କୋଣାର୍କ ମନ୍ଦିରରେ କାରୁକାର୍ଯ୍ୟପୂର୍ଣ୍ଣ ପଥର କାଢ଼ି ସାଦା ପଥର ଲଗାଯିବା ପ୍ରସଙ୍ଗ: ସ୍ଥିତି ପରଖିଲେ ସଂସ୍କୃତି ସଚିବଙ୍କ ସହ ୪ ଜଣିଆ ଟିମ୍‌

କୋଣାର୍କ,୧୩।୨(ଡି.ଏନ୍‌.ଏ.): ବିଶ୍ୱ ଐତିହ୍ୟସ୍ଥଳ କୋଣାର୍କ ସୂର୍ଯ୍ୟମନ୍ଦିର ମରାମତି ନାମରେ କାରୁକାର୍ଯ୍ୟପୂର୍ଣ୍ଣ ପଥରକୁ କାଢ଼ି ସାଦା ପଥର ଲଗାଯିବା ନେଇ ବିଭିନ୍ନ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହି ଅଭିଯୋଗକୁ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା(ଏଏସ୍‌ଆଇ) ଖଣ୍ଡନ କରିବା ପରେ ଗୁରୁବାର ସଂସ୍କୃତି ସଚିବ ମନୋରଞ୍ଜନ ପାଣିଗ୍ରାହୀଙ୍କ ସହ ୪ ଜଣିଆ ଟିମ୍‌ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଟିମ୍‌ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି।

ପ୍ରକାଶ ଯେ, ଭାଇରାଲ ହେଉଥିବା କୋଣାର୍କ ମନ୍ଦିର ଫଟୋ ବିଭ୍ରାନ୍ତିକର। ଜାଣିଶୁଣି ଲୋକଙ୍କୁ ବିଭ୍ରାନ୍ତ କରିବା ଲାଗି ଏହାକୁ ଭାଇରାଲ କରାଯାଇଛି। ଦୁଇଟି ଫଟୋ ମନ୍ଦିରର ଦୁଇ ଭିନ୍ନ ସ୍ଥାନର। ସେଥିରୁ ଗୋଟିଏ ନାଟମଣ୍ଡପ କୀର୍ତ୍ତିରାଜିର ହୋଇଥିବା ବେଳେ ଅନ୍ୟଟି ମୁଖ୍ୟ ମନ୍ଦିର ଜଗମୋହନର ଫଟୋ, ଯାହାକି ସାଧାରଣ ପଥରରେ ନିର୍ମିତ ଭିତ୍ତିସ୍ତମ୍ଭର ବୋଲି ଏଏସ୍‌ଆଇ କହିଥିଲା। ମନ୍ଦିର ଭଲ ଅବସ୍ଥାରେ ଥିବା ସହ କୌଣସି କୀର୍ତ୍ତିରାଜି ବଦଳା ଯାଇ ନାହିଁ ବୋଲି ଏଏସ୍‌ଆଇ ସ୍ପଷ୍ଟ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସେଦିନର ବିଭୀଷିକାକୁ ଭୁଲିନାହାନ୍ତି ବରୀବାସୀ

ବରୀ,୨୯ା୮(ଡି.ଏନ.ଏ.): ୨୦୨୦ ଅଗଷ୍ଟ ମହାବନ୍ୟାର କରାଳ ରୂପକୁ ବର୍ଷେ ପରେ ବି ବରୀବାସୀ ଭୁଲି ପାରିନାହାନ୍ତି। ବ୍ରାହ୍ମଣୀ ଓ ଖରସ୍ରୋତା ନଦୀରେ ୧୦ରୁ ଊର୍ଦ୍ଧ୍ୱ ଘାଇ...

ଆଜି ରାଜ୍ୟରୁ ୯୮ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରେ ସର୍ବାଧିକ

ଭୁବନେଶ୍ୱର,୨୧।୩(ବ୍ୟୁରୋ): ରବିବାର ରାଜ୍ୟରୁ ୯୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୮,୮୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା...

‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମରେ ୪୦ ଛାତ୍ରୀଛାତ୍ର ଗଲେ ସିଙ୍ଗାପୁର

ଭୁବନେଶ୍ୱର,୨୬।୮(ଅସମାପିକା ସାହୁ)- ବିଶ୍ୱ ଦକ୍ଷତା କେନ୍ଦ୍ରରେ ବିଭିନ୍ନ ଅତ୍ୟାଧୁନିକ ବିଷୟରେ ତାଲିମ ନେଉଥିବା ଛାତ୍ରୀଛାତ୍ରଙ୍କ ଭିତରୁ ୪୦ଜଣଙ୍କୁ ବଛାଯାଇ ‘ଷ୍ଟୁଡେଣ୍ଟ ଏକ୍ସଚେଞ୍ଜ’ କାର୍ଯ୍ୟକ୍ରମ ଜରିଆରେ ସିଙ୍ଗାପୁର...

ଦ୍ୱିତୀୟ ଦିନ ଲାଗି ବଢ଼ିଲା ତେଲ ଦର

ଭୁବନେଶ୍ୱର,ନୂଆଦିଲ୍ଲୀ,୬।୫:ଦେଶ ମଧ୍ୟରେ ଲଗାତର ଦ୍ୱିତୀୟ ଦିନ ଲାଗି ପେଟ୍ରୋଲ ଏବଂ ଡିଜେଲ ଦର ବୃଦ୍ଧି ପାଇଛି। ଫଳରେ ଭୁବନେଶ୍ୱରରେ ବୁଧବାର ପେଟ୍ରୋଲ ଲିଟର ପିଛା ୧୭...

ପୋଲିସ ଏନ୍‌କାଉଣ୍ଟରରେ ଦୁଇ ମାଓବାଦୀ ମୃତ

ଭୁବନେଶ୍ୱର,୨୩ା୭ (ବ୍ୟୁରୋ): ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସକୁ ଆଉଏକ ସଫଳତା ମିଳିଛି। କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ଅଞ୍ଚଳରେ କୋମ୍ବିଂ ଅପରେଶନ୍‌ବେଳେ ପୋଲିସ ଏନ୍‌କାଉଣ୍ଟରରେ ଦୁଇ...

ଡ୍ୟୁଟିରେ ଥିବାବେଳେ ଛତ୍ରପୁର ବ୍ଲକ ଜେଇଙ୍କୁ କରୋନା: ଜାଣନ୍ତୁ କିପରି ହେଲେ ଆକ୍ରାନ୍ତ

ଛତ୍ରପୁର,୩୧।୭(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକର ଜେଇ ଜୟସେନ ବେହେରା କରୋନାରେ ଆକ୍ରାନ୍ତ ହୋଇଛନ୍ତି। ସେ କରୋନା ମୁକାବିଲା ଡ୍ୟୁଟିରେ ଥିବାବେଳେ ପଜିଟିଭ୍‌ଙ୍କ ସଂସ୍ପର୍ଶରେ ଆସି...

ଓଡ଼ିଶାରେ କରୋନା ଆରୋଗ୍ୟ ସଂଖ୍ୟା ଦେଢ଼ ଲକ୍ଷ ଟପିଲା

ଭୁବନେଶ୍ୱର, ୨୨।୯: ଓଡ଼ିଶାରେ ମଙ୍ଗଳବାର ସୁଦ୍ଧା ଦେଢ଼ ଲକ୍ଷରୁ ଊର୍ଦ୍ଧ୍ୱ ଲୋକ କରୋନାରୁ ଆରୋଗ୍ୟ ଲାଭ କରିଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ...

ମଣ୍ଡିରେ ଧାନ କ୍ରୟରେ ଅନିୟମିତତା

ମାର୍ଶାଘାଇ,୩।୩ (ଡି.ଏନ୍‌.ଏ.): ଚାଷୀଙ୍କୁ ଉପଯୁକ୍ତ ମୂଲ୍ୟ ଦେଇ ସେମାନଙ୍କଠାରୁ ଧାନ କ୍ରୟ କରିବା ପାଇଁ ବିଭିନ୍ନ ସମବାୟ ସମିତିରେ ମଣ୍ଡି ଖୋଲାଯାଇଛି। ଚାଷୀମାନେ କିପରି ସୁବିଧା,...

Advertisement
Archives

Model This Week