କୋଟିପତି କନିଷ୍ଠ ଯନ୍ତ୍ରୀ ଘରେ ଭିଜିଲାନ୍ସ ଯାଞ୍ଚ: ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସମ୍ପତ୍ତି ଠାବ

କଟକ ଅଫିସ,୨୭ା୬: ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକର କନିଷ୍ଠଯନ୍ତ୍ରୀ ତ୍ରିବିକ୍ରମ ସାମନ୍ତରାୟଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ ହୋଇଛି। କଟକ ସ୍ବତନ୍ତ୍ର ଭିଜିଲାନ୍ସ ଅଦାଲତ ପକ୍ଷରୁ ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଯନ୍ତ୍ରୀ ସାମନ୍ତରାୟଙ୍କ ଘର, ଅଫିସ ସମେତ ମୋଟ ୪ଟି ସ୍ଥାନରେ ଏକକାଳୀନ ଯାଞ୍ଚ କରାଯାଇଛି। ଯାଞ୍ଚ ହୋଇଥିବା ସ୍ଥାନଗୁଡ଼ିକ ମଧ୍ୟରେ ଜଗତ୍‌ସିଂହପୁର ଜିଲା ଖେରସ ଗ୍ରାମରେ ଥିବା ତିନୋଟି କୋଠା, କୁଜଙ୍ଗ ଥାନା ବଡ଼ବାଲିକଣି ଗ୍ରାମରେ ଥିବା ଘର, ରଘୁନାଥପୁର ବ୍ଲକ ଅଫିସ ଓ ରଘୁନାଥପୁର ଥାନା ଅଧୀନ ହରିଶପୁର ଗ୍ରାମରେ ଥିବା ସାମନ୍ତରାୟଙ୍କ ସମ୍ପର୍କୀୟଙ୍କ ଘରକୁ ମଧ୍ୟ ଭିଜିଲାନ୍ସ ଯାଞ୍ଚ କରିଛି। ଯାଞ୍ଚରୁ ମୋଟ୍‌ ୧ କୋଟି ୩୩ ଲକ୍ଷ ୨୦ହଜାର ୯୩୯ ଟଙ୍କାର ସ୍ଥାବର ଅସ୍ଥାବର ସମ୍ପତ୍ତି ଠାବ କରାଯାଇଛି। ଠାବ ହୋଇଥିବା ସମସ୍ତ ସମ୍ପତ୍ତି ଯନ୍ତ୍ରୀ ସାମନ୍ତରାୟ ଓ ତାଙ୍କ ପରିବାରବର୍ଗଙ୍କ ଦଖଲରେ ଥିବା ଭିଜିଲାନ୍ସ ସୂଚନା ଦେଇଛି। ଠାବ ସମ୍ପତ୍ତିଗୁଡ଼ିକର ଭିଜିଲାନ୍ସ ମୂଲ୍ୟାୟନ କରିଛି। ଖେରସ ଗ୍ରାମରେ ଥିବା ଦୁଇଟି ତିନି ମହଲା କୋଠାର ମୂଲ୍ୟ ୬୮ ଲକ୍ଷ ୨୪ହଜାର ୫୪୫ ଟଙ୍କା ହୋଇଥିବା ବେଳେ ଉକ୍ତ ଗ୍ରାମରେ ୧୨ ଲକ୍ଷ ୩୮ହଜାର ୨୧୨ ଟଙ୍କା ମୂଲ୍ୟର ଆଉ ଗୋଟିଏ ଏକ ମହଲା କୋଠା ଥିବା ଭିଜିଲାନ୍ସ ସୂଚନା ଦେଇଛି। ସେହିପରି କଟକ ସିଡିଏ ସେକ୍ଟର-୬ ମାର୍କେଟ କମ୍ପ୍ଲେକ୍ସ ପରିସରରେ ଥିବା ସାମନ୍ତରାୟଙ୍କର ଗୋଟିଏ ଦୋକାନ ଘରର ମୂଲ୍ୟ ୧ ଲକ୍ଷ ୩୦ହଜାର ଟଙ୍କା ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଛି। ସାମନ୍ତରାୟଙ୍କର ୧୧ ଲକ୍ଷ ୬ହଜାର ୩୬୨ ଟଙ୍କା ମୂଲ୍ୟର ଗୋଟିଏ କାର୍‌, ୬ ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଦୁଇଟି ପିକ୍‌ଅପ୍‌ ଭ୍ୟାନ୍‌, ୩ ଲକ୍ଷ ୮୦ହଜାର ଟଙ୍କା ମୂଲ୍ୟର ଗୋଟିଏ ଟାଟା ଇଣ୍ଡିକା କାର୍‌, ୧ ଲକ୍ଷ ୧୦ହଜାର ଟଙ୍କା ମୂଲ୍ୟର ଗୋଟିଏ ଅଲ୍‌ଟୋ କାର୍‌, ୧ ଲକ୍ଷ ଟଙ୍କା ମୂଲ୍ୟର ଦୁଇଟି ବାଇକ୍‌କୁ ଭିଜିଲାନ୍ସ ଠାବ କରିଛି। ଏହାବାଦ୍‌ ତାଙ୍କର ୨୦ ଲକ୍ଷ ଟଙ୍କା ମୂଲ୍ୟର ମସଲା ପ୍ରସ୍ତୁତ ଯନ୍ତ୍ରାଂଶ ଓ ମସଲା ଠାବ ହୋଇଥିବାବେଳେ ବିଭିନ୍ନ ବ୍ୟାଙ୍କରେ ୪୩, ୭୨୦ ଟଙ୍କା ଜମା ରହିଥିବା ଭିଜିଲାନ୍ସ ଯାଞ୍ଚରୁ ଜଣାପଡ଼ିଛି। ଯନ୍ତ୍ରୀ ସାମନ୍ତରାୟଙ୍କ ଘରୁ ୨ ଲକ୍ଷ ୨୬ହଜାର ଟଙ୍କା ମୂଲ୍ୟର ସୁନାଗହଣା, ନଗଦ ୧୨, ୧୮୦ ଟଙ୍କା ଓ ୪ ଲକ୍ଷ ୬୯ହଜାର ୯୨୦ ଟଙ୍କା ମୂଲ୍ୟର ଆବବାବପତ୍ର ଭିଜିଲାନ୍ସ ଠାବ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇଣ୍ଡିଗୋ ସଙ୍କଟ ମଧ୍ୟରେ DGCAର ବଡ଼ ଆକ୍ସନ, ସସପେଣ୍ଡ ହେଲେ ୪ ଇନ୍ସପେକ୍ଟର

ନୂଆଦିଲ୍ଲୀ,୧୨।୧୨: ଇଣ୍ଡିଗୋ ଏୟାରଲାଇନ୍ସ ଦ୍ୱାରା ସମ୍ମୁଖୀନ ହେଉଥିବା ପରିଚାଳନାଗତ ସମସ୍ୟାର ପ୍ରାରମ୍ଭିକ ତଦନ୍ତ ପରେ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA) ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ...

ନିଜ ମାଟ୍ରିକ ବ୍ୟାଚର ସାଙ୍ଗସାଥିଙ୍କ ସହ ବଣଭୋଜିର ମଜା ନେଲେ ଭାଜପା ନେତା, କହିଲେ ଦାରିଙ୍ଗବାଡିରେ ଏୟାରଷ୍ଟ୍ରିପ ପାଇଁ…

ଦାରିଙ୍ଗବାଡି, ୧୨।୧୨ (ଅରୁଣ ସାହୁ): ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକଙ୍କ ସୁଅ ଛୁଟୁଛି । ଇକୋ ରିଟ୍ରିଟ ସମେତ ପର୍ଯ୍ୟଟନକ୍ଷେତ୍ର ରେ ଭିଡ଼...

ଚମତ୍କାର କଲେ ବୈଭବ ସୂର୍ଯ୍ୟବଂଶୀ: ୫୬ ବଲ୍‌ରେ କଲେ କମାଲ୍‌, କ୍ରିକେଟ୍‌ ଜଗତରେ ପଡ଼ିଲା ଚହଳ

ନୂଆଦିଲ୍ଲୀ,୧୨।୧୨: ଯୁବ ଭାରତୀୟ ବ୍ୟାଟସମ୍ୟାନ ବୈଭବ ସୂର୍ଯ୍ୟବଂଶୀ ୧୯ ବର୍ଷରୁ କମ ଏସିଆ କପ୍‌ର ଉଦଘାଟନୀ ମ୍ୟାଚ୍‌ରେ ୟୁଏଇ ବିପକ୍ଷରେ ଏକ ଜ୍ୱଳନ୍ତ ଶତକ ହାସଲ...

ଏଇ ଭାରତରେ

ସାମଗ୍ରିକ ପ୍ରୟାସ ସଫଳତା ପାଇଁ ବାଟ କଢ଼ାଇନିଏ ବୋଲି ଉତ୍ତରାଖଣ୍ଡର ପିଥୋରାଗଡ଼ ଜିଲା ମୁନ୍‌ସିଆରି ବ୍ଲକର ଶଙ୍ଖଦୁରା ଗାଁର ମହିଳାମାନେ ପ୍ରମାଣ କରିପାରିଛନ୍ତି। ଗ୍ରାମପଞ୍ଚାୟତରେ ସେମାନେ...

ଓଡ଼ିଆ ଭାଷାରେ ଲିପ୍ୟନ୍ତରଣ

ସାମ୍ପ୍ରତିକ ପରିସ୍ଥିତିରେ ଓଡ଼ିଆ ଭାଷା ଓ ଏହାର ବ୍ୟବହାରିକ ସଂଜ୍ଞାରେ ଅନେକ ପରିବର୍ତ୍ତନ ହେଲାଣି। ଦୈନନ୍ଦିନ କଥାବାର୍ତ୍ତା ଓ ବିନିମୟରେ କଥିତ ତଥା ଚଳନ୍ତି ଓଡ଼ିଆ...

ନୀରବ ପ୍ରତିକ୍ରିୟା

ପ୍ରତ୍ୟେକ କ୍ରିୟାର ବିପରୀତ ପ୍ରତିକ୍ରିୟା ରହିଛି। ଏଣୁ କଥା କହିଲା ବେଳେ ଭାବିଚିନ୍ତି କହିବା ନିହାତି ଜରୁରୀ। ସବୁ ସମୟରେ ଧ୍ୟାନ ପୂର୍ବକ ପ୍ରତିକ୍ରିୟା ରଖିବା...

ପୁଟିନଙ୍କ ବଡ଼ ଚାଲ୍‌: ନୂଆଦିଲ୍ଲୀରୁ ଫେରିବା ପରେ ଭାରତ ୨ ଶତ୍ରୁଙ୍କୁ ଭେଟିବେ

ମସ୍କୋ,୧୨।୧୨: ଭାରତ ଗସ୍ତର ୮ ଦିନ ପରେ, ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ତୁର୍କମେନିସ୍ତାନ ଗସ୍ତ କରୁଛନ୍ତି। ଏହି ଦୁଇ ଦିନିଆ ଗସ୍ତ ସମୟରେ, ପୁଟିନ...

ଭବିଷ୍ୟତର ଭୟ

ଆମେରିକା ନୂଆ ରାଷ୍ଟ୍ରୀୟ ସୁରକ୍ଷା ରଣନୀତି ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି। ଗତ ସପ୍ତାହରେ ଆମେରିକାର ରାଷ୍ଟ୍ରପତି ହ୍ବାଇଟ୍‌ ହାଉସ୍‌ ଏକ ୩୩ ପୃଷ୍ଠା ବିଶିଷ୍ଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri