କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍‌ ବାକି

ରେମୁଣା, ୪।୧୦(ଡି.ଏନ.ଏ.)-ବାଲେଶ୍ୱର ଜିଲା ରେମୁଣା ବାଲଗୋପାଲପୁରସ୍ଥିତ ବୃହତ୍‌ ଶିଳ୍ପାନୁଷ୍ଠାନ ବାଲେଶ୍ୱର ଆଲଏଜର ଭାଗ୍ୟ ଅନ୍ଧକାର ଆଡ଼କୁ ଠେଲି ହୋଇଯାଇଛି। ବିଦ୍ୟୁତ୍‌ ଯୋଗାଣକାରୀ କମ୍ପାନୀ ‘ନେସ୍କୋ’ କାରଖାନାକୁ ମଙ୍ଗଳବାର ସନ୍ଧ୍ୟାରୁ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିଦେଇଛି। କାରଖାନା ବ୍ୟବହାର କରୁଥିବା ବିଦ୍ୟୁତ୍‌ ବାବଦ ବିଲ୍‌ ପୈଠ କରୁ ନ ଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେସ୍କୋ ଅଧିକାରୀ ବ୍ରଜସୁନ୍ଦର ପରିଡ଼ା ସୂଚନା ଦେଇଛନ୍ତି। ଫଳରେ କାରଖାନାର ଉପତ୍ାଦନ ବାଧାପ୍ରାପ୍ତ ହୋଇଛି। ଏହାଦ୍ୱାରା ୫ହଜାରରୁ ଊର୍ଦ୍ଧ୍ୱ ଶ୍ରମିକ ଏବଂ କର୍ମଚାରୀଙ୍କ ପରିବାର ଆଶଙ୍କା ମଧ୍ୟରେ ଅଛନ୍ତି। କାରଖାନା ଉପରେ ୧୬୫.୫ କୋଟି ଟଙ୍କାର ବିଦ୍ୟୁତ୍‌ ବିଲ ବକେୟା ରହିଥିବାରୁ ଏଭଳି ପଦକ୍ଷେପ ନିଆଯାଇଥିବା ନେସ୍କୋ ପକ୍ଷରୁ ସୂଚନା ଦିଆଯାଇଛି।
କାରଖାନାର ୫ଟି ଫର୍ନେସ ପାଇଁ ୧୩୨କେଭିର ପାୱାର ଆବଶ୍ୟକ ହୋଇଥାଏ। ପ୍ରତିମାସ ଏଥିପାଇଁ କାରଖାନାକୁ ପ୍ରାୟ ୧୩ କୋଟି ଟଙ୍କାର ବିଲ୍‌ ଆସିଥାଏ। ବକେୟା ବିଲ ପୈଠ ନ କରିବାରୁ କାରଖାନାକୁ ବିଦ୍ୟୁତ୍‌ କାଟି ଦିଆଯାଇଥିବା କାରଖାନା କର୍ତ୍ତୃପକ୍ଷ ସ୍ବୀକାର କରିଛନ୍ତି । ମାଇନ୍ସ ଅଭାବ କାରଣରୁ କାରଖାନାର ଉପତ୍ାଦନ ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି। ଅନ୍ୟପକ୍ଷରେ ବାଲେଶ୍ୱର ଆଲଏଜ କାରଖାନାରେ ଦୀର୍ଘ ୧୫ରୁ ୨୦ ବର୍ଷ ଧରି କାମ କରୁଥିବା ଶ୍ରମିକଙ୍କୁ ଛଟେଇ କରାଯାଉଥିବା ଏବଂ ନିୟମାନୁଯାୟୀ ୩ବର୍ଷରେ ଥରେ ନୂଆ ଚୁକ୍ତିନାମା କାର୍ଯ୍ୟକାରୀ କରାଯାଉ ନ ଥିବାରୁ ଏହାର ପ୍ରତିବାଦ କରି ଇସ୍ପାତ ଆଲଏଜ ଏମ୍ପ୍ଲୋୟିଜ୍‌ ୟୁନିୟନ ପକ୍ଷରୁ ମଙ୍ଗଳବାର କାରଖାନା ସମ୍ମୁଖରେ ବୈଠକ ଅନୁଷ୍ଠିତ ହୋଇଥିଲା। ଶ୍ରମିକମାନେ ୟୁନିୟନ ସଭାପତି ସୁଧୀର ମଙ୍ଗରାଜଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ପରେ ମଙ୍ଗରାଜଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ କାରଖାନା ନିର୍ଦ୍ଦେଶକ ଏବଂ ସିଏସ୍‌ଆର୍‌ ମୁଖ୍ୟଙ୍କୁ ଭେଟି ସମ୍ପୃକ୍ତ ବିଷୟ ଉପରେ ଆଲୋଚନା କରିଥିଲେ। କାରଖାନା କର୍ତ୍ତୃପକ୍ଷ ଠିକାଦାରଙ୍କ ଅଧୀନରେ କାମ କରୁଥିବା ଅଭିଜ୍ଞ ଶ୍ରମିକଙ୍କୁ ଛଟେଇ କରି ନୂଆ ଶ୍ରମିକଙ୍କୁ ନିଯୁକ୍ତି ଦେଉଥିବାରୁ ୟୁନିୟନ୍‌ ପକ୍ଷରୁ ପ୍ରତିବାଦ କରାଯାଇଥିଲା। ତେବେ ନିୟମାନୁଯାୟୀ ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିବା ମଙ୍ଗରାଜ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରାର ସମୀକ୍ଷା କଲେ ଜିଲାପାଳ: ନିର୍ବାହୀ ଅଧିକାରୀ ବିନୋଦ ବେହେରା ସମ୍ବର୍ଦ୍ଧିତ

ପୁରୁଷୋତ୍ତମପୁର, ୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଶକ୍ତିପୀଠ ମା’ ତାରାତାରିଣୀଙ୍କ ଚୈତ୍ର ମଙ୍ଗଳବାର ଯାତ୍ରା ଚଳିତ ବର୍ଷ ଅତ୍ୟନ୍ତ ଶାନ୍ତିଶୃଙ୍ଖଳାର ସହ ସମାପ୍ତ ହୋଇଛି।…

ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ଓ ଜଙ୍ଗଲ ନିଆଁ ସୁରକ୍ଷା ଚିନ୍ତା: କର୍ମଚାରୀ ଅଭାବ, ଅଧିକ…

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡରେ ହାତୀ ସମେତ ବିଭିନ୍ନ ପ୍ରାଣୀ ନିର୍ଦ୍ଧିଷ୍ଟ ଅଞ୍ଚଳ ମଧ୍ୟରେ ଅଧିକାଂଶ ସମୟ ବସବାସ କରନ୍ତି। ତେଣୁ ସେମାନଙ୍କ…

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri