କୈମୁର୍‌ ଅଭୟାରଣ୍ୟ

ବିହାରର କୈମୁର୍‌ ଜିଲାରେ ଥିବା କୈମୁର୍‌ ବନ୍ୟପ୍ରାଣୀ ଅଭୟାରଣ୍ୟ ହେଉଛି ସ୍ଥାନୀୟ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟଟି ବିହାରର ଏକ ବଡ଼ ଅଭୟାରଣ୍ୟ ଭାବେ ଜଣାଯାଇଥାଏ…
ବିହାରର କୈମୁର ଜିଲା ଅନ୍ତର୍ଗତ ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ହେଉଛି କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟ। ପ୍ରାୟ ୧୩୪୨ ବର୍ଗ କି.ମି. ପରିସୀମାବ୍ୟାପ୍ତ ଅଞ୍ଚଳ ଉପରେ ଗଢି ଉଠିଥିବା ଏହି ଅଭୟାରଣ୍ୟରେ ବିଭିନ୍ନ ବିରଳ ପଶୁପକ୍ଷୀଙ୍କ ସମେତ ବହୁ ମୂଲ୍ୟବାନ ବୃକ୍ଷଲତା ଦେଖିବାକୁ ମିଳିଥାଏ। ତା’ଛଡ଼ା ନିକଟରେ କେତେକ ହ୍ରଦ ଓ ଝରଣା ବି ରହିଛି। ଖାସ୍‌ ସେଥିପାଇଁ ଏଠାରେ ପ୍ରାୟତଃ ପର୍ଯ୍ୟଟକଙ୍କର ଭିଡ଼ ଲାଗି ରହିଥାଏ।
କେବେ ଯିବେ
ଏଠାକୁ ବର୍ଷର ଯେ କୌଣସି ସମୟରେ ବୁଲି ଯିବାର ସୁବିଧା ରହିଛି। ତେବେ ସ୍ଥାନୀୟ ପାଣିପାଗ ସୂଚନା କେନ୍ଦ୍ରର ମତାନୁସାରେ, ଅକ୍ଟୋବରରୁ ଜୁନ୍‌ ହେଉଛି ଏଠାକୁ ବୁଲିଯିବା ପାଇଁ ସବୁଠୁ ଭଲ ସମୟ। ତଥାପି ଜୁଲାଇରୁ ସେପ୍ଟେମ୍ବର ଭିତରେ ବି ଅନେକ ପର୍ଯ୍ୟଟକ କିଛି ନିଆରା ଅନୁଭୂତି ସାଉଁଟିବା ପାଇଁ ଏଠାକୁ ବୁଲି ଯାଉଥିବାର ଦେଖିବାକୁ ମିଳିଥାଏ।
କେମିତି ଯିବେ
ଏହାର ନିକଟତମ ବିମାନବନ୍ଦର ହେଉଛି ବାରାଣସୀ, ଯାହା କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟଠାରୁ ପ୍ରାୟ ୧୨୧ କି.ମି. ଦୂରରେ ଅବସ୍ଥିତ। ଉକ୍ତ ବିମାନବନ୍ଦରରେ ଓହ୍ଲାଇ ସାରିବା ପରେ ସେଠାରୁ ଟ୍ୟାକ୍ସି କିମ୍ବା ଲୋକାଲ୍‌ ବସ୍‌ ସାହାଯ୍ୟରେ ସୁବିଧାରେ ଯାଇ ଏହି ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ। ସେହିପରି ଭାବୁଆ ରୋଡ୍‌ ରେଲଓ୍ବେ ଷ୍ଟେଶନ ହେଉଛି ଏହାର ନିକଟତମ ରେଳଷ୍ଟେଶନ। ତା’ଛଡ଼ା ଦେଶର ବିଭିନ୍ନ ସ୍ଥାନରୁ ଏଠାକୁ ଟୁରିଷ୍ଟ ବସ୍‌ ବି ଯା’ଆସ କରିଥାଏ। ତେଣୁ ପର୍ଯ୍ୟଟକଙ୍କୁ ଯେଉଁଥିରେ ସୁବିଧା ସେଥିରେ ଯାଇ ଆରାମରେ ଏହି ଅଭୟାରଣ୍ୟ ନିକଟରେ ପହଞ୍ଚତ୍ପାରିବେ।
କ’ଣ ଦେଖିବେ
ଏହି ଅଭୟାରଣ୍ୟରେ ମୁଖ୍ୟତଃ ବାଘ, ଚିତାବାଘ, ଭାଲୁ, ସମ୍ବର, ହରିଣ, ନୀଳଗାଈ, ଜଙ୍ଗଲୀ ଘୁଷୁରି ଇତ୍ୟାଦି ପଶୁ ଦେଖିବାକୁ ମିଳିଥାନ୍ତି। ତା’ଛଡ଼ା ପ୍ରାୟ ୭୦ ପ୍ରଜାତିର ପକ୍ଷୀ ବି ଏଠାରେ ଦେଖାଯାଇଥାନ୍ତି। ଆଉ ଶୀତଦିନ ହେଲେ ଆହୁରି ଅନେକ ପ୍ରଜାତିର ଭ୍ରମଣକାରୀ ପକ୍ଷୀ ଏଠାକୁ ଉଡି ଆସିଥାନ୍ତି, ଯାହା ଖୁବ୍‌ ଆକର୍ଷଣୀୟ ଲାଗିଥାଏ। ତା’ଛଡ଼ା ଉକ୍ତ ଅଭୟାରଣ୍ୟ ନିକଟରେ ଥିବା ଅନୁପମ୍‌ ନାମକ ହ୍ରଦରେ ବିଭିନ୍ନ ପ୍ରକାର ମାଛ ଦେଖିବାର ଏକ ନିଆରା ଅନୁଭୂତି ବି ମିଳିଥାଏ ପର୍ଯ୍ୟଟକଙ୍କୁ। ସେହିପରି ଜାତିଜାତିକା ସାପଙ୍କୁ ଦେଖିବା ନିମନ୍ତେ ଉକ୍ତ ଅଭୟାରଣ୍ୟ ତରଫରୁ ଏକ ସ୍ବତନ୍ତ୍ର ଗ୍ୟାଲେରି ମଧ୍ୟ ଏଠାରେ ନିର୍ମାଣ କରାଯାଇଛି।
ଅନ୍ୟାନ୍ୟ ପର୍ଯ୍ୟଟନସ୍ଥଳୀ
କୈମୁର ବନ୍ୟପ୍ରାଣୀ ଅଭୟାରଣ୍ୟ ନିକଟରେ ଏକାଧିକ ଝରଣା ମଧ୍ୟ ଦେଖିବାକୁ ମିଳିଥାଏ। ତନ୍ମଧ୍ୟରୁ କର୍କଟ ଝରଣା ହେଉଛି ଅନ୍ୟତମ। ଏହା ସ୍ଥାନୀୟ କୈମୁର୍‌ ନାମକ ଏକ ପାହାଡ ଉପରୁ ଝରିଥାଏ। ଏଠାରେ ପର୍ଯ୍ୟଟକଙ୍କ ଆମୋଦପ୍ରମୋଦ ପାଇଁ ବୋଟିଂ, ସୁଇମିଂ, ଫିଶିଂ ଆଦି ସୁବିଧା ଉପଲବ୍ଧ ଅଛି। ସେହିପରି ଆଉ ଏକ ଝରଣା ହେଉଛି ତେଲ୍‌ହାର। ଅନ୍ୟପକ୍ଷେ ଅନୁପମ୍‌ ନାମକ ହ୍ରଦର ଅପରୂପ ସୌନ୍ଦର୍ଯ୍ୟ ବି ଏଠାକାର ଅନ୍ୟତମ ମୁଖ୍ୟ ଆକର୍ଷଣ।


Enter your email to get our daily news in your inbox.

All Right Reserved By Dharitri.Com

ଆଜିଠୁ ବଢିଲା ଏୟାର ଇଣ୍ଡିଆ ଭଡ଼ା: ଜାଣନ୍ତୁ କେତେ ହେଲା…

ନୂଆଦିଲ୍ଲୀ,୮ା୪:ବିମାନ ଇନ୍ଧନ(ଏଟିଏଫ୍‌) ମୂଲ୍ୟ ବୃଦ୍ଧିକୁ ନେଇ ଏୟାର ଇଣ୍ଡିଆ ଏହାର ଘରୋଇ ଏବଂ ଅନ୍ତର୍ଜାତୀୟ ରୁଟ୍‌ରେ ସମସ୍ତ ବିମାନ ଯାତ୍ରା ପାଇଁ ମୂଲ୍ୟବୃଦ୍ଧି ଘୋଷଣା କରିଛି। ପ୍ରତି…

କୁଆପଥର ମାଡରେ ଭାଙ୍ଗିଲା ୫୦ରୁ ଅଧିକ ଘର: ଦେଖାଯାଉଛି ଆକାଶ ତାରା 

ଗୋପବନ୍ଧୁ ନଗର ୭।୪(ଶାନ୍ତନୁ କୁମାର ମଢୁଆଳ): କାଳବୈଶାଖୀ ପ୍ରଭାବରେ ଝଡ଼ ବର୍ଷା ସାଙ୍ଗକୁ କୁଆପଥର ମାଡ ହେବା ଯୋଗୁ ବ୍ୟାପକ କ୍ଷୟକ୍ଷତି ହୋଇଛି। ଗୋପବନ୍ଧୁ ନଗର ବ୍ଲକ…

ଘର ଛାଡ଼ି ପଳାଇଥିଲେ ଅରକ୍ଷିତ: ଆଜି ମିଳିଲା…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲ୍ଲା ଭଞ୍ଜନଗର ପୋଲିସ ବୁଧବାର ସକାଳେ ଜଣେ ବୃଦ୍ଧଙ୍କ ମରଶରୀର ମୁଜାଗଡ ଗ୍ରାମ ପୋଖରୀରୁ ଉଦ୍ଧାର କରିଛି। ସେ ହେଲେ ବେଲଗୁଣ୍ଠା ଥାନା ଅନ୍ତର୍ଗତ…

ଅତିରିକ୍ତ ମୁଖ୍ୟ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ, ବାହାରିଲା ଏତେ ପରିମାଣର ନଗଦ ଟଙ୍କା

ଭୁବନେଶ୍ୱର,୮।୪: ଭିଜିଲାନ୍ସ ଜାଲରେ କେନ୍ଦ୍ରୀୟ ଜଳସେଚନ ସର୍କଲର ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତି। ଆୟ ବହିର୍ଭୂତ ସମ୍ପତି ଠୁଳ ଅଭିଯୋଗରେ ଯନ୍ତ୍ରୀ ରାଜେଶ ଚନ୍ଦ୍ର…

Dharitri Business Eminence Award 2026: ଓଡ଼ିଶୀ ଅଳଙ୍କାରର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ବଜାୟ ରହୁ

ଝାରସୁଗୁଡ଼ାରେ ପ୍ରତିଷ୍ଠିତ ‘ଓଡ଼ିଶୀ ଜୁଏଲେରି’ ପଶ୍ଚିମ ଓଡ଼ିଶା ଗ୍ରାହକଙ୍କ ପାଇଁ ବେଶ୍‌ ଉପଯୋଗୀ ହୋଇପାରିଛି। ଏହାର ପ୍ରତିଷ୍ଠାତା ଶୈଳେଶ ସରାଓ୍ବଗୀଙ୍କ ନେତୃତ୍ୱରେ ଏହି ସଂସ୍ଥା ଗ୍ରାହକଙ୍କ ଚାହିଦା…

ଟଳିଲା ହର୍ମୁଜ ସଙ୍କଟ, ଏପଟେ ଭାରତ ଉପରକୁ ମାଡିଆସିଲା ନୂଆ ବିପର୍ଯ୍ୟୟ, ବିପଦରେ ପଡିବେ ୪୦ କୋଟି ଲୋକ!

ନୂଆଦିଲ୍ଲୀ,୮।୪: ହର୍ମୁଜ ପ୍ରଣାଳୀ ସଙ୍କଟ ଏବେ ଟଳିଯାଇଛି। ଇରାନ-ଆମେରିକା ଯୁଦ୍ଧବିରତି ଘୋଷଣା ବିଶ୍ୱର ତୈଳ ଏବଂ ଗ୍ୟାସ ଯୋଗାଣରେ ଆଶ୍ୱସ୍ତି ଆଣିବ ବୋଲି ଆଶା କରାଯାଉଛି। ଏହି…

ସିଲେଟପଡାଠାରୁ କୁଶୁର୍ଲା ଛକ ପର୍ଯ୍ୟନ୍ତ ରାସ୍ତା ପାଲଟିଛି ମରଣଯନ୍ତା: ମରାମତି ଦାବିରେ ଗ୍ରାମବାସୀଙ୍କ ଧାରଣା

କର୍ଲାମୁଣ୍ଡା,୮।୪(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଜୋରାଡବରା ପଞ୍ଚାୟତ କୁଶୁର୍ଲା ହରଗୌରୀ ମନ୍ଦିର ଛକଠାରୁ ସିଲେଟପଡା ରାସ୍ତା ମରଣଯନ୍ତା ପାଲଟିଛି। ଉକ୍ତରାସ୍ତାର ମରାମତି ପାଇଁ…

ସିଭିଲ ସର୍ଭିସ ଆଶାୟୀଙ୍କ ପାଇଁ ଖବର: ଗଞ୍ଜାମରେ ପ୍ରସ୍ତୁତି ଚାଲିଛି…

ଭଞ୍ଜନଗର,୮।୪(ବାବୁଲା ପ୍ରଧାନ)-ଗଞ୍ଜାମ ଲକ୍ଷ୍ୟ ନିକେତନ ପ୍ରକଳ୍ପ ମାଧ୍ୟମରେ ସିଭିଲ ସର୍ଭିସ ପରୀକ୍ଷା ପାଇଁ ଯୁବତୀଯୁବକଙ୍କୁ ତାଲିମ ଦିଆଯିବ। ତେଣୁ ଗଞ୍ଜାମ ଜିଲାପାଳ କିର୍ତ୍ତୀ ଭାସନ ଭିଙ୍କ ପ୍ରଚେଷ୍ଟାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri