କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳ ପରିଦର୍ଶନ କଲେ ବିଧାୟକ, ମନ୍ତ୍ରୀ

କେସିଙ୍ଗା,୨୧।୮(ଡି.ଏନ୍‌.ଏ.) : କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବିଭିନ୍ନ ଅଞ୍ଚଳକୁ ପୂର୍ତ୍ତ ଓ ଗୃହମନ୍ତ୍ରୀ ପ୍ରଫୁଲ କୁମାର ମଲିକ ଓ ନର୍ଲା ନିର୍ବାଚନ ମଣ୍ଡଳୀର ବିଧାୟକ ଭୂପିନ୍ଦର ସିଂହ ବୁଧବାର ପରିଦର୍ଶନ କରିଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କୁ କେସିଙ୍ଗାସ୍ଥିତ ବୋରିଙ୍ଗପଦର ଛକରେ ବିଜେଡିର କର୍ମକର୍ତ୍ତାମାନେ ସ୍ବାଗତ କରିଛନ୍ତି। ବୋରିଙ୍ଗପଦର ଛକଠାରୁ ଅଗ୍ନିଶମ ବିଭାଗ ପର୍ଯ୍ୟନ୍ତ ସଂଯୋଗ ହୋଇଥିବା ପିଡବ୍ଲ୍ୟୁଡି ରାସ୍ତାକୁ ମିନି ଷ୍ଟାଡିୟମ ଦେଇ ଆଦର୍ଶ ବିଦ୍ୟାଳୟ ଏବଂ ବଗାଡ଼ ନୂତନ ବସଷ୍ଟାଣ୍ଡରେ ସଂଯୋଗ କରିବା ପାଇଁ ବିଧାୟକ ମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଛନ୍ତି। କେସିଙ୍ଗା ସହରସ୍ଥିତ ବଲାଙ୍ଗୀର ଛକସ୍ଥିତ ଏନ୍‌ଏଚ୍‌ କାର୍ଯ୍ୟାଳୟଠାରୁ କୁର୍ଲୁପଡ଼ା ନୂତନ ବସଷ୍ଟାଣ୍ଡ ପର୍ଯ୍ୟନ୍ତ ଏବଂ ବଲାଙ୍ଗୀର ଛକଠାରୁ ବିକେ ଫୁଡ୍‌ ପର୍ଯ୍ୟନ୍ତ ଓଭରବ୍ରିଜ ନିର୍ମାଣ ପାଇଁ ବିଧାୟକ ମନ୍ତ୍ରୀଙ୍କ ନିକଟରେ ଦାବି ହୋଇଛି। କେସିଙ୍ଗା ବ୍ଲକର ବେଲଖଣ୍ଡି, ତୁଣ୍ଡଲା, ତୁର୍ଲାଖମନ, ହାତୀଖୋଜ, ସିର୍ଜାପାଲି ଗତ ବନ୍ୟାରେ ବ୍ୟାପକ ଭାବେ କ୍ଷତି ହୋଇଥିବା ବିଧାୟକ ମନ୍ତ୍ରୀଙ୍କ ନିକଟରେ କହିଥିଲେ। ସେହିପରି କର୍ଲାମୁଣ୍ଡା ବ୍ଲକରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବିଧାୟକ ମନ୍ତ୍ରୀଙ୍କୁ ଜଣାଇଛନ୍ତି। ମନ୍ତ୍ରୀ ଓ ବିଧାୟକଙ୍କ ପରିଦର୍ଶନ ସମୟରେ ପିଡବ୍ଲୁଡି ଏବଂ ଆର୍‌ଡି ବିଭାଗର ବରିଷ୍ଠ କର୍ମଚାରୀ ସାମିଲ ଥିଲେ। ବିଧାୟକଙ୍କ ପ୍ରତିନିଧି ସନ୍ତୋଷ ଶର୍ମା, ରମେଶ ପଟ୍ଟନାୟକ, ବିଜେଡି ଟାଉନ୍‌ ସଭାପତି ରମାକାନ୍ତ ଗୌଡ଼, ଦୟାନିଧି ସୁନାନୀ, ପୂର୍ବତନ ବ୍ଲକ ଧ୍ୟକ୍ଷକ୍ଷ ରାମଲାଲ ସୁନାନୀ, ପୂର୍ବତନ ନଗରପାଳ ରାମଜୀ ମାତଖଣ୍ଡିଆ, ନଳିନୀ ପଟ୍ଟନାୟକ ପ୍ରମୁଖ ସାମିଲ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜଣେ ଅଧିକାରୀଙ୍କ ବଦଳିରୁ ଆରମ୍ଭ ହୋଇଥିଲା ପରିବର୍ତ୍ତନ, ମନ୍ତ୍ରଣାଳୟରେ ପଡିଯାଇଥିଲା ହାହାକାର!

ନୂଆଦିଲ୍ଲୀ,୨୬।୭: ପେପର ଲିକ୍‌ ପ୍ରସଙ୍ଗରେ ଯନ୍ତରମନ୍ତର ସମେତ ଦେଶର ବିଭିନ୍ନ ସ୍ଥାନରେ ପ୍ରଦର୍ଶନ ଜାରି ରହିଥିଲେ ମଧ୍ୟ ଶିକ୍ଷା ମନ୍ତ୍ରଣାଳୟରେ ସ୍ଥିତି ସାଧାରଣ ଜଣାପଡୁଥିଲା, କିନ୍ତୁ ମାତ୍ର…

ବିରାଟକାୟ ଗଛ ପଡ଼ି ଭାଙ୍ଗିଲା ବିଦ୍ୟୁତ୍‌ ଖୁଣ୍ଟ, ଅନ୍ଧାରରେ ଗାଁ

ଦାରିଙ୍ଗବାଡ଼ି,୨୬ା୭(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରୁ ଲଘୁଚାପ ଜନିତ ବର୍ଷା ଜାରି ରହିଛି ଏଥିପାଇଁ ଅଞ୍ଚଳର ଦୁର୍ଗମ ଗ୍ରାମଗଡ଼ିକ ଅଧିକ…

ଡ୍ରେନ୍‌ ସଫେଇ ପରେ ରାସ୍ତାକଡ଼ରେ ସ୍ଲାବ୍‌, ବଢୁଛି ଟ୍ରାଫିକ୍‌ ଜାମ୍‌

ତିହିଡ଼ି,୨୬ା୭(କାଳନ୍ଦୀ ବେହେରା): ଭଦ୍ରକ-ଆରଡ଼ି ମୁଖ୍ୟ ରାସ୍ତାର ଆରଡ଼ି ଛକ ନିକଟରେ ଡ୍ରେନ୍‌ ସଫେଇ କରାଯିବା ପରେ ଡ୍ରେନ୍‌ ଉପରେ ଥିବା ସ୍ଲାବ୍‌ଗୁଡ଼ିକୁ ରାସ୍ତାପାର୍ଶ୍ୱରେ ରଖି ଦିଆଯାଇଥିବାରୁ ଯାତାୟାତରେ…

ଧର୍ମେନ୍ଦ୍ର ପ୍ରଧାନ ନିଜେ ଦୁଇଥର ଦେଇଥିଲେ ଇସ୍ତଫା ପ୍ରସ୍ତାବ? ହେଲେ ସରକାର…ସାଂଘାତିକ ଖୁଲାସା

ନୂଆଦିଲ୍ଲୀ,୨୬।୭: କେନ୍ଦ୍ର ଶିକ୍ଷା ମନ୍ତ୍ରୀ ପଦରୁ ଶନିବାର ଇସ୍ତଫା ଦେଇଥିବା ଧର୍ମେନ୍ଦ୍ର ପ୍ରଧାନ କଥିତ ଭାବରେ NEET ପେପର ଲିକ୍‌ ବିବାଦ ଏବଂ ଛାତ୍ରମାନଙ୍କ ପ୍ରତିବାଦ ସମୟରେ…

ମା’ ସୁରେଶ୍ୱରୀଙ୍କ ଘାଟଯାତ୍ରା: ମାନସିକ ପୂରଣ ପରେ କୁକୁଡ଼ା-ବୋଦା ବଳି ଦେଲେ ଭକ୍ତ

ରିଷିଡ଼ା,୨୬ା୭(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ ପୋରକେଲା ପଞ୍ଚାୟତ କୁନ୍ଦେଇପାଲିସ୍ଥିତ ତେଲନଦୀ ଛତିଘାଟ କୂଳରେ ମା’ ସୁରେଶ୍ୱରୀ ମନଖାଇଙ୍କ ଐତିହାସିକ ଘାଟ ଯାତ୍ରା ଓ ଡଙ୍ଗା…

ନୂଆ ପିଢ଼ି, ନୂଆ ଆଭିମୁଖ୍ୟ: କୌଣସି ପଞ୍ଜିକୃତ ଦଳ ନାହିଁ, କୌଣସି ତୃଣମୂଳ ସ୍ତରର ଆଧାର ନାହିଁ, ତଥାପି ଏକାଠି ହେଲେ ଯୁବପିଢ଼ି, ଦୋହଲିଗଲା…

ନୂଆଦିଲ୍ଲୀ,୨୬।୭: ‘କକ୍ରୋଚ ଜନତା ପାର୍ଟି’ (CJP), ଯୁବପିଢ଼ିଙ୍କ ସମ୍ପର୍କରେ ସୁପ୍ରିମକୋର୍ଟଙ୍କ ‘କକ୍ରୋଚ’ ମନ୍ତବ୍ୟକୁ ନେଇ ସୃଷ୍ଟି ହୋଇଥିବା ବିବାଦରୁ ଜନ୍ମିତ – ମାତ୍ର ୩୬ ଦିନର ଆନ୍ଦୋଳନ…

ହଜିଥିବା ମୋବାଇଲ ହିତାଧିକାରୀଙ୍କୁ ହସ୍ତାନ୍ତର: ୬ ମାସରେ ମିଳିଲାଣି ୧୬୫ ମୋବାଇଲ

ଭଞ୍ଜନଗର,୨୬ା୭(ବାବୁଲା ପ୍ରଧାନ): ଦିନ ଥିଲା ମୋବାଇଲ ହଜିଲେ ଏବଂ ଚୋରି ହେଲେ ହିତାଧିକାରୀଙ୍କ ଚିନ୍ତା ବଢ଼ିଯାଉଥିଲା। କିନ୍ତୁ ସମୟ ବଦଳିବା ସହ ବୈଜ୍ଞାନିକମାନଙ୍କ ନୂଆ ନୂଆ ବୈଷୟିକ…

Dharmendra Pradhan Resignation: ଇସ୍ତଫା ପରେ କେନ୍ଦ୍ରମନ୍ତ୍ରୀଙ୍କୁ କେତେ ମିଳେ ପେନସନ୍? ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୬ା୭:ଏନ୍‌ଇଇଟି ପ୍ରଶ୍ନପତ୍ର ଲିକ୍‌କୁ ନେଇ ଚାପ ବଢ଼ିବା ପରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶନିବାର ଇସ୍ତଫା ଦେଇଛନ୍ତି। ଧର୍ମେନ୍ଦ୍ରଙ୍କ ଇସ୍ତଫା କକ୍‌ରୋଚ ଜନତା ପାର୍ଟି (ସିଜେପି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri