କୋଇଲା ଡିପୋକୁ ବିରୋଧ, ରାସ୍ତା ଅବରୋଧ

ବଇଣ୍ଡା,୧୩ା୬(ଡି.ଏନ.ଏ.) ଅନୁଗୋଳ ଜିଲା କିଶୋରନଗର ବ୍ଲକ ହଣ୍ଡପା ପଞ୍ଚାୟତ ଗୁଣ୍ଡୁରୀମୁଣ୍ଡା ନିକଟରେ ନିର୍ମାଣ ହୋଇଥିବା କୋଇଲା ଡିପୋକୁ ଗୁଣ୍ଡୁରୀମୁଣ୍ଡା ସମେତ ୫ଟି ଗ୍ରାମବାସୀ ବିରୋଧ କରିଛନ୍ତି। ଶୁକ୍ରବାର ଉକ୍ତ ଡିପୋରେ କୋଇଲା ଅନ୍‌ଲୋଡ୍‌ ବେଳେ ଉତ୍ତେଜନା ଦେଖାଦେଇଛି। ଗ୍ରାମବାସୀ ରାସ୍ତା ଅବରୋଧ କରିବାରୁ ଡିପୋକୁ ଆସିଥିବା ୫ରୁ ଅଧିକ ଟ୍ରକ୍‌ ଠିଆ ହୋଇ ରହିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଏକ ଘରୋଇ ସଂସ୍ଥା ପକ୍ଷରୁ ଗୁଣ୍ଡୁରୀମୁଣ୍ଡା ନିକଟରେ କୋଇଲା ଡିପୋ କରାଯାଇଛି। ଏଠାକୁ ତାଳଚେର, ଛେଣ୍ଡିପଦା ଅଞ୍ଚଳରୁ ଟ୍ରକ୍‌ରେ କୋଇଲା ଅଣାଯାଇ ଟ୍ରେନ୍‌ ଯୋଗେ ରାଜ୍ୟ ଓ ବାହାରକୁ ପଠାଯିବ। ଏଥିଯୋଗୁ ଗୁଣ୍ଡୁରୀମୁଣ୍ଡା ସହ ଅର୍ଜୁନଧରା, ପାପସରା, ହଣ୍ଡପା, ବିଲେଇନାଳୀ, ବଇଶିଣା ଆଦି ଗ୍ରାମରେ ପ୍ରଦୂଷଣ ସମସ୍ୟା ସୃଷ୍ଟି ହେବାର ଆଶଙ୍କା ରହିଛି। କୋଇଲା ଗୁଣ୍ଡ ଉଡ଼ି ଗ୍ରାମର ଅନେକ ଘର ବାହାରେ କଳା ଆସ୍ତରଣ ପଡ଼ିଗଲାଣି। ଡିପୋ ନିର୍ମାଣ ନ କରିବାକୁ ପୂର୍ବରୁ ଗ୍ରାମବାସୀ ପ୍ରଶାସନକୁ ଅନୁରୋଧ କରିଥିଲେ ହେଁ ପଦକ୍ଷେପ ନିଆଯାଇ ନାହିଁ। ଫଳରେ ଗ୍ରାମ ରାସ୍ତାରେ କୋଇଲା ବୋଝେଇ ଟ୍ରକ୍‌ ଡିପୋକୁ ନିଆଯାଉଛି। ଶୁକ୍ରବାର ଭୋର୍‌ ସମୟରେ ୫ରୁ ଅଧିକ ଟ୍ରକ୍‌ ଡିପୋକୁ ଆସିଥିବା ଖବରପାଇ ଗ୍ରାମବାସୀ ବିରୋଧ କରିଥିଲେ। ଗ୍ରାମ ରାସ୍ତାରେ ଭାରିଯାନ ଚଳାଚଳ ନ କରିବା ଦାବିରେ ସେମାନେ ରାସ୍ତା ଅବରୋଧ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ ପ୍ରାଧ୍ୟାପକଙ୍କ ପରଲୋକ, ଅଞ୍ଚଳରେ ଶୋକର ଛାୟା 

ଦିଗପହଣ୍ଡି,୨୫।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜର ଅବସରପ୍ରାପ୍ତ ପ୍ରାଧ୍ୟାପକ ଉଜ୍ଜଳ ପଣ୍ଡାଙ୍କ ୬୬ ବର୍ଷ ବୟସରେ ପରଲୋକ ହୋଇଛି । ସେ…

ଛତ୍ରପୁରରେ ଆରମ୍ଭ ହେଲା ୨୧ ଦିନିଆ ଦଣ୍ଡନାଚ, ମେରୁ ସଂକ୍ରାନ୍ତିରେ….

ଛତ୍ରପୁର,୨୫ା୩(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲାର ଏକ ପ୍ରସିଦ୍ଧ ପର୍ବ ଦଣ୍ଡଯାତ୍ରା । ଏହି ଯାତ୍ରାରେ ଶିବ ଓ କାଳୀଙ୍କୁ ପୂଜା କରାଯାଇଥାଏ । ଏହି ଯାତ୍ରା…

କାଳ ହେଲା କାଳବୈଶାଖୀ; ଉଡେଇଲା-ବୁଡେଇଲା, ୧୫ରୁ ଉର୍ଦ୍ଧ ପରିବାର ସର୍ବସ୍ବାନ୍ତ

ଆନନ୍ଦପୁର,୨୫ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ରେ ବୁଧବାର ଅପରାହ୍ନ ୩ ଟା ସମୟରେ ହୋଇଥିବା କାଳବୈଶାଖୀ ପ୍ରଭାବରେ ବିଭିନ୍ନ ସ୍ଥାନରେ ବ୍ୟାପକ କ୍ଷୟକ୍ଷତି ହୋଇଛି…

ସାନଖେମୁଣ୍ଡିରେ ସ୍କୁଲ ପ୍ରବେଶ ଉତ୍ସବ, ଖଡ଼ିଛୁଆଁ ପାଇଁ ବଣ୍ଟାଗଲା ନିମନ୍ତ୍ରଣ ପତ୍ର 

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ୨୦୨୬-୨୭ ଶିକ୍ଷାବର୍ଷ ପ୍ରାରମ୍ଭରେ ଶିଶୁବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ସାନଖେମୁଣ୍ଡି ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସ୍କୁଲ ପ୍ରବେଶ…

ଦିଗପହଣ୍ଡିରେ କାଳବୈଶାଖୀ ପ୍ରଭାବ; ମୁଖ୍ୟମନ୍ତ୍ରୀ ବସ ଉପରେ ପଡ଼ିଲା ଗଛ ଡାଳ, ୪୦ ଯାତ୍ରୀ ଚିତ୍କାର….

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ ଟାରୁ ସାଢ଼େ ୩ ଟା ଯାଏଁ…

ହଠାତ୍‌ ବଦଳିଗଲା ପାଗ: ଧୂଳିଝଡ଼ ସହ କୁଆପଥର ମାଡ଼

ବନ୍ତ,୨୫ା୩(କିଶୋର କୁମାର ସେଠୀ): ବୁଧବାର ଅପରାହ୍ନରେ ହଠାତ୍‌ ପାଗ ବଦଳିଯିବା ସହ ବନ୍ତ ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ପ୍ରବଳ ବେଗରେ ପବନ,…

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri