ଭୁବନେଶ୍ୱର, ୩।୬(ବ୍ୟୁରୋ): କରୋନା ମହାମାରୀ ଲକ୍ଡାଉନ୍ ଯୋଗୁ ୩ମାସ ହେଲା ଟ୍ୟୁଶନ ଓ କୋଚିଂସେଣ୍ଟର ବନ୍ଦ ରହିଛି। ଏହା ଛାତ୍ରୀଛାତ୍ରଙ୍କ ଶିକ୍ଷାର ବିକାଶ ଉପରେ ଘୋର ପ୍ରଭାବ ପକାଇଛି। ସେହିପରି କୋଚିଂ ସେଣ୍ଟର ବନ୍ଦ ଯୋଗୁ ଏହାର ମାଲିକମାନେ ଘର ଭଡ଼ା ଓ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କୁ ବେତନ ଦେଇ ହତାଶ ହୋଇଗଲେଣି। ଏହାର ସାମାଧାନ ପାଇଁ ସରକାର ୭ଦିନ ମଧ୍ୟରେ କୋଚିଂ ସେଣ୍ଟରଗୁଡ଼ିକୁ ସର୍ତ୍ତମୂଳକ ଖୋଲିବାକୁ ପ୍ରଦାନ କରନ୍ତୁ ବୋଲି ଓଡ଼ିଶା କୋଚିଂ ଏଣ୍ଡ୍ ଟ୍ରେନିଂ ଏକାଡେମିକ୍ ଆସୋସିଏଶନ୍ ଦାବି କରିଛି। ଯଦି ସରକାର ଏଦିଗରେ ପଦକ୍ଷେପ ନ ନିଅନ୍ତି ତେବେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ଘରୋଇ ଶିକ୍ଷକମାନେ ଚେତାବନୀ ଦେଇଛନ୍ତି। ମଙ୍ଗଳବାର ଆସୋସିଏଶନ ପକ୍ଷରୁ ଖବରଦାତା ସମ୍ମିଳନୀରେ ଏହି ସୂଚନା ପ୍ରଦାନ କରାଯାଇଛି। ଆସୋସିଏଶନ ପକ୍ଷରୁ କୁହାଯାଇଛି ଯେ, ବିଭିନ୍ନ ସ୍କୁଲରେ ଶିକ୍ଷା ଗ୍ରହଣ କଲେ ମଧ୍ୟ ଛାତ୍ରୀଛାତ୍ର ଟ୍ୟୁଶନ୍ ଓ କୋଚିଂ ସେଣ୍ଟର ଉପରେ ନିର୍ଭର କରିଥାନ୍ତି। ଏବେ କୋଚିଂ ସେଣ୍ଟର ବନ୍ଦ ଯୋଗୁ ଘର ଭଡ଼ା ଦେବା ସମସ୍ୟା ହୋଇଛି। ଘର ଭଡ଼ା ବ୍ୟବସ୍ଥା କରିବା ସହ କୋଚିଂ ସେଣ୍ଟରଗୁଡ଼ିକ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବାକୁ ନିବେଦନ କରାଯାଇଛି। ସାମଜିକ ଦୂରତା ଅବଲମ୍ବନରେ ଶ୍ରେଣୀ ଗୃହ, ୧୫ଜଣ ଛାତ୍ରରେ ଶିକ୍ଷାଦାନ ଓ ଶତକଡ଼ା ୩୦ ଛାତ୍ରରେ ଛାତ୍ରାବାସ ଖୋଲିବା ପାଇଁ ଅନୁମତି ଦେବାକୁ ଦାବି କରାଯାଇଛି। ଆଗାମୀ ଦିନରେ ଆନ୍ଦୋଳନ ହେଲେ ରାଜ୍ୟ ସରକାର ଦାୟୀ ରହିବେ ବୋଲି ଆସୋସିଏଶନର ସଭାପତି ପ୍ରସନ୍ନ କୁମାର ଚୌଧୁରୀ କହିଛନ୍ତି। ଏହି ସମ୍ମିଳନୀରେ ଆସୋସିଏଶନ ସମ୍ପାଦକ ପ୍ରଭାତ ତ୍ରିପାଠୀ, ଉପଦେଷ୍ଟା ବିଶ୍ୱରଞ୍ଜନ ଦାସ ଉପସ୍ଥିତ ଥିଲେ।
କୋଚିଂ ସେଣ୍ଟର ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦାବି: ଆନ୍ଦୋଳନ ଚେତାବନୀ ଦେଲେ ଘରୋଇ ଶିକ୍ଷକ
Posted inଆମ ଜିଲା ଖବର, ମେଟ୍ରୋ View All
ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର
ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...
ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…
ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...
ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍ ଓ୍ବାର୍ନିଂ
ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...
ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…
ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...
ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…
ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...
ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…
ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...
ସୁସ୍ଥ ହେଉଛନ୍ତି ଅଭିଜିତ୍ ମଜୁମଦାର: ମେଡିକାଲରୁ ହେବେ ଡିସ୍ଚାର୍ଜ
ଭୁବନେଶ୍ୱର, ୩୧।୧୨: ସୁସ୍ଥ ହେଉଛନ୍ତି ସଙ୍ଗୀତକାର ଅଭିଜିତ୍ ମଜୁମଦାର। ଆସନ୍ତା ୨/୩ ଦିନ ମଧ୍ୟରେ ଏମ୍ସରୁ ଡିସ୍ଚାର୍ଜ ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଅଭିଜିତଙ୍କୁ ଚିକିତ୍ସା...
ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…
ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...
Archives


