କୋଟପୁର ଗ୍ରାମରେ ବୃଦ୍ଧ ଦମ୍ପତିଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ

ଦଶରଥପୁର,୫।୯(ଡି.ଏନ୍‌.ଏ.): ଯାଜପୁର ଜିଲା ଦଶରଥପୁର ବ୍ଲକ ମଙ୍ଗଳପୁର ଥାନା ନିଜାମପୁର ପଞ୍ଚାୟତ କୋଟପୁର ଗ୍ରାମରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟିଛି। କୌଣସି କାରଣକୁ ନେଇ ଗ୍ରାମର ଜଣେ ବୃଦ୍ଧ ଦମ୍ପତି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ଘନଶ୍ୟାମ ଖଟୁଆ(୭୦) ଓ ସ୍ତ୍ରୀ ତାରାମଣି ଖଟୁଆ(୬୫)।
ସୂଚନାନୁଯାୟୀ, ଘର ନିକଟସ୍ଥ ଡାହାଣଆଡ଼ିରେ ଥିବା ଏକ ବରଗଛରୁ ଝୁଲନ୍ତା ଅବସ୍ଥାରେ ତାରାମଣିଙ୍କୁ ଏବଂ ବିଷପାନ କରି ତଳେ ପଡ଼ି ଛଟପଟ ହେଉଥିବା ବେଳେ ଘନଶ୍ୟାମଙ୍କୁ ଗୁରୁତର ଅବସ୍ଥାରେ ଗ୍ରାମବାସୀ ଉଦ୍ଧାର କରିଥିଲେ। ତାଙ୍କୁ ପ୍ରଥମେ ମଙ୍ଗଳପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଯାଜପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଦୁଇଟି ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛିି।


Enter your email to get our daily news in your inbox.

All Right Reserved By Dharitri.Com

ଉପଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ୨୪ ଘଣ୍ଟିଆ ଅନଶନ

ଗୁଣପୁର,୧୩ା୮(ସୁଜାତା ପାଢ଼ୀ): ଅଖିଳ ଭାରତୀୟ କୃଷି ଓ ଗ୍ରାମୀଣ ଶ୍ରମିକ ସଂଘ ତରଫରୁ ଦେଶ ବ୍ୟାପୀ ଅନଶନ ଓ ସତ୍ୟାଗ୍ରହ ଗୁରୁବାର କରାଯାଇଥିବାବେଳେ ଗୁଣପୁର ନୂଆ ବସ୍‌ଷ୍ଟାଣ୍ଡଠାରୁ…

କର୍ଲାମୁଣ୍ଡାରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା, ଭାଜପା….

କର୍ଲାମୁଣ୍ଡା,୧୩ା୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ମଣ୍ଡଳ ଭାଜପା ପକ୍ଷରୁ ମଣ୍ଡଳ ସଭାପତି ଡୋଳା ମଣୀ ଭୋଇଙ୍କ ନେତୃତ୍ୱରେ ହର୍‌ ଘର୍‌ ତ୍ରିରଙ୍ଗା ଶୋଭାଯାତ୍ରା ଗୁରୁବାର…

ସୁଇମିଂ ଷ୍ଟାର ସୌରଭ ପୁଟେଲଙ୍କୁ ସମ୍ମାନିତ କଲେ ବଲାଙ୍ଗୀର ଜିଲାପାଳ, ଅଭିନନ୍ଦନ ଜଣାଇ…

ବଲାଙ୍ଗୀର,୧୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହର ଇନ୍ଦିରାନଗରପଡ଼ାର ଉଦୟୀମାନ କ୍ରୀଡାବିତ୍‌ ସୌରଭ ପୁଟେଲ ଏବେ ଚର୍ଚ୍ଚାରେ ରହିଛନ୍ତି। ସେ ବଲାଙ୍ଗୀର ପତିତପାବନ ହାଇସ୍କୁଲ ଛାତ୍ର ଭାବେ ରାଜସ୍ଥାନର…

ଗଭୀର ଅବପାତ ରୂପ ନେଲା ଲଘୁଚାପ, ସମୁଦ୍ର ଅଶାନ୍ତ, ଦୀଘା ବେଳାଭୂମିରେ ଲାଗିଲା…

ଭୋଗରାଇ,୧୩ା୮(ପ୍ରଦୀପ ଦାସ): ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଏବେ ଗଭୀର ଅବପାତରେ ପରିଣତ ହୋଇଛି। ମୌସମୀ ସକ୍ରିୟ ସହ ଅବପାତ ହେବାରୁ ଉତ୍ତର ଓଡ଼ିଶା…

ପୁରୁଷୋତ୍ତମପୁର ସମବାୟ ସମିତିଲିଃ ପରିବାର ସଦସ୍ଯଙ୍କ ନାମରେ ସମ୍ପାଦକ ରୁଣ ନେବା ଘଟଣା, ଡିଆରସିସିଙ୍କ ତଦନ୍ତ

ପୁରୁଷୋତ୍ତମପୁର,୧୩।୮(ସବିତା ମିଶ୍ର): ରୁଣଭାର ଯୋଗୁ ଚାଷୀ ଆତ୍ମହତ୍ଯା ଭଳି ଘଟଣା ରାଜ୍ଯକୁ ଦୋହଲାଇ ଦେଉଥିବା ସହ ସରକାରଙ୍କୁ ଚିନ୍ତାରେ ପକାଉଛି । ଏହାକୁ ନେଇ ସରକାର କୃଷକଙ୍କୁ…

ଗାତରେ ପଡ଼ିଗଲା ହାତୀଛୁଆ, ଜଗି ରହି ଚିତ୍କାର କରୁଥିଲା ମା’, ଆଉ ତା’ ପରେ…

ସୁନ୍ଦରଗଡ଼,୧୩ା୮(ଜୟନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ସଦର ରେଞ୍ଜ ଅନ୍ତର୍ଗତ ହମିରପୁର ପଞ୍ଚାୟତର ଗୋପପୁର ଜଙ୍ଗଲରେ ଗାତରେ ପଡ଼ିଥିବା ଏକ ହାତୀଛୁଆକୁ ଗୁରୁବାର ସକାଳେ ଜଙ୍ଗଲ ବିଭାଗ ଦ୍ବାରା ଉଦ୍ଧାର…

ବୈଶିଙ୍ଗା-ରୁପ୍‌ସା ମୁଖ୍ୟ ରାସ୍ତାରେ ଚଳାଚଳ ବନ୍ଦ

ବୈଶିଙ୍ଗା,୧୩ା୮(ରତନ ଦାଶ): ମୟୂରଭଞ୍ଜ ଜିଲାର ବେତନଟୀ ବ୍ଲକ ଅନ୍ତର୍ଗତ ବିଭିନ୍ନ ଅଞ୍ଚଳରେ ବୁଧବାରଠାରୁ ମୂଷଳ ଧାରାରେ ଲଘୁଚାପ ବର୍ଷା ଲାଗି ରହିଥିବାରୁ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ଜୀବନ…

ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ, ଗୃହ ଓ ନଗର ଉନ୍ନୟନ ବିଭାଗ ନିର୍ଦ୍ଦେଶକ ଚିଠି ଲେଖି…

ଦେବଗଡ଼,୧୩ା୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ପୌରପରିଷଦର ଅଧ୍ୟକ୍ଷା ଭାବେ ପୁନଃ ଅବସ୍ଥାପିତ ହେବେ ଶାନ୍ତି ମଞ୍ଜରୀ ଦେଇ। ହାଇକୋର୍ଟଙ୍କ ନିର୍ଦ୍ଦେଶ ଆଧାରରେ ପୁନଃ ଅବସ୍ଥାପିତ ପାଇଁ ଚିଠି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri