କେସିଆରଙ୍କ ଯଜ୍ଞ ଚିନ୍ତା

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ(କେସିଆର୍‌)ସବୁବେଳେ ବାସ୍ତୁ ଉପରେ ବିଶ୍ୱାସ କରି ସବୁ କାର୍ଯ୍ୟ କରନ୍ତି। ତାଙ୍କ ଅଫିସଠାରୁ ଆରମ୍ଭ କରି ଘର, ସବୁଠି ବାସ୍ତୁ ଉପଯୋଗ କରାଯାଇଛି। ଏହା ପରେ ବି ସେ ବହୁତ ଯଜ୍ଞ କରନ୍ତି। ଏବେ ୧,୦୪୮ ମଣ୍ଡପରେ ୧୦୦୦ ବୈଦିକ ପଣ୍ଡିତଙ୍କ ସମେତ ୪୦୦୦ ସହକର୍ମୀଙ୍କ ଦ୍ୱାରା ଏକ ମହା ସୁଦର୍ଶନ ଯଜ୍ଞ ଆୟୋଜନ କରିବାକୁ ଯାଉଛନ୍ତି। । ଏହାକୁ ‘ମଦର ଅଫ ଅଲ୍‌ ଯଜ୍ଞ’ ବୋଲି କୁହାଯାଉଛି। କିଭଳି ଆୟୋଜନ କରାଯିବା ସଂକ୍ରାନ୍ତରେ ତ୍ରିଦଣ୍ଡି ଚିନ୍ନାଜିୟାର ସ୍ବାମୀଙ୍କ ସହ ତାଙ୍କ ଆଶ୍ରମରେ ଆଲୋଚନା କରିଛନ୍ତି। ହାଇଦ୍ରାବାଦଠାରୁ ୬୫ କିଲୋମିଟର ଦୂରରେ ଥିବା ଭୁବନଗିରି ଜିଲାର ୟାଦାଦ୍ରିର ଲକ୍ଷ୍ମୀନୃସିଂହ ମନ୍ଦିର ପାଖରେ ୧୦୦ ଏକରରେ ଏକ ଯଜ୍ଞବାଟିକା କରାଯାଇ ୧,୦୪୮ଟି ହୋମକୁଣ୍ଡ ଓ ଯଜ୍ଞଘର କରାଯିବ। ବଦ୍ରିନାଥ,ଶ୍ରୀରଙ୍ଗମ,ଜଗନ୍ନାଥ,ତିରୁପତିଙ୍କ ସମେତ ଅନ୍ୟ ପବିତ୍ର ପୀଠ ସହ ଦେଶର ବିଭିନ୍ନ ସ୍ଥାନରେ ଥିବା ବୈଷ୍ଣବପୀଠର ପୀଠାଧୀଶଙ୍କୁ ଏହି ଯଜ୍ଞକୁ ନିମନ୍ତ୍ରଣ କରିବାକୁ ମୁଖ୍ୟମନ୍ତ୍ରୀ ଯୋଜନା କରିଛନ୍ତି। ବିଶ୍ୱର ବିଭିନ୍ନ ଦେଶର ବହୁ ସନ୍ଥ ବି ଏଥିରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। କେନ୍ଦ୍ରସରକାରରେ ଥିବା ବହୁ ନେତା, ସବୁ ରାଜ୍ୟର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ ହିନ୍ଦୁଧର୍ମର ବହୁ ଆଧ୍ୟାତ୍ମିକ ଗୁରୁଙ୍କୁ  ବି ଏହିି ଯଜ୍ଞକୁ ନିମନ୍ତ୍ରଣ କରାଯିବ । ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଯଜ୍ଞ ଖୋଲାରହିବ । ଏହା ପୂର୍ବରୁ କେସିଆର ୫ ଦିନ ଧରି ଅଚ୍ୟୁତ ମହାଚଣ୍ଡୀ ଯଜ୍ଞ ୨୦୧୫ରେ ଆୟୋଜନ କରି ଚର୍ଚ୍ଚାରେ ରହିଥିଲେ। ଏଥିରେ ବି ୨୫୦୦ ପଣ୍ଡିତ ଭାଗନେଇଥିଲେ ଓ ୧୦୧ଟି ହୋମକୁଣ୍ଡ କରାଯାଇଥିଲା। ୪୦ ଏକରରେ ଏହା କରାଯାଇଥିଲା। ଏଥିରେ ଖର୍ଚ୍ଚ ହୋଇଥିଲା୧୫ କୋଟି।


Enter your email to get our daily news in your inbox.

All Right Reserved By Dharitri.Com

ପାଣିରେ ପଡ଼ିଯାଇଥିଲା ଆଇଫୋନ୍‌, ବର୍ଷକ ପରେ ପାଇଲେ ଯୁବକ; ତଥାପି ଠିକ୍‌ ଅଛି

ବର୍ତ୍ତମାନ ସମୟରେ ଆଇଫୋନ୍‌ର ଖୁବ୍‌ ଚାହିଦା ରହିଛି। ବିଶେଷକରି ଯୁବପିଢ଼ି ଏହି ଫୋନ୍‌ ପାଇଁ ପାଗଳପ୍ରାୟ। ଏପରିକି କିଛି ଯୁବକ କିଡ୍‌ନୀ ବିକି ଆଇଫୋନ କିଣିଥିବା...

ଏପରି ଅଞ୍ଚଳ ଯେଉଁଠିକୁ ବରଯାତ୍ରୀ ଆସିବାକୁ କରନ୍ତି ଭୟ…

ବିବାହ ନେଇ ଯୁବତୀ ଯୁବକଙ୍କ ମନରେ ଥାଏ ଅସୁମାରୀ ସ୍ବପ୍ନ। ତେବେ ବିହାର ଭୋଜପୁରରେ ଯୁବତୀ ଯୁବକମାନେ ବିବାହ ବୟସ ହେଲେ ମଧ୍ୟ ବିବାହ କରିପାରୁ...

ଇସ୍କନ ମନ୍ଦିରରେ ଚାଲିଛି ବଡ଼ ଖେଳ,ଖୁବ୍‌ଶୀଘ୍ର କରିବି ପର୍ଦ୍ଦାଫାଶ: ତେଜ ପ୍ରତାପ

ପାଟନା,୧୩।୫: ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ପୁଅ ତେଜ ପ୍ରତାପ ଯାଦବ ନିଜ ମନ୍ତବ୍ୟ ପାଇଁ ଅନେକ ସମୟରେ ଚର୍ଚ୍ଚାରେ ରହିଥାନ୍ତି। ସେ ପାଟନାରେ ଥିବା...

ତାମିଲନାଡୁ ବିଧାନସଭା ନିର୍ବାଚନରେ ୨୩୪ ଆସନରେ ପ୍ରାର୍ଥୀ ଦେବ ରଜନୀକାନ୍ତଙ୍କ ଦଳ

ଚେନ୍ନାଇ,୫ ।୧୨: ସାଉଥ୍ ସୁପରଷ୍ଟାର ରଜନୀକାନ୍ତ ରାଜନୀତିରେ ପାଦ ଦେବା ପରଠାରୁ ସେ ତାଙ୍କର ଏକ ଦଳ ଗଠନ କରିବେ ବୋଲି ଆଲୋଚନା ହେଉଛି ।...

ପରଲୋକରେ ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ

ଇନ୍ଦୋର,୨।୩: ବେଶ୍‌ ଜଣାଶୁଣା ଫିଲ୍ମ ସମୀକ୍ଷକ ଜୟ ପ୍ରକାଶ ଚୌକସିଙ୍କ ପରଲୋକ ଘଟିଛି। ମଧ୍ୟପ୍ରଦେଶର ଇନ୍ଦୋରରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ...

ସୋନିଆ ଆସିବା ପରେ ବଦଳିଛି କଂଗ୍ରେସର ଭାଗ୍ୟ!

ନୂଆଦିଲ୍ଲୀ,୨୩।୧୨: ଝାଡ଼ଖଣ୍ଡ ନିର୍ବାଚନର ଫଳାଫଳ ଆସି ନ ଥିଲେ ବି କଂଗ୍ରେସ-ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା-ରାଷ୍ଟ୍ରୀୟ ଜନତା ଦଳ ମେଣ୍ଟ ଯେଉଁ ସ୍ଥିତିରେ ରହିଛି ସେଥିରୁ ଅନୁମାନ...

ଏଭଳି କଲେ ଆଉ ହେବନି କରୋନା, କହିଲେ ଏହି ଡାକ୍ତର…

ନୂଆଦିଲ୍ଲୀ, ୨୬।୪: ଦେଶରେ କରୋନା ମହାମାରୀ ସଂକ୍ରମଣ ଜାରି ରଚିଛି। ଏପରିସ୍ଥଳେ ସଂକ୍ରମଣରୁ ଦୂରେଇ ରହିବା ପାଇଁ କେତେକ ସହଜ ଉପାୟ ଆପଣେଇବା ଲାଗି ମେଦାନ୍ତ...

‘ବିମୁଦ୍ରୀକରଣ ଲକ୍ଷ୍ୟ ଭୁଲ୍‌ ପ୍ରମାଣିତ’

ନୂଆଦିଲ୍ଲୀ,୨୬।୩: କେନ୍ଦ୍ର ସରକାରଙ୍କ ବିମୁଦ୍ରୀକରଣ ନୀତିକୁ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଶୁକ୍ରବାର ସମାଲୋଚନା କରାଯାଇଛି। ବିମୁଦ୍ରୀକରଣ ପଛରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି...

Advertisement
Archives

Model This Week