କୋଇଲା ଚୋରି ମାମଲା: ଗାଡି ଚାଳକ, ହେଲପର ଓ କ୍ରେତା ଦଣ୍ଡିତ

କେନ୍ଦୁଝର, ୨୪ା୧୦ (ସ୍ବ.ପ୍ର.)-କୋଇଲା ଚୋରି କରି ଅନ୍ୟ ଜଣଙ୍କୁ ବିକିଥିବା ଟ୍ରକ ଚାଳକ ଓ ହେଲପରଙ୍କ ସମେତ କୋଇଲା କିଣିଥିବା ଜଣେ ଇଟା କାରଖାନା ମାଲିକଙ୍କୁ ବୁଧବାର ସ୍ଥାନୀୟ ସିଜେଏମ କୋର୍ଟ ପକ୍ଷରୁ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ୧୦ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ସିଜେଏମ ତିରଞ୍ଜନ ପାତ୍ର ଗାଡି ଡ୍ରାଇଭର ଗିରିଧାରୀ ନାୟକ ଓ ହେଲପର ପ୍ରକାଶ ମହାନ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ଅନଦେୟ ଆଉ ୩ ମାସ ଜେଲ ଭୋଗିବାକୁ ପଡ଼ିବ। ସେହିପରି ଚୋରାମାଲ କିଣିଥିବା ଇଟା କାରଖାନା ମାଲିକ ବାଲେଶ୍ୱର ଜିଲା ବଉଳଗାଡ଼ିଆ ଅଞ୍ଚଳର ରମେଶ ମହାନ୍ତିଙ୍କୁ ୩ ବର୍ଷ ଜେଲ ଓ ୫ ହଜାର ଟଙ୍କା ଜରିମାନା କରାଯାଇଛି। ଜରିମାନା ନ ଦେଲେ ଅଧିକ ଏକ ମାସ ଜେଲ ଭୋଗିବାକୁ ପଡ଼ିବ। ତେବେ ପ୍ରମାଣ ଅଭାବରୁ ଇଟା କାରଖାନା କର୍ମଚାରୀ ଭଦ୍ରକ ଜିଲା ଥମ୍ବାଖୁଣ୍ଟି ଅଞ୍ଚଳର ବସନ୍ତ କୁଅଁରଙ୍କୁ ଖଲାସ କରାଯାଇଥିବା ସରକାରୀ ଓକିଲ ଅଶୋକ କୁମାର ଦାସସୂଚନା ଦେଇଛନ୍ତି ା ମକଦ୍ଦମା ବିବରଣୀ ଅନୁଯାୟୀ, ୨୦୧୩ ମାର୍ଚ୍ଚ ମାସରେ କେନ୍ଦୁଝରରୁ ଲୁହାପଥର ନେଇ ଏକ ଟ୍ରକ ବିଶାଖାପଟ୍ଟନାମକୁ ଯାଇଥିଲା। ସେଠାରୁ ତ୍ରିବେଣୀ ଟ୍ରାନ୍ସପୋର୍ଟର କୋଇଲା ଧରି ଏହି ଟ୍ରକ ଅନୁଗୋଳର ଗଣେଶ ସ୍ପଞ୍ଜ କାରଖାନାକୁ ଫେରୁଥିଲା। କେନ୍ଦୁଝର ଆସିବା ପରେ ଡ୍ରାଇଭର ଓ ହେଲପର ଗାଡି ମାଲିକଙ୍କୁ ଭଡ଼ା ହସ୍ତାନ୍ତର କରି କୋଇଲା ଧରି ଅନୁଗୋଳ ଯାଉଛି ବୋଲି କହି ଯାଇଥିଲେ। କିଛି ଦିନ ପରେ କୋଇଲା ନ ପହଞ୍ଚିବାରୁ ଏନେଇ ଖୋଳତାଡ଼ କରାଯିବାରୁ ଏହାକୁ ବାଲେଶ୍ୱରରେ ବିକ୍ରି କରାଯାଇଥିବା ପୋଲିସ ଜାଣିବାକୁ ପାଇଥିଲା। ଗାଡ଼ି ମାଲିକଙ୍କ ଏତାଲା ଭିତ୍ତିରେ ପୋଲିସ ମକଦ୍ଦମା ରୁଜୁ କରି ୪ଜଣଙ୍କୁ ଗିରଫ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ଗିରଫ ମାମଲା; ଖୋଲୁଛି ଗୁମର, ଚାକିରି ଦେବା ନାଁରେ ଠକେଇ…

ହାଟଡିହୀ,୧୫।୨(ଶୁଭକାନ୍ତ ନାୟକ): ଜୟଦୂର୍ଗା ଫାଉଣ୍ଡେସନ ଟ୍ରଷ୍ଟ ଅଧ୍ୟକ୍ଷା ସୁରେଶ୍ୱରୀ ସାଗରୀକା ଜେନା ଏକ ଠକେଇ ମାମଲାରେ ଗତ ଶନିବାର ଗିରଫ ହେବା ପରେ ତାଙ୍କର ଠକେଇ ଗୁମର…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ନାଇକସାହିରେ ବ୍ୟାପୁଛି ଜଣ୍ଡିସ: ୯ ବର୍ଷୀୟ ଶିଶୁ ମୃତ,ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ…

ବଞ୍ଚୋ, ୧୪ା୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ବଞ୍ଚୋ ପଞ୍ଚାୟତର ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଶୁକ୍ରବାର ୯ବର୍ଷୀୟ…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

ଲକ୍ଷ ଲକ୍ଷ ଟଙ୍କା ଠକେଇ: ଜୟଦୂର୍ଗା ଫାଉଣ୍ଡେସନ ଅଧ୍ୟକ୍ଷା ଗିରଫ

ହାଟଡିହୀ,୧୪।୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଜଳକଳଙ୍ଗ ଗ୍ରାମର ସୁରେଶରୀ ସାଗରିକା ଜେନା ନାମ୍ନୀ ଜଣେ ମହିଳାଙ୍କୁ କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ସହାୟତାରେ ଖଣ୍ଡଗିରି…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ନିଯୁକ୍ତି ସୁଯୋଗ ପାଇବେ ୧୨୦୦ ଯୁବତୀ-ଯୁବକ

କେନ୍ଦୁଝର,୧୪ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଶନିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦିନିକିଆ କେନ୍ଦୁଝର ଜିଲା ଗସ୍ତରେ ଆସି ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରି ଫେରିଛନ୍ତି। କେନ୍ଦୁଝର ଜିଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri