ଷରୁ ଗ୍ରୀନ୍‌ ସିଗ୍‌ନାଲ ମିଳିବା ପରେ ସିବିଆଇ ପକ୍ଷରୁ ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର...

ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଦିଲ୍ଲୀ ଭୋଟିଂ ତାରିଖ ମନୋଜ ତିଓ୍ବାରୀଙ୍କୁ ଥିଲା ଜଣା: ଏଏପି

ନୂଆଦିଲ୍ଲୀ,୭।୧: ଦିଲ୍ଲୀ ନିର୍ବାଚନ ତାରିଖ ଘୋଷଣା ହୋଇଛି। ତେବେ ଏହାକୁ ନେଇ ଏବେ ଚର୍ଚ୍ଚା ଜାରି ରହିଛି। ନିର୍ବାଚନ କମିଶନଙ୍କ ବହୁ ପୂର୍ବରୁ ଭୋଟିଂ ତାରିଖ...

ବିଧାନସଭାରେ ଶ୍ୱଶୁରଙ୍କୁ କହିଲେ, ମୁଁ ତୁମର ବୋହୂ,ଆପଣଙ୍କୁ ଏହା କରିବାକୁ ପଡିବ

ଚଣ୍ଡିଗଡ,୨୫।୮: ହରିୟାଣା ବିଧାନସଭାର ମୌସୁମୀ ଅଧିବେଶନର ପ୍ରଥମ ଦିନରେ ଚନ୍ଦ୍ରୟାନ-୩ର ସଫଳତା ନେଇ ଭାଜପା ଓ କଂଗ୍ରେସ ବାକ୍‌ଯୁଦ୍ଧ ଦେଖାଦେଇଥିଲା। ଏହି ସମୟରେ ଏପରି ଏକ...

ଅନ୍‌ଲାଇନ୍‌ରେ ପିଆଜ କିଲୋ ୧୫୦, ଆଳୁ ୧୦୦

ଲକ୍ଷ୍ନୌ,୩୦।୯: ସମଗ୍ର ଦେଶରେ ଏବେ ପିଆଜ ଦର ବୃଦ୍ଧି ପାଇଛି। ଏହାର ବର୍ଦ୍ଧିତ ଦର ସାଧାରଣ ଲୋକଙ୍କ ପକେଟ୍‌କୁ ସିଧା ମାଡ଼ କରୁଛି। କେଉଁଠି ପିଆଜ...

କେନ୍ଦ୍ର ସରକାର ଉପରେ ବର୍ଷିଲେ ଏମ୍‌ପି ସଞ୍ଜୟ ସିଂହ, କହିଲେ ‘ମଣିପୁର ପରିସ୍ଥିତିକୁ ନେଇ ଭଗବାନ ବି କାନ୍ଦୁଛନ୍ତି’

ନୂଆଦିଲ୍ଲୀ,୨୬।୭: ଦେଶର ଉତ୍ତର-ପୂର୍ବ ରାଜ୍ୟ ମଣିପୁରରେ ୮୦ ଦିନରୁ ଅଧିକ ସମୟ ଧରି ହିଂସା ଜାରି ରହିଛି। ଏହାକୁ ନେଇ ସଂସଦରେ ବିରୋଧୀଙ୍କ ହଙ୍ଗାମା ଦେଖିବାକୁ...

ସେପ୍ଟେମ୍ବରରୁ ଶସ୍ତା ହେବ ପନିପରିବା: ଆରବିଆଇ ଗଭର୍ନର…

ନୂଆଦିଲ୍ଲୀ,୨୪।୮ : ଜୁଲାଇରୁ ଆରମ୍ଭ ହୋଇଥିବା ପନିପରିବା ମହଙ୍ଗା ଏବେ ମଧ୍ୟ ଜାରି ରହିଛି। ପନିପରିବା ଦର ମଧ୍ୟବିତ୍ତ ଲୋକଙ୍କୁ ଅଧିକ ପ୍ରଭାବିତ କରିଛି। ତେବେ...

ଲକ୍‌ଡାଉନ କଟକଣା କୋହଳ ନେଇ ରାଜ୍ୟ ନିଷ୍ପତ୍ତିକୁ ଅପେକ୍ଷା କରନ୍ତୁ : ପୋଲିସ କମିଶନର

ଭୁବନେଶ୍ୱର, ୨୫।୪(ବ୍ୟୁରୋ): ଦେଶରେ ସର୍ତ୍ତମୂଳକ ଭାବେ ସମସ୍ତ ଦୋକାନ ଖୋଲିବାକୁ ଗୃହ ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଛି। ମାର୍କେଟ କମ୍ପ୍ଲେକ୍ସ ଓ ସପିଂ ମଲ୍‌କୁ ଛାଡି ଅନ୍ୟ...

Advertisement
Archives

Model This Week