କେୟାର ହସ୍ପିଟାଲରେ ଲୋକଙ୍କୁ ପାର୍କିଂ ମନା

ଭୁବନେଶ୍ୱର, ୩୧ା୧୦: ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ସିନେମା ହଲ୍‌, ଆପାର୍ଟମେଣ୍ଟ, ମଲ୍‌ରେ ଲୋକଙ୍କ ଗାଡ଼ି ରଖିବା ଆବଶ୍ୟକ ପାର୍କିଂ ସ୍ଥାନ ରଖିବାକୁ ବାଧ୍ୟ। ଏବେ ପାର୍କିଂ ଫି ଆଦାୟ ଉପରେ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) କଟକଣା ଲଗାଇବା ସହ ୧୧ ମଲ୍‌ ଓ ୩ ହସ୍ପିଟାଲକୁ ନୋଟିସ କରିଛି। କିନ୍ତୁ ନୋଟିସ୍‌ ପରେ ବି ଚନ୍ଦ୍ରଶେଖରପୁରସ୍ଥିତ କେୟାର ହସ୍ପିଟାଲ୍‌ରେ ପାର୍କିଂ ଫାଙ୍କା ନାହିଁ କୁହାଯାଉଥିବାରୁ ଲୋକେ ରାସ୍ତା ପାର୍ଶ୍ୱରେ ଗାଡ଼ି ରଖୁଛନ୍ତି। ଏନେଇ ଅଭିଯୋଗ ଆସିବା ପରେ ଏନ୍‌ଫୋର୍ସମେଣ୍ଟ ଅଧିକାରୀ ପ୍ରମୋଦ ପାତ୍ରଙ୍କ ନେତୃତ୍ୱରେ ବିଡିଏର ଏକ ଟିମ୍‌ ବୁଧବାର ହସ୍ପିଟାଲ ପରିସର ପାର୍କିଂ ବ୍ୟବସ୍ଥାର ଯାଞ୍ଚ କରିଛନ୍ତି। ଯାଞ୍ଚ ରିପୋର୍ଟ ଆଧାରରେ ହସ୍ପିଟାଲ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ବିଡିଏ ପ୍ଲାନିଂ ମେମ୍ବର ଗୌରୀଶଙ୍କର ଭୂୟଁା କହିଛନ୍ତି। ହସ୍ପିଟାଲର ସିନିୟର ମ୍ୟାନେଜର (ପ୍ରଶାସନିକ) ସଞ୍ଜୀବ ପିଲାଇ କହିଛନ୍ତି, ଆମେ ବେସ୍‌ମେଣ୍ଟରେ ଦୁଇ ଚକିଆ ଓ ଉପରେ କାର୍‌ ପାର୍କିଂ ବ୍ୟବସ୍ଥା କରିଛୁ। ୬୦୦ ଷ୍ଟାଫ୍‌ଙ୍କ ଗାଡ଼ି ରହିବା ପରେ ପାର୍କିଂସ୍ଥଳରେ ଆଉ ଫାଙ୍କା ସ୍ଥାନ ରହୁନି। ଷ୍ଟାଫ୍‌ମାନେ ଯଦି ବାହାରେ ୨ଘଣ୍ଟା ପାଇଁ ୫ଟଙ୍କା ଦେଇ ଗାଡ଼ି ପାର୍କିଂ କରିବେ ତା’ହେଲେ ସେମାନେ ଚାକିରି ଛାଡ଼ିଦେବେ। ସେଥିପାଇଁ ଆମେ ଷ୍ଟାଫ୍‌ଙ୍କ ଗାଡିକୁ ପ୍ରଥମେ ପାର୍କିଂ କରିବାକୁ ଛାଡ଼ୁଛୁ। ବଳକା ସ୍ଥାନ ରହିଲେ ସାଧାରଣ ଲୋକଙ୍କୁ ସୁଯୋଗ ଦେଉଛୁ। ତେବେ ଲୋକଙ୍କ ଗାଡ଼ି ପାର୍କିଂରେ ସମସ୍ୟା ହେଉଥିବାରୁ ଏହାକୁ ଏଡ଼ାଇବା ପାଇଁ ଆଗକୁ ମଲ୍ଟି ପାର୍କିଂ ବ୍ୟବସ୍ଥା କରାଯିବ। ଆସନ୍ତା ମାର୍ଚ୍ଚ ମାସରୁ କାର୍ଯ୍ୟ ଆରମ୍ଭ ହେବ। ସେହିପରି ହସ୍ପିଟାଲ ପଛରେ କିଛି ଅଧିକ ଜମି ଯୋଗାଇ ଦେବାକୁ ସରକାରଙ୍କୁ ଆବେଦନ କରାଯାଇଛି। ଜମି ମିଳିଲେ ସେଠାରେ ଲୋକଙ୍କ ପାଇଁ ପାର୍କିଂ ସ୍ଥଳ ନିର୍ମାଣ କରାଯିବ ବୋଲି ସେ କହିଛନ୍ତି।

ପାର୍କିଂ ସ୍ଥଳରେ ଷ୍ଟୋର୍‌ ରୁମ୍‌ ଅଭିଯୋଗ
ଅନ୍ୟପକ୍ଷରେ ହସ୍ପିିଟାଲର ପାର୍କିଂ ସ୍ଥଳରେ ଷ୍ଟୋର୍‌ରୁମ କରାଯାଇ ଲୋକଙ୍କୁ ବାହାରେ ଗାଡ଼ି ରଖିବାକୁ କୁହାଯାଉଥିବା ନେଇ ମଙ୍ଗଳବାର କେତେଜଣ ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ ଉଠାଇଥିଲେ। ସେମାନେ ହସ୍ପିଟାଲର ପାର୍କିଂ ସ୍ଥଳର ଏକ ପାର୍ଶ୍ୱରେ ଷ୍ଟୋର୍‌ ଓ ଅନ୍ୟ ପାର୍ଶ୍ୱରେ ନିଜ କର୍ମଚାରୀଙ୍କ ଗାଡ଼ି ରଖାଯାଉଥିବା ଦେଖି ଆମେ କେଉଁଠି ଗାଡି ରଖିବୁ ବୋଲି କହି ଉପସ୍ଥିତ ସିକ୍ୟୁରିଟି ଗାର୍ଡଙ୍କୁ ପ୍ରଶ୍ନ କରିଥିଲେ। ସିକ୍ୟୁରିଟି ଗାର୍ଡ ଜଣକ ହସ୍ପିିଟାଲର ପାର୍କିଂ କେବଳ କର୍ମଚାରୀଙ୍କ ପାଇଁ, ଅନ୍ୟ କାହାର ଗାଡ଼ି ରଖାଯିବ ନାହିଁ ବୋଲି କହିଥିଲେ। ଅନ୍ୟମାନେ ଯେପରି ବାହାରେ ଗାଡ଼ି ରଖୁଛନ୍ତି ସେମିତି ରଖ ବୋଲି କହି ନାଲିଆଖି ଦେଖାଇଥିଲେ। ଫଳରେ ଏହାକୁ ନେଇ ହସ୍ପିଟାଲର ସିକ୍ୟୁରିଟି ଗାର୍ଡଙ୍କ ସହ ରୋଗୀ ସମ୍ପର୍କୀୟଙ୍କ ପାଟିତୁଣ୍ଡ ମଧ୍ୟ ହୋଇଥିବା ଦେଖିବାକୁ ମିଳିଥିଲା।

୧୪ ବିଲ୍ଡିଂକୁ ନୋଟିସ ଦେଇ ବିଡିଏ ଚୁପ୍‌
ଭୁବନେଶ୍ୱରରେ ବେଆଇନ ଭାବେ ୭୨ଟି ବଡ଼ ବିଲ୍ଡିଂ ଲୋକଙ୍କଠାରୁ ପାର୍କିଂ ଫି ଆଦାୟ କରୁଥିବା ବିଡିଏ ଚିହ୍ନଟ କରିଛି। ହେଲେ ସେଥିମଧ୍ୟରୁ ମାତ୍ର ୧୪ଟି ବିଲ୍ଡିଂକୁ ନୋଟିସ୍‌ ଦିଆଯାଇ ୭ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ୧୦ ଦିନରୁ ଅଧିକ ବିତିଥିଲେ ମଧ୍ୟ ମାତ୍ର ୩ଟି ବିଲ୍ଡିଂ ଦ୍ୱାରା ଉତ୍ତର ଆସିଛି। କିନ୍ତୁ ବିଲ୍ଡିଂ ପ୍ଲାନ୍‌ ଓ ଦସ୍ତାବିଜ୍‌ ଯାଞ୍ଚ ଚାଲିଥିବା ଦର୍ଶାଇ ବିଡିଏ ଚୁପ୍‌ ବସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଉପ ମୁଖ୍ୟମନ୍ତ୍ରୀଙ୍କୁ କଡ଼ା ଟାର୍ଗେଟ କଲା ବିଜେଡି

ବରଗଡ଼,୧୨।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ରେ ଏକ ପାୱାର ସବ୍‌ଷ୍ଟେଶନ ଉଦ୍‌ଘାଟନ କରିବା ପାଇଁ ରବିବାର ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଆସିଥିଲେ। ତେବେ ଗତ ସାଧାରଣ ନିର୍ବାଚନ…

ବରଗଡ଼ ରାଜନୀତିରେ ହଇଚଇ, ଉପମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ଏମପିଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା

ଅତାବିରା,୧୨ା୭(ଯୁଧିଷ୍ଠିର ମହାପାତ୍ର): ଅତାବିରାରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ଉପସ୍ଥିତିରେ ଆୟୋଜିତ ବହୁମୁଖୀ ଭବନ ଲୋକାର୍ପଣ ଓ ବୁଦ୍ଧିଜୀବୀ ସମ୍ମିଳନୀରେ ବରଗଡ଼ ଜିଲାର ସମସ୍ତ ଭାଜପା ବିଧାୟକ…

ସାରା ଜଗତର କଲ୍ୟାଣ ପାଇଁ ହଜାର ହଜାର କିଲୋମିଟର ପଦଯାତ୍ରା କଲେ ଜୈନ ମୁନି, ସଦମାର୍ଗରେ ଚାଲିବାକୁ…

କେସିଙ୍ଗା,,୧୨।୭(ତୁମେଶ୍ୱର ସାହୁ): ଜୈନ ମୁନି ହିମାଂଶୁ ରାଜସ୍ଥାନରୁ ହଜାର ହଜାର କିଲୋମିଟର ପଦ ଯାତ୍ରା କରି ସାତ ଗୋଟି ନିୟମକୁ ଆଧାର କରି କେସିଙ୍ଗାର ରାଇସ ମିଲରେ…

ମୋଦିଙ୍କୁ ପ୍ରଶଂସାରେ ପୋତି ପକାଇଲେ ଚନ୍ଦ୍ରବାବୁ, ୨୦୪୭ ସୁଦ୍ଧା ଭାରତ…

ଅମରାବତୀ,୧୨।୭: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ. ଚନ୍ଦ୍ରବାବୁ ନାଇଡୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପ୍ରଶଂସା କରିଛନ୍ତି। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଭାରତ ବିଶ୍ୱ ସ୍ତରରେ…

ପୁରୁଷୋତ୍ତମପୁର ରଥଯାତ୍ରା ନେଇ ପୋଲିସର ପ୍ରସ୍ତୁତି

ପୁରୁଷୋତ୍ତମପୁର,୧୨ା୭ (ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ପୋଲିସ ପକ୍ଷରୁ ରଥଯାତ୍ରାର ସୁପରିଚାଳନା ନେଇ ଏକ ପ୍ରସ୍ତୁତି ବୈଠକ ଆଇଆଇସି କୁଳମଣିସେଠୀଙ୍କ ତତ୍ତ୍ୱାବଧାନରେ ରବିବାର ଅନୁଷ୍ଠିତ ହୋଇଯାଇଛି।…

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri